Biblia Todo Logo
Bib sou entènèt

- Piblisite -




ଯିଶାଇୟ 18:2 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସେ ସମୁଦ୍ର ପଥରେ ନଳନିର୍ମିତ ନୌକାରେ ଜଳ ଉପରେ ଦୂତଗଣକୁ ପ୍ରେରଣ କରି କହେ, ହେ ଦ୍ରୁତଗାମୀ ଦୂତଗଣ, ଯେଉଁ ଗୋଷ୍ଠୀୟ ଲୋକେ ଦୀର୍ଘକାୟ ଓ ଚିକ୍କଣ, ଯେଉଁ ଜନବୃନ୍ଦ ଅଦ୍ୟାବଧି ଭୟଙ୍କର; ଯେଉଁ ଗୋଷ୍ଠୀୟ ଲୋକେ ପରିମାଣ କରନ୍ତି ଓ ଦଳିତ କରନ୍ତି, ଯେଉଁମାନଙ୍କ ଦେଶ ନଦ-ନଦୀରେ ବିଭକ୍ତ, ତୁମ୍ଭେମାନେ ସେମାନଙ୍କ ନିକଟକୁ ଯାଅ!

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସେ ସମୁଦ୍ର ପଥରେ ନଳନିର୍ମିତ ନୌକାରେ ଜଳ ଉପରେ ଦୂତଗଣକୁ ପ୍ରେରଣ କରି କହେ, ହେ ଦ୍ରୁତଗାମୀ ଦୂତଗଣ, ଯେଉଁ ଗୋଷ୍ଠୀୟ ଲୋକେ ଦୀର୍ଘକାୟ ଓ ଚିକ୍କଣ, ଯେଉଁ ଜନବୃନ୍ଦ ଅଦ୍ୟାବଧି ଭୟଙ୍କର; ଯେଉଁ ଗୋଷ୍ଠୀୟ ଲୋକେ ପରିମାଣ କରନ୍ତି ଓ ଦଳିତ କରନ୍ତି, ଯେଉଁମାନଙ୍କ ଦେଶ ନଦନଦୀରେ ବିଭକ୍ତ, ତୁମ୍ଭେମାନେ ସେମାନଙ୍କ ନିକଟକୁ ଯାଅଣ!

Gade chapit la Kopi

ଓଡିଆ ବାଇବେଲ

2 ସେ ସମୁଦ୍ର ପଥରେ ନଳନିର୍ମିତ ନୌକାରେ ଜଳ ଉପରେ ଦୂତଗଣକୁ ପ୍ରେରଣ କରି କହେ, ହେ ଦ୍ରୁତଗାମୀ ଦୂତଗଣ, ଯେଉଁ ଗୋଷ୍ଠୀୟ ଲୋକେ ଦୀର୍ଘକାୟ ଓ ଚିକ୍‍କଣ, ଯେଉଁ ଜନବୃନ୍ଦ ଅଦ୍ୟାବଧି ଭୟଙ୍କର; ଯେଉଁ ଗୋଷ୍ଠୀୟ ଲୋକେ ପରିମାଣ କରନ୍ତି ଓ ଦଳିତ କରନ୍ତି, ଯେଉଁମାନଙ୍କ ଦେଶ ନଦନଦୀରେ ବିଭକ୍ତ, ତୁମ୍ଭେମାନେ ସେମାନଙ୍କ ନିକଟକୁ ଯାଅ !

Gade chapit la Kopi

ପବିତ୍ର ବାଇବଲ

2 ସେ ସମୁଦ୍ର ପଥରେ ନଳ ନିର୍ମିତ ନୌକାରେ ଦୂତମାନଙ୍କୁ ପ୍ରେରଣ କରିବେ, କ୍ଷିପ୍ର ଗତିରେ ଗ୍ଭଲୁଥିବା ଦୂତମାନଙ୍କୁ, ଶକ୍ତିଶାଳୀ ଓ ଦୀର୍ଘକାୟ ପାଖକୁ ଯାଅ, ସବୁଆଡ଼େ ଲୋକମାନେ ଶକ୍ତିଶାଳୀ ଓ ଦୀର୍ଘକାୟ ଲୋକଙ୍କୁ ଭୟ କରନ୍ତି। ସେମାନେ ଶକ୍ତିଶାଳୀ ଗୋଷ୍ଠୀ ଗଠନ କରନ୍ତି। ସେମାନଙ୍କର ଦେଶ ନଦୀମାନଙ୍କ ଦ୍ୱାରା ବିଭକ୍ତି ହୋଇ ଆସିଅଛନ୍ତି।

Gade chapit la Kopi




ଯିଶାଇୟ 18:2
14 Referans Kwoze  

ସେହି ସମୟରେ ଦୀର୍ଘକାୟ ଓ ଚିକ୍କଣ ଓ ଅଦ୍ୟାବଧି ଭୟଙ୍କର ଏକ ଗୋଷ୍ଠୀୟ ଲୋକେ; ଯେଉଁମାନେ ପରିମାଣ କରନ୍ତି ଓ ପଦ ତଳେ ଦଳିତ କରନ୍ତି, ଯେଉଁମାନଙ୍କର ଦେଶ ନଦ-ନଦୀରେ ବିଭକ୍ତ, ଏପରି ଏକ ଜନବୃନ୍ଦ ସୈନ୍ୟାଧିପତି ସଦାପ୍ରଭୁଙ୍କର ଉପହାର ରୂପେ ସୈନ୍ୟାଧିପତି ସଦାପ୍ରଭୁଙ୍କର ନାମବିଶିଷ୍ଟ ସ୍ଥାନ ସିୟୋନ ପର୍ବତକୁ ଅଣାଯିବେ।


କୂଶୀୟ ଓ ଲୂବୀୟମାନେ ଅପାର ଅପାର ରଥ ଓ ଅଶ୍ୱାରୂଢ଼ ସହିତ କି ଏକ ମହାସୈନ୍ୟ ନ ଥିଲେ? ତଥାପି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ନିର୍ଭର କରିବାରୁ ସେ ତୁମ୍ଭ ହସ୍ତରେ ସେମାନଙ୍କୁ ସମର୍ପଣ କଲେ।


ଏଉତ୍ତାରେ କୂଶଦେଶୀୟ ସେରହ ଦଶ ଲକ୍ଷ ସୈନ୍ୟ ଓ ତିନି ଶହ ରଥ ନେଇ ସେମାନଙ୍କ ବିରୁଦ୍ଧରେ ବାହାର ହୋଇ ଆସିଲା; ସେ ମାରେଶା ପର୍ଯ୍ୟନ୍ତ ଆସିଲା।


ସେହି ଦିନ ନିଶ୍ଚିନ୍ତ କୂଶୀୟମାନଙ୍କୁ ଭୀତ କରାଇବା ପାଇଁ ଦୂତମାନେ ଆମ୍ଭ ସମ୍ମୁଖରୁ ଜାହାଜରେ ଯିବେ; ପୁଣି, ମିସରର ଦିନରେ ଯେପରି ହୋଇଥିଲା, ସେହିପରି ସେମାନଙ୍କର ଯାତନା ହେବ; କାରଣ ଦେଖ, ତାହା ଆସୁଅଛି।


ତହିଁ ଉତ୍ତାରେ ଆଉ ଗୋପନ କରି ନ ପାରି ସେ ଗୋଟିଏ ନଳନିର୍ମିତ ପେଡ଼ି ଘେନି ମାଟିଆ ତେଲ ଓ ଝୁଣା ଲେପନ କରି ତହିଁ ମଧ୍ୟରେ ସେହି ବାଳକକୁ ଥୋଇ ନୀଳ ନଦୀତୀରସ୍ଥ ନଳବନରେ ରଖିଲା।


ଦେଖ, ମୁଁ ତୁମ୍ଭମାନଙ୍କୁ ସାପ ଓ ବିଛା ଉପରେ ଚାଲିବାକୁ କ୍ଷମତା ଦେଇଅଛି, ପୁଣି, ଶତ୍ରୁର ସମସ୍ତ ଶକ୍ତି ଉପରେ ମଧ୍ୟ କ୍ଷମତା ଦେଇଅଛି, ଆଉ କିଛି ହେଲେ କୌଣସି ପ୍ରକାରେ ତୁମ୍ଭମାନଙ୍କର କ୍ଷତି କରିବ ନାହିଁ।


ତାହାସବୁ ବେଗଗାମୀ ଜାହାଜ ପରି ଓ ଶିକାର ଉପରେ ଝାମ୍ପ ମାରିବା ଉତ୍କ୍ରୋଶ ପକ୍ଷୀ ପରି ଚାଲିଯାଏ।


ମୁଁ ସଦାପ୍ରଭୁଙ୍କଠାରୁ ସମ୍ବାଦ ଶୁଣିଅଛି, ପୁଣି ଗୋଷ୍ଠୀଗଣ ମଧ୍ୟରେ ଏହି କଥା କହିବା ପାଇଁ ଜଣେ ଦୂତ ପ୍ରେରିତ ହୋଇଅଛି, ଯଥା, ତୁମ୍ଭେମାନେ ଏକତ୍ରିତ ହୋଇ ତାହା ବିରୁଦ୍ଧରେ ଆସ ଓ ଯୁଦ୍ଧ କରିବାକୁ ଉଠ।


ଓବଦୀୟଙ୍କ ଦର୍ଶନ। ପ୍ରଭୁ, ସଦାପ୍ରଭୁ ଇଦୋମ ବିଷୟରେ ଏହି କଥା କହନ୍ତି; ଆମ୍ଭେମାନେ ସଦାପ୍ରଭୁଙ୍କ ନିକଟରୁ ସମାଚାର ଶୁଣିଅଛୁ ଓ ଗୋଷ୍ଠୀଗଣ ମଧ୍ୟକୁ ଏକ ଦୂତ ପ୍ରେରିତ ହୋଇଅଛି, “ତୁମ୍ଭେମାନେ ଉଠ ଓ ତାହା ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆମ୍ଭେମାନେ ଉଠୁ।”


ସେମାନେ ତ୍ରାସଜନକ ଓ ଭୟଙ୍କର ଅଟନ୍ତି; ସେମାନଙ୍କର ଶାସନ ଓ ଗୌରବ ସେମାନଙ୍କର ନିଜଠାରୁ ନିର୍ଗତ ହୁଅଇ।


Swiv nou:

Piblisite


Piblisite