Biblia Todo Logo
Bib sou entènèt

- Piblisite -




ଯିଶାଇୟ 49:21 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ସେତେବେଳେ ତୁମ୍ଭେ ମନେ ମନେ କହିବ, ‘ମୋର ସନ୍ତାନଗଣ ଅପହୃତ ହୋଇଅଛନ୍ତି, ମୁଁ ଏକାକିନୀ, ନିର୍ବାସିତା ହୋଇ ଏଣେତେଣେ ଭ୍ରମଣ କରୁଅଛି, ମୋହର ଏହି ସମସ୍ତଙ୍କୁ କିଏ ଜନ୍ମ ଦେଇଅଛି? ଓ ଏମାନଙ୍କୁ କିଏ ପ୍ରତିପାଳନ କରିଅଛି? ଦେଖ, ମୁଁ ଏକାକିନୀ ଅବଶିଷ୍ଟା ଥିଲି; ଏମାନେ କେଉଁଠାରେ ଥିଲେ?’”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ସେତେବେଳେ ତୁମ୍ଭେ ମନେ ମନେ କହିବ, ମୋର ସନ୍ତାନଗଣ ଅପହୃତ ହୋଇଅଛନ୍ତି, ମୁଁ ଏକାକିନୀ, ନିର୍ବାସିତା ହୋଇ ଏଣେତେଣେ ଭ୍ରମଣ କରୁଅଛି, ମୋହର ଏହି ସମସ୍ତଙ୍କୁ କିଏ ଜନ୍ମ ଦେଇଅଛି? ଓ ଏମାନଙ୍କୁ କିଏ ପ୍ରତିପାଳନ କରିଅଛି? ଦେଖ, ମୁଁ ଏକାକିନୀ ଅବଶିଷ୍ଟା ଥିଲି; ଏମାନେ କେଉଁଠାରେ ଥିଲେ?

Gade chapit la Kopi

ଓଡିଆ ବାଇବେଲ

21 ସେତେବେଳେ ତୁମ୍ଭେ ମନେ ମନେ କହିବ, ମୋର ସନ୍ତାନଗଣ ଅପହୃତ ହୋଇଅଛନ୍ତି, ମୁଁ ଏକାକିନୀ, ନିର୍ବାସିତା ହୋଇ ଏଣେତେଣେ ଭ୍ରମଣ କରୁଅଛି, ମୋହର ଏହି ସମସ୍ତଙ୍କୁ କିଏ ଜନ୍ମ ଦେଇଅଛି ? ଓ ଏମାନଙ୍କୁ କିଏ ପ୍ରତିପାଳନ କରିଅଛି ? ଦେଖ, ମୁଁ ଏକାକିନୀ ଅବଶିଷ୍ଟା ଥିଲି; ଏମାନେ କେଉଁଠାରେ ଥିଲେ ?”

Gade chapit la Kopi

ପବିତ୍ର ବାଇବଲ

21 ସେତେବେଳେ ତୁମ୍ଭେ ମନେ ମନେ କହିବ, ‘ମୋର ସନ୍ତାନଗଣ ଅପହୃତ ହୋଇଅଛନ୍ତି, ମୁଁ ଏକାକିନୀ ନିର୍ବାସିତା ହୋଇ ଏଣେ ତେଣେ ଭ୍ରମଣ କରୁଅଛି। ମୋର ଏ ସମସ୍ତଙ୍କୁ କିଏ ଜନ୍ମ ଦେଇଛନ୍ତି? କିଏ ଏମାନଙ୍କୁ ପ୍ରତିପାଳନ କରିଅଛି? ଦେଖ, ମୁଁ ଏକାକିନୀ ଅବଶିଷ୍ଟା ଥିଲି, ଏମାନେ କେଉଁଠାରେ ଥିଲେ?’”

Gade chapit la Kopi




ଯିଶାଇୟ 49:21
21 Referans Kwoze  

ଆଉ ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କର, ତେବେ ତୁମ୍ଭେମାନେ ତ ଅବ୍ରହାମଙ୍କ ବଂଶ, ପ୍ରତିଜ୍ଞା ଅନୁସାରେ ଉତ୍ତରାଧିକାରୀ।


କାରଣ ଯାହା ସ୍ୱଭାବତଃ ବନ୍ୟ ଜୀତବୃକ୍ଷ, ଯଦି ସେଥିରୁ ତୁମ୍ଭେ କଟାଯାଇ ଅସ୍ୱାଭାବିକଭାବେ ଉତ୍ତମ ଜୀତବୃକ୍ଷରେ କଲମ କରାଗଲ, ତେବେ ସ୍ୱାଭାବିକ ଶାଖା ଯେ ଏମାନେ, ଏମାନେ କେତେ ଅଧିକ ଭାବରେ ନିଜ ଜୀତବୃକ୍ଷରେ କଲମ କରାଯିବେ!


ତୁମ୍ଭର ପବିତ୍ର ନଗରସବୁ ପ୍ରାନ୍ତର ହୋଇଅଛି, ସିୟୋନ ପ୍ରାନ୍ତର ହୋଇଅଛି, ଯିରୂଶାଲମ ଧ୍ୱଂସସ୍ଥାନ ହୋଇଅଛି।


ତୁମ୍ଭେ ପରିତ୍ୟକ୍ତା ବୋଲି ଆଉ ନାମ ପାଇବ ନାହିଁ, କିଅବା ତୁମ୍ଭର ଦେଶ ଅନାଥା ବୋଲି ଆଉ ଡକାଯିବ ନାହିଁ; ମାତ୍ର ତୁମ୍ଭେ ହିପ୍ସୀବା (ସନ୍ତୋଷଜନିକା) ଓ ତୁମ୍ଭର ଦେଶ ବୀୟଲା (ବିବାହିତା) ନାମରେ ଖ୍ୟାତ ହେବ; କାରଣ ସଦାପ୍ରଭୁ ତୁମ୍ଭଠାରେ ସନ୍ତୋଷ ପାଆନ୍ତି ଓ ତୁମ୍ଭ ଦେଶ ବିବାହିତା ହେବ।


ତୁମ୍ଭେ ପରିତ୍ୟକ୍ତା ଓ ଘୃଣିତା ହେବାରୁ କେହି ତୁମ୍ଭର ମଧ୍ୟଦେଇ ଯାତାୟାତ କଲା ନାହିଁ, ତହିଁର ପରିବର୍ତ୍ତେ ଆମ୍ଭେ ତୁମ୍ଭକୁ ଅନନ୍ତକାଳସ୍ଥାୟୀ ଗୌରବ ଓ ଅନେକ ପୁରୁଷ ପରମ୍ପରାର ଆନନ୍ଦ ସ୍ୱରୂପ କରିବା।


ତୁମ୍ଭେ ଆପଣା ଦେହର ଧୂଳି ଝାଡ଼ି ଦିଅ; ହେ ଯିରୂଶାଲମ, ଉଠ, ଆସନରେ ବସ; ଆଗୋ ସିୟୋନର ବନ୍ଦୀ କନ୍ୟେ, ଆପଣା ଗଳାର ବନ୍ଧନସବୁ ଫିଟାଇ ପକାଅ।


ଏଥିପାଇଁ ମୋହର ଲୋକମାନେ ଜ୍ଞାନ ଅଭାବରୁ ବନ୍ଦୀ ହୋଇ ଯାଇଅଛନ୍ତି; ପୁଣି, ସେମାନଙ୍କର ସମ୍ଭ୍ରାନ୍ତ ଲୋକମାନେ କ୍ଷୁଧାର୍ତ୍ତ ଓ ସେମାନଙ୍କର ଲୋକସମୂହ ତୃଷାରେ ଶୁଷ୍କ ହେଉଅଛନ୍ତି।


ସିୟୋନର ନଗରଦ୍ୱାରସକଳ ଶୋକ ଓ ବିଳାପ କରିବେ ଓ ସେ ଅକିଞ୍ଚନା ହୋଇ ଭୂମିରେ ବସିବ।


ପୁଣି, ସିୟୋନର କନ୍ୟା ଦ୍ରାକ୍ଷାକ୍ଷେତ୍ରର କୁଟୀର, କାକୁଡ଼ିକ୍ଷେତ୍ରର ବସା, ଅବରୁଦ୍ଧ ନଗର ତୁଲ୍ୟ ହୋଇ ରହିଅଛି।


ଆଉ ସେମାନେ ଖଡ୍ଗରେ ହତ ହେବେ ଓ ବନ୍ଦୀ ହୋଇ ସମସ୍ତ ଅଣଯିହୁଦୀ ମଧ୍ୟକୁ ନିଆଯିବେ, ପୁଣି, ଅଣଯିହୁଦୀମାନଙ୍କର କାଳ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଯିରୂଶାଲମ ସେମାନଙ୍କର ପଦଦଳିତ ହୋଇ ରହିବ।”


କାରଣ ସୁଦୃଢ଼ ନଗର ପ୍ରାନ୍ତରର ତୁଲ୍ୟ ନିର୍ଜନ, ଲୋକ ବିବର୍ଜିତ ଓ ପରିତ୍ୟକ୍ତ ବସତି ସ୍ଥାନ ହୋଇଅଛି; ସେହି ସ୍ଥାନରେ ଗୋବତ୍ସ ଚରିବ ଓ ଶୟନ କରିବ, ପୁଣି, ବୃକ୍ଷର ଶାଖାସବୁ ଗ୍ରାସ କରିବ।


ମାତ୍ର ଯେତେବେଳେ ସେ ଆମ୍ଭର ହସ୍ତକୃତ କର୍ମ ସ୍ୱରୂପ ତାହାର ସନ୍ତାନଗଣକୁ ଆପଣା ମଧ୍ୟରେ ଦେଖିବ, ସେତେବେଳେ ସେମାନେ ଆମ୍ଭ ନାମକୁ ପବିତ୍ର କରି ମାନିବେ; ହଁ, ସେମାନେ ଯାକୁବର ଧର୍ମସ୍ୱରୂପଙ୍କୁ ପବିତ୍ର ବୋଲି ମାନିବେ ଓ ଇସ୍ରାଏଲର ପରମେଶ୍ୱରଙ୍କୁ ସମ୍ଭ୍ରମ କରିବେ।


ମେଘର ନ୍ୟାୟ ଓ ଆପଣା ଆପଣା ଭାଡ଼ିକୁ ଉଡ଼ନ୍ତା କପୋତଗଣର ନ୍ୟାୟ ଉଡ଼ି ଆସୁଅଛନ୍ତି ଯେ ଏମାନେ, ଏମାନେ କିଏ?


Swiv nou:

Piblisite


Piblisite