Biblia Todo Logo
Bib sou entènèt

- Piblisite -




ଏବ୍ରୀ 9:22 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ପୁଣି, ମୋଶାଙ୍କ ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ଶୁଚିକୃତ ହୁଏ, ଆଉ ରକ୍ତପାତ ବିନା ପାପ କ୍ଷମା ହୁଏ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ପୁଣି ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ଵାରା ଶୁଚିକୃତ ହୁଏ, ଆଉ ରକ୍ତପାତ ବିନା ପାପମୋଚନ ହୁଏ ନାହିଁ।

Gade chapit la Kopi

ଓଡିଆ ବାଇବେଲ

22 ପୁଣି, ମୋଶାଙ୍କ ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ଶୁଚିକୃତ ହୁଏ, ଆଉ ରକ୍ତପାତ ବିନା ପାପ କ୍ଷମା ହୁଏ ନାହିଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

22 ବସ୍ତୁତଃ, ବ୍ୟବସ୍ଥାନୁସାରେ ସମସ୍ତ ବିଷୟ ରକ୍ତ ଦ୍ୱାରା ପବିତ୍ରୀକୃତ ହୁଏ ଏବଂ ରକ୍ତପାତ ଦ୍ୱାରା ହିଁ ପାପ କ୍ଷମା ହୁଏ।

Gade chapit la Kopi

ପବିତ୍ର ବାଇବଲ

22 ବ୍ୟବସ୍ଥା କୁହେ ଯେ, ପ୍ରତ୍ୟେକ ବସ୍ତୁ ରକ୍ତ ଦ୍ୱାରା ଶୁଦ୍ଧ ହୋଇ ପାରିବ। ଓ ବିନା ରକ୍ତରେ ପାପଗୁଡ଼ିକୁ କ୍ଷମା କରାଯାଇ ପାରିବ ନାହିଁ।

Gade chapit la Kopi




ଏବ୍ରୀ 9:22
14 Referans Kwoze  

କାରଣ ରକ୍ତରେ ପ୍ରାଣୀର ପ୍ରାଣ ଥାଏ; ପୁଣି, ତୁମ୍ଭମାନଙ୍କ ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ଆମ୍ଭେ ତାହା ବେଦି ଉପରେ ତୁମ୍ଭମାନଙ୍କୁ ଦେଇଅଛୁ, ଯେହେତୁ ପ୍ରାଣର ଗୁଣରେ ରକ୍ତ ହିଁ ପ୍ରାୟଶ୍ଚିତ୍ତ କରେ।


ତହୁଁ ଯାଜକ ସଦାପ୍ରଭୁଙ୍କ ଛାମୁରେ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ ଯେକୌଣସି କର୍ମ ଦ୍ୱାରା ଦୋଷୀ ହୋଇଥାଏ, ତହିଁରୁ କ୍ଷମାପ୍ରାପ୍ତ ହେବ।”


ଆଉ, ମଙ୍ଗଳାର୍ଥକ ବଳିର ମେଷବତ୍ସଠାରୁ ନିଆଯାଇଥିବା ମେଦ ତୁଲ୍ୟ ଏହାର ସକଳ ମେଦ ନେବ, ପୁଣି ଯାଜକ ବେଦିରେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ଉପରେ ତାହା ଦଗ୍ଧ କରିବ; ଏହିରୂପେ ସେ ଯେଉଁ ପାପ କରିଅଛି, ସେହି ପାପ ସକାଶୁ ଯାଜକ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ।


ସେ ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ପଲରୁ ଏକ ନିଖୁନ୍ତ ମେଷ ଦୋଷାର୍ଥକ ବଳି ରୂପେ ଯାଜକ ନିକଟକୁ ଆଣିବ; ପୁଣି ଯେଉଁ ବିଷୟରେ ସେ ଭୁଲବଶତଃ ପାପ କଲା ଓ ତାହା ଜାଣିଲା ନାହିଁ, ଯାଜକ ତହିଁ ସକାଶୁ ତାହା ପାଇଁ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ।


ଏଥିଉତ୍ତାରେ ଯାଜକ ସେହି ଦୋଷାର୍ଥକ ବଳିର କିଛି ରକ୍ତ ନେବ; ପୁଣି, ଯାଜକ ସେହି ଶୁଚିଯୋଗ୍ୟ ଲୋକର ଡାହାଣ କର୍ଣ୍ଣପ୍ରାନ୍ତରେ, ଡାହାଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଡାହାଣ ପାଦର ବୃଦ୍ଧାଙ୍ଗୁଳିରେ ତାହା ଲଗାଇବ;


ତହିଁ ଉତ୍ତାରେ ସେ ସେହି ଜୀଅନ୍ତା ପକ୍ଷୀକୁ, ଏରସ କାଠ, ସିନ୍ଦୂର ବର୍ଣ୍ଣ (ଲୋମ) ଓ ଏସୋବ ନେଇ ସେହି ସ୍ରୋତଜଳ ଉପରେ ହତ ପକ୍ଷୀର ରକ୍ତରେ ଜୀଅନ୍ତା ପକ୍ଷୀକୁ ଓ ସେହି ସବୁ ଡୁବାଇବ;


ତହିଁ ଉତ୍ତାରେ ସେ ବିଧି ଅନୁସାରେ ଅନ୍ୟଟିକୁ ହୋମାର୍ଥକ ବଳି ଉତ୍ସର୍ଗ କରିବ; ଏହିରୂପେ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ନିମନ୍ତେ ଯାଜକ ପ୍ରାୟଶ୍ଚିତ୍ତ କରିବ; ତହିଁରେ ସେ କ୍ଷମାପ୍ରାପ୍ତ ହେବ।


ପୁଣି ମଙ୍ଗଳାର୍ଥକ ବଳିଦାନର ମେଦ ତୁଲ୍ୟ ତାହାର ସକଳ ମେଦ ନେଇ ବେଦି ଉପରେ ଦଗ୍ଧ କରିବ; ଏହିରୂପେ ଯାଜକ ତାହାର ପାପମୋଚନାର୍ଥକ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ।


ପୁଣି, ସେ ସେହି ପାପାର୍ଥକ ବଳିର ଗୋବତ୍ସକୁ ଯେରୂପ କଲା, ଏହାକୁ ହିଁ ସେରୂପ କରିବ; ଏହିରୂପେ ଯାଜକ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେମାନେ କ୍ଷମାପ୍ରାପ୍ତ ହେବେ।


ପୁଣି, ସେ ସେହି ଦୋଷାର୍ଥକ ବଳିର ମେଷବତ୍ସ ବଧ କରିବ; ଆଉ ଯାଜକ ସେହି ଦୋଷାର୍ଥକ ବଳିର କିଛି ରକ୍ତ ନେଇ ଶୁଚିଯୋଗ୍ୟ ଲୋକର ଡାହାଣ କର୍ଣ୍ଣପ୍ରାନ୍ତରେ, ଡାହାଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଡାହାଣ ପାଦର ବୃଦ୍ଧାଙ୍ଗୁଳିରେ ଲଗାଇବ;


ତହୁଁ ସେ ତାହା ଯାଜକ ନିକଟକୁ ଆଣିଲେ, ଯାଜକ ତହିଁର ସ୍ମରଣାର୍ଥକ ଅଂଶ ରୂପେ ତହିଁରୁ ଏକ ମୁଷ୍ଟି ନେଇ ବେଦିରେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ଉପରେ ତାହା ଦଗ୍ଧ କରିବ; ଏହା ପାପାର୍ଥକ ନୈବେଦ୍ୟ।


ମାତ୍ର ସେ ଯଦି ଦୁଇ କପୋତ ଅବା ଦୁଇ ପାରାଛୁଆ ଆଣିବାକୁ ଅସମର୍ଥ ହୁଏ, ତେବେ ସେ ଆପଣା କୃତ ପାପ ନିମନ୍ତେ ଆପଣାର ଉପହାର ରୂପେ ପାପାର୍ଥକ ନୈବେଦ୍ୟ ପାଇଁ ଐଫାର ଦଶମାଂଶ ସରୁ ମଇଦା ଆଣିବ; ସେ ତହିଁ ଉପରେ ତୈଳ ଦେବ ନାହିଁ, କି କୁନ୍ଦୁରୁ ରଖିବ ନାହିଁ; କାରଣ ତାହା ପାପାର୍ଥକ ନୈବେଦ୍ୟ।


ଆଉ, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ପୁଣି, ଯେଉଁ ସମୟରେ ତହିଁ ଉପରେ ସେମାନେ ହୋମ ବଳିଦାନ ଓ ରକ୍ତ ସିଞ୍ଚନ କରିବା ନିମନ୍ତେ ଯଜ୍ଞବେଦି ନିର୍ମାଣ କରିବେ, ସେହି ସମୟରେ ତହିଁ ସମ୍ବନ୍ଧୀୟ ବିଧି ଏହି।


Swiv nou:

Piblisite


Piblisite