Biblia Todo Logo
Bib sou entènèt

- Piblisite -




ଏବ୍ରୀ 2:1 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଅତଏବ, ଶୁଣାଯାଇଥିବା ସତ୍ୟ ବାକ୍ୟ ପ୍ରତି ଅଧିକ ମନୋଯୋଗୀ ହେବା ଆମ୍ଭମାନଙ୍କର ଉଚିତ, ନୋହିଲେ କାଳେ ଆମ୍ଭେମାନେ ଲକ୍ଷ୍ୟଭ୍ରଷ୍ଟ ହେବୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅତଏବ, ଶୁଣାଯାଇଥିବା ବାକ୍ୟ ପ୍ରତି ଅଧିକ ମନୋଯୋଗୀ ହେବା ଆମ୍ଭମାନଙ୍କର ଉଚିତ, ନୋହିଲେ କାଳେ ଆମ୍ଭେମାନେ ଲକ୍ଷ୍ୟଭ୍ରଷ୍ଟ ହେବୁ।

Gade chapit la Kopi

ଓଡିଆ ବାଇବେଲ

1 ଅତଏବ, ଶୁଣାଯାଇଥିବା ବାକ୍ୟ ପ୍ରତି ଅଧିକ ମନୋଯୋଗୀ ହେବା ଆମ୍ଭମାନଙ୍କର ଉଚିତ୍, ନୋହିଲେ କାଳେ ଆମ୍ଭେମାନେ ଲକ୍ଷ୍ୟଭ୍ରଷ୍ଟ ହେବୁ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

1 ଆମେ ଯେପରି ସତ୍ୟରୁ ବିଚ୍ୟୁତ ନ ହେଉ, ଏଥିପାଇଁ ଆମେ ଶୁଣିବା ସତ୍ୟବାଣୀରେ ଦୃଢ଼ ହୋଇ ରହିବା ଉଚିତ।

Gade chapit la Kopi

ପବିତ୍ର ବାଇବଲ

1 ଅତଏବ, ଆମ୍ଭକୁ ଶିଖା ଯାଇଥିବା କଥାଗୁଡ଼ିକୁ ପାଳନ କରିବା ବିଷୟରେ ଅଧିକ ମନୋଯୋଗୀ ହେବା ଦରକାର, ନଚେତ୍ ସତ୍ୟମାର୍ଗରୁ ବିଚଳିତ ହୋଇ ପଥଭ୍ରଷ୍ଟ ହେବୁ।

Gade chapit la Kopi




ଏବ୍ରୀ 2:1
25 Referans Kwoze  

ଆଉ, ଉତ୍ତମ ଭୂମିରେ ଯାହା ପଡ଼ିଲା, ତାହା ଏପରି ଲୋକେ, ଆଉ, ଯେଉଁମାନେ ଉତ୍ତମ ଓ ସରଳ ହୃଦୟରେ ବାକ୍ୟ ଶୁଣି ତାହା ଧରି ରଖନ୍ତି ଏବଂ ଧୈର୍ଯ୍ୟ ସହକାରେ ଫଳ ଫଳନ୍ତି।”


କେବଳ ନିଜ ବିଷୟରେ ସାବଧାନ ହୁଅ ଓ ନିଜ ପ୍ରାଣକୁ ଯତ୍ନପୂର୍ବକ ରକ୍ଷା କର, ନୋହିଲେ ଯାହା ତୁମ୍ଭର ଚକ୍ଷୁ ଦେଖିଅଛି, ତାହା ତୁମ୍ଭେ ପାସୋରି ଯିବ ଓ ତାହା ଜୀବନ ସାରା ତୁମ୍ଭ ହୃଦୟରୁ ଲୋପ ପାଇବ; ମାତ୍ର ତୁମ୍ଭେ ଆପଣା ପୁତ୍ରପୌତ୍ରମାନଙ୍କୁ ତାହା ଶିଖାଅ।


ହେ ପ୍ରିୟମାନେ, ମୁଁ ବର୍ତ୍ତମାନ ତୁମ୍ଭମାନଙ୍କ ନିକଟକୁ ଏହି ଦ୍ୱିତୀୟ ପତ୍ର ଲେଖୁଅଛି।


ଆଉ ମୋହର ମହାପ୍ରସ୍ଥାନ ଉତ୍ତାରେ ତୁମ୍ଭେମାନେ ଏହି ସମସ୍ତ ବିଷୟ ଯେପରି ସର୍ବଦା ସ୍ମରଣରେ ଆଣି ପାରିବ, ଏଥିନିମନ୍ତେ ମୁଁ ଯତ୍ନ କରିବି।


ହେ ମୋହର ପୁତ୍ର, ଏହିସବୁ ତୁମ୍ଭ ଦୃଷ୍ଟିଗୋଚରରୁ ନ ଯାଉ, ତୁମ୍ଭେ ତତ୍ତ୍ୱଜ୍ଞାନ ଓ ପରିଣାମଦର୍ଶିତା ରକ୍ଷା କର।


ଯୁବା ମନୁଷ୍ୟ କିପ୍ରକାରେ ଆପଣା ପଥ ପରିଷ୍କାର କରିବ? ତୁମ୍ଭ ବାକ୍ୟାନୁଯାୟୀ ତହିଁ ବିଷୟରେ ସାବଧାନ ହେଲେ କରିବ।


ସଦାପ୍ରଭୁ ଇସ୍ରାଏଲ ନିମନ୍ତେ ମୋଶାଙ୍କୁ ଯେଉଁ ଯେଉଁ ବିଧି ଓ ଶାସନ ଦେଇଅଛନ୍ତି, ସେହି ସବୁ ଯଦି ତୁମ୍ଭେ ପାଳିବାକୁ ମନୋଯୋଗ କରିବ, ତେବେ ତୁମ୍ଭେ କୃତକାର୍ଯ୍ୟ ହେବ; ବଳବାନ ଓ ସାହସିକ ହୁଅ; ଭୀତ କି ନିରାଶ ନ ହୁଅ।


ଆଉ ପୁତ୍ରମାନଙ୍କ ପରି ତୁମ୍ଭମାନଙ୍କ ପ୍ରତି ଉକ୍ତ ଏହି ଉତ୍ସାହବାକ୍ୟ ଭୁଲିଅଛ, “ହେ ମୋହର ପୁତ୍ର, ପ୍ରଭୁଙ୍କ ଶାସନକୁ ଲଘୁ ଜ୍ଞାନ କର ନାହିଁ, କିମ୍ବା ତାହାଙ୍କ ଦ୍ୱାରା ଅନୁଯୋଗ ପ୍ରାପ୍ତ ହେଲେ କ୍ଳାନ୍ତ ହୁଅ ନାହିଁ;


ତୁମ୍ଭମାନଙ୍କ ହୃଦୟ କଅଣ ଜଡ଼ ହୋଇ ରହିଅଛି? ଚକ୍ଷୁ ଥାଉ ଥାଉ କି ଦେଖୁ ନାହଁ? ପୁଣି, କର୍ଣ୍ଣ ଥାଉ ଥାଉ କି ଶୁଣୁ ନାହଁ?


ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ବୁଝୁ ନାହଁ? ଅବା ସେହି ପାଞ୍ଚ ହଜାର ଲୋକଙ୍କ ପାଞ୍ଚୋଟି ରୁଟି, ଆଉ କେତେ ଟୋକେଇ ଉଠାଇଲ,


ତୁମ୍ଭେମାନେ ଆପଣାମାନଙ୍କ ବିଷୟରେ ସାବଧାନ ହୁଅ, ନୋହିଲେ ତୁମ୍ଭମାନଙ୍କ ସହିତ ସ୍ଥିରୀକୃତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିୟମ ତୁମ୍ଭେମାନେ ପାସୋରି ଯିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିଷିଦ୍ଧ କୌଣସି ବସ୍ତୁର ପ୍ରତିମୂର୍ତ୍ତିବିଶିଷ୍ଟ ଖୋଦିତ ପ୍ରତିମା ନିର୍ମାଣ କରିବ।


ତୁମ୍ଭେ ଗୌରବ ବଦଳରେ ଅପମାନରେ ପରିପୂର୍ଣ୍ଣ ହୋଇଅଛ। ତୁମ୍ଭେ ମଧ୍ୟ ପାନ କରି ଅସୁନ୍ନତର ନ୍ୟାୟ ହୁଅ! ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତସ୍ଥିତ ପାନପାତ୍ର ତୁମ୍ଭଆଡ଼େ ଫେରାଯିବ ଓ ତୁମ୍ଭ ଗୌରବର ଉପରେ ଘୃଣାଜନକ ଲଜ୍ଜା ବର୍ତ୍ତିବ।


“ଏହି ସମସ୍ତ କଥା ତୁମ୍ଭମାନଙ୍କ କାନରେ ପ୍ରବେଶ କରାଅ; କାରଣ ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଅଛନ୍ତି।”


କାରଣ ଦେଖ, ଯେଉଁ କଲ୍‍ଦୀୟ ଲୋକମାନେ ନିଷ୍ଠୁର ଓ ଚଞ୍ଚଳ ଗୋଷ୍ଠୀ, ସେମାନଙ୍କୁ ଆମ୍ଭେ ଉଠାଉଅଛୁ; ଯେଉଁ ନିବାସ-ସ୍ଥାନସକଳ ସେମାନଙ୍କର ନୁହେଁ, ତାହା ଅଧିକାର କରିବା ପାଇଁ ସେମାନେ ପୃଥିବୀର ବିସ୍ତାରର ସର୍ବତ୍ର ଯାତ୍ରା କରନ୍ତି।


ସେଥିରେ ସେମାନେ ତାହାଙ୍କ ଉପରକୁ ଫୋପାଡ଼ିବା ନିମନ୍ତେ ପଥର ଉଠାଇଲେ, କିନ୍ତୁ ଯୀଶୁ ଗୋପନରେ ମନ୍ଦିରରୁ ବାହାରିଗଲେ।


Swiv nou:

Piblisite


Piblisite