Biblia Todo Logo
Bib sou entènèt

- Piblisite -




ଏବ୍ରୀ 7:11 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଆହୁରି ମଧ୍ୟ, ଯେଉଁ ଲେବୀୟ ଯାଜକତ୍ୱ ଅଧୀନରେ ଲୋକମାନେ ମୋଶାଙ୍କ ବ୍ୟବସ୍ଥା ପ୍ରାପ୍ତ ହେଲେ, ସେହି ଯାଜକତ୍ୱ ଦ୍ୱାରା ଯଦି ସିଦ୍ଧି ଲାଭ ହୁଅନ୍ତା, ତାହାହେଲେ ହାରୋଣଙ୍କ ଶ୍ରେଣୀ ଅନୁସାରେ ଗଣିତ ନ ହୋଇ ମଲ୍‍କୀଷେଦକଙ୍କ ସଦୃଶ ଅନ୍ୟ ଜଣେ ଯାଜକ ଉତ୍ପନ୍ନ ହେବାର ଆଉ କଅଣ ଆବଶ୍ୟକ ଥିଲା?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଆହୁରି ମଧ୍ୟ, ଯେଉଁ ଲେବୀୟ ଯାଜକତ୍ଵ ଅଧୀନରେ ଲୋକମାନେ ବ୍ୟବସ୍ଥା ପ୍ରାପ୍ତ ହେଲେ, ସେହି ଯାଜକତ୍ଵ ଦ୍ଵାରା ଯଦି ସିଦ୍ଧି ଲାଭ ହୁଅନ୍ତା, ତାହାହେଲେ ହାରୋଣଙ୍କ ଶ୍ରେଣୀ ଅନୁସାରେ ଗଣିତ ନ ହୋଇ ମଲ୍‍କୀଷେଦକଙ୍କ ସଦୃଶ ଅନ୍ୟ ଜଣେ ଯାଜକ ଉତ୍ପନ୍ନ ହେବାର ଆଉ କଅଣ ଆବଶ୍ୟକ ଥିଲା?

Gade chapit la Kopi

ଓଡିଆ ବାଇବେଲ

11 ଆହୁରି ମଧ୍ୟ, ଯେଉଁ ଲେବୀୟ ଯାଜକତ୍ୱ ଅଧୀନରେ ଲୋକମାନେ ମୋଶାଙ୍କ ବ୍ୟବସ୍ଥା ପ୍ରାପ୍ତ ହେଲେ, ସେହି ଯାଜକତ୍ତ୍ୱ ଦ୍ୱାରା ଯଦି ସିଦ୍ଧି ଲାଭ ହୁଅନ୍ତା, ତାହାହେଲେ ହାରୋଣଙ୍କ ଶ୍ରେଣୀ ଅନୁସାରେ ଗଣିତ ନ ହୋଇ ମଲ୍‍କୀଷେଦକଙ୍କ ସଦୃଶ ଅନ୍ୟ ଜଣେ ଯାଜକ ଉତ୍ପନ୍ନ ହେବାର ଆଉ କ'ଣ ଆବଶ୍ୟକ ଥିଲା ?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

11 ଏହି ଲେବୀୟମାନଙ୍କର ଯାଜକତ୍ୱକୁ ଭିତ୍ତି କରି ଇଶ୍ରାଏଲ ଜାତିକୁ ତାହାର ବ୍ୟବସ୍ଥା ପ୍ରଦତ୍ତ ହୋଇଥଲା। ଲେବୀୟମାନଙ୍କ କାର୍ଯ୍ୟ ଯଦି ଚୁଢ଼ାନ୍ତ ହୋଇଥାଆନ୍ତି, ତେବେ ହାରୋଣଙ୍କ ଉତ୍ତରାଧିକାରୀ ଏହି ଲେବୀ ଯାଜକମାନଙ୍କୁ ବାଦ୍ ଦିଆଯାଇ, ମଲ୍କିସେଦକଙ୍କ ଉତ୍ତରାଧିକାରୀ ରୂପେ ଅନ୍ୟ ଏକ ଯାଜକ ଗୋଷ୍ଠୀର ଆବଶ୍ୟକତା ନ ଥିଲା।

Gade chapit la Kopi

ପବିତ୍ର ବାଇବଲ

11 ଲେବୀ ପରିବାରବର୍ଗଙ୍କ ଯାଜକମାନଙ୍କର ପଦ୍ଧତି ଅନୁଯାୟୀ ଲୋକଙ୍କୁ ବ୍ୟବସ୍ଥା ପ୍ରଦତ୍ତ ହୋଇଥିଲା। କିନ୍ତୁ ଏହି ଯାଜକମାନଙ୍କର ପଦ୍ଧତି ଦ୍ୱାରା ଲୋକମାନଙ୍କୁ ଆଧ୍ୟାତ୍ମିକ ଭାବରେ ସିଦ୍ଧ କରାଯାଇ ପାରିଲା ନାହିଁ। ଅତଏବ, ଆଉ ଜଣେ ଯାଜକର ଆସିବା ଆବଶ୍ୟକ ଥିଲା। ହାରୋଣଙ୍କ ଭଳି ନୁହେଁ ମାତ୍ର ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କ ଭଳି ଆଉ ଜଣେ ଯାଜକର ଆବଶ୍ୟକ ଥିଲା।

Gade chapit la Kopi




ଏବ୍ରୀ 7:11
17 Referans Kwoze  

କାରଣ ପ୍ରଥମ ନିୟମ ଯଦି ଦୋଷରହିତ ହୋଇଥାଆନ୍ତା, ତେବେ ଦ୍ୱିତୀୟ ନିୟମର କଥା ଉଠି ନ ଥାଆନ୍ତା।


ମୁଁ ଈଶ୍ବରଙ୍କ ଅନୁଗ୍ରହକୁ ବ୍ୟର୍ଥ କରୁ ନାହିଁ; କାରଣ ଯଦି ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଧାର୍ମିକତା ଲାଭ ହୁଏ, ତାହାହେଲେ ଖ୍ରୀଷ୍ଟଙ୍କ ମୃତ୍ୟୁଭୋଗ କରିବା ବୃଥା।


ଯେଣୁ ସେମାନେ ତ ବିନା ଶପଥରେ ଯାଜକ ହୋଇଅଛନ୍ତି, କିନ୍ତୁ ଯେ ତାହାଙ୍କ ବିଷୟରେ ଏହା କହିଅଛନ୍ତି, “ପ୍ରଭୁ ଶପଥ କରିଅଛନ୍ତି, ଆଉ ସେ ଅନୁତାପ କରିବେ ନାହିଁ, ‘ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ, ତାହାଙ୍କ ଦ୍ୱାରା ସେ ଶପଥ ସହକାରେ ଯାଜକ ହୋଇଅଛନ୍ତି।’”


ଆଉ ଏହା ଏଥିରେ ମଧ୍ୟ ଆହୁରି ଅଧିକ ସୁସ୍ପଷ୍ଟ ହୁଏ, ମଲ୍‍କୀଷେଦକଙ୍କ ସାଦୃଶ୍ୟରେ ଆଉ ଜଣେ ଯାଜକ ଉତ୍ପନ୍ନ ହୋଇଅଛନ୍ତି,


ପୁଣି, ସେ ଅନ୍ୟ ସ୍ଥାନରେ ମଧ୍ୟ କହନ୍ତି, “ତୁମ୍ଭେ ମଲ୍‍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ ଅଟ।”


କିନ୍ତୁ ଏବେ ଈଶ୍ବରଙ୍କ ପରିଚୟ ପାଇଅଛ; ବରଂ ଈଶ୍ବରଙ୍କ ଦ୍ୱାରା ପରିଚିତ ହୋଇଅଛ, ତେବେ କିପରି ଆଉ ଥରେ ଦୁର୍ବଳ ଓ ଅକିଞ୍ଚନ ମୌଳିକ ବିଷୟଗୁଡ଼ିକ ପ୍ରତି ଫେରିଯାଇ ପୁନର୍ବାର ସେହି ସବୁର ଦାସ ହେବାକୁ ଇଚ୍ଛା କରୁଅଛ?


ଆଉ, ଯୀଶୁ ସେହି ସ୍ଥାନରେ ମଲ୍‍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ମହାଯାଜକ ହୋଇ ଆମ୍ଭମାନଙ୍କର ଅଗ୍ରଗାମୀ ରୂପେ ପ୍ରବେଶ କରିଅଛନ୍ତି।


ଏହେତୁ ସେ ଈଶ୍ବରଙ୍କ କର୍ତ୍ତୃକ ମଲ୍‍କୀଷେଦକଙ୍କ ସଦୃଶ ମହାଯାଜକ ବୋଲି ନାମ ପ୍ରାପ୍ତ ହେଲେ।


ସେହିପରି ଆମ୍ଭେମାନେ ମଧ୍ୟ ଯେତେବେଳେ ଧର୍ମରେ ନାବାଳକ ଥିଲୁ, ସେତେବେଳେ ଜଗତର ମୌଳିକ ବିଷୟଗୁଡ଼ାକର ଦାସ ଥିଲୁ


କାରଣ ଅବ୍ରହାମଙ୍କ ସହିତ ମଲ୍‍କୀଷେଦକ ସାକ୍ଷାତ କରିବା ସମୟରେ ଲେବୀ ଜନ୍ମ ହୋଇ ନ ଥିଲେ।


କାରଣ ଯାଜକତ୍ୱ ଯଦି ପରିବର୍ତ୍ତିତ ହୁଏ, ତେବେ ମୋଶାଙ୍କ ବ୍ୟବସ୍ଥାର ମଧ୍ୟ ଅବଶ୍ୟ ପରିବର୍ତ୍ତନ ଘଟେ।


ଯେଣୁ ଯାହାଙ୍କ ସମ୍ବନ୍ଧରେ ଏହି ସମସ୍ତ କୁହାଯାଏ, ସେ ଅନ୍ୟ ଏକ ଗୋଷ୍ଠୀର ଲୋକ, ଯେଉଁ ଗୋଷ୍ଠୀର କେହି କେବେ ବେଦିର କର୍ମ କରି ନାହାନ୍ତି।


ଏହିସବୁ ଏହି ପ୍ରକାରେ ପ୍ରସ୍ତୁତ ହୋଇଥିବାରୁ ଯାଜକମାନେ ଉପାସନା କରିବା ନିମନ୍ତେ ତମ୍ବୁର ପ୍ରଥମ ଭାଗରେ ସର୍ବଦା ପ୍ରବେଶ କରନ୍ତି,


Swiv nou:

Piblisite


Piblisite