Biblia Todo Logo
Bib sou entènèt

- Piblisite -




ହୋଶେୟ 7:13 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ସେମାନେ ସନ୍ତାପର ପାତ୍ର! କାରଣ ସେମାନେ ଆମ୍ଭ ନିକଟରୁ ବିପଥଗାମୀ ହୋଇଅଛନ୍ତି; ସେମାନଙ୍କର ସର୍ବନାଶ ଘଟିବ; କାରଣ ସେମାନେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛନ୍ତି; ଆମ୍ଭେ ସେମାନଙ୍କୁ ମୁକ୍ତ କରିବାକୁ ଇଚ୍ଛା କଲେ ମଧ୍ୟ ସେମାନେ ଆମ୍ଭ ବିରୁଦ୍ଧରେ ମିଥ୍ୟା କଥା କହିଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ସେମାନେ ସନ୍ତାପର ପାତ୍ର ! କାରଣ ସେମାନେ ଆମ୍ଭ ନିକଟରୁ ବିପଥଗାମୀ ହୋଇଅଛନ୍ତି; ସେମାନଙ୍କର ସର୍ବନାଶ ଘଟିବ; କାରଣ ସେମାନେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛନ୍ତି; ଆମ୍ଭେ ସେମାନଙ୍କୁ ମୁକ୍ତ କରିବାକୁ ଇଚ୍ଛା କଲେ ହେଁ ସେମାନେ ଆମ୍ଭ ବିରୁଦ୍ଧରେ ମିଥ୍ୟା କଥା କହିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

13 ସେମାନେ ସନ୍ତାପର ପାତ୍ର ! କାରଣ ସେମାନେ ଆମ୍ଭ ନିକଟରୁ ବିପଥଗାମୀ ହୋଇଅଛନ୍ତି; ସେମାନଙ୍କର ସର୍ବନାଶ ଘଟିବ; କାରଣ ସେମାନେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛନ୍ତି; ଆମ୍ଭେ ସେମାନଙ୍କୁ ମୁକ୍ତ କରିବାକୁ ଇଚ୍ଛା କଲେ ମଧ୍ୟ ସେମାନେ ଆମ୍ଭ ବିରୁଦ୍ଧରେ ମିଥ୍ୟା କଥା କହିଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

13 ସେମାନଙ୍କ ପାଇଁ ଏହା ଅତି ମନ୍ଦ ହେବ। ସେମାନେ ଆମ୍ଭଙ୍କୁ ପରିତ୍ୟାଗ କରିଥିଲେ ଏବଂ ଅମାନ୍ୟ କରିଥିଲେ। ତେଣୁ ସେମାନେ ବିନଷ୍ଟ ହେବେ। ଆମ୍ଭେ ସେମାନଙ୍କୁ ରକ୍ଷା କରିଥିଲୁ କିନ୍ତୁ ସେମାନେ ଆମ୍ଭ ବିରୁଦ୍ଧରେ ମିଥ୍ୟା କହୁଛନ୍ତି।

Gade chapit la Kopi




ହୋଶେୟ 7:13
42 Referans Kwoze  

ଯଦ୍ୟପି ସେମାନେ ସନ୍ତାନଗଣକୁ ପ୍ରତିପାଳନ କରିବେ, ତଥାପି ଆମ୍ଭେ ସେମାନଙ୍କୁ ନିଃସନ୍ତାନ କରିବା, ତହିଁରେ ଜଣେ ମନୁଷ୍ୟ ମଧ୍ୟ ସେଠାରେ ରହିବ ନାହିଁ; ହଁ, ଆମ୍ଭେ ସେମାନଙ୍କୁ ଯେତେବେଳେ ପରିତ୍ୟାଗ କରିବା, ସେତେବେଳେ ସେମାନଙ୍କର ସନ୍ତାପ ହେବ!


ଇଫ୍ରୟିମ ମିଥ୍ୟା କଥାରେ ଓ ଇସ୍ରାଏଲ ବଂଶ ପ୍ରବଞ୍ଚନାରେ ଆମ୍ଭକୁ ଘେରୁଅଛନ୍ତି; ମାତ୍ର ଯିହୁଦା ଏବେ ମଧ୍ୟ ପରମେଶ୍ୱରଙ୍କ ସହିତ କର୍ତ୍ତୃତ୍ୱ କରୁଅଛି ଓ ଧର୍ମସ୍ୱରୂପଙ୍କ ସହିତ ବିଶ୍ୱସ୍ତ ହୋଇ ରହିଅଛି।


ପରେ ମୁଁ ଦୃଷ୍ଟିପାତ କଲି, ଆଉ ଆକାଶର ମଧ୍ୟଭାଗରେ ଉଡ଼ୁଥିବା ଗୋଟିଏ ଉତ୍କ୍ରୋଷପକ୍ଷୀ ଉଚ୍ଚସ୍ୱରରେ ଏହା କହୁଥିବା ଶୁଣିଲି, ହାୟ, ହାୟ, ହାୟ, ପୃଥିବୀନିବାସୀମାନେ ସନ୍ତାପର ପାତ୍ର, କାରଣ ଆହୁରି ତିନି ଜଣ ଦୂତ ତୂରୀଧ୍ୱନୀ କରିବାକୁ ଯାଉଅଛନ୍ତି।


ଆମ୍ଭେମାନେ ପାପ କରି ନାହୁଁ, ଏହା ଯଦି କହୁ, ତାହାହେଲେ ଆମ୍ଭେମାନେ ତାହାଙ୍କୁ ମିଥ୍ୟାବାଦୀ କରୁ, ପୁଣି, ତାହାଙ୍କ ବାକ୍ୟ ଆମ୍ଭମାନଙ୍କଠାରେ ନାହିଁ।


“ଗୋ ଯିରୂଶାଲମ, ଗୋ ଯିରୂଶାଲମ, ଭାବବାଦୀମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତମାନଙ୍କ ପ୍ରସ୍ତରାଘାତକାରିଣୀ, କୁକ୍କୁଟୀ ଯେପରି ପକ୍ଷ ତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଚ୍ଛୁକ ହେଲ ନାହିଁ।


ଆମ୍ଭେ ତ ମିସର ଦେଶରୁ ତୁମ୍ଭକୁ ବାହାର କରି ଆଣିଲୁ ଓ ଦାସଗୃହରୁ ତୁମ୍ଭକୁ ମୁକ୍ତ କଲୁ; ଆଉ, ତୁମ୍ଭର ଅଗ୍ରସର ହେବା ପାଇଁ ମୋଶା, ହାରୋଣ ଓ ମରୀୟମକୁ ପଠାଇଲୁ।


ଏଥିରେ ସେହି ଲୋକମାନେ ମହାଭୀତ ହୋଇ ତାଙ୍କୁ କହିଲେ, “ତୁମ୍ଭେ ଏ କି କର୍ମ କରିଅଛ? କାରଣ ସେ ଜଣାଇଥିବାରୁ ସେମାନେ ଜାଣିଥିଲେ ଯେ, ସେ ସଦାପ୍ରଭୁଙ୍କ ଛାମୁରୁ ପଳାଉଅଛନ୍ତି।”


ମାତ୍ର ଯୂନସ ସଦାପ୍ରଭୁଙ୍କ ଛାମୁରୁ ତର୍ଶୀଶକୁ ପଳାଇ ଯିବା ନିମନ୍ତେ ଉଠିଲେ ଓ ଯାଫୋ ନଗରକୁ ଯାଇ ତର୍ଶୀଶଗାମୀ ଏକ ଜାହାଜ ପାଇଲେ; ତହୁଁ ସେ ତହିଁର ଭଡ଼ା ଦେଇ ସଦାପ୍ରଭୁଙ୍କ ଛାମୁରୁ ତର୍ଶୀଶକୁ ସେମାନଙ୍କ ସଙ୍ଗେ ଯିବା ନିମନ୍ତେ ସେହି ଜାହାଜରେ ଚଢ଼ିଲେ।


ମାତ୍ର ଯେତେ ସେମାନଙ୍କୁ ଡାକିଲେ, ସେତେ ସେମାନେ ସେମାନଙ୍କଠାରୁ ଦୂରକୁ ଗଲେ; ସେମାନେ ବାଲ୍‍ଦେବଗଣ ଉଦ୍ଦେଶ୍ୟରେ ବଳିଦାନ କଲେ ଓ ଖୋଦିତ ପ୍ରତିମାଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲେ।


ମୋର ପରମେଶ୍ୱର ସେମାନଙ୍କୁ ଦୂର କରିଦେବେ, କାରଣ ସେମାନେ ତାହାଙ୍କ ବାକ୍ୟରେ କର୍ଣ୍ଣପାତ କଲେ ନାହିଁ; ଆଉ, ସେମାନେ ନାନା ଗୋଷ୍ଠୀ ମଧ୍ୟରେ ଭ୍ରମଣକାରୀ ହେବେ।


ସେମାନେ ଆପଣାମାନଙ୍କର ଦୁଷ୍ଟତା ଦ୍ୱାରା ରାଜାକୁ ଓ ଆପଣାମାନଙ୍କ ମିଥ୍ୟା ଦ୍ୱାରା ଅଧିପତିମାନଙ୍କୁ ଆନନ୍ଦିତ କରନ୍ତି।


ଆମ୍ଭେ ଯେତେବେଳେ ଇସ୍ରାଏଲକୁ ସୁସ୍ଥ କରିବାକୁ ଇଚ୍ଛା କରୁ, ସେତେବେଳେ ଇଫ୍ରୟିମର ଅଧର୍ମ ଓ ଶମରୀୟାର ଦୁଷ୍ଟତା ପ୍ରକାଶିତ ହୁଅଇ; କାରଣ ସେମାନେ ଅସତ୍ୟତାର ବ୍ୟବହାର କରନ୍ତି ଓ ଚୋର ଭିତରେ ପ୍ରବେଶ କରେ, ଆଉ ଡକାୟତ ଦଳ ବାହାରେ ଲୁଟ କରନ୍ତି।


ଆମ୍ଭର ମେଷଗଣ ପର୍ବତ ସକଳରେ ଓ ପ୍ରତ୍ୟେକ ଉଚ୍ଚ ଗିରିରେ ଭ୍ରମଣ କଲେ; ହଁ, ଆମ୍ଭର ମେଷମାନେ ପୃଥିବୀର ସବୁଆଡ଼େ ଛିନ୍ନଭିନ୍ନ ହୋଇଗଲେ; ପୁଣି, ସେମାନଙ୍କୁ ଖୋଜିବାକୁ ଓ ସେମାନଙ୍କର ପଛେ ପଛେ ଅନୁସନ୍ଧାନ କରିବାକୁ କେହି ନ ଥିଲା।


ତଥାପି ତୁମ୍ଭେମାନେ କହୁଅଛ, ‘ପ୍ରଭୁଙ୍କର ପଥ ସରଳ ନୁହେଁ।’ ହେ ଇସ୍ରାଏଲ ବଂଶ, ଏବେ ଶୁଣ; ଆମ୍ଭର ପଥ କି ସରଳ ନୁହେଁ? ତୁମ୍ଭମାନଙ୍କର ପଥ କି ଅସରଳ ନୁହେଁ?


“ପିତାମାତା ‘ଅମ୍ଳ ଦ୍ରାକ୍ଷାଫଳ ଖାଇଲେ, ସନ୍ତାନଗଣର ଦନ୍ତ ଖଟା ହୋଇଅଛି, ଏହି ଯେଉଁ ପ୍ରବାଦ ତୁମ୍ଭେମାନେ ଇସ୍ରାଏଲ ଦେଶ ବିଷୟରେ କହୁଅଛ,’ ଏଥିରେ ତୁମ୍ଭମାନଙ୍କର ଅଭିପ୍ରାୟ କି?


ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭକୁ ଧିକ୍‍ ଧିକ୍‍! ତୁମ୍ଭର ଏହିସବୁ ଦୁଷ୍ଟାଚରଣ ଉତ୍ତାରେ,


ଆମ୍ଭମାନଙ୍କ ମସ୍ତକରୁ ମୁକୁଟ ଖସି ପଡ଼ିଅଛି; ଧିକ୍‍ ଆମ୍ଭମାନଙ୍କୁ! କାରଣ ଆମ୍ଭେମାନେ ପାପ କରିଅଛୁ।


ତୁମ୍ଭେମାନେ ଆପଣା ଆପଣା ପ୍ରାଣ ବିରୁଦ୍ଧରେ ପ୍ରବଞ୍ଚନା କରିଅଛ; କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟକୁ ମୋତେ ପଠାଇ କହିଲ, ‘ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯାହା ଯାହା କହିବେ, ତଦନୁସାରେ ଆମ୍ଭମାନଙ୍କୁ ଜଣାଅ, ଆମ୍ଭେମାନେ ତାହା କରିବୁ।’


ସଦାପ୍ରଭୁ ଏହି ଲୋକମାନଙ୍କ ବିଷୟରେ ଏହି କଥା କହନ୍ତି, “ସେମାନେ ଏହି ପ୍ରକାର ଭ୍ରମଣ କରିବାକୁ ଭଲ ପାଇଅଛନ୍ତି; ସେମାନେ ଆପଣା ଆପଣା ଚରଣକୁ ଅଟକାଇ ନାହାନ୍ତି; ଏହେତୁ ସଦାପ୍ରଭୁ ସେମାନଙ୍କୁ ଗ୍ରାହ୍ୟ କରନ୍ତି ନାହିଁ; ସେ ଏବେ ସେମାନଙ୍କ ଅଧର୍ମ ସ୍ମରଣ କରିବେ ଓ ସେମାନଙ୍କର ସମସ୍ତ ପାପର ପ୍ରତିଫଳ ଦେବେ।”


କାରଣ ସେ କହିଲେ, ନିଶ୍ଚୟ ସେମାନେ ଆମ୍ଭର ଲୋକ, ଯେଉଁମାନେ ଅସତ୍ୟ ବ୍ୟବହାର ନ କରିବେ, ଏପରି ସନ୍ତାନ ଅଟନ୍ତି; ଏଣୁ ସେ ସେମାନଙ୍କର ତ୍ରାଣକର୍ତ୍ତା ହେଲେ।


ତାହା ଅପରାଧ ଓ ସଦାପ୍ରଭୁଙ୍କୁ ଅସ୍ୱୀକାର କରିବା ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପଶ୍ଚାଦ୍‍ଗମନରୁ ବିମୁଖ ହେବା, ଉପଦ୍ରବ ଓ ରାଜଦ୍ରୋହର କଥା କହିବା, ମିଥ୍ୟା କଥା ଧାରଣ କରି ଅନ୍ତଃକରଣରୁ ବାହାର କରିବାର ଅଟେ।


ମାତ୍ର ହେ ଯାକୁବ, ଯେ ତୁମ୍ଭକୁ ସୃଷ୍ଟି କଲେ, ହେ ଇସ୍ରାଏଲ, ଯେ ତୁମ୍ଭକୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏବେ ଏହି କଥା କହନ୍ତି; “ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ; ଆମ୍ଭେ ତୁମ୍ଭର ନାମ ଧରି ତୁମ୍ଭକୁ ଆହ୍ୱାନ କରିଅଛୁ, ତୁମ୍ଭେ ଆମ୍ଭର।


ହେ କୀଟ ସ୍ୱରୂପ ଯାକୁବ ଓ ହେ ଇସ୍ରାଏଲୀୟ ନରଗଣ, ଭୟ କର ନାହିଁ; ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା ଓ ଇସ୍ରାଏଲର ଧର୍ମସ୍ୱରୂପ ତୁମ୍ଭର ମୁକ୍ତିଦାତା ଅଟନ୍ତି।


ଯେଉଁମାନେ ସାହାଯ୍ୟ ନିମନ୍ତେ ମିସରକୁ ଯାଆନ୍ତି ଓ ଅଶ୍ୱଗଣରେ ନିର୍ଭର କରନ୍ତି ଓ ରଥ ଅନେକ ହେବାରୁ, ଆଉ ଅଶ୍ୱାରୋହୀଗଣ ଅତି ବଳବାନ ହେବାରୁ ସେମାନଙ୍କ ଉପରେ ବିଶ୍ୱାସ କରନ୍ତି; ମାତ୍ର ଇସ୍ରାଏଲର ଧର୍ମସ୍ୱରୂପଙ୍କ ପ୍ରତି ନ ଅନାନ୍ତି, କିଅବା ସଦାପ୍ରଭୁଙ୍କର ଅନ୍ୱେଷଣ ନ କରନ୍ତି, ସେମାନେ ସନ୍ତାପର ପାତ୍ର!


ଆଉ, ସେ ସେମାନଙ୍କ ଘୃଣାକାରୀ ଲୋକର ହସ୍ତରୁ ସେମାନଙ୍କୁ ପରିତ୍ରାଣ କଲେ ଓ ସେମାନଙ୍କ ଶତ୍ରୁର ହସ୍ତରୁ ସେ ସେମାନଙ୍କୁ ମୁକ୍ତ କଲେ।


ସେମାନେ ପରମେଶ୍ୱରଙ୍କୁ କହିଲେ, ‘ଆମ୍ଭମାନଙ୍କ ନିକଟରୁ ଦୂର ହୁଅ’ ଓ ‘ସର୍ବଶକ୍ତିମାନ ପରମେଶ୍ୱର ଆମ୍ଭମାନଙ୍କ ପାଇଁ କʼଣ କରିପାରନ୍ତି?’


ଏମାନେ ତୁମ୍ଭର ଦାସ ଓ ତୁମ୍ଭର ଲୋକ, ତୁମ୍ଭେ ଏମାନଙ୍କୁ ଆପଣାର ମହାପରାକ୍ରମ ଓ ଆପଣାର ବଳବାନ ହସ୍ତ ଦ୍ୱାରା ମୁକ୍ତ କରିଅଛ।


ତୁମ୍ଭେ ସ୍ମରଣ କରିବ ଯେ, ତୁମ୍ଭେ ମିସର ଦେଶରେ ବନ୍ଧାଦାସ ହୋଇଥିଲ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ମୁକ୍ତ କଲେ; ଏନିମନ୍ତେ ମୁଁ ଆଜି ତୁମ୍ଭକୁ ଏହି ଆଜ୍ଞା ଦେଉଅଛି।


ଆଉ, ଆମ୍ଭେ ତୁମ୍ଭମାନଙ୍କର ଭ୍ରାତୃଗଣକୁ, ଅର୍ଥାତ୍‍, ଇଫ୍ରୟିମର ସମୁଦାୟ ବଂଶକୁ ଯେପରି ଦୂର କରିଅଛୁ, ସେପରି ତୁମ୍ଭମାନଙ୍କୁ ଆମ୍ଭ ଦୃଷ୍ଟିରୁ ଦୂର କରିବା।


ଆମ୍ଭେମାନେ ବାବିଲକୁ ସୁସ୍ଥ କରିବାକୁ ଇଚ୍ଛା କରୁ, ମାତ୍ର ସେ ସୁସ୍ଥ ହେଲା ନାହିଁ; ଆସ, ଆମ୍ଭେମାନେ ତାହାକୁ ପରିତ୍ୟାଗ କରି ପ୍ରତ୍ୟେକେ ଆପଣା ଆପଣା ଦେଶକୁ ଯାଉ; କାରଣ ତାହାର ଦଣ୍ଡ ଗଗନସ୍ପର୍ଶୀ ଓ ଆକାଶ ପର୍ଯ୍ୟନ୍ତ ଉଚ୍ଚୀକୃତ ଅଛି।


ସେହି ସ୍ଥାନର ଧନୀ ଲୋକମାନେ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ଅଛନ୍ତି ଓ ତହିଁର ନିବାସୀଗଣ ମିଥ୍ୟା କହିଅଛନ୍ତି, ପୁଣି ସେମାନଙ୍କ ମୁଖ ମଧ୍ୟରେ ସେମାନଙ୍କ ଜିହ୍ୱା ପ୍ରବଞ୍ଚକ।


ସଦାପ୍ରଭୁ କହନ୍ତି, “ଯେଉଁ ବିଦ୍ରୋହୀ ସନ୍ତାନଗଣ ମନ୍ତ୍ରଣା କରନ୍ତି, ମାତ୍ର ଆମ୍ଭ ଦ୍ୱାରା ନୁହେଁ; ପୁଣି, ଯେଉଁମାନେ ପାପ ଉପରେ ପାପ କରିବା ନିମନ୍ତେ ଆଚ୍ଛାଦନରେ ଆଚ୍ଛାଦନ କରନ୍ତି, ମାତ୍ର ଆମ୍ଭ ଆତ୍ମାଙ୍କ ଦ୍ୱାରା ନୁହେଁ, ସେମାନେ ସନ୍ତାପର ପାତ୍ର!


ସେମାନେ ଆମ୍ଭକୁ ନ ପଚାରି ଫାରୋର ବଳରେ ଆପଣାମାନଙ୍କୁ ବଳିଷ୍ଠ କରିବାକୁ ଓ ମିସରର ଛାୟାରେ ଆଶ୍ରୟ ନେବାକୁ ମିସରକୁ ଯିବା ନିମନ୍ତେ ଯାତ୍ରା କରୁଅଛନ୍ତି।


ସେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଶ୍ୱାସଘାତକତା କରିଅଛନ୍ତି; କାରଣ ସେମାନେ ଅବୈଧ ସନ୍ତାନ ଉତ୍ପନ୍ନ କରିଅଛନ୍ତି; ଏବେ ଅମାବାସ୍ୟା ସେମାନଙ୍କୁ ଓ ସେମାନଙ୍କ କ୍ଷେତ୍ରସବୁକୁ ଗ୍ରାସ କରିବ।


Swiv nou:

Piblisite


Piblisite