Biblia Todo Logo
Bib sou entènèt

- Piblisite -




ଯିଶାଇୟ 50:4 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ମୁଁ ଯେପରି କ୍ଳାନ୍ତ ଲୋକକୁ ବାକ୍ୟ ଦ୍ୱାରା ସୁସ୍ଥିର କରି ପାରିବି, ଏଥିପାଇଁ ପ୍ରଭୁ, ସଦାପ୍ରଭୁ ମୋତେ ଶିକ୍ଷିତ ଲୋକମାନଙ୍କର ଜିହ୍ୱା ଦେଇଅଛନ୍ତି; ସେ ପ୍ରତି ପ୍ରଭାତ ଜାଗ୍ରତ କରାନ୍ତି, ଶିକ୍ଷିତ ଲୋକ ପରି ଶୁଣିବା ପାଇଁ ସେ ମୋହର କର୍ଣ୍ଣକୁ ଜାଗ୍ରତ କରାନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ମୁଁ ଯେପରି କ୍ଳା; ଲୋକକୁ ବାକ୍ୟ ଦ୍ଵାରା ସୁସ୍ଥିର କରିପାରିବି, ଏଥିପାଇଁ ପ୍ରଭୁ, ସଦାପ୍ରଭୁ ମୋତେ ଶିକ୍ଷିତ ଲୋକମାନଙ୍କର ଜିହ୍ଵା ଦେଇଅଛନ୍ତି; ସେ ପ୍ରତି ପ୍ରଭାତ ଜାଗ୍ରତ କରାନ୍ତି, ଶିକ୍ଷିତ ଲୋକ ପରି ଶୁଣିବା ପାଇଁ ସେ ମୋହର କର୍ଣ୍ଣକୁ ଜାଗ୍ରତ କରାନ୍ତି।

Gade chapit la Kopi

ଓଡିଆ ବାଇବେଲ

4 ମୁଁ ଯେପରି କ୍ଳାନ୍ତ ଲୋକକୁ ବାକ୍ୟ ଦ୍ୱାରା ସୁସ୍ଥିର କରି ପାରିବି, ଏଥିପାଇଁ ପ୍ରଭୁ, ସଦାପ୍ରଭୁ ମୋତେ ଶିକ୍ଷିତ ଲୋକମାନଙ୍କର ଜିହ୍ୱା ଦେଇଅଛନ୍ତି; ସେ ପ୍ରତି ପ୍ରଭାତ ଜାଗ୍ରତ କରାନ୍ତି, ଶିକ୍ଷିତ ଲୋକ ପରି ଶୁଣିବା ପାଇଁ ସେ ମୋହର କର୍ଣ୍ଣକୁ ଜାଗ୍ରତ କରାନ୍ତି।

Gade chapit la Kopi

ପବିତ୍ର ବାଇବଲ

4 ମୋର ପ୍ରଭୁ ସଦାପ୍ରଭୁ ମୋତେ ଶିକ୍ଷା ଦେଇଛନ୍ତି ମୁଁ ଯେପରି କ୍ଳାନ୍ତ ଦୁର୍ବଳମାନଙ୍କୁ ସୁସ୍ଥିର କରି ପାରିବି, ସେ ପ୍ରତି ପ୍ରଭାତରେ ମୋତେ ଜାଗ୍ରତ କରାନ୍ତି ଓ ବିଦ୍ୟାର୍ଥୀପରି ଶୁଣିବା ପାଇଁ ମୋର କର୍ଣ୍ଣକୁ ଜାଗ୍ରତ କରାନ୍ତି।

Gade chapit la Kopi




ଯିଶାଇୟ 50:4
31 Referans Kwoze  

କାରଣ ମୁଁ ତୁମ୍ଭମାନଙ୍କୁ ଏପରି ବାକ୍ୟ ଓ ଜ୍ଞାନ ଦେବି ଯେ, ତୁମ୍ଭମାନଙ୍କର ସମସ୍ତ ବିପକ୍ଷ ଲୋକ ସେଥିର ପ୍ରତିରୋଧ ବା ପ୍ରତିବାଦ କରିପାରିବେ ନାହିଁ।


ସେତେବେଳେ ସଦାପ୍ରଭୁ ଆପଣା ହସ୍ତ ବଢ଼ାଇ ମୋର ମୁଖ ସ୍ପର୍ଶ କଲେ; ଆଉ, ସଦାପ୍ରଭୁ ମୋତେ କହିଲେ, “ଦେଖ, ଆମ୍ଭେ ଆପଣା ବାକ୍ୟ ତୁମ୍ଭ ମୁଖରେ ଦେଲୁ;


ଯଥୋଚିତମତେ କଥିତ ବାକ୍ୟ ରୂପାପାତ୍ରରେ ସୁବର୍ଣ୍ଣ ନାରଙ୍ଗ ତୁଲ୍ୟ।


ଆପଣା ମୁଖର ଉତ୍ତରରେ ମନୁଷ୍ୟର ଆନନ୍ଦ ହୁଏ, ପୁଣି ଯଥାକାଳର କଥା କିପରି ଉତ୍ତମ!


ମୁଁ ଅରୁଣୋଦୟ ପୂର୍ବେ ଆର୍ତ୍ତନାଦ କଲି; ମୁଁ ତୁମ୍ଭ ବାକ୍ୟରେ ଭରସା ରଖିଲି।


ପ୍ରଭାତରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାର କଥା ମୋତେ ଶୁଣାଅ; କାରଣ ମୁଁ ତୁମ୍ଭଠାରେ ଭରସା ରଖେ; ମୋହର ଗନ୍ତବ୍ୟ ପଥ ମୋତେ ଜଣାଅ; କାରଣ ମୁଁ ତୁମ୍ଭଆଡ଼େ ଆପଣା ପ୍ରାଣ ଉଠାଏ।


ହେ ସଦାପ୍ରଭୋ, ତୁମ୍ଭେ ପ୍ରାତଃକାଳରେ ମୋହର ରବ ଶୁଣିବ; ମୁଁ ପ୍ରାତଃକାଳରେ ତୁମ୍ଭ ନିକଟରେ ଆପଣା ପ୍ରାର୍ଥନା ସଜାଇବି ଓ ଜଗି ରହିବି।


ଆଉ, ସମସ୍ତେ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ତାହାଙ୍କ ମୁଖ ନିର୍ଗତ ଅନୁଗ୍ରହର ବାକ୍ୟରେ ଚମତ୍କୃତ ହେଲେ; ପୁଣି, ସେମାନେ କହିବାକୁ ଲାଗିଲେ, ଏ କଅଣ ଯୋଷେଫର ପୁତ୍ର ନୁହେଁ?


ଆଉ, ସେ ନିଜ ପୈତୃକ ନଗରକୁ ଆସି ଲୋକମାନଙ୍କୁ ସେମାନଙ୍କ ସମାଜଗୃହରେ ଏପରି ଶିକ୍ଷା ଦେଲେ ଯେ, ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ଏ ଲୋକର ଏପରି ବୁଦ୍ଧି ଓ ଶକ୍ତିର କାର୍ଯ୍ୟ କେଉଁଠାରୁ ହେଲା?


ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ, ମୋʼ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି।


ସେଥିରେ କେହି ତାହାଙ୍କୁ ପଦେ ହେଲେ ଉତ୍ତର ଦେଇ ପାରିଲେ ନାହିଁ, ପୁଣି, ସେହି ଦିନଠାରୁ କେହି ତାହାଙ୍କୁ ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ।


ପଦାତିକମାନେ ଉତ୍ତର ଦେଲେ, ଏହି ବ୍ୟକ୍ତି ଯେପ୍ରକାରେ କଥା କହନ୍ତି, କୌଣସି ମନୁଷ୍ୟ କେବେ ସେପ୍ରକାରେ କହି ନାହିଁ।


ତୁମ୍ଭେ ମନୁଷ୍ୟ-ସନ୍ତାନଗଣ ଅପେକ୍ଷା ଅଧିକ ସୁନ୍ଦର; ତୁମ୍ଭ ଓଷ୍ଠାଧରରେ ଅନୁଗ୍ରହ ଢଳା ଯାଇଅଛି; ଏହେତୁ ପରମେଶ୍ୱର ତୁମ୍ଭକୁ ଅନନ୍ତକାଳ ଆଶୀର୍ବାଦ କରିଅଛନ୍ତି।


ମାତ୍ର ହେ ସଦାପ୍ରଭୋ, ମୁଁ ତୁମ୍ଭ ନିକଟରେ କାକୂକ୍ତି କରିଅଛି ଓ ପ୍ରଭାତରେ ମୋʼ ପ୍ରାର୍ଥନା ତୁମ୍ଭ ନିକଟରେ ଉପସ୍ଥିତ ହେବ।


ମନୁଷ୍ୟର ଚିନ୍ତା ମନକୁ ନତ କରେ; ମାତ୍ର ମଙ୍ଗଳର ବାକ୍ୟ ତାହାର ହରଷ ଜନ୍ମାଏ।


ତୁମ୍ଭେ ଏହି ପ୍ରମାଣ-ବାକ୍ୟ ବାନ୍ଧ, ମୋʼ ଶିଷ୍ୟମାନଙ୍କ ମଧ୍ୟରେ ବ୍ୟବସ୍ଥା ମୁଦ୍ରାଙ୍କିତ କର।


“ସେ କାହାକୁ ଜ୍ଞାନ ଶିକ୍ଷା ଦେବ? ସେ କାହାକୁ ସମାଚାର ବୁଝାଇ ଦେବ? କି ଦୁଗ୍ଧତ୍ୟାଗୀ ଓ ସ୍ତନ୍ୟପାନରୁ ନିବୃତ୍ତ ଶିଶୁମାନଙ୍କୁ?


ତାହା ଯେତେ ଥର ଉପସ୍ଥିତ ହେବ, ସେତେଥର ତୁମ୍ଭମାନଙ୍କୁ ଧରିବ; କାରଣ ପ୍ରଭାତକୁ ପ୍ରଭାତ, ଦିବସ ଓ ରାତ୍ରି ତାହା ଉପସ୍ଥିତ ହେବ; ଆଉ, ସେହି ସମାଚାର ବୁଝିବାର କେବଳ ତ୍ରାସଜନକ ହେବ।


ସେତେବେଳେ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ ହେବ ଓ ବଧିରମାନଙ୍କର କର୍ଣ୍ଣ ମୁକ୍ତ ହେବ।


ସେ କ୍ଳାନ୍ତ ଲୋକକୁ ଶକ୍ତି ଦିଅନ୍ତି ଓ ବଳହୀନ ଲୋକର ବଳ ବଢ଼ାଇ ଦିଅନ୍ତି।


ଯେ ସଦାପ୍ରଭୁଙ୍କୁ ଭୟ କରେ ଓ ତାହାଙ୍କ ସେବକର ବାକ୍ୟ ପାଳନ କରେ, ତୁମ୍ଭମାନଙ୍କ ମଧ୍ୟରେ ଏପରି କିଏ ଅଛି? ଯେଉଁ ଲୋକ ଅନ୍ଧକାରରେ ଗମନ କରେ ଓ ଦୀପ୍ତିପ୍ରାପ୍ତ ନ ହୁଏ, ସେ ସଦାପ୍ରଭୁଙ୍କ ନାମରେ ବିଶ୍ୱାସ କରୁ ଓ ଆପଣା ପରମେଶ୍ୱରଙ୍କ ଉପରେ ନିର୍ଭର କରୁ।


ତୁମ୍ଭର ସନ୍ତାନଗଣ ସମସ୍ତେ ସଦାପ୍ରଭୁଙ୍କ ଦ୍ୱାରା ଶିକ୍ଷିତ ହେବେ ଓ ତୁମ୍ଭ ସନ୍ତାନଗଣର ମହାଶାନ୍ତି ହେବ।


କାରଣ ଆମ୍ଭେ କ୍ଳାନ୍ତ ପ୍ରାଣକୁ ପରିତୃପ୍ତ କରିଅଛୁ, ପ୍ରତ୍ୟେକ ଦୁଃଖିତ ପ୍ରାଣକୁ ପରିପୂର୍ଣ୍ଣ କରିଅଛୁ।”


ପୁଣି, ତୁମ୍ଭେ ପ୍ରତିଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ଏକ ବର୍ଷୀୟ ନିର୍ଦ୍ଦୋଷ ଏକ ମେଷଶାବକ ଉତ୍ସର୍ଗ କରିବ; ପ୍ରତି ପ୍ରଭାତ ତୁମ୍ଭେ ତାହା ଉତ୍ସର୍ଗ କରିବ।


ତହିଁରେ ସଦାପ୍ରଭୁ ମୋତେ କହିଲେ, “ସେମାନେ ଯାହା କହିଅଛନ୍ତି, ତାହା ଭଲ କହିଅଛନ୍ତି।


ଆମ୍ଭେ ସେମାନଙ୍କ ନିମନ୍ତେ ସେମାନଙ୍କ ଭ୍ରାତୃଗଣ ମଧ୍ୟରୁ ତୁମ୍ଭ ସଦୃଶ ଜଣେ ଭବିଷ୍ୟଦ୍‍ବକ୍ତା ଉତ୍ପନ୍ନ କରିବା ଓ ଆମ୍ଭେ ତାହାଙ୍କ ମୁଖରେ ଆପଣା ବାକ୍ୟ ଦେବା ଓ ଆମ୍ଭେ ତାହାଙ୍କୁ ଯେଉଁ ଯେଉଁ ଆଜ୍ଞା ଦେବା, ତାହା ସେ ସେମାନଙ୍କୁ କହିବେ।


ତୁମ୍ଭର ବାକ୍ୟ ପଡୁଥିବା ଲୋକକୁ ଧରି ରଖିଅଛି ଓ ତୁମ୍ଭେ ଦୁର୍ବଳ ଆଣ୍ଠୁକୁ ଦୃଢ଼ କରିଅଛ।


ତେବେ ମୁଁ କହିଲି, “ଦେଖ, ମୁଁ ଉପସ୍ଥିତ; ଶାସ୍ତ୍ରରେ ମୋହର ବିଷୟ ଲିଖିତ ଅଛି।


Swiv nou:

Piblisite


Piblisite