Biblia Todo Logo
Bib sou entènèt

- Piblisite -




ଏବ୍ରୀ 9:2 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 କାରଣ ଗୋଟିଏ ତମ୍ବୁ ନିର୍ମିତ ହୋଇଥିଲା, ସେଥିର ପ୍ରଥମ ଭାଗରେ ଦୀପବୃକ୍ଷ, ମେଜ ଓ ଉତ୍ସର୍ଗୀକୃତ ରୁଟି ଥିଲା ତାହାକୁ ପବିତ୍ର ସ୍ଥାନ ବୋଲି କହନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 କାରଣ ଗୋଟିଏ ତମ୍ଵୁ ନିର୍ମିତ ହୋଇଥିଲା, ସେଥିର ପ୍ରଥମ ଭାଗରେ ଦୀପବୃକ୍ଷ, ମେଜ ଓ ଦର୍ଶନୀ ରୋଟୀ ଥିଲା; ତାହାକୁ ପବିତ୍ର ସ୍ଥାନ ବୋଲି କହନ୍ତି।

Gade chapit la Kopi

ଓଡିଆ ବାଇବେଲ

2 କାରଣ ଗୋଟିଏ ତମ୍ବୁ ନିର୍ମିତ ହୋଇଥିଲା, ସେଥିର ପ୍ରଥମ ଭାଗରେ ଦୀପବୃକ୍ଷ, ମେଜ ଓ ଉତ୍ସର୍ଗୀକୃତ ରୁଟି ଥିଲା ତାହାକୁ ପବିତ୍ର ସ୍ଥାନ ବୋଲି କହନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

2 ତଦନୁସାରେ ଏକ ଉପାସନା ତମ୍ବୁ ସ୍ଥାପିତ ହୋଇଥିଲା। ସେଥିରେ ଥିବା ପ୍ରଥମ ପ୍ରକୋଷ୍ଠକୁ ‘ପବିତ୍ର ସ୍ଥାନ’ କୁହାଯାଉଥିଲା। ଏହା ମଧ୍ୟରେ ଦୀପରୂଖା, ଗୋଟିଏ ମେଜ ଓ ମେଜ ଉପରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବା ରୋଟୀ ଥିଲା।

Gade chapit la Kopi

ପବିତ୍ର ବାଇବଲ

2 ଏହି ସ୍ଥାନଟି ଗୋଟିଏ ତମ୍ବୁ ଭିତରେ ଥିଲା। ଏହି ତମ୍ବୁର ପ୍ରଥମ ଭାଗରେ ଦୀପ, ମେଜ ଓ ତହିଁ ଉପରେ ପରମେଶ୍ୱରଙ୍କୁ ଉତ୍ସର୍ଗୀକୃତ ରୋଟୀ ଥିଲା। ଏହି ସ୍ଥାନକୁ ‘ପବିତ୍ର ସ୍ଥାନ’ ବୋଲି କୁହା ଯାଇଥିଲା।

Gade chapit la Kopi




ଏବ୍ରୀ 9:2
21 Referans Kwoze  

ଏଉତ୍ତାରେ ମେଜ ଭିତରକୁ ଆଣି ତହିଁ ଉପରିସ୍ଥିତ ଦ୍ରବ୍ୟମାନ ଧାରାନୁସାରେ ରଖିବ; ଆଉ ଦୀପବୃକ୍ଷ ଭିତରକୁ ଆଣି ତହିଁର ପ୍ରଦୀପସକଳ ଜାଳିବ।


ବିଚ୍ଛେଦ ବସ୍ତ୍ରର ବାହାରେ ମେଜ ରଖିବ ଓ ମେଜ ସମ୍ମୁଖରେ ଆବାସର ଦକ୍ଷିଣ ଦିଗରେ ଦୀପବୃକ୍ଷ ରଖିବ ଓ ଉତ୍ତର ଦିଗରେ ମେଜ ରଖିବ।


“ତୁମ୍ଭେ ପ୍ରଥମ ମାସରେ ପ୍ରଥମ ଦିନରେ ସମାଗମ-ତମ୍ବୁର ଆବାସ ସ୍ଥାପନ କରିବ।


ପୁଣି, ଆଙ୍କୁଡ଼ା ସବୁର ତଳେ ବିଚ୍ଛେଦ ବସ୍ତ୍ର ଟଙ୍ଗାଇ ସେହି ବିଚ୍ଛେଦ ବସ୍ତ୍ର ମଧ୍ୟକୁ ସାକ୍ଷ୍ୟରୂପ ସିନ୍ଦୁକ ଆଣିବ; ତହିଁରେ ସେହି ବିଚ୍ଛେଦ ବସ୍ତ୍ର ପବିତ୍ର ସ୍ଥାନ ଓ ମହାପବିତ୍ର ସ୍ଥାନ ମଧ୍ୟରେ ଭେଦକ ହେବ।


ଆମ୍ଭେ ତୁମ୍ଭକୁ ଯେପରି ଆଜ୍ଞା ଦେଇଅଛୁ, ତଦନୁସାରେ ତୁମ୍ଭେ ହାରୋଣ ପ୍ରତି ଓ ତାହାର ପୁତ୍ରଗଣ ପ୍ରତି କରିବ; ସେମାନଙ୍କ ଉତ୍ସର୍ଗୀକୃତରେ ସାତ ଦିନ ଲାଗିବ।


ଆଉ ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ସେମାନଙ୍କୁ ପ୍ରତିଷ୍ଠା କରିବା ପାଇଁ ତୁମ୍ଭେ ସେମାନଙ୍କ ପ୍ରତି ଏହି ସମସ୍ତ କର୍ମ କରିବ; ନିଖୁନ୍ତ ଏକ ଗୋବତ୍ସ ଓ ଦୁଇ ମେଷ ନେବ,


ତହିଁ ଉତ୍ତାରେ ତୁମ୍ଭେ ଶିଟୀମ୍‍ କାଷ୍ଠରେ ଦୁଇ ହସ୍ତ ଦୀର୍ଘ ଓ ଏକ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ ଗୋଟିଏ ମେଜ ନିର୍ମାଣ କରି


ତୁମ୍ଭେ ସେହି ମେଜ ଉପରେ ଆମ୍ଭ ସମ୍ମୁଖରେ ସର୍ବଦା ଦର୍ଶନୀୟ ରୁଟି ରଖିବ।


ଆହୁରି, ତୁମ୍ଭେ ନିର୍ମଳ ସୁବର୍ଣ୍ଣର ଏକ ଦୀପବୃକ୍ଷ ନିର୍ମାଣ କରିବ; ପିଟାକର୍ମରେ ଦୀପବୃକ୍ଷ, ତହିଁର ଗଣ୍ଡି ଓ ଶାଖା ନିର୍ମିତ ହେବ; ଆଉ ଗୋଲାଧାର, କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ରହିବ।


ଆହୁରି ତୁମ୍ଭେ ଦଶ ଯବନିକା ଦ୍ୱାରା ଆବାସ ପ୍ରସ୍ତୁତ କରିବ; ସେହି ସବୁ ଯବନିକା ଶୁଭ୍ର କ୍ଷୋମ, ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ସୂତ୍ରରେ ନିର୍ମିତ ହେବ, ତହିଁରେ ଶିଳ୍ପିତ କିରୂବମାନଙ୍କର ଆକୃତି ରହିବ।


କିବା ଲୋକମାନେ ଦୀପ ଜାଳି ମାଣ ତଳେ ରଖନ୍ତି ନାହିଁ, ମାତ୍ର ଦୀପରୁଖା ଉପରେ ରଖନ୍ତି, ସେଥିରେ ତାହା ଗୃହରେ ଥିବା ସମସ୍ତ ଲୋକକୁ ଆଲୋକ ଦିଏ।


ସେ କିପରି ଈଶ୍ବରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଉତ୍ସର୍ଗୀକୃତ ରୁଟି କେବଳ ଯାଜକମାନଙ୍କ ଭୋଜନ କରିବା ବିଧିସଙ୍ଗତ ଥିଲା, କିନ୍ତୁ ତାଙ୍କର ଓ ତାହାଙ୍କ ସଙ୍ଗୀମାନଙ୍କର ଭୋଜନ କରିବା ବିଧିସଙ୍ଗତ ନ ଥିଲା, ତାହା ସେମାନେ ଭୋଜନ କରିଥିଲେ।


ମହାଯାଜକ ଯେପରି ଅନ୍ୟର ରକ୍ତ ଘେନି ବର୍ଷକୁ ବର୍ଷ ମହାପବିତ୍ର ସ୍ଥାନରେ ପ୍ରବେଶ କରନ୍ତି, ସେହିପରି ସେ ଯେ ଥରକୁଥର ଆପଣାକୁ ଉତ୍ସର୍ଗ କରିବେ, ତାହା ନୁହେଁ;


Swiv nou:

Piblisite


Piblisite