Biblia Todo Logo
Bib sou entènèt

- Piblisite -




ହୋଶେୟ 10:4 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ସେମାନେ ନିୟମ କରିବା ସମୟରେ ମିଥ୍ୟା ଶପଥ କରି ଅସାର କଥା କୁହନ୍ତି; ଏଥିପାଇଁ କ୍ଷେତ୍ରର ଶିଆରରେ ଯେପରି ବିଷବୃକ୍ଷ, ସେପରି ସେମାନଙ୍କର ଦଣ୍ଡ ଅଙ୍କୁରିତ ହୁଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ସେମାନେ ନିୟମ କରିବା ସମୟରେ ମିଥ୍ୟା ଶପଥ କରି ଅସାର କଥା କୁହନ୍ତି; ଏଥିପାଇଁ କ୍ଷେତ୍ରର ଶିଆରରେ ଯେପରି ବିଷ ବୃକ୍ଷ, ସେପରି ସେମାନଙ୍କର ଦଣ୍ତ ଅଙ୍କୁରିତ ହୁଏ।

Gade chapit la Kopi

ଓଡିଆ ବାଇବେଲ

4 ସେମାନେ ନିୟମ କରିବା ସମୟରେ ମିଥ୍ୟା ଶପଥ କରି ଅସାର କଥା କୁହନ୍ତି; ଏଥିପାଇଁ କ୍ଷେତ୍ରର ଶିଆରରେ ଯେପରି ବିଷ ବୃକ୍ଷ, ସେପରି ସେମାନଙ୍କର ଦଣ୍ଡ ଅଙ୍କୁରିତ ହୁଏ।

Gade chapit la Kopi

ପବିତ୍ର ବାଇବଲ

4 ସେମାନେ ଶପଥ ନିଅନ୍ତି କିନ୍ତୁ ସେମାନେ କେବଳ ମିଥ୍ୟା କୁହନ୍ତି। ସେମାନେ ସେମାନଙ୍କର ଶପଥ ରକ୍ଷା କରନ୍ତି ନାହିଁ। ସେମାନେ ଚୁକ୍ତି କରନ୍ତି। ସେଥିପାଇଁ ନ୍ୟାୟ କୃଷିକ୍ଷେତ୍ରରେ ବିଷାକ୍ତ ଅନାବନା ଘାସ ପରି ବଢ଼େ।

Gade chapit la Kopi




ହୋଶେୟ 10:4
16 Referans Kwoze  

ଅଶ୍ୱଗଣ କି ଶୈଳ ଉପରେ ଦୌଡ଼ିବେ? କେହି ବଳଦ ନେଇ କି ସେଠାରେ ଚାଷ କରିବ? ତୁମ୍ଭେମାନେ ନ୍ୟାୟ ବିଚାରକୁ ବିଷରେ ଓ ଧାର୍ମିକତାର ଫଳକୁ ତିକ୍ତ ଫଳରେ ପରିଣତ କରିଅଛ;


ବିଚାରକୁ ତିକ୍ତ ଫଳରେ ପରିଣତକାରୀ ଓ ନ୍ୟାୟକୁ ଭୂମିସାତ୍‍କାରୀମାନେ;


ଅଭିଶାପ ଦେବା, ବିଶ୍ୱାସଲଙ୍ଘନ, ବଧ, ଚୋରି ଓ ବ୍ୟଭିଚାର ବିନା ସେଠାରେ ଆଉ କିଛି ନାହିଁ; ଲୋକମାନେ ବିଦ୍ରୋହୀ ହୋଇ ଉଠନ୍ତି ଓ ରକ୍ତପାତ ଉପରେ ରକ୍ତପାତ କରାଯାଏ।


କାଳେ କେହି ଈଶ୍ବରଙ୍କ ଅନୁଗ୍ରହରୁ ପତିତ ହୁଏ ଅବା କୌଣସି ତିକ୍ତତାର ମୂଳ ଅଙ୍କୁରିତ ହୋଇ ବଢ଼ି ଉଠି ତୁମ୍ଭମାନଙ୍କର ଅନିଷ୍ଟ କରେ, ଆଉ ତଦ୍ୱାରା ଅନେକେ କଳୁଷିତ ହୁଅନ୍ତି;


ଅକୃତଜ୍ଞ, ଅପବିତ୍ର, ସ୍ନେହଶୂନ୍ୟ, ଅମିଳନପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ, ପ୍ରଚଣ୍ଡ, ଉତ୍ତମ ବିଷୟର ଘୃଣାକାରୀ,


ପିତାମାତାଙ୍କ ଅନାଜ୍ଞାବହ, ନିର୍ବୋଧ, ନିୟମ ଭଗ୍ନକାରୀ, ସ୍ୱାଭାବିକ ସ୍ନେହ-ରହିତ ଓ ନିର୍ଦ୍ଦୟ ଅଟନ୍ତି।


କାରଣ ତୁମ୍ଭେ ତିକ୍ତ ବିଷରେ ପରିପୂର୍ଣ୍ଣ ହୋଇ ଅଧର୍ମରୂପ ବନ୍ଧନରେ ଆବଦ୍ଧ ଅଛ ବୋଲି ମୁଁ ଦେଖୁଅଛି।


ମାତ୍ର ଆଦମର ତୁଲ୍ୟ ସେମାନେ ନିୟମ ଲଙ୍ଘନ କରିଅଛନ୍ତି; ସେହି ସ୍ଥାନରେ ସେମାନେ ଆମ୍ଭ ବିରୁଦ୍ଧରେ ବିଶ୍ୱାସଘାତକତା କରିଅଛନ୍ତି।


ଯେହେତୁ ଇସ୍ରାଏଲ ବଂଶ ସୈନ୍ୟାଧିପତି ସଦାପ୍ରଭୁଙ୍କର ଦ୍ରାକ୍ଷାକ୍ଷେତ୍ର ଓ ଯିହୁଦାର ଲୋକେ ତାହାଙ୍କର ମନୋରମ ଚାରା; ସେ ନ୍ୟାୟ ଅପେକ୍ଷା କଲେ, ମାତ୍ର ଦେଖ, ଉପଦ୍ରବ; ଧାର୍ମିକତା ଅପେକ୍ଷା କଲେ, ମାତ୍ର ଦେଖ, କ୍ରନ୍ଦନ।


ଏନିମନ୍ତେ ସାବଧାନ, ସେହି ଦେଶୀୟ ଲୋକମାନଙ୍କ ଦେବତାଗଣର ପଶ୍ଚାଦ୍‍ଗାମୀ ହୋଇ ସେବା କରିବା ନିମନ୍ତେ ଆଜି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କଠାରୁ ଯାହାର ହୃଦୟ ବିମୁଖ ହୁଏ, ଏପରି କୌଣସି ପୁରୁଷ, କି ସ୍ତ୍ରୀ, କି ପରିବାର, କି ବଂଶ ଯେପରି ତୁମ୍ଭମାନଙ୍କ ମଧ୍ୟରେ ନ ରହେ, ଯେପରି ବିଷ ଓ ନାଗଦଅଣାର ମୂଳ ତୁମ୍ଭମାନଙ୍କ ମଧ୍ୟରେ ନ ରହେ;


ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ତୁମ୍ଭେ ଆପଣା ପୂର୍ବପୁରୁଷମାନଙ୍କ ସହିତ ଶୟନ କରିବ; ତହିଁ ଉତ୍ତାରେ ଏହି ଲୋକମାନେ ଉଠିବେ, ପୁଣି ଯେଉଁ ଦେଶରେ ପ୍ରବେଶ କରିବାକୁ ଯାଉଅଛନ୍ତି, ସେହି ସ୍ଥାନର ବିଦେଶୀୟ ଦେବତାଗଣର ଅନୁଗାମୀ ହୋଇ ବ୍ୟଭିଚାର କରିବେ, ଆମ୍ଭକୁ ତ୍ୟାଗ କରିବେ ଓ ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ କରିଅଛୁ, ତାହା ଲଙ୍ଘନ କରିବେ।


ସେସମୟରେ ସେମାନଙ୍କ ପ୍ରତିକୂଳରେ ଆମ୍ଭର କ୍ରୋଧ ପ୍ରଜ୍ୱଳିତ ହେବ, ତେଣୁ ଆମ୍ଭେ ସେମାନଙ୍କୁ ତ୍ୟାଗ କରିବା ଓ ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଲୁଚାଇବା, ତହିଁରେ ସେମାନେ ଗ୍ରାସିତ ହେବେ ଓ ସେମାନଙ୍କ ପ୍ରତି ଅନେକ ଅମଙ୍ଗଳ ଓ କ୍ଳେଶ ଘଟିବ; ତହୁଁ ସେହି ସମୟରେ ସେମାନେ କହିବେ, ‘ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ମଧ୍ୟରେ ନ ଥିବାରୁ କି ଏହିସବୁ ଅମଙ୍ଗଳ ଆମ୍ଭମାନଙ୍କୁ ଘଟୁ ନାହିଁ?’


Swiv nou:

Piblisite


Piblisite