Biblia Todo Logo
Bib sou entènèt

- Piblisite -




ଯିଶାଇୟ 42:15 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ଆମ୍ଭେ ପର୍ବତ ଓ ଉପପର୍ବତଗଣକୁ ଧ୍ୱଂସିତ କରିବା ଓ ତହିଁର ତୃଣସବୁ ଶୁଷ୍କ କରିବା; ଆଉ, ଆମ୍ଭେ ନଦ-ନଦୀକୁ ଦ୍ୱୀପ ଓ ଜଳାଶୟକୁ ଶୁଷ୍କ କରିବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ଆମ୍ଭେ ପର୍ବତ ଓ ଉପପର୍ବତଗଣକୁ ଧ୍ଵଂସିତ କରିବା ଓ ତହିଁର ତୃଣସବୁ ଶୁଷ୍କ କରିବା; ଆଉ, ଆମ୍ଭେ ନଦନଦୀକି ଦ୍ଵୀପ ଓ ଜଳାଶୟକୁ ଶୁଷ୍କ କରିବା।

Gade chapit la Kopi

ଓଡିଆ ବାଇବେଲ

15 ଆମ୍ଭେ ପର୍ବତ ଓ ଉପପର୍ବତଗଣକୁ ଧ୍ୱଂସିତ କରିବା ଓ ତହିଁର ତୃଣସବୁ ଶୁଷ୍କ କରିବା; ଆଉ, ଆମ୍ଭେ ନଦନଦୀକୁ ଦ୍ୱୀପ ଓ ଜଳାଶୟକୁ ଶୁଷ୍କ କରିବା।

Gade chapit la Kopi

ପବିତ୍ର ବାଇବଲ

15 ଆମ୍ଭେ ପର୍ବତ ଓ ଉପପର୍ବତଗୁଡ଼ିକୁ ଧ୍ୱଂସ କରିବୁ ଓ ତହିଁରେ ଥିବା ସମସ୍ତ ଗୁଳ୍ମଲତାକୁ ଶୁଷ୍କ କରିବୁ। ନଦନଦୀକୁ ଦ୍ୱୀପରେ ପରିଣତ କରିବୁ ଓ ଜଳାଶୟକୁ ଶୁଷ୍କ କରିବୁ।

Gade chapit la Kopi




ଯିଶାଇୟ 42:15
22 Referans Kwoze  

ଆମ୍ଭେ ଯେତେବେଳେ ଆସିଲୁ କାହିଁକି କେହି ଉପସ୍ଥିତ ନ ଥିଲା? ଆମ୍ଭେ ଯେତେବେଳେ ଡାକିଲୁ କାହିଁକି କେହି ଉତ୍ତର ଦେବାକୁ ନ ଥିଲା? ଆମ୍ଭର ହସ୍ତ କି କିଛି ଛୋଟ ହୋଇଅଛି ଯେ, ତାହା ମୁକ୍ତ କରି ନ ପାରେ? କିଅବା ଉଦ୍ଧାର କରିବା ପାଇଁ କି ଆମ୍ଭର ପରାକ୍ରମ ନାହିଁ? ଦେଖ, ଆମ୍ଭେ ଧମକରେ ସମୁଦ୍ରକୁ ଶୁଷ୍କ କରୁ, ଆମ୍ଭେ ନଦ-ନଦୀକୁ ପ୍ରାନ୍ତର କରୁ; ସେଠାସ୍ଥିତ ମତ୍ସ୍ୟ ଜଳ ଅଭାବରେ ତୃଷାର୍ତ୍ତ ହୋଇ ମରିଯାଇ ଦୁର୍ଗନ୍ଧ ହୁଏ।


ଆମ୍ଭେ ଅଗାଧ ଜଳକୁ କହୁ, ‘ଶୁଷ୍କ ହୁଅ; ପୁଣି ଆମ୍ଭେ ତୁମ୍ଭର ନଦ-ନଦୀସବୁ ଶୁଷ୍କ କରିବା;’


ତତ୍ପରେ ମୁଁ ଗୋଟିଏ ବୃହତ୍ ଶୁଭ୍ରବର୍ଣ୍ଣ ସିଂହାସନ ଓ ସେଠାରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ଦର୍ଶନ କଲି; ତାହାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶମଣ୍ଡଳ ପଳାୟନ କଲା, ସେମାନଙ୍କ ନିମନ୍ତେ ଆଉ ସ୍ଥାନ ମିଳିଲା ନାହିଁ।


ସେତେବେଳେ ବିଦ୍ୟୁତ୍, ବିଭିନ୍ନ ସ୍ୱର ଓ ବଜ୍ରଧ୍ୱନୀ ହେଲା, ପୁଣି, ମହା ଭୂମିକମ୍ପ ହେଲା; ପୃଥିବୀରେ ମନୁଷ୍ୟ ସୃଷ୍ଟ ହେବା ସମୟଠାରୁ ଏପରି ଭୟଙ୍କର ଭୂମିକମ୍ପ ଆଉ କେବେ ହୋଇ ନ ଥିଲା।


ଷଷ୍ଠ ଦୂତ ଆପଣା ପାତ୍ର ଫରାତ୍ ମହାନଦୀ ଉପରେ ଢାଳିଲେ; ତହୁଁ ପୂର୍ବଦିଗରୁ ଅାଗମନକାରୀ ରାଜାମାନଙ୍କ ନିମନ୍ତେ ପଥ ପ୍ରସ୍ତୁତ ହେବା ପାଇଁ ତାହାର ଜଳ ଶୁଷ୍କ ହୋଇଗଲା।


ସେହି ସମୟରେ ମହା ଭୂମିକମ୍ପ ହେଲା ଓ ନଗରୀର ଦଶମାଂଶ ଭୂମିସାତ୍‍ ହେଲା, ପୁଣି, ଭୂମିକମ୍ପରେ ସାତ ହଜାର ଲୋକ ନିହତ ହେଲେ ଏବଂ ଅବଶିଷ୍ଟ ଲୋକ ଭୀତ ହୋଇ ସ୍ୱର୍ଗସ୍ଥ ଈଶ୍ବରଙ୍କ ମହିମା କୀର୍ତ୍ତନ କଲେ।


ପୁଣି, ସେ ଦୁଃଖରୂପ ସାଗର ପାରି ହେବେ ଓ ସମୁଦ୍ରର ତରଙ୍ଗ ସମୂହକୁ ପ୍ରହାର କରିବେ ଓ ନୀଳ ନଦୀର ଗଭୀର ସ୍ଥାନସକଳ ଶୁଷ୍କ ହେବ; ତହିଁରେ ଅଶୂରର ଗର୍ବ ଖର୍ବ ହେବ ଓ ମିସରର ରାଜଦଣ୍ଡ ଦୂରୀକୃତ ହେବ।


କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ଆଉ ଥରେ ଅଳ୍ପ କାଳ ମଧ୍ୟରେ ଆମ୍ଭେ ଆକାଶମଣ୍ଡଳ, ପୃଥିବୀ, ସମୁଦ୍ର ଓ ଶୁଷ୍କ ଭୂମିକୁ ହଲାଇବା;


ତହିଁରେ ସମୁଦ୍ରର ମତ୍ସ୍ୟଗଣ, ଆକାଶର ପକ୍ଷୀଗଣ ଓ କ୍ଷେତ୍ରର ପଶୁଗଣ ଓ ଭୂଚର ଉରୋଗାମୀ ଜନ୍ତୁସମସ୍ତ, ଆଉ ପୃଥିବୀସ୍ଥ ମନୁଷ୍ୟ ସକଳ ଆମ୍ଭ ସାକ୍ଷାତରେ କମ୍ପମାନ ହେବେ ଓ ପର୍ବତସବୁ ଉତ୍ପାଟିତ ହେବେ, ଆଉ ଗଡ଼ନ୍ତି ସ୍ଥାନସବୁ ପଡ଼ିଯିବ ଓ ପ୍ରତ୍ୟେକ ପ୍ରାଚୀର ଭୂମିସାତ୍‍ ହେବ।


ମୁଁ ପର୍ବତମାଳାକୁ ଅନାଇଲି, ଆଉ ଦେଖ, ସେସବୁ କମ୍ପିଲେ ଓ ଉପପର୍ବତସବୁ ଏଣେତେଣେ ଦୋହଲିଲେ।


ପୁଣି, ଆମ୍ଭେ ଆପଣାର ପର୍ବତସବୁକୁ ଏକ ପଥ କରିବା ଓ ଆମ୍ଭର ରାଜପଥସକଳ ଉଚ୍ଚ କରାଯିବ।


ସେତେବେଳେ ପୃଥିବୀ ଟଳଟଳ ଓ କମ୍ପିତ ହେଲା, ପର୍ବତଗଣର ଭିତ୍ତିମୂଳ ମଧ୍ୟ ବିଚଳିତ ହେଲା ଓ ତାହାଙ୍କ କୋପ ସକାଶୁ ଟଳଟଳ ହେଲା।


ଦେଖ, ଆମ୍ଭେ ତୁମ୍ଭକୁ ତୀକ୍ଷ୍ଣ ଛୁରିକାବିଶିଷ୍ଟ ଏକ ନୂତନ ଶସ୍ୟ ମର୍ଦ୍ଦନ ଯନ୍ତ୍ର ସ୍ୱରୂପ କରିବା; ତୁମ୍ଭେ ପର୍ବତଗଣକୁ ମର୍ଦ୍ଦନ କରି ଚୂର୍ଣ୍ଣ କରିବ ଓ ଉପପର୍ବତଗଣକୁ ତୁଷ ତୁଲ୍ୟ କରିବ।


କାରଣ ଆମ୍ଭେ ଆପଣା ଅନ୍ତର୍ଜ୍ୱାଳା ଓ କୋପାନଳରେ କହିଅଛୁ, ଅବଶ୍ୟ ସେହି ଦିନ ଇସ୍ରାଏଲ ଦେଶରେ ମହାକମ୍ପ ହେବ;


Swiv nou:

Piblisite


Piblisite