Biblia Todo Logo
Bib sou entènèt

- Piblisite -




ଏବ୍ରୀ 2:6 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 କିନ୍ତୁ ଜଣେ କୌଣସି ସ୍ଥାନରେ ଏହି କଥା କହି ସାକ୍ଷ୍ୟ ଦେଇଅଛନ୍ତି, “ମନୁଷ୍ୟ କିଏ, ଯେ ତୁମ୍ଭେ ତାହାକୁ ସ୍ମରଣ କରିଥାଅ? ମନୁଷ୍ୟ-ସନ୍ତାନ କିଏ, ଯେ ତୁମ୍ଭେ ତାହାର ଯତ୍ନ ନେଇଥାଅ?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 କିନ୍ତୁ ଜଣେ କୌଣସି ସ୍ଥାନରେ ଏହି କଥା କହି ସାକ୍ଷ୍ୟ ଦେଇଅଛନ୍ତି, “ମନୁଷ୍ୟ କିଏ, ଯେ ତୁମ୍ଭେ ତାହାକୁ ସ୍ମରଣ କରିଥାଅ? ମନୁଷ୍ୟ-ସନ୍ତାନ କିଏ, ଯେ ତୁମ୍ଭେ ତାହାର ତତ୍ତ୍ଵ ନେଇଥାଅ?

Gade chapit la Kopi

ଓଡିଆ ବାଇବେଲ

6 କିନ୍ତୁ ଜଣେ କୌଣସି ସ୍ଥାନରେ ଏହି କଥା କହି ସାକ୍ଷ୍ୟ ଦେଇଅଛନ୍ତି, "ମନୁଷ୍ୟ କିଏ, ଯେ ତୁମ୍ଭେ ତାହାକୁ ସ୍ମରଣ କରିଥାଅ ? ମନୁଷ୍ୟ-ସନ୍ତାନ କିଏ, ଯେ ତୁମ୍ଭେ ତାହାର ଯତ୍ନ ନେଇଥାଅ ?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

6 ବରଂ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି: “ହେ ଈଶ୍ବର, ମନୁଷ୍ୟ କିଏ ଯେ, ତୁମେ ତାହା ନିମନ୍ତେ ଚିନ୍ତା କରିଥାଅ ଏବଂ ମନୁଷ୍ୟ ଏତେ ନଗଣ୍ୟ ହେଲେ ଦୁଦ୍ଧା ତୁମେ ତାହାର ତତ୍ତ୍ୱ ନେଇଥାଅ?

Gade chapit la Kopi

ପବିତ୍ର ବାଇବଲ

6 ଶାସ୍ତ୍ରରେ କୌଣସି ସ୍ଥାନରେ ଏପରି ଲେଖା ଅଛି: “ପରମେଶ୍ୱର! ତୁମ୍ଭେ କାହିଁକି ମନୁଷ୍ୟ ବିଷୟରେ ଚିନ୍ତା କର? ତୁମ୍ଭେ କାହିଁକି ମନୁଷ୍ୟ ସନ୍ତାନ ପାଇଁ ଚିନ୍ତିତ ହୁଅ? ସେ କ’ଣ ସତରେ ମହାନ ଅଟନ୍ତି ଯେ

Gade chapit la Kopi




ଏବ୍ରୀ 2:6
16 Referans Kwoze  

ହେ ସଦାପ୍ରଭୋ, ମନୁଷ୍ୟ କିଏ ଯେ, ତୁମ୍ଭେ ତାହାର ପରିଚୟ ନିଅ? ସେ ଅବା କିଏ ଯେ, ତୁମ୍ଭେ ତାହାକୁ ଗଣ୍ୟ କର?


“ଯେ ତୁମ୍ଭମାନଙ୍କୁ ସାନ୍ତ୍ୱନା କରନ୍ତି, ସେ ଆମ୍ଭେ, ଆମ୍ଭେ ହିଁ ଅଟୁ; ମୃତ୍ୟୁର ଅଧୀନ ମନୁଷ୍ୟକୁ ଓ ଯେ ତୃଣ ତୁଲ୍ୟ କରାଯିବ, ଏପରି ମନୁଷ୍ୟର ସନ୍ତାନକୁ ଭୟ କରୁଅଛ,


ତେବେ କୀଟମାତ୍ର ମନୁଷ୍ୟ କʼଣ! ଓ କୃମିମାତ୍ର ମନୁଷ୍ୟ-ସନ୍ତାନ କʼଣ?”


ମନୁଷ୍ୟ କିଏ ଯେ, ସେ ଶୁଚି ହୋଇପାରେ? ଓ ସ୍ତ୍ରୀଜାତ ମନୁଷ୍ୟ କିଏ ଯେ, ସେ ଧାର୍ମିକ ହୋଇପାରେ?


କାରଣ ସପ୍ତମ ଦିନ ସମ୍ବନ୍ଧରେ ସେ ଶାସ୍ତ୍ରରେ ଏହା କହିଅଛନ୍ତି, “ଈଶ୍ବର ସପ୍ତମ ଦିନରେ ଆପଣାର ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ;”


ଖ୍ରୀଷ୍ଟଙ୍କ ଦୁଃଖଭୋଗ ଓ ତତ୍ପରବର୍ତ୍ତୀ ଗୌରବ ବିଷୟରେ ପୂର୍ବରୁ ପ୍ରମାଣଦାତା ଯେ ସେମାନଙ୍କର ମଧ୍ୟବର୍ତ୍ତୀ ଖ୍ରୀଷ୍ଟଙ୍କର ଆତ୍ମା, ସେ କେଉଁ କାଳକୁ ଲକ୍ଷ୍ୟ କରୁଅଛନ୍ତି, ତାହା ସେମାନେ ଅନୁସନ୍ଧାନ କଲେ।


ଏଥିରେ ସମସ୍ତଙ୍କ ମଧ୍ୟରେ ଭୟ ଖେଳିଗଲା ଆଉ ସେମାନେ ଈଶ୍ବରଙ୍କ ପ୍ରଶଂସା କରୁ କରୁ କହିବାକୁ ଲାଗିଲେ, ଆମ୍ଭମାନଙ୍କ ମଧ୍ୟରେ ଜଣେ ମହାନ ଭାବବାଦୀ ଉତ୍ଥିତ ହୋଇଅଛନ୍ତି ଏବଂ ଈଶ୍ବର ଆପଣା ଲୋକଙ୍କ ପ୍ରତି କୃପାଦୃଷ୍ଟି କରିଅଛନ୍ତି।


ଏଥିଉତ୍ତାରେ ଯୋଷେଫ ଭାଇମାନଙ୍କୁ କହିଲେ, “ମୁଁ ମରୁଅଛି, ମାତ୍ର ପରମେଶ୍ୱର ଅବଶ୍ୟ ତୁମ୍ଭମାନଙ୍କର ତତ୍ତ୍ୱାବଧାନ କରିବେ, ପୁଣି, ଏହି ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଯେଉଁ ଦେଶ ଦେବା ପାଇଁ ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କ ନିକଟରେ ଶପଥ କରିଅଛନ୍ତି, ସେହି ଦେଶକୁ ତୁମ୍ଭମାନଙ୍କୁ ନେଇଯିବେ।”


ପୁଣି, ସେ ଅନ୍ୟ ସ୍ଥାନରେ ମଧ୍ୟ କହନ୍ତି, “ତୁମ୍ଭେ ମଲ୍‍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ ଅଟ।”


ପୁଣି, ଆମ୍ଭମାନଙ୍କ ପାଦ ଶାନ୍ତିପଥକୁ ଆଣିବା ନିମନ୍ତେ, ଆମ୍ଭମାନଙ୍କ ଈଶ୍ବରଙ୍କର ଯେଉଁ ସ୍ନେହପୂର୍ଣ୍ଣ କରୁଣା ହେତୁ, ସ୍ୱର୍ଗରୁ ଆମ୍ଭମାନଙ୍କ ପ୍ରତି ଊର୍ଦ୍ଧ୍ୱରୁ ସୂର୍ଯ୍ୟୋଦୟ ହେବ,


“ଧନ୍ୟ ପ୍ରଭୁ, ଇସ୍ରାଏଲର ଈଶ୍ବର, କାରଣ ସେ କୃପାଦୃଷ୍ଟି କରି, ଆପଣା ଲୋକଙ୍କ ନିମନ୍ତେ ମୁକ୍ତି ସାଧନ କରିଅଛନ୍ତି;


ସର୍ବଦେଶୀୟମାନେ ତାହାଙ୍କ ଛାମୁରେ ଅବସ୍ତୁ ମାତ୍ର; ସେମାନେ ତାହାଙ୍କ ନିକଟରେ ଅବସ୍ତୁରୁ ଲଘୁ ଓ ଅସାର ଗଣ୍ୟ ଅଟନ୍ତି।


ପୁଣି, ଯେପରି କେହି ଏହି ବିଷୟରେ ସୀମା ଅତିକ୍ରମ କରି ଆପଣା ଭାଇକୁ ପ୍ରବଞ୍ଚନା ନ କରେ, ଯେଣୁ ପ୍ରଭୁ ଏସମସ୍ତ ବିଷୟରେ ଦଣ୍ଡଦାତା, ଯେପରି ଆମ୍ଭେମାନେ ପୂର୍ବେ ମଧ୍ୟ ତୁମ୍ଭମାନଙ୍କୁ ଜଣାଇ ସାକ୍ଷ୍ୟ ଦେଇଥିଲୁ।


Swiv nou:

Piblisite


Piblisite