Biblia Todo Logo
Bib sou entènèt

- Piblisite -




ଯିଶାଇୟ 51:23 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ପୁଣି, ଯେଉଁମାନେ ତୁମ୍ଭକୁ କ୍ଲେଶ ଦିଅନ୍ତି, ସେମାନଙ୍କ ହସ୍ତରେ ଆମ୍ଭେ ତାହା ଦେବା; ସେମାନେ ତୁମ୍ଭ ପ୍ରାଣକୁ କହିଅଛନ୍ତି, ‘ନଇଁ ପଡ଼, ଆମ୍ଭେମାନେ ତୁମ୍ଭ ଉପର ଦେଇ ଗମନ କରିବା:’ ଆଉ, ତୁମ୍ଭେ ଭୂମି ଓ ସଡ଼କ ପରି ଗମନକାରୀମାନଙ୍କ ନିମନ୍ତେ ଆପଣା ପିଠି ପାତି ଦେଇଅଛ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ପୁଣି, ଯେଉଁମାନେ ତୁମ୍ଭକୁ କ୍ଳେଶ ଦିଅନ୍ତି, ସେମାନଙ୍କ ହସ୍ତରେ ଆମ୍ଭେ ତାହା ଦେବା; ସେମାନେ ତୁମ୍ଭ ପ୍ରାଣକୁ କହିଅଛନ୍ତି, ନଇଁ ପଡ଼, ଆମ୍ଭେମାନେ ତୁମ୍ଭ ଉପର ଦେଇ ଗମନ କରିବା : ଆଉ, ତୁମ୍ଭେ ଭୂମି ଓ ସଡ଼କ ପରି ଗମନକାରୀମାନଙ୍କ ନିମନ୍ତେ ଆପଣା ପିଠି ପାତି ଦେଇଅଛ।

Gade chapit la Kopi

ଓଡିଆ ବାଇବେଲ

23 ପୁଣି, ଯେଉଁମାନେ ତୁମ୍ଭକୁ କ୍ଲେଶ ଦିଅନ୍ତି, ସେମାନଙ୍କ ହସ୍ତରେ ଆମ୍ଭେ ତାହା ଦେବା; ସେମାନେ ତୁମ୍ଭ ପ୍ରାଣକୁ କହିଅଛନ୍ତି, ନଇଁ ପଡ଼, ଆମ୍ଭେମାନେ ତୁମ୍ଭ ଉପର ଦେଇ ଗମନ କରିବା : ଆଉ, ତୁମ୍ଭେ ଭୂମି ଓ ସଡ଼କ ପରି ଗମନକାରୀମାନଙ୍କ ନିମନ୍ତେ ଆପଣା ପିଠି ପାତି ଦେଇଅଛ।”

Gade chapit la Kopi

ପବିତ୍ର ବାଇବଲ

23 ଯେଉଁମାନେ ତୁମ୍ଭକୁ କ୍ଳେଶ ଦେଇଛନ୍ତି, ସେହିମାନଙ୍କ ବିପକ୍ଷରେ ଆମ୍ଭେ ଯିବା। ସେମାନେ ତୁମ୍ଭକୁ କହିଛନ୍ତି, ‘ତୁମ୍ଭେ ନଇଁପଡ଼, ଆମ୍ଭେ ତୁମ୍ଭ ଉପରେ ଗମନ କରିବୁ।’ ପୁଣି ତୁମ୍ଭେମାନେ ଭୂମି ଓ ସଡ଼କପରି ପିଠି ପାତି ଦେଇଛ ଏବଂ ସେମାନେ ତୁମ୍ଭମାନଙ୍କ ଉପରେ ଗମନା ଗମନ କରିଛନ୍ତି।”

Gade chapit la Kopi




ଯିଶାଇୟ 51:23
15 Referans Kwoze  

ଏହିରୂପେ ସେମାନେ ସେହି ରାଜାମାନଙ୍କୁ ଯିହୋଶୂୟଙ୍କ ନିକଟକୁ ଆଣିଲା ଉତ୍ତାରେ ଯିହୋଶୂୟ ଇସ୍ରାଏଲର ସମସ୍ତ ପୁରୁଷଙ୍କୁ ଡାକି ତାଙ୍କ ସଙ୍ଗେ ଯାଇଥିବା ସେନାପତିମାନଙ୍କୁ କହିଲେ, “ନିକଟକୁ ଆସି ଏହି ରାଜାମାନଙ୍କ ବେକରେ ପାଦ ଦିଅ।” ତହିଁରେ ସେମାନେ ନିକଟକୁ ଆସି ସେମାନଙ୍କ ବେକରେ ପାଦ ଦେଲେ।


“ଦେଖ, ଆମ୍ଭେ ଚତୁର୍ଦ୍ଦିଗସ୍ଥିତ ସମସ୍ତ ଗୋଷ୍ଠୀ ପ୍ରତି ଯିରୂଶାଲମକୁ ଟଳଟଳଜନକ ପାନପାତ୍ର ସ୍ୱରୂପ କରିବା ଓ ଯିରୂଶାଲମର ଅବରୋଧ ସମୟରେ ଯିହୁଦା ଉପରେ ମଧ୍ୟ ବର୍ତ୍ତିବ।


ଆଉ ଯେଉଁ ସ୍ତ୍ରୀଲୋକକୁ ଦେଖିଲ, ସେ ପୃଥିବୀର ରାଜାମାନଙ୍କ ଉପରେ ରାଜତ୍ୱ କରୁଥିବା ମହାନଗରୀକୁ ବୁଝାଏ।


କିନ୍ତୁ ମନ୍ଦିରର ବାହାରେ ଥିବା ପ୍ରାଙ୍ଗଣକୁ ଛାଡ଼ିଦିଅ, ତାହା ମାପ ନାହିଁ, କାରଣ ତାହା ଅଣଯିହୁଦୀମାନଙ୍କୁ ଦିଆଯାଇଅଛି, ସେମାନେ ବୟାଳିଶ ମାସ ପର୍ଯ୍ୟନ୍ତ ପବିତ୍ର ନଗରୀକୁ ପାଦ ତଳେ ଦଳିତ କରିବେ।


ଦୁଷ୍ଟ ଲୋକ ଧାର୍ମିକର ମୁକ୍ତିର ମୂଲ୍ୟ ସ୍ୱରୂପ; ପୁଣି, ବିଶ୍ୱାସଘାତକ ସରଳ ଲୋକଙ୍କର ବଦଳି ସ୍ୱରୂପ।


ଧାର୍ମିକ ଦୁଃଖରୁ ଉଦ୍ଧାର ପାଏ, ପୁଣି, ଦୁଷ୍ଟ ତାହା ବଦଳେ ତହିଁକୁ ଆସେ।


ତୁମ୍ଭେ ଆମ୍ଭମାନଙ୍କ ମସ୍ତକ ଉପରେ ଲୋକମାନଙ୍କୁ ଚଢ଼ିବାକୁ ଦେଇଅଛ; ଆମ୍ଭେମାନେ ଅଗ୍ନି ଓ ଜଳ ମଧ୍ୟଦେଇ ଗମନ କଲୁ; ମାତ୍ର ତୁମ୍ଭେ ଆମ୍ଭମାନଙ୍କୁ ଧନାଢ଼୍ୟ ସ୍ଥାନକୁ ଆଣିଅଛ।


କାରଣ ତୁମ୍ଭେମାନେ ଆମ୍ଭ ପବିତ୍ର ପର୍ବତରେ ଯେପରି ପାନ କରିଅଛ, ସେପରି ସମୁଦାୟ ଗୋଷ୍ଠୀ ନିତ୍ୟ ନିତ୍ୟ ପାନ କରିବେ, ହଁ, ସେମାନେ ପାନ କରୁ କରୁ ଗିଳି ପକାଇବେ, ପୁଣି ଅଜାତର ତୁଲ୍ୟ ହେବେ।


ସେତେବେଳେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର କାହାନ୍ତି ବୋଲି ଯେ ମୋତେ କହିଥିଲା, ମୋର ସେହି ଶତ୍ରୁ ତାହା ଦେଖିବ ଓ ଲଜ୍ଜା ତାହାକୁ ଆଚ୍ଛନ୍ନ କରିବ; ମୋର ଚକ୍ଷୁ ତାହାକୁ ଦେଖିବ; ଏବେ ସେ ପଥର କାଦୁଅ ପରି ଦଳିତ ହେବ।


କୃଷକମାନେ ମୋʼ ପୃଷ୍ଠଦେଶରେ ହଳ ବୁଲାଇଲେ; ସେମାନେ ଲମ୍ବ ଲମ୍ବ ଶିଆର କଲେ।”


Swiv nou:

Piblisite


Piblisite