Biblia Todo Logo
Bib sou entènèt

- Piblisite -




ଯିଶାଇୟ 39:3 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ସେତେବେଳେ ଯିଶାଇୟ ଭବିଷ୍ୟଦ୍‍ବକ୍ତା ହିଜକୀୟ ରାଜା ନିକଟକୁ ଆସି ତାହାକୁ କହିଲେ, “ଏହି ଲୋକମାନେ କଅଣ କହିଲେ? ସେମାନେ କେଉଁଠାରୁ ତୁମ୍ଭ ନିକଟକୁ ଆସିଲେ?” ତହିଁରେ ହିଜକୀୟ କହିଲା, “ସେମାନେ ଦୂର ଦେଶ ବାବିଲରୁ ମୋʼ ନିକଟକୁ ଆସିଅଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ସେତେବେଳେ ଯିଶାଇୟ ଭବିଷ୍ୟଦ୍ବକ୍ତା ହିଜକୀୟ ରାଜା ନିକଟକୁ ଆସି ତାହାକୁ କହିଲେ, ଏହି ଲୋକମାନେ କଅଣ କହିଲେ? ସେମାନେ କେଉଁଠାରୁ ତୁମ୍ଭ ନିକଟକୁ ଆସିଲେ? ତହିଁରେ ହିଜକୀୟ କହିଲା, ସେମାନେ ଦୂର ଦେଶ ବାବିଲରୁ ମୋʼ ନିକଟକୁ ଆସିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

3 ସେତେବେଳେ ଯିଶାଇୟ ଭବିଷ୍ୟଦ୍‍ବକ୍ତା ହିଜକୀୟ ରାଜା ନିକଟକୁ ଆସି ତାହାକୁ କହିଲେ, “ଏହି ଲୋକମାନେ କଅଣ କହିଲେ ? ସେମାନେ କେଉଁଠାରୁ ତୁମ୍ଭ ନିକଟକୁ ଆସିଲେ ?” ତହିଁରେ ହିଜକୀୟ କହିଲା, “ସେମାନେ ଦୂର ଦେଶ ବାବିଲରୁ ମୋ’ ନିକଟକୁ ଆସିଅଛନ୍ତି।”

Gade chapit la Kopi

ପବିତ୍ର ବାଇବଲ

3 ସେତେବେଳେ ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ ରାଜା ହିଜକିୟ ନିକଟକୁ ଯାଇ ତାଙ୍କୁ ପଗ୍ଭରିଲେ, “ଏହି ଲୋକମାନେ କ’ଣ କହିଲେ? ସେମାନେ କେଉଁଠାରୁ ଆସିଲେ?” ହିଜକିୟ କହିଲେ, “ସେମାନେ ଦୂରଦେଶ ବାବିଲରୁ ମୋତେ ଦେଖିବାକୁ ଆସିଛନ୍ତି।”

Gade chapit la Kopi




ଯିଶାଇୟ 39:3
15 Referans Kwoze  

ଯେପରି ଉତ୍କ୍ରୋଶ ପକ୍ଷୀ ଉଡ଼େ, ସେପରି ସଦାପ୍ରଭୁ ଦୂରରୁ ପୃଥିବୀର ପ୍ରାନ୍ତରୁ ଏକ ଗୋଷ୍ଠୀକୁ ତୁମ୍ଭ ପ୍ରତିକୂଳରେ ଆଣିବେ; ସେହି ଗୋଷ୍ଠୀର ଭାଷା ତୁମ୍ଭେ ବୁଝି ପାରିବ ନାହିଁ;


ସଦାପ୍ରଭୁ କହନ୍ତି, ହେ ଇସ୍ରାଏଲ ବଂଶ, ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଦୂରରୁ ଏକ ଗୋଷ୍ଠୀକୁ ଆଣିବା; ସେ ବଳବାନ ଗୋଷ୍ଠୀ, ପ୍ରାଚୀନ ଗୋଷ୍ଠୀ, ସେହି ଗୋଷ୍ଠୀର ଭାଷା ତୁମ୍ଭେ ଜାଣ ନାହିଁ, କିଅବା ସେମାନଙ୍କର କଥା ତୁମ୍ଭେ ବୁଝ ନାହିଁ।


ସେସମୟରେ ହନାନି ଦର୍ଶକ ଯିହୁଦାର ରାଜା ଆସାଙ୍କ ନିକଟକୁ ଆସି କହିଲା, “ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଉପରେ ନିର୍ଭର ନ କରି ଅରାମୀୟ ରାଜା ଉପରେ ନିର୍ଭର କଲ, ଏହେତୁ ଅରାମୀୟ ରାଜ୍ୟର ସୈନ୍ୟ ତୁମ୍ଭ ହସ୍ତରୁ ବଞ୍ଚିଗଲେ।


ଏଥିଉତ୍ତାରେ ସଦାପ୍ରଭୁ ଦାଉଦଙ୍କ ନିକଟକୁ ନାଥନଙ୍କୁ ପ୍ରେରଣ କଲେ। ତହୁଁ ସେ ତାଙ୍କ ନିକଟକୁ ଆସି ତାଙ୍କୁ କହିଲେ, “ଏକ ନଗରରେ ଦୁଇ ଲୋକ ଥିଲେ; ଜଣେ ଧନୀ ଓ ଜଣେ ଦରିଦ୍ର।


“ତୁମ୍ଭେ ଯାଇ ହିଜକୀୟକୁ କୁହ, ସଦାପ୍ରଭୁ, ତୁମ୍ଭ ପୂର୍ବପୁରୁଷ ଦାଉଦଙ୍କ ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଅଛୁ, ତୁମ୍ଭର ଲୋତକ ଦେଖିଅଛୁ, ଦେଖ, ଆମ୍ଭେ ତୁମ୍ଭର ଆୟୁ ପନ୍ଦର ବର୍ଷ ବୃଦ୍ଧି କରିବା।


ସେହି ସମୟରେ ହିଜକୀୟର ସାଂଘାତିକ ପୀଡ଼ା ହୋଇଥିଲା। ତହିଁରେ ଆମୋସଙ୍କ ପୁତ୍ର ଯିଶାଇୟ ଭବିଷ୍ୟଦ୍‍ବକ୍ତା ତାହା ନିକଟକୁ ଆସି କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଆପଣା ଗୃହ ବିଷୟ ସଜାଡ଼; କାରଣ ତୁମ୍ଭେ ମରିବ, ବଞ୍ଚିବ ନାହିଁ।”


ଏହେତୁ ଅମତ୍‍ସୀୟଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହୁଅନ୍ତେ, ସେ ତାଙ୍କ ନିକଟକୁ ଏକ ଭବିଷ୍ୟଦ୍‍ବକ୍ତା ପଠାଇଲେ, ଯେ ତାଙ୍କୁ କହିଲା, “ଯେଉଁ ଦେବଗଣ ଆପଣା ଲୋକମାନଙ୍କୁ ଆପଣଙ୍କ ହସ୍ତରୁ ଉଦ୍ଧାର କଲେ ନାହିଁ, ଆପଣ କାହିଁକି ସେହି ଲୋକମାନଙ୍କ ଦେବଗଣର ଅନ୍ୱେଷଣ କରୁଅଛନ୍ତି?”


ସେମାନେ ତାଙ୍କୁ କହିଲେ, “ସଦାପ୍ରଭୁ ଆପଣଙ୍କ ପରମେଶ୍ୱରଙ୍କ ନାମ ସକାଶୁ ଆପଣଙ୍କ ଦାସମାନେ ଅତି ଦୂର ଦେଶରୁ ଆସିଅଛନ୍ତି; କାରଣ ତାହାଙ୍କର କୀର୍ତ୍ତି ଓ ସେ ମିସରରେ ଯେସମସ୍ତ କର୍ମ କରିଅଛନ୍ତି।”


ଏହିରୂପେ ସେମାନେ ଗିଲ୍‍ଗଲ୍‍ସ୍ଥିତ ଛାଉଣିକୁ ଯିହୋଶୂୟଙ୍କ ନିକଟକୁ ଯାଇ ତାଙ୍କୁ ଓ ଇସ୍ରାଏଲୀୟ ଲୋକମାନଙ୍କୁ କହିଲେ, “ଆମ୍ଭେମାନେ ଦୂର ଦେଶରୁ ଆସିଲୁ, ଏଣୁ ତୁମ୍ଭେମାନେ ଏବେ ଆମ୍ଭମାନଙ୍କ ସହିତ ନିୟମ ସ୍ଥିର କର।”


ପୁଣି ହନାନିର ପୁତ୍ର ଯେହୂ ଦର୍ଶକ ତାଙ୍କୁ ଭେଟିବାକୁ ବାହାରକୁ ଯାଇ ଯିହୋଶାଫଟ୍‍ ରାଜାଙ୍କୁ କହିଲା, “ଦୁଷ୍ଟମାନଙ୍କର ସାହାଯ୍ୟ କରିବା, ପୁଣି ଯେଉଁମାନେ ସଦାପ୍ରଭୁଙ୍କୁ ଘୃଣା କରନ୍ତି, ସେମାନଙ୍କୁ ପ୍ରେମ କରିବା କି ତୁମ୍ଭର କର୍ତ୍ତବ୍ୟ? ଏହି କାର୍ଯ୍ୟ ହେତୁ ସଦାପ୍ରଭୁଙ୍କଠାରୁ ତୁମ୍ଭ ଉପରେ କୋପ ଉପସ୍ଥିତ।


ଏଥିରେ ସେ ପଚାରିଲେ, “ସେମାନେ ତୁମ୍ଭ ଗୃହରେ କଅଣ ଦେଖିଅଛନ୍ତି?” ତହୁଁ ହିଜକୀୟ ଉତ୍ତର କଲା, “ମୋʼ ଗୃହରେ ଯାହା ଯାହା ଅଛି, ସବୁ ସେମାନେ ଦେଖିଅଛନ୍ତି; ଯାହା ମୁଁ ସେମାନଙ୍କୁ ଦେଖାଇଲି ନାହିଁ, ଏପରି କୌଣସି ପଦାର୍ଥ ମୋʼ ଭଣ୍ଡାରସମୂହରେ ନାହିଁ।”


ତୁମ୍ଭେମାନେ ନାନା ଦେଶୀୟମାନଙ୍କୁ ଜଣାଅ; ଦେଖ, ଯିରୂଶାଲମ ବିରୁଦ୍ଧରେ ଘୋଷଣା କର, “ଦୂର ଦେଶରୁ ଅବରୋଧକାରୀମାନେ ଆସୁଅଛନ୍ତି ଓ ସେମାନେ ଯିହୁଦାର ନଗରସମୂହର ବିରୁଦ୍ଧରେ ହୁଙ୍କାର କରୁଅଛନ୍ତି।


ଦେଖ, ଅତି ଦୂର ଦେଶରୁ ମୋʼ ଲୋକଙ୍କ କନ୍ୟାର ଆର୍ତ୍ତନାଦ; “ସଦାପ୍ରଭୁ କʼଣ ସିୟୋନରେ ନାହାନ୍ତି? ତହିଁର ରାଜା କʼଣ ତହିଁ ମଧ୍ୟରେ ନାହାନ୍ତି?” “ସେମାନେ ଆପଣାମାନଙ୍କର ଖୋଦିତ ପ୍ରତିମା ଓ ବିଦେଶୀୟ ଅସାର ବସ୍ତୁ ସମୂହ ଦ୍ୱାରା କାହିଁକି ଆମ୍ଭଙ୍କୁ ବିରକ୍ତ କରିଅଛନ୍ତି?”


Swiv nou:

Piblisite


Piblisite