Biblia Todo Logo
Bib sou entènèt

- Piblisite -




ଏବ୍ରୀ 3:16 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ତେବେ କେଉଁମାନେ ଶୁଣି ବିରକ୍ତି ଜନ୍ମାଇଲେ? ମୋଶାଙ୍କ ଦ୍ୱାରା ମିସର ଦେଶରୁ ଯେଉଁମାନେ ବାହାରି ଆସିଥିଲେ, ସେ ସମସ୍ତେ କଅଣ ନୁହଁନ୍ତି?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ତେବେ କେଉଁମାନେ ଶୁଣି ବିରକ୍ତି ଜନ୍ମାଇଲେ? ମୋଶାଙ୍କ ଦ୍ଵାରା ମିସର ଦେଶରୁ ଯେଉଁମାନେ ବାହାରି ଆସିଥିଲେ, ସେସମସ୍ତେ କଅଣ ନୁହନ୍ତି?

Gade chapit la Kopi

ଓଡିଆ ବାଇବେଲ

16 ତେବେ କେଉଁମାନେ ଶୁଣି ବିରକ୍ତି ଜନ୍ମାଇଲେ ? ମୋଶାଙ୍କ ଦ୍ୱାରା ମିସର ଦେଶରୁ ଯେଉଁମାନେ ବାହାରି ଆସିଥିଲେ, ସେ ସମସ୍ତେ କ'ଣ ନୁହଁନ୍ତି ?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

16 ଈଶ୍ୱରଙ୍କ ବାଣୀ ଶୁଣି ସୁଦ୍ଧା ଯେଉଁମାନେ ତାଙ୍କ ପ୍ରତି ବିଦ୍ରୋହାଚରଣ କଲେ, ସେମାନେ କିଏ? ଯେଉଁମାନଙ୍କୁ ମୋଶା ମିଶର ଦେଶରୁ କଢ଼ାଇ ଆଣିଥିଲେ, ସେହିମାନେ।

Gade chapit la Kopi

ପବିତ୍ର ବାଇବଲ

16 ପରମେଶ୍ୱରଙ୍କ ବାକ୍ୟ ଶୁଣି କେଉଁମାନେ ତାହାଙ୍କର ବିରୁଦ୍ଧାଚରଣ କରିଥିଲେ? ଯେଉଁମାନେ ମୋଶାଙ୍କ ଦ୍ୱାରା ମିଶର ଦେଶରୁ ବାହାରି ଆସିଥିଲେ, ଏମାନେ ସେହି ଲୋକ ଅଟନ୍ତି।

Gade chapit la Kopi




ଏବ୍ରୀ 3:16
18 Referans Kwoze  

ପୁଣି, ଇସ୍ରାଏଲ-ସନ୍ତାନଗଣ ସମସ୍ତେ ମୋଶାଙ୍କ ବିରୁଦ୍ଧରେ ଓ ହାରୋଣଙ୍କ ବିରୁଦ୍ଧରେ ବଚସା କଲେ ଓ ସମସ୍ତ ମଣ୍ଡଳୀ ସେମାନଙ୍କ ଆଗରେ କହିଲେ, “ଆହା, ଆମ୍ଭେମାନେ ମିସର ଦେଶରେ ନଚେତ୍ ଏହି ପ୍ରାନ୍ତରରେ ମରିଥାʼନ୍ତୁ! ଆହା, ଆମ୍ଭେମାନେ ଯଦି ଏହି ପ୍ରାନ୍ତରରେ ମରିଥାʼନ୍ତୁ!


ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶରେ ବାସ କରାଇବାକୁ ପ୍ରତିଜ୍ଞା କରିଅଛୁ, ନିଶ୍ଚୟ ସେହି ଦେଶରେ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟଙ୍କ ବ୍ୟତୀତ ତୁମ୍ଭେମାନେ କେହି ପ୍ରବେଶ କରିବ ନାହିଁ।


ତୁମ୍ଭର ପରିଚାରକ ନୂନର ପୁତ୍ର ଯିହୋଶୂୟ ସେହି ସ୍ଥାନରେ ପ୍ରବେଶ କରିବ ତୁମ୍ଭେ ତାହାକୁ ସାହସ ଦିଅ ଯେହେତୁ ସେ ଇସ୍ରାଏଲକୁ ତାହା ଅଧିକାର କରାଇବ।


ତଥାପି ସେମାନେ ତାହାଙ୍କ ବିରୁଦ୍ଧରେ ପାପ କରିବାକୁ ଓ ମରୁଭୂମିରେ ସର୍ବୋପରିସ୍ଥଙ୍କ ପ୍ରତିକୂଳରେ ବିଦ୍ରୋହାଚରଣ କରିବାକୁ ନିରସ୍ତ ନୋହିଲେ।


କାରଣ ସଦାପ୍ରଭୁ ସେମାନଙ୍କ ବିଷୟରେ କହିଥିଲେ ଯେ, “ସେମାନେ ଅବଶ୍ୟ ଏହି ପ୍ରାନ୍ତରରେ ମରିବେ; ଏହେତୁ ସେମାନଙ୍କ ମଧ୍ୟରୁ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟ ବ୍ୟତୀତ ଏକ ଜଣ ହିଁ ଅବଶିଷ୍ଟ ରହିଲା ନାହିଁ।”


ମାତ୍ର ଯେଉଁ ମନୁଷ୍ୟମାନେ ଦେଶ ଅନୁସନ୍ଧାନ କରିବାକୁ ଯାଇଥିଲେ, ସେମାନଙ୍କ ମଧ୍ୟରୁ କେବଳ ନୂନର ପୁତ୍ର ଯିହୋଶୂୟ ଓ ଯିଫୁନ୍ନିର ପୁତ୍ର କାଲେବ ଜୀବିତ ରହିଲେ।


ମାତ୍ର ଆମ୍ଭର ସେବକ କାଲେବଠାରେ ଅନ୍ୟ ଆତ୍ମା ଅଛି ଓ ସେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇଅଛି, ଏଥିପାଇଁ ସେ ଯେଉଁ ଦେଶକୁ ଯାଇଥିଲା, ସେହି ଦେଶରେ ଆମ୍ଭେ ତାହାକୁ ପ୍ରବେଶ କରାଇବା ଓ ତାହାର ବଂଶ ତାହା ଅଧିକାର କରିବେ।


ଏଥିରେ ସେମାନେ ପରସ୍ପରକୁ କହିଲେ, “ଆସ, ଆମ୍ଭେମାନେ ଜଣକୁ ପ୍ରଧାନ କରି ମିସରକୁ ଫେରିଯାଉ।”


ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି ଲୋକମାନେ କେତେ କାଳ ପର୍ଯ୍ୟନ୍ତ ଆମ୍ଭଙ୍କୁ ଅବଜ୍ଞା କରିବେ? ଆଉ ଆମ୍ଭେ ସେମାନଙ୍କ ମଧ୍ୟରେ ଚିହ୍ନ ସ୍ୱରୂପେ ଯେଉଁ ସମସ୍ତ କର୍ମ କରିଅଛୁ, ତାହା କଲେ ହେଁ ସେମାନେ କେତେ କାଳ ପର୍ଯ୍ୟନ୍ତ ଆମ୍ଭଠାରେ ବିଶ୍ୱାସ କରିବେ ନାହିଁ?


ସେମାନେ ପ୍ରାନ୍ତର ମଧ୍ୟରେ କେତେ ଥର ତାହାଙ୍କର ବିଦ୍ରୋହୀ ହେଲେ ଓ ମରୁଭୂମିରେ ତାହାଙ୍କୁ ଅସନ୍ତୁଷ୍ଟ କଲେ।


ଆଉ, ଯେଉଁ କଲ୍‍ଦୀୟମାନେ ଏହି ନଗର ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି, ସେମାନେ ପ୍ରବେଶ କରି ଏହି ନଗରରେ ଅଗ୍ନି ଲଗାଇବେ, ପୁଣି ଆମ୍ଭକୁ ବିରକ୍ତ କରିବା ପାଇଁ ଯେଉଁ ସକଳ ଗୃହର ଛାତ ଉପରେ ଲୋକମାନେ ବାଲ୍‍ଦେବ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲେ ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ଢାଳିଲେ, ସେହି ସବୁ ଗୃହ ସହିତ ଏହି ନଗର ଅଗ୍ନିରେ ଦଗ୍ଧ କରିବେ।


କାରଣ ସେମାନେ ଆମ୍ଭକୁ ବିରକ୍ତ କରିବା ପାଇଁ ଦୁଷ୍ଟତା କଲେ, ଅର୍ଥାତ୍‍, ସେମାନେ ଆପଣାମାନଙ୍କର ଓ ତୁମ୍ଭମାନଙ୍କର, ଆଉ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ଅଜ୍ଞାତ ଅନ୍ୟ ଦେବଗଣର ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବାକୁ ଓ ସେମାନଙ୍କର ସେବା କରିବାକୁ ଗଲେ।


ତୁମ୍ଭେମାନେ ଏହି ଯେ ମିସର ଦେଶରେ ପ୍ରବାସ କରିବା ପାଇଁ ଆସିଅଛ, ଏହି ସ୍ଥାନରେ ଅନ୍ୟ ଦେବଗଣର ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ କାହିଁକି ଆପଣାମାନଙ୍କର ହସ୍ତକୃତ କର୍ମ ଦ୍ୱାରା ଆମ୍ଭକୁ ବିରକ୍ତ କରୁଅଛ? ତୁମ୍ଭେମାନେ ଉଚ୍ଛିନ୍ନ ହେବ ଓ ପୃଥିବୀସ୍ଥ ଯାବତୀୟ ଗୋଷ୍ଠୀ ମଧ୍ୟରେ ଅଭିଶାପ ଓ ନିନ୍ଦାର ପାତ୍ର ହେବ।


ଯଦ୍ୟପି ତୁମ୍ଭେମାନେ ସମସ୍ତ ବିଷୟ ସମ୍ପୂର୍ଣ୍ଣ ରୂପେ ଜାଣିଅଛ, ତଥାପି ମୁଁ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ ଇଚ୍ଛା କରେ ଯେ, ପ୍ରଭୁ ମିସର ଦେଶରୁ ଲୋକମାନଙ୍କୁ ଉଦ୍ଧାର କଲେ, ଆଉ ଯେଉଁମାନେ ବିଶ୍ୱାସ କଲେ ନାହିଁ, ପରେ ସେମାନଙ୍କୁ ବିନାଶ କଲେ।


Swiv nou:

Piblisite


Piblisite