Biblia Todo Logo
Bib sou entènèt

- Piblisite -




ଯିଶାଇୟ 34:13 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ତହିଁର ଅଟ୍ଟାଳିକାସକଳରେ କଣ୍ଟକ ଓ ତହିଁର ଦୁର୍ଗସବୁରେ ବିଛୁଆତି, କଣ୍ଟକଲତା ବଢ଼ିବ, ତାହା ଶୃଗାଳଗଣର ବାସସ୍ଥାନ ଓ ଓଟପକ୍ଷୀଗଣର ଚରାସ୍ଥାନ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ତହିଁର ଅଟ୍ଟାଳିକାସକଳରେ କଣ୍ଟକ ଓ ତହିଁର ଦୁର୍ଗସବୁରେ ବିଛୁଆତି ଓ କଣ୍ଟକ ଲତା ବଢ଼ିବ ଓ ତାହା ଶୃଗାଳଗଣର ବାସସ୍ଥାନ ଓ ଉଷ୍ଟ୍ରପକ୍ଷୀ-ଗଣର ଚରାସ୍ଥାନ ହେବ।

Gade chapit la Kopi

ଓଡିଆ ବାଇବେଲ

13 ତହିଁର ଅଟ୍ଟାଳିକାସକଳରେ କଣ୍ଟକ ଓ ତହିଁର ଦୁର୍ଗସବୁରେ ବିଛୁଆତି, କଣ୍ଟକ ଲତା ବଢ଼ିବ, ତାହା ଶୃଗାଳଗଣର ବାସସ୍ଥାନ ଓ ଓଟପକ୍ଷୀଗଣର ଚରାସ୍ଥାନ ହେବ।

Gade chapit la Kopi

ପବିତ୍ର ବାଇବଲ

13 ସେଠାରେ ଥିବା ଅଟ୍ଟାଳିକାଗୁଡ଼ିକ କଣ୍ଟକ ଦ୍ୱାରା ଓ ଦୁର୍ଗଗୁଡ଼ିକ ବିଛୁଆତି ଓ କଣ୍ଟକଲତା ଦ୍ୱାରା ଆଚ୍ଛାଦିତ ହେବ। ତାହା ଶୃଗାଳମାନଙ୍କର ବାସସ୍ଥାନ ଓ ଓଟପକ୍ଷୀମାନଙ୍କର ଚରାସ୍ଥାନ ହେବ।

Gade chapit la Kopi




ଯିଶାଇୟ 34:13
17 Referans Kwoze  

କୋଳାହଳର ରବ, ଦେଖ ତାହା ଉପସ୍ଥିତ ହେଉଅଛି, ଆଉ ଯିହୁଦାର ନଗରସବୁ ଉଚ୍ଛିନ୍ନ ଓ ଶୃଗାଳମାନଙ୍କର ବାସସ୍ଥାନ କରିବା ପାଇଁ ଉତ୍ତର ଦେଶରୁ ମହାଚହଳ ଆସୁଅଛି।


ପୁଣି, ଆମ୍ଭେ ଯିରୂଶାଲମକୁ ଢିପି ଓ ଶୃଗାଳଗଣର ବାସସ୍ଥାନ କରିବା; ଆଉ, ଆମ୍ଭେ ଯିହୁଦାର ନଗରସମୂହକୁ ନିବାସୀବିହୀନ ଧ୍ୱଂସସ୍ଥାନ କରିବା।”


ମାତ୍ର ଏଷୌକୁ ଆମ୍ଭେ ଅପ୍ରେମ କଲୁ ଓ ତାହାର ପର୍ବତଗଣକୁ ଧ୍ୱଂସର ସ୍ଥାନ କଲୁ, ଆଉ ତାହାର ଅଧିକାର ପ୍ରାନ୍ତରସ୍ଥ ଶୃଗାଳମାନଙ୍କର ସ୍ଥାନ କଲୁ।”


ଆମ୍ଭମାନଙ୍କ ଅନ୍ତଃକରଣ ବିମୁଖ ହୋଇ ନାହିଁ, କିଅବା ଆମ୍ଭମାନଙ୍କ ପାଦଗତି ତୁମ୍ଭ ପଥରୁ ଭ୍ରଷ୍ଟ ହୋଇ ନାହିଁ।


ସେ ମହା ଶଦ୍ଦ କରି ଉଚ୍ଚସ୍ୱରରେ କହିଲେ, “ମହାନଗରୀ ବାବିଲ ପତିତ, ଅଧଃପତିତ ହୋଇଅଛି, ତାହା ଭୂତମାନଙ୍କ ବାସସ୍ଥାନ ପୁଣି, ଅଶୁଚି ଆତ୍ମାମାନଙ୍କର ଏବଂ ଅଶୁଚି ଓ ଘୃଣ୍ୟ ପକ୍ଷୀମାନଙ୍କର ଆଶ୍ରୟ-ସ୍ଥାନ ହୋଇଅଛି।


ଏଥିପାଇଁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଜୀବିତ ଥିବା ପ୍ରମାଣେ ନିଶ୍ଚୟ ମୋୟାବ ସଦୋମର ତୁଲ୍ୟ ଓ ଅମ୍ମୋନ-ସନ୍ତାନଗଣ ହମୋରାର ତୁଲ୍ୟ, ବିଛୁଆତି ଗଛର ଆଶ୍ରୟ ଓ ଲବଣର ଆକର ଓ ଚିରକାଳ ଧ୍ୱଂସସ୍ଥାନ ହେବ; ଆମ୍ଭ ଲୋକମାନଙ୍କର ଶେଷାଂଶ ସେମାନଙ୍କୁ ଲୁଟିବେ ଓ ଆମ୍ଭ ଗୋଷ୍ଠୀର ଅବଶିଷ୍ଟାଂଶ ସେମାନଙ୍କୁ ଅଧିକାର କରିବେ।”


କାରଣ ଦେଖ, ସେମାନେ ଧ୍ୱଂସ ସ୍ଥାନରୁ ଯାଇଅଛନ୍ତି, ତଥାପି ମିସର ସେମାନଙ୍କୁ ଏକତ୍ର କରିବ, ମେମ୍ଫିସ (ମିସରର ରାଜଧାନୀ) ସେମାନଙ୍କୁ କବର ଦେବ। ସେମାନଙ୍କର ରୂପାର ମନୋହର ପଦାର୍ଥସବୁ ବିଛୁଆତି ଗଛର ଅଧିକାର ହେବ; ସେମାନଙ୍କ ତମ୍ବୁସବୁରେ କଣ୍ଟକ ବୃକ୍ଷ ଉତ୍ପନ୍ନ ହେବ।


ପୁଣି, ବାବିଲ ଢିପିମୟ ଶୃଗାଳମାନର ବାସସ୍ଥାନ, ବିସ୍ମୟାସ୍ପଦ, ଶୀସ୍‍ ଶବ୍ଦର ବିଷୟ ଓ ନିବାସୀବିହୀନ ହେବ।


ପୁଣି, ହାସୋର ଶୃଗାଳମାନଙ୍କର ବସତି ଓ ସଦାକାଳ ଉତ୍ସନ୍ନ ସ୍ଥାନ ହେବ; କୌଣସି ମନୁଷ୍ୟ ସେଠାରେ ବାସ କରିବ ନାହିଁ, କିଅବା କୌଣସି ମନୁଷ୍ୟ-ସନ୍ତାନ ତହିଁ ମଧ୍ୟରେ ପ୍ରବାସ କରିବ ନାହିଁ।”


ପୁଣି, ମୃଗତୃଷ୍ଣା ଜଳାଶୟ ହେବ ଓ ଶୁଷ୍କ ଭୂମି ନିର୍ଝରମୟ ହେବ; ଶୃଗାଳମାନଙ୍କର ନିବାସ ମଧ୍ୟରେ, ସେମାନଙ୍କର ଶୟନ ସ୍ଥାନରେ ଘାସ, ନଳ ଓ ତଣ୍ଡିବଣ ହେବ।


ଯେହେତୁ ତୁମ୍ଭେ ନଗରକୁ ଢିପି, ପ୍ରାଚୀର-ବେଷ୍ଟିତ ନଗରକୁ କାନ୍ଥଡ଼ା କରିଅଛ; ବିଦେଶୀମାନଙ୍କ ରାଜପୁରୀକୁ ବିନଷ୍ଟ କରିଅଛ; ତାହା ଆଉ କେବେ ନିର୍ମିତ ହେବ ନାହିଁ।


ଶୃଗାଳମାନେ ହିଁ ସ୍ତନ ଦିଅନ୍ତି, ସେମାନେ ଆପଣା ଆପଣା ଛୁଆମାନଙ୍କୁ ଦୁଗ୍ଧ ପାନ କରାନ୍ତି; ମୋʼ ଲୋକଙ୍କର କନ୍ୟା ପ୍ରାନ୍ତରସ୍ଥ ଉଷ୍ଟ୍ରପକ୍ଷୀ ପରି ନିଷ୍ଠୁରା ହୋଇଅଛି।


ତାହାର ନଗରସକଳ ଧ୍ୱଂସସ୍ଥାନ ଓ ଶୁଷ୍କ ଭୂମି ଓ ପ୍ରାନ୍ତର ହୋଇଅଛି, ସେ ଦେଶ ମଧ୍ୟରେ କୌଣସି ମନୁଷ୍ୟ ବାସ କରେ ନାହିଁ, କିଅବା ତହିଁ ମଧ୍ୟଦେଇ କୌଣସି ମନୁଷ୍ୟ-ସନ୍ତାନ ଗମନାଗମନ କରେ ନାହିଁ।


Swiv nou:

Piblisite


Piblisite