Biblia Todo Logo
Bib sou entènèt

- Piblisite -




ଯିଶାଇୟ 28:2 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଦେଖ ପ୍ରଭୁଙ୍କର ଜଣେ ବଳବାନ ଓ ସାହସିକ ଲୋକ ଅଛି; ସେ ଶିଳାଯୁକ୍ତ ଝଡ଼ର, ପ୍ରଳୟକାରୀ ବତାସର ନ୍ୟାୟ, ଶୀଘ୍ର ଧାବମାନ ପ୍ରବଳ ଜଳର ଝଡ଼ ତୁଲ୍ୟ, ହସ୍ତ ଦ୍ୱାରା ଭୂମିରେ ନିକ୍ଷେପ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଦେଖ ପ୍ରଭୁଙ୍କର ଜଣେ ବଳବାନ ଓ ସାହସିକ ଲୋକ ଅଛି; ସେ ଶିଳାଯୁକ୍ତ ଝଡ଼ର, ପ୍ରଳୟକାରୀ ବତାସର ନ୍ୟାୟ, ଶୀଘ୍ର ଧାବମାନ ପ୍ରବଳ ଜଳର ଝଡ଼ ତୁଲ୍ୟ, ହସ୍ତ ଦ୍ଵାରା ଭୂମିରେ ନିକ୍ଷେପ କରିବ।

Gade chapit la Kopi

ଓଡିଆ ବାଇବେଲ

2 ଦେଖ ପ୍ରଭୁଙ୍କର ଜଣେ ବଳବାନ ଓ ସାହସିକ ଲୋକ ଅଛି; ସେ ଶିଳାଯୁକ୍ତ ଝଡ଼ର, ପ୍ରଳୟକାରୀ ବତାସର ନ୍ୟାୟ, ଶୀଘ୍ର ଧାବମାନ ପ୍ରବଳ ଜଳର ଝଡ଼ ତୁଲ୍ୟ, ହସ୍ତ ଦ୍ୱାରା ଭୂମିରେ ନିକ୍ଷେପ କରିବ।

Gade chapit la Kopi

ପବିତ୍ର ବାଇବଲ

2 ଦେଖ, ମୋର ପ୍ରଭୁଙ୍କର ଜଣେ ବଳବାନ୍ ଓ ସାହସୀ ଲୋକ ଅଛି। ସେ ଶିଳାଯୁକ୍ତ ଝଡ଼ ଓ ପ୍ରଳୟକାଳର ବର୍ଷା ବତାସ ପରି ଆସିବ, ଦ୍ରୁତ ଧାବିତ ବନ୍ୟାଜଳ ସଦୃଶ ପ୍ରବାହିତ ହୋଇ ଶକ୍ତିଶାଳୀ ହସ୍ତରେ ତାକୁ ଭୂମିରେ ନିକ୍ଷେପ କରିବ।

Gade chapit la Kopi




ଯିଶାଇୟ 28:2
21 Referans Kwoze  

ମାତ୍ର ସେ ପ୍ଲାବନକାରୀ ବନ୍ୟା ଦ୍ୱାରା ସେହି ସ୍ଥାନ ନିଃଶେଷ ରୂପେ ସଂହାର କରିବେ ଓ ଆପଣା ଶତ୍ରୁଗଣକୁ ଅନ୍ଧକାରକୁ ତଡ଼ି ଦେବେ।


ଏଥିପାଇଁ, ବିଶେଷ ରୂପେ ଅମିଶ୍ରିତ ମସଲାରେ କାନ୍ଥ ଲେପନକାରୀମାନଙ୍କୁ କୁହ ଯେ, ତାହା ପଡ଼ିଯିବ; ପ୍ଲାବନକାରୀ ବୃଷ୍ଟି ହେବ; ହେ ବୃହତ ଶିଳାସକଳ, ତୁମ୍ଭେମାନେ ବୃଷ୍ଟି ହେବ ଓ ପ୍ରଚଣ୍ଡ ବାୟୁ ତାହା ବିଦାରଣ କରିବ।


ପୁଣି, ସଦାପ୍ରଭୁ ଆପଣା କ୍ରୋଧର ପ୍ରଚଣ୍ଡତା ଓ ସର୍ବଗ୍ରାସକ ଅଗ୍ନିଶିଖା, ତୋଫାନ, ଝଡ଼ ଓ ଶିଳାବୃଷ୍ଟି ଦ୍ୱାରା ଆପଣାର ପ୍ରତାପାନ୍ୱିତ ରବ ଶୁଣାଇବେ ଓ ଆପଣା ହସ୍ତର ଅବରୋହଣ ଦେଖାଇବେ।


ସୈନ୍ୟାଧିପତି ସଦାପ୍ରଭୁ ମେଘ ଗର୍ଜ୍ଜନ, ଭୂମିକମ୍ପ, ମହାଶବ୍ଦ, ଘୂର୍ଣ୍ଣିବାୟୁ, ଝଡ଼ ଓ ଗ୍ରାସକାରୀ ଅଗ୍ନିଶିଖା ସହିତ ତାହାର ତତ୍ତ୍ୱ ନେବେ।


ସେହି ଦିନ ସଦାପ୍ରଭୁ ଆପଣାର ନିର୍ଦ୍ଦୟ, ବୃହତ ଓ ଶକ୍ତିଶାଳୀ ଖଡ୍ଗ ଦ୍ୱାରା ଦ୍ରୁତଗାମୀ ସର୍ପ ଲିବିୟାଥନକୁ ଓ ବକ୍ରଗାମୀ ସର୍ପ ଲିବୀୟାଥନକୁ ପ୍ରତିଫଳ ଦେବେ; ଆଉ, ସେ ସମୁଦ୍ରସ୍ଥ ଦୀର୍ଘକାୟ ଜନ୍ତୁକୁ ନଷ୍ଟ କରିବେ।


ଏନିମନ୍ତେ ଏକ ଦିନରେ ହିଁ ତାହା ପ୍ରତି ଏହି ସମସ୍ତ କ୍ଲେଶ, ଅର୍ଥାତ୍‍ ମୃତ୍ୟୁ, ଶୋକ ଓ ଦୁର୍ଭିକ୍ଷ ଘଟିବ, ଆଉ ସେ ସମ୍ପୂର୍ଣ୍ଣ ରୂପେ ଅଗ୍ନିରେ ଦଗ୍ଧ ହେବ, ଯେଣୁ ତାହାର ବିଚାରକର୍ତ୍ତା ପ୍ରଭୁ ଈଶ୍ବର ଶକ୍ତିମାନ।”


ଦେଖ, ପ୍ରଭୁ ସଦାପ୍ରଭୁ ପରାକ୍ରମୀର ତୁଲ୍ୟ ଆସିବେ ଓ ତାହାଙ୍କର ବାହୁ ତାହାଙ୍କ ପାଇଁ କର୍ତ୍ତୃତ୍ୱ କରିବ; ଦେଖ, ତାହାଙ୍କ ସଙ୍ଗେ ତାହାଙ୍କର ପୁରସ୍କାର ଅଛି ଓ ତାହାଙ୍କ ଆଗରେ ତାହାଙ୍କର ପ୍ରତିଫଳ ଅଛି।


କାରଣ ତୁମ୍ଭେ ଦରିଦ୍ରର ଦୃଢ଼ ଦୁର୍ଗ, ଦୀନହୀନର ସଙ୍କଟ ସମୟରେ ତାହାର ଦୃଢ଼ ଦୁର୍ଗ, ଭୟଙ୍କର ଲୋକମାନଙ୍କ ଶ୍ୱାସବାୟୁ ପ୍ରବଳ ବତାସ ତୁଲ୍ୟ ପ୍ରାଚୀରରେ ଲାଗିବା ବେଳେ ପ୍ରବଳ ବତାସ ନିବାରକ ଆଶ୍ରୟ, ତାପ ନିବାରକ ଛାୟା ହୋଇଅଛ।


ପ୍ରଥମ ଦୂତ ତୂରୀଧ୍ୱନୀ କରନ୍ତେ ରକ୍ତ-ମିଶ୍ରିତ ଶିଳା ଓ ଅଗ୍ନି ଉପସ୍ଥିତ ହୋଇ ପୃଥିବୀରେ ନିକ୍ଷିପ୍ତ ହେଲା; ସେଥିରେ ପୃଥିବୀ ଓ ବୃକ୍ଷସମୂହର ତିନି ଭାଗ ପୁଣି, ସମସ୍ତ ସବୁଜ ରଙ୍ଗର ଘାସ ଜଳିଗଲା।


ଏଥିରେ ସେମାନେ ଇସ୍ରାଏଲ ସମ୍ମୁଖରୁ ପଳାଉ ପଳାଉ ଯେତେବେଳେ ବେଥ୍-ହୋରଣର ଗଡ଼ାଣି ପଥରେ ଉପସ୍ଥିତ ହେଲେ, ସେତେବେଳେ ସଦାପ୍ରଭୁ ଅସେକା ପର୍ଯ୍ୟନ୍ତ ସେମାନଙ୍କ ଉପରେ ଆକାଶରୁ ବଡ଼ ବଡ଼ ଶିଳାବୃଷ୍ଟି କଲେ, ତହିଁରେ ସେମାନେ ମଲେ; ଇସ୍ରାଏଲ ସନ୍ତାନମାନେ ଖଡ୍ଗରେ ଯେତେ ଲୋକ ବଧ କରିଥିଲେ, ତତୋଧିକ ଲୋକ ଶିଳାବୃଷ୍ଟିରେ ମଲେ।


ସେମାନେ ଅକାଳରେ ଛିଣ୍ଡାଗଲେ, ସେମାନଙ୍କ ଭିତ୍ତିମୂଳ ସ୍ରୋତ ପରି ଢଳାଗଲା;


“ଏହି ଲୋକମାନେ ଶୀଲୋହର ମନ୍ଦଗାମୀ ସ୍ରୋତ ଅଗ୍ରାହ୍ୟ କରି ରତ୍ସୀନ ଓ ରମଲୀୟର ପୁତ୍ରଠାରେ ଆନନ୍ଦ କରୁଅଛନ୍ତି;


ପୁଣି, ତାହାଙ୍କର ଶ୍ୱାସବାୟୁ ପ୍ଲାବିତ ସ୍ରୋତ ତୁଲ୍ୟ, ସର୍ବଦେଶୀୟ ଲୋକମାନଙ୍କୁ ଅସାରତାରୂପ ଚାଲୁଣୀରେ ଚଲାଇବା ନିମନ୍ତେ ତାହା କଣ୍ଠ ପର୍ଯ୍ୟନ୍ତ ଉଠୁଅଛି; ଆଉ, ଗୋଷ୍ଠୀସମୂହର ମୁଖରେ ଭ୍ରାନ୍ତିଜନକ ଲଗାମ ଦିଆଯିବ।


ମାତ୍ର ଅରଣ୍ୟର ପତନରେ ଶିଳାବୃଷ୍ଟି ହେବ ଓ ନଗର ସମ୍ପୂର୍ଣ୍ଣ ରୂପେ ନିପାତିତ ହେବ।


ପୁଣି, ତୁମ୍ଭେ ଉପରକୁ ଉଠି, ବତାସ ପରି ଆସିବ, ଦେଶକୁ ଆଚ୍ଛନ୍ନ କରିବା ପାଇଁ ତୁମ୍ଭେ, ଆଉ ତୁମ୍ଭର ସମସ୍ତ ସୈନ୍ୟଦଳ ଓ ତୁମ୍ଭ ସଙ୍ଗେ ଅନେକ ଗୋଷ୍ଠୀ ମେଘ ତୁଲ୍ୟ ହେବେ।


ପୁଣି, ତିନି କୋଡ଼ି ଦୁଇ ସପ୍ତାହ ଉତ୍ତାରେ ଅଭିଷିକ୍ତ ବ୍ୟକ୍ତି ଉଚ୍ଛିନ୍ନ ହେବେ ଓ ସେ ଅକିଞ୍ଚନା ହେବେ; ଆଉ, ଆଗାମୀ ଅଧିପତିର ଲୋକମାନେ ନଗର ଓ ଧର୍ମଧାମ ନଷ୍ଟ କରିବେ ଓ ପ୍ଲାବନ ଦ୍ୱାରା ତାହାର ଶେଷ ହେବ, ପୁଣି ଶେଷ ପର୍ଯ୍ୟନ୍ତ ହିଁ ଯୁଦ୍ଧ ହେବ; ନାନା ଉଚ୍ଛିନ୍ନତା ନିରୂପିତ ହୋଇଅଛି।


Swiv nou:

Piblisite


Piblisite