Biblia Todo Logo
Bib sou entènèt

- Piblisite -




ଯିଶାଇୟ 23:17 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଆହୁରି, ସତୁରି ବର୍ଷ ସମାପ୍ତ ହେଲା ଉତ୍ତାରେ ସଦାପ୍ରଭୁ ସୋରର ତତ୍ତ୍ୱ ଅନୁସନ୍ଧାନ କରିବେ, ତହୁଁ ସେ ଆପଣା ଭଡ଼ାଟୀୟା ବୃତ୍ତିକୁ ଫେରିବ, ପୁଣି, ଭୂମଣ୍ଡଳରେ ସର୍ବତ୍ର ପୃଥିବୀସ୍ଥ ସକଳ ରାଜ୍ୟ ସଙ୍ଗେ ବେଶ୍ୟାବୃତ୍ତି କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ଆହୁରି, ସତୁରି ବର୍ଷ ସମାପ୍ତ ହେଲା ଉତ୍ତାରେ ସଦାପ୍ରଭୁ ସୋରର ତତ୍ତ୍ଵ ଅନୁସନ୍ଧାନ କରିବେ, ତହୁଁ ସେ ଆପଣା ଭଡ଼ାଟୀୟା ବୃତ୍ତିକି ଫେରିବ, ପୁଣି ଭୂମଣ୍ତଳରେ ସର୍ବତ୍ର ପୃଥିବୀସ୍ଥ ସକଳ ରାଜ୍ୟ ସଙ୍ଗେ ବେଶ୍ୟା ବୃତ୍ତି କରିବ।

Gade chapit la Kopi

ଓଡିଆ ବାଇବେଲ

17 ଆହୁରି, ସତୁରି ବର୍ଷ ସମାପ୍ତ ହେଲା ଉତ୍ତାରେ ସଦାପ୍ରଭୁ ସୋରର ତତ୍ତ୍ୱ ଅନୁସନ୍ଧାନ କରିବେ, ତହୁଁ ସେ ଆପଣା ଭଡ଼ାଟୀୟା ବୃତ୍ତିକୁ ଫେରିବ, ପୁଣି, ଭୂମଣ୍ଡଳରେ ସର୍ବତ୍ର ପୃଥିବୀସ୍ଥ ସକଳ ରାଜ୍ୟ ସଙ୍ଗେ ବେଶ୍ୟା ବୃତ୍ତି କରିବ।

Gade chapit la Kopi

ପବିତ୍ର ବାଇବଲ

17 ସତୁରି ବର୍ଷ ପରେ ସଦାପ୍ରଭୁ ସୋର ବିଷୟରେ ବିବେଚନା କରିବେ ଓ ତାଙ୍କର ସିଦ୍ଧାନ୍ତ ଦେବେ। ସୋର ତା'ର ବାଣିଜ୍ୟ ବୃତ୍ତିକି ଫେରିବ। ସେ ପୃଥିବୀସ୍ଥ ସମସ୍ତ ଦେଶ ପ୍ରତି ବେଶ୍ୟା ସଦୃଶ ହେବ।

Gade chapit la Kopi




ଯିଶାଇୟ 23:17
22 Referans Kwoze  

ପରମସୁନ୍ଦରୀ ମାୟାବିନୀ ଯେଉଁ ବେଶ୍ୟା, ସେ ନାନା ଦେଶୀୟମାନଙ୍କୁ ଆପଣା ବେଶ୍ୟାବୃତ୍ତି ଦ୍ୱାରା ଓ ଗୋଷ୍ଠୀଗଣକୁ ଆପଣା ଗୁଣି ବିଦ୍ୟା ଦ୍ୱାରା ବିକ୍ରୟ କରେ, କାରଣ ତାହାର ବେଶ୍ୟା ଆଚରଣ ଅବର୍ଣ୍ଣନୀୟ।


କାରଣ ତାହାଙ୍କ ବିଚାର ସତ୍ୟ ଓ ନ୍ୟାୟ; ଯେଉଁ ମହା ବେଶ୍ୟା ଆପଣା ବ୍ୟଭିଚାର ଦ୍ୱାରା, ପୃଥିବୀକୁ ଭ୍ରଷ୍ଟ କରିଥିଲା, ସେ ତାହାକୁ ଦଣ୍ଡ ଦେଇ ଆପଣା ଦାସମାନଙ୍କ ରକ୍ତପାତର ପରିଶୋଧ ତାହାଠାରୁ ନେଇଅଛନ୍ତି।”


ତୁମ୍ଭମାନଙ୍କ ତତ୍ତ୍ୱାବଧାନରେ ଥିବା ଈଶ୍ବରଙ୍କ ପଲକୁ ପ୍ରତିପାଳନ କର, ବାଧ୍ୟ ହୋଇ ନୁହେଁ, ମାତ୍ର ଈଶ୍ବରଙ୍କ ଇଚ୍ଛାନୁଯାୟୀ ସ୍ୱଚ୍ଛନ୍ଦ ମନରେ, ଅନ୍ୟାୟ ଲାଭ ନିମନ୍ତେ ନୁହେଁ, କିନ୍ତୁ ଆଗ୍ରହ ସହକାରେ ତାହା କର;


ସେହି ପ୍ରକାରେ ସେବକମାନଙ୍କର ଶୁଦ୍ଧ ବିବେକରେ ବିଶ୍ୱାସର ନିଗୂଢ଼ତତ୍ତ୍ୱ ଅବଲମ୍ବନ କରି ଗମ୍ଭୀର, ଛଳନାବାକ୍ୟରହିତ,


ମଦ୍ୟପାୟୀ କି ବିବାଦ-ପ୍ରିୟ ନ ହୋଇ ବରଂ ମୃଦୁଶୀଳ, ନିର୍ବିରୋଧ ଓ ନିର୍ଲୋଭ ହେବେ,


ଈଶ୍ବର ଆପଣା ନାମ ନିମନ୍ତେ ଅଣଯିହୁଦୀମାନଙ୍କ ମଧ୍ୟରୁ ଦଳେ ଲୋକ ଗ୍ରହଣ କରିବା ପାଇଁ କିପ୍ରକାରେ ପ୍ରଥମେ ସେମାନଙ୍କ ପ୍ରତି କୃପାଦୃଷ୍ଟି କରିଥିଲେ, ତାହା ଶିମୋନ ବର୍ଣ୍ଣନା କରିଅଛନ୍ତି।


ଆଉ, ସେହି ସମୁଦ୍ର କୂଳ ଯିହୁଦା ବଂଶର ଅବଶିଷ୍ଟାଂଶ ପାଇଁ ହେବ; ସେମାନେ ସେହି ସ୍ଥାନରେ ଆପଣା ଆପଣା ମେଷପଲ ଚରାଇବେ; ସନ୍ଧ୍ୟାକାଳରେ ସେମାନେ ଅସ୍କିଲୋନସ୍ଥିତ ନାନା ଗୃହରେ ଶୟନ କରିବେ; କାରଣ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ସେମାନଙ୍କର ତତ୍ତ୍ୱାବଧାନ କରିବେ ଓ ସେମାନଙ୍କର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବେ।


ସେହି ସ୍ଥାନର ପ୍ରଧାନବର୍ଗ ଲାଞ୍ଚ ନେଇ ବିଚାର କରନ୍ତି ଓ ତହିଁର ଯାଜକଗଣ ବେତନ ନେଇ ଶିକ୍ଷା ଦିଅନ୍ତି ଓ ତହିଁର ଭବିଷ୍ୟଦ୍‍ବକ୍ତାଗଣ ଅର୍ଥ ନେଇ ମନ୍ତ୍ର ପଢ଼ନ୍ତି; ତଥାପି ସେମାନେ ସଦାପ୍ରଭୁଙ୍କ ଉପରେ ନିର୍ଭର କରି କୁହନ୍ତି, “ସଦାପ୍ରଭୁ କି ଆମ୍ଭମାନଙ୍କ ମଧ୍ୟରେ ନାହାନ୍ତି? କୌଣସି ଅମଙ୍ଗଳ ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ।”


ପୁଣି, ତାହାର ଖୋଦିତ ପ୍ରତିମାସକଳ ଖଣ୍ଡ ଖଣ୍ଡ କରାଯିବ ଓ ତାହାର ବେତନସକଳ ଅଗ୍ନିରେ ଦଗ୍ଧ ହେବ, ଆଉ ଆମ୍ଭେ ତାହାର ଦେବତାସକଳକୁ ଧ୍ୱଂସ କରିବା; କାରଣ ବେଶ୍ୟାର ବେତନ ଦ୍ୱାରା ସେ ତାହା ସଞ୍ଚୟ କରିଅଛି ଓ ତାହା ପୁନର୍ବାର ବେଶ୍ୟାର ବେତନ ହୋଇଯିବ।


ଏଥିପାଇଁ ଦେଖ, ତୁମ୍ଭର ଅନ୍ୟାୟ ଲାଭ ଓ ତୁମ୍ଭ ମଧ୍ୟରେ ଯେଉଁ ରକ୍ତପାତ ହୋଇଅଛି, ତହିଁ ନିମନ୍ତେ ଆମ୍ଭେ ଆପଣା ହସ୍ତ ଦେଇଅଛୁ।


ତୁମ୍ଭେ ପ୍ରତ୍ୟେକ ପଥ ମୁଣ୍ଡରେ ଆପଣା ଉଚ୍ଚସ୍ଥାନ ନିର୍ମାଣ କରୁଅଛ ଓ ପ୍ରତ୍ୟେକ ଛକରେ ମଞ୍ଚ ପ୍ରସ୍ତୁତ କରୁଅଛ; ପୁଣି, ତୁମ୍ଭେ ବେଶ୍ୟା ପରି ନ ହୋଇ ଭଡ଼ା ତୁଚ୍ଛ କରିଅଛ।


ଆହୁରି, ତୁମ୍ଭେ ଆପଣାର କାମୁକତା ପ୍ରତିବାସୀ, ମିସରୀୟମାନଙ୍କ ସହିତ ବ୍ୟଭିଚାର କରିଅଛ ଓ ଆମ୍ଭକୁ ବିରକ୍ତ କରିବା ପାଇଁ ଆପଣା ବ୍ୟଭିଚାର କ୍ରିୟା ବଢ଼ାଇଅଛ।


ଯେହେତୁ ସଦାପ୍ରଭୁ ଏହି କଥା କହନ୍ତି, ବାବିଲର ସତୁରି ବର୍ଷ ସମ୍ପୂର୍ଣ୍ଣ ହେଲା ଉତ୍ତାରେ ଆମ୍ଭେ ତୁମ୍ଭମାନଙ୍କର ତତ୍ତ୍ୱାନୁସନ୍ଧାନ କରିବା ଓ ତୁମ୍ଭମାନଙ୍କୁ ଏହି ସ୍ଥାନକୁ ଫେରାଇ ଆଣି ତୁମ୍ଭମାନଙ୍କ ପକ୍ଷରେ ଆମ୍ଭର ମଙ୍ଗଳ ବାକ୍ୟ ସିଦ୍ଧ କରିବା।


ତୁମ୍ଭେ କୌଣସି ମାନତ ନିମନ୍ତେ କୌଣସି ବେଶ୍ୟାର ବେତନ କିଅବା କୁକ୍କୁରର ମୂଲ୍ୟ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଗୃହକୁ ଆଣିବ ନାହିଁ; କାରଣ ସେ ଉଭୟ, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଘୃଣ୍ୟ ବିଷୟ ଅଟନ୍ତି।


ସେହି ଦିନ ଏପରି ଘଟିବ ଯେ, ଏକ ରାଜାର ଅଧିକାରର ସମୟ ପ୍ରମାଣେ ସୋର ସତୁରି ବର୍ଷ ପର୍ଯ୍ୟନ୍ତ ବିସ୍ମୃତ ହେବ; ସତୁରି ବର୍ଷ ଶେଷ ହେଲା ଉତ୍ତାରେ ବେଶ୍ୟାର ଗୀତ ଅନୁଯାୟୀ ସୋର ପ୍ରତି ଘଟିବ।


ହେ ବିସ୍ମୃତ ବେଶ୍ୟେ, ବୀଣା ନେଇ ନଗର ଭ୍ରମଣ କର; ତୁମ୍ଭେ ଯେପରି ସ୍ମୃତିପଥରେ ଆସିବ, ଏଥିପାଇଁ ମଧୁର ତାଳରେ ବଜାଅ, ଅନେକ ଗୀତ ଗାଅ।


ତୁମ୍ଭେ ପ୍ରତ୍ୟେକ ପଥ ମୁଣ୍ଡରେ ଉଚ୍ଚସ୍ଥଳୀ ପ୍ରସ୍ତୁତ କରିଅଛ ଓ ଆପଣାର ସୌନ୍ଦର୍ଯ୍ୟକୁ ଘୃଣାଯୋଗ୍ୟ କରିଅଛ ଓ ପ୍ରତ୍ୟେକ ପଥିକ ପାଇଁ ଆପଣାର ପାଦଦ୍ୱୟ ଅନାବୃତ କରିଅଛ, ଆଉ ଆପଣାର ବ୍ୟଭିଚାର କ୍ରିୟା ବଢ଼ାଇଅଛ।


ତହିଁରେ ଏହି ସମୁଦାୟ ଦେଶ ଉତ୍ସନ୍ନ ସ୍ଥାନ ଓ ବିସ୍ମୟର ବିଷୟ ହେବ ଓ ଏହିସବୁ ଗୋଷ୍ଠୀ ସତୁରି ବର୍ଷ ବାବିଲ ରାଜାର ଦାସତ୍ୱ କରିବେ।


Swiv nou:

Piblisite


Piblisite