Biblia Todo Logo
Bib sou entènèt

- Piblisite -




ହୋଶେୟ 5:14 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 କାରଣ ଆମ୍ଭେ ଇଫ୍ରୟିମ ପ୍ରତି ସିଂହ ତୁଲ୍ୟ ଓ ଯିହୁଦା ବଂଶ ପ୍ରତି ଯୁବା ସିଂହ ତୁଲ୍ୟ ହେବା। ଆମ୍ଭେ, ଆମ୍ଭେ ହିଁ ବିଦୀର୍ଣ୍ଣ କରି ଚାଲିଯିବା; ଆମ୍ଭେ ସେମାନଙ୍କୁ ଟାଣି ଦୂରକୁ ନେଇଯିବା ଓ ଉଦ୍ଧାର କରିବା ପାଇଁ କେହି ନ ଥିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 କାରଣ ଆମ୍ଭେ ଇଫ୍ରୟିମ ପ୍ରତି ସିଂହ ତୁଲ୍ୟ ଓ ଯିହୁଦା ବଂଶ ପ୍ରତି ଯୁବା ସିଂହ ତୁଲ୍ୟ ହେବା। ଆମ୍ଭେ, ଆମ୍ଭେ ହିଁ ବିଦୀର୍ଣ୍ଣ କରି ଚାଲି ଯିବା; ଆମ୍ଭେ ନେଇ ଯିବା ଓ ଉଦ୍ଧାର କରିବା ପାଇଁ କେହି ନ ଥିବ।

Gade chapit la Kopi

ଓଡିଆ ବାଇବେଲ

14 କାରଣ ଆମ୍ଭେ ଇଫ୍ରୟିମ ପ୍ରତି ସିଂହ ତୁଲ୍ୟ ଓ ଯିହୁଦା ବଂଶ ପ୍ରତି ଯୁବା ସିଂହ ତୁଲ୍ୟ ହେବା। ଆମ୍ଭେ, ଆମ୍ଭେ ହିଁ ବିଦୀର୍ଣ୍ଣ କରି ଚାଲି ଯିବା; ଆମ୍ଭେ ସେମାନଙ୍କୁ ଟାଣି ଦୂରକୁ ନେଇ ଯିବା ଓ ଉଦ୍ଧାର କରିବା ପାଇଁ କେହି ନ ଥିବ।

Gade chapit la Kopi

ପବିତ୍ର ବାଇବଲ

14 କାହିଁକି ସେ ଏହା ପାରିବେ ନାହିଁ? କାରଣ ଆମ୍ଭେ ସିଂହ ସଦୃଶ ଇଫ୍ରୟିମଙ୍କୁ ଆକ୍ରମଣ କରିବା। ଯୁବାସିଂହ ସଦୃଶ ଆମ୍ଭେ ଯିହୁଦା ରାଜ୍ୟକୁ ଆକ୍ରମଣ କରିବା। ହଁ ଆମ୍ଭେ ସଦାପ୍ରଭୁ, ସେମାନଙ୍କୁ ଖଣ୍ତ ଖଣ୍ତ କରି ଚିରିଦେବା। ଆମ୍ଭେ ସେମାନଙ୍କୁ ବହୁଦୂରକୁ ନେଇଯିବା ଏବଂ କେହି ସେମାନଙ୍କୁ ରକ୍ଷା କରି ପାରିବେ ନାହିଁ।

Gade chapit la Kopi




ହୋଶେୟ 5:14
16 Referans Kwoze  

ପୁଣି, ବନ ପଶୁଗଣ ମଧ୍ୟରେ ଯେପରି ସିଂହ, ମେଷପଲ ମଧ୍ୟରେ ଯେପରି ଯୁବା ସିଂହ ଯାଇ ଦଳି ପକାଏ ଓ ବିଦୀର୍ଣ୍ଣ କରେ, ଆଉ ଉଦ୍ଧାରକାରୀ କେହି ନ ଥାଏ, ସେପରି ଗୋଷ୍ଠୀଗଣ ମଧ୍ୟରେ, ଅନେକ ଗୋଷ୍ଠୀ ମଧ୍ୟରେ ଯାକୁବର ଅବଶିଷ୍ଟାଂଶ ହେବେ।


ନୋହିଲେ ସେ ସିଂହ ପରି ମୋର ପ୍ରାଣ ବିଦୀର୍ଣ୍ଣ କରି ଖଣ୍ଡ ଖଣ୍ଡ କରିବ, ଉଦ୍ଧାର କରିବାକୁ କେହି ନ ଥିବ।


“ହେ ପରମେଶ୍ୱରଙ୍କୁ ପାସୋରିବା ଲୋକମାନେ, ତୁମ୍ଭେମାନେ ଏହା ବିବେଚନା କର, ନୋହିଲେ ଆମ୍ଭେ ତୁମ୍ଭମାନଙ୍କୁ ବିଦୀର୍ଣ୍ଣ କରିବା, ପୁଣି, ଉଦ୍ଧାର କରିବାକୁ କେହି ନ ଥିବ।


ତହିଁରେ ଦ୍ରୁତଗାମୀର ପଳାୟନ ଉପାୟ ନଷ୍ଟ ହେବ ଓ ବଳବାନ ଆପଣା ବଳ ଦୃଢ଼ କରିବ ନାହିଁ, ଅଥବା ବୀର ଆପଣାକୁ ରକ୍ଷା କରିବ ନାହିଁ;


ସେମାନଙ୍କର ଗର୍ଜ୍ଜନ ସିଂହୀର ଗର୍ଜ୍ଜନ ପରି, ସେମାନେ ଯୁବା ସିଂହ ପରି ଗର୍ଜ୍ଜନ କରିବେ; ଆହୁରି, ସେମାନେ ଗର୍ଜ୍ଜନ କରି ଓ ଶିକାର ଧରି ନିରାପଦରେ ତାହା ନେଇଯିବେ ଓ ଉଦ୍ଧାର କରିବାକୁ କେହି ନ ଥିବେ।


ସେ ମୋʼ ପ୍ରତି ଛକି ବସିଥିବା ଭାଲୁ ଓ ଅନ୍ତରାଳରେ ଥିବା ସିଂହ ପରି ଅଟନ୍ତି।


ମାତ୍ର ମୋର ମସ୍ତକ ଆପେ ଟେକି ହେଲେ, ତୁମ୍ଭେ ସିଂହ ପରି ମୋତେ ମୃଗୟା କରୁଅଛ ଓ ତୁମ୍ଭେ ପୁନର୍ବାର ମୋʼ ପ୍ରତି ଆପଣାକୁ ଅଦ୍ଭୁତ ଦେଖାଉଅଛ।


ତୁମ୍ଭେ ତ ଜାଣ, ମୁଁ ଦୁଷ୍ଟ ନୁହେଁ ଓ ତୁମ୍ଭ ହସ୍ତରୁ ଉଦ୍ଧାର କରିବାକୁ କେହି ସମର୍ଥ ନୁହେଁ।


ତୁମ୍ଭ ଗୋରୁ ତୁମ୍ଭ ଆଗରେ ହତ ହେବ, ମାତ୍ର ତୁମ୍ଭେ ତାହାର ମାଂସ ଭୋଜନ କରି ପାରିବ ନାହିଁ; ତୁମ୍ଭ ଗର୍ଦ୍ଦଭ ତୁମ୍ଭ ସାକ୍ଷାତରେ ବଳପୂର୍ବକ ନିଆଯିବ, ମାତ୍ର ତାହା ତୁମ୍ଭକୁ ଫେରାଇ ଦିଆଯିବ ନାହିଁ; ତୁମ୍ଭ ମେଷ ତୁମ୍ଭ ଶତ୍ରୁମାନଙ୍କୁ ଦିଆଯିବ, ମାତ୍ର ଉଦ୍ଧାର କରିବାକୁ କେହି ତୁମ୍ଭର ନ ଥିବ।


ସେ ସିଂହ ତୁଲ୍ୟ ଆପଣା ଗହ୍ୱର ତ୍ୟାଗ କରିଅଛନ୍ତି; ତାହାଙ୍କର ଉତ୍ପୀଡ଼କ ଖଡ୍ଗର ଭୟଙ୍କରତା ସକାଶୁ ଓ ତାହାଙ୍କର ପ୍ରଚଣ୍ଡ କ୍ରୋଧ ସକାଶୁ ଦେଶ ବିସ୍ମୟ ସ୍ଥାନ ହୋଇଅଛି।”


“ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ନିକଟକୁ ଫେରିଯାଉ; କାରଣ ସେ ବିଦୀର୍ଣ୍ଣ କରିଅଛନ୍ତି ଓ ସେ ଆମ୍ଭମାନଙ୍କୁ ସୁସ୍ଥ କରିବେ; ସେ ପ୍ରହାର କରିଅଛନ୍ତି ଓ ସେ ଆମ୍ଭମାନଙ୍କ କ୍ଷତ ବାନ୍ଧିବେ।


ଏବେ ଦେଖ, ଆମ୍ଭେ, ଆମ୍ଭେ ହିଁ ସେ ଅଟୁ; ଆମ୍ଭ ସଙ୍ଗେ ଆଉ କୌଣସି ଦେବତା ନାହିଁ; ଆମ୍ଭେ ବଧ କରୁ ଓ ଆମ୍ଭେ ଜୀବନ ଦାନ କରୁ; ଆମ୍ଭେ କ୍ଷତ କରିଅଛୁ ଓ ଆମ୍ଭେ ସୁସ୍ଥ କରୁ; ପୁଣି, ଆମ୍ଭ ହସ୍ତରୁ ଯେ ଉଦ୍ଧାର କରିପାରେ, ଏପରି କେହି ନାହିଁ।


ଆଉ, ସେ ଆପଣାର ଯେଉଁ ଦ୍ରାକ୍ଷାଲତା ଓ ଡିମ୍ବିରିବୃକ୍ଷ ବିଷୟରେ କହିଥିଲା ଏହିସବୁ ମୋର ପ୍ରେମିକଗଣ ମୋର ବେତନ ସ୍ୱରୂପେ ମୋତେ ଦେଇଅଛନ୍ତି, ସେହି ସବୁ ଆମ୍ଭେ ଉଜାଡ଼ କରିବା; ଆଉ, ଆମ୍ଭେ ସେହି ସବୁକୁ ଅରଣ୍ୟ କରିବା, ତହିଁରେ ବନ୍ୟ ପଶୁଗଣ ତାହା ଖାଇ ପକାଇବେ।


ସେମାନେ ଆମ୍ଭମାନଙ୍କ ଚରାଣି ସ୍ଥାନ ଅନୁସାରେ ପରିତୃପ୍ତ ହେଲେ; ସେମାନେ ପରିତୃପ୍ତ ହୋଇ ଅନ୍ତଃକରଣରେ ଗର୍ବିତ ହେଲେ; ଏଥିପାଇଁ ସେମାନେ ଆମ୍ଭକୁ ପାସୋରିଅଛନ୍ତି।


Swiv nou:

Piblisite


Piblisite