Biblia Todo Logo
Bib sou entènèt

- Piblisite -




ଏବ୍ରୀ 12:23 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ସ୍ୱର୍ଗରେ ଲିଖିତ ପ୍ରଥମଜାତମାନଙ୍କର ମଣ୍ଡଳୀ, ସମସ୍ତଙ୍କ ବିଚାରକର୍ତ୍ତା ଈଶ୍ବର, ସିଦ୍ଧିପ୍ରାପ୍ତ ଧାର୍ମିକମାନଙ୍କ ଆତ୍ମାଗଣ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ସ୍ଵର୍ଗରେ ଲିଖିତ ପ୍ରଥମଜାତମାନଙ୍କର ମଣ୍ତଳୀ, ସମସ୍ତଙ୍କ ବିଚାରକର୍ତ୍ତା ଈଶ୍ଵର, ସିଦ୍ଧିପ୍ରାପ୍ତ ଧାର୍ମିକମାନଙ୍କ ଆତ୍ମାଗଣ,

Gade chapit la Kopi

ଓଡିଆ ବାଇବେଲ

23 ସ୍ୱର୍ଗରେ ଲିଖିତ ପ୍ରଥମଜାତମାନଙ୍କର ମଣ୍ଡଳୀ, ସମସ୍ତଙ୍କ ବିଚାରକର୍ତ୍ତା ଈଶ୍ୱର, ସିଦ୍ଧିପ୍ରାପ୍ତ ଧାର୍ମିକମାନଙ୍କ ଆତ୍ମାଗଣ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

23 ଈଶ୍ୱରଙ୍କ ଯେଉଁ ପ୍ରଥମ ଜାତ ସନ୍ତାନମାନଙ୍କର ନାମ ସ୍ୱର୍ଗରେ ଲିକିତ ହୋଇଛି, ତୁମ୍ଭେମାନେ ସେହିମାନଙ୍କର ଆନନ୍ଦୋତ୍ସବକୁ ଅସିଛ। ସମଗ୍ର ମାନବ ଜାତିର ବିଚାରକ ଈଶ୍ୱରଙ୍କ ନିକଟକୁ ଏବଂ ସିଦ୍ଧିପ୍ରାପ୍ତ ଧାର୍ମିକ ମନୁଷ୍ୟମାନଙ୍କର ଆତ୍ମାମାନଙ୍କ ନିକଟକୁ ତୁମ୍ଭେମାନେ ଆସିଛ।

Gade chapit la Kopi

ପବିତ୍ର ବାଇବଲ

23 ତୁମ୍ଭେମାନେ ପରମେଶ୍ୱରଙ୍କ ପ୍ରଥମଜାତ ସନ୍ତାନମାନଙ୍କ ମିଳନ ସ୍ଥଳରେ ଆସି ପହଞ୍ଚିଛି। ସେମାନଙ୍କ ନାମ ସ୍ୱର୍ଗରେ ଲେଖା ରହିଛି। ସବୁଲୋକଙ୍କର ବିଗ୍ଭରପତି ପରମେଶ୍ୱରଙ୍କ ନିକଟକୁ ତୁମ୍ଭେମାନେ ଆସିଛ। ଯେଉଁ ଲୋକମାନେ ସିଦ୍ଧ ହୋଇ ସାରିଛନ୍ତି, ସେହିଭଳି ଭଲ ଲୋକମାନଙ୍କ ଆତ୍ମାମାନଙ୍କ ପାଖକୁ ତୁମ୍ଭେମାନେ ଆସିଛ।

Gade chapit la Kopi




ଏବ୍ରୀ 12:23
45 Referans Kwoze  

ଆମ୍ଭେମାନେ ଯେପରି ତାହାଙ୍କ ସୃଷ୍ଟ ବିଷୟମାନଙ୍କ ମଧ୍ୟରୁ ଏକ-ପ୍ରକାର ପ୍ରଥମ ଫଳ ସ୍ୱରୂପ ହେଉ, ଏଥିନିମନ୍ତେ ସେ ଆପଣା ଇଚ୍ଛାନୁସାରେ ସତ୍ୟ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ ଜନ୍ମ ଦେଲେ।


ଯେଣୁ ଈଶ୍ବର ଆମ୍ଭମାନଙ୍କ ନିମନ୍ତେ ଉତ୍କୃଷ୍ଟତର ବିଷୟ ପ୍ରସ୍ତୁତ କରି ରଖିଥିଲେ, ଯେପରି ସେମାନେ ଆମ୍ଭମାନଙ୍କ ବିନା ସିଦ୍ଧ ଲାଭ ନ କରନ୍ତି।


ତଥାପି ଆତ୍ମାମାନେ ଯେ ତୁମ୍ଭମାନଙ୍କର ବଶୀଭୂତ ଅଟନ୍ତି, ଏଥିରେ ଆନନ୍ଦ କର ନାହିଁ, କିନ୍ତୁ ତୁମ୍ଭମାନଙ୍କ ନାମ ଯେ ସ୍ୱର୍ଗରେ ଲେଖାଅଛି, ଏଥିରେ ଆନନ୍ଦ କର।”


ସେମାନେ ସ୍ତ୍ରୀମାନଙ୍କ ସହିତ ଆପଣା ଆପଣାକୁ କଳୁଷିତ କରି ନ ଥିଲେ କାରଣ ସେମାନେ ଶୁଚି କରି ରଖିଥିଲେ। ମେଷଶାବକ ଯେକୌଣସି ସ୍ଥାନକୁ ଗମନ କରନ୍ତି, ସେ ସ୍ଥାନକୁ ସେମାନେ ତାହାଙ୍କର ଅନୁଗାମୀ ହୁଅନ୍ତି। ସେମାନେ ଈଶ୍ବର ଓ ମେଷଶାବକଙ୍କ ଉଦ୍ଦେଶ୍ୟରେ ପ୍ରଥମଜାତ ଫଳ ସ୍ୱରୂପେ ମନୁଷ୍ୟମାନଙ୍କ ମଧ୍ୟରୁ କ୍ରୀତ ହୋଇଅଛନ୍ତି;


ପୁଣି, ତୁମ୍ଭେ ଫାରୋକୁ କହିବ, ସଦାପ୍ରଭୁ କହନ୍ତି, “ଇସ୍ରାଏଲ ଆମ୍ଭର ପୁତ୍ର; ଆମ୍ଭର ଜ୍ୟେଷ୍ଠ ପୁତ୍ର;


ଦୁଷ୍ଟ ସହିତ ଧାର୍ମିକକୁ ବିନାଶ କରିବାର କର୍ମ ଆପଣଙ୍କଠାରୁ ଦୂରେ ଥାଉ ଓ ଧାର୍ମିକକୁ ଦୁଷ୍ଟର ସମାନ କରିବା ଆପଣଙ୍କଠାରୁ ଦୂରେ ଥାଉ। ସମସ୍ତ ପୃଥିବୀର ବିଚାରକର୍ତ୍ତା କି ନ୍ୟାୟବିଚାର କରିବେ ନାହିଁ?”


ଯାହାର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖା ନ ଗଲା, ତାହାକୁ ଅଗ୍ନିମୟ ହ୍ରଦରେ ପକାଗଲା।


ହେ ପୃଥିବୀର ବିଚାରକର୍ତ୍ତା, ଉଠ; ଅହଙ୍କାରୀମାନଙ୍କୁ ସେମାନଙ୍କ କର୍ମାନୁସାରେ ପ୍ରତିଫଳ ଦିଅ।


ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ,


ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କରିବେ; କାରଣ ସେ ଆସୁଅଛନ୍ତି; ସେ ପୃଥିବୀର ବିଚାର କରିବାକୁ ଆସୁଅଛନ୍ତି; ସେ ଧର୍ମରେ ଜଗତର ଓ ଆପଣା ସତ୍ୟତାରେ ଗୋଷ୍ଠୀବର୍ଗର ବିଚାର କରିବେ।


ଜଗତର ସୃଷ୍ଟିଠାରୁ ଯେଉଁମାନଙ୍କର ନାମ, ବଳିକୃତ ମେଷଶାବକଙ୍କର ଜୀବନ ପୁସ୍ତକରେ ଲିଖିତ ହୋଇ ନାହିଁ, ପୃଥିବୀନିବାସୀ ସେହି ସମସ୍ତ ଲୋକ, ତାହାକୁ ପ୍ରଣାମ କରିବେ।


ସେ ନିନ୍ଦା ପାଇବା ବଦଳରେ ଫେରି ନିନ୍ଦା କଲେ ନାହିଁ; ଦୁଃଖଭୋଗ ସହ୍ୟ କରିବା ବଦଳରେ ପ୍ରତିହିଂସା କରିବାକୁ ଭୟ ଦେଖାଇଲେ ନାହିଁ, କିନ୍ତୁ ନ୍ୟାୟବିଚାରକର୍ତ୍ତା ଈଶ୍ବରଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କଲେ;


ବିଶ୍ୱାସ ଦ୍ୱାରା ହେବଲ ଈଶ୍ବରଙ୍କ ଛାମୁରେ କୟିନ ଅପେକ୍ଷା ଉତ୍କୃଷ୍ଟ ବଳି ଉତ୍ସର୍ଗ କଲେ ଓ ତଦ୍ୱାରା ସେ ଧାର୍ମିକ ବୋଲି ସାକ୍ଷ୍ୟ ପାଇଲେ; ଈଶ୍ବର ନିଜେ ତାହାଙ୍କ ଦାନ ସମ୍ବନ୍ଧରେ ସାକ୍ଷ୍ୟ ଦେଲେ, ଆଉ ସେ ମୃତ ହେଲେ ହେଁ ବିଶ୍ୱାସ ଦ୍ୱାରା ଆଜି ପର୍ଯ୍ୟନ୍ତ କଥା କହୁଅଛନ୍ତି।


କେହି ଯେବେ ଆପଣା ପରିବାରକୁ ଶାସନ କରିବାକୁ ଜାଣେ ନାହିଁ, ତେବେ ସେ କିପରି ଈଶ୍ବରଙ୍କ ମଣ୍ଡଳୀର ଦାୟିତ୍ୱ ନେବ?


ପୁଣି, ହେ ପ୍ରକୃତ ସହକାରୀ, ଏହି ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ତୁମ୍ଭକୁ ମଧ୍ୟ ନିବେଦନ କରୁଅଛି, କାରଣ ଏମାନେ କ୍ଳେମେନ୍ସ୍ ଓ ମୋହର ଅନ୍ୟ ସହକର୍ମୀମାନଙ୍କ ସଙ୍ଗରେ ସୁସମାଚାର କାର୍ଯ୍ୟରେ ମୋʼ ସହିତ ପରିଶ୍ରମ କରିଅଛନ୍ତି; ସେହି ସହକର୍ମୀମାନଙ୍କର ନାମ ଜୀବନ ପୁସ୍ତକରେ ଅଛି।


ଆଉ ସମସ୍ତ ବିଷୟ ତାହାଙ୍କ ପାଦ ତଳେ ବଶୀଭୂତ କରି ରଖି ତାହାଙ୍କୁ ସର୍ବ ବିଷୟର ମସ୍ତକରୂପେ ମଣ୍ଡଳୀକୁ ଦାନ କଲେ;


ତୁମ୍ଭେମାନେ ନିଜ ନିଜ ବିଷୟରେ, ଆଉ ଯେଉଁ ମଣ୍ଡଳୀକୁ ଈଶ୍ବର ଆପଣା ନିଜ ରକ୍ତରେ କ୍ରୟ କରିଅଛନ୍ତି, ତାହାଙ୍କର ସେହି ମଣ୍ଡଳୀକୁ ପ୍ରତିପାଳନ କରିବା ନିମନ୍ତେ, ପବିତ୍ର ଆତ୍ମା ଯେ ତୁମ୍ଭମାନଙ୍କୁ ସମସ୍ତ ପଲ ମଧ୍ୟରେ ଅଧ୍ୟକ୍ଷ ସ୍ୱରୂପ ନିଯୁକ୍ତ କରିଅଛନ୍ତି, ସେମାନଙ୍କ ବିଷୟରେ ସାବଧାନ ହୋଇଥାଅ।


ଆଉ, ସେ ମନୁଷ୍ୟପୁତ୍ର ହେବାରୁ ସେ ତାହାଙ୍କୁ ବିଚାର କରିବାର ଅଧିକାର ଦେଲେ।


ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କରନ୍ତୁ, କାରଣ ସେ ପୃଥିବୀର ବିଚାର କରିବାକୁ ଆସୁଅଛନ୍ତି; ସେ ଧର୍ମରେ ଜଗତର ଓ ନ୍ୟାୟରେ ଗୋଷ୍ଠୀବର୍ଗର ବିଚାର କରିବେ।


ମୁଁ ତୁମ୍ଭମାନଙ୍କ ନିମନ୍ତେ ଯେଉଁ ସବୁ ଦୁଃଖଭୋଗ କରୁଅଛି, ସେଥିରେ ଏବେ ଆନନ୍ଦ କରୁଅଛି, ଆଉ ଖ୍ରୀଷ୍ଟଙ୍କର ଯେଉଁ କ୍ଳେଶଭୋଗ ବାକି ଅଛି, ତାହା ମୁଁ ତାହାଙ୍କ ଶରୀରରୂପ ମଣ୍ଡଳୀ ନିମନ୍ତେ ମୋହର ଶରୀରରେ ପୂରଣ କରୁଅଛି;


ପୁଣି, ଯେଉଁ ପିତା ଦୀପ୍ତିରେ ସାଧୁମାନଙ୍କ ଅଧିକାରର ସହଭାଗୀ ହେବା ନିମନ୍ତେ ତୁମ୍ଭମାନଙ୍କୁ ଯୋଗ୍ୟ କରିଅଛନ୍ତି, ତାହାଙ୍କୁ ଆନନ୍ଦ ସହିତ ଧନ୍ୟବାଦ ଦିଅ।


ହଁ, ଆମ୍ଭେମାନେ ସାହସୀ ଅଟୁ, ଆଉ ଶରୀରଠାରୁ ଦୂରରେ ବାସ କରି ବରଂ ପ୍ରଭୁଙ୍କ ନିକଟରେ ନିବାସ କରିବାରେ ଆମ୍ଭମାନଙ୍କର ଅଧିକ ସନ୍ତୋଷ।


କିନ୍ତୁ ଏହି କ୍ଷୟ ଶରୀର ଅକ୍ଷୟରୂପ ବସ୍ତ୍ର ଓ ଏହି ମର୍ତ୍ତ୍ୟ ଶରୀର ଅମରତାରୂପ ବସ୍ତ୍ର ପରିଧାନ କଲା ଉତ୍ତାରେ ଶାସ୍ତ୍ରରେ ଏହି ଲିଖିତ ବାକ୍ୟ ସଫଳ ହେବ,


କାରଣ ଏବେ ଆମ୍ଭେମାନେ ନିଗୂଢ଼ ବାକ୍ୟରୂପ ଦର୍ପଣର ସାହାଯ୍ୟରେ ଦେଖୁଅଛୁ, କିନ୍ତୁ ସେତେବେଳେ ମୁଖାମୁଖି ହୋଇ ଦେଖିବା ଯେତେବେଳେ ଯୀଶୁ ପୁନର୍ବାର ଆସିବେ; ଏତେବେଳେ ମୁଁ ଆଂଶିକ ଭାବେ ଜାଣୁଅଛି, କିନ୍ତୁ ସେତେବେଳେ, ମୁଁ ଯେପରି ପରିଚିତ, ସେହିପରି ମଧ୍ୟ ପରିଚୟ ପାଇବି।


ସେମାନେ କ୍ରନ୍ଦନ କରୁ କରୁ ଆମ୍ଭ ଦ୍ୱାରା ଆନୀତ ହେବେ, ଆମ୍ଭେ ସେମାନଙ୍କୁ ସଜଳ ନଦୀମାନର ନିକଟ ଦେଇ ସଳଖ ପଥରେ ଗମନ କରାଇବା, ସେ ପଥରେ ସେମାନେ ଝୁଣ୍ଟିବେ ନାହିଁ; କାରଣ ଆମ୍ଭେ ଇସ୍ରାଏଲର ପିତା ଓ ଇଫ୍ରୟିମ ଆମ୍ଭର ପ୍ରଥମଜାତ ସନ୍ତାନ।


ପୁଣି, ଧୂଳି ପୂର୍ବ ପରି ମୃତ୍ତିକାରେ ଲୀନ ହେବ, ଆଉ ଆତ୍ମାଦାତା ପରମେଶ୍ୱରଙ୍କ ନିକଟକୁ ଆତ୍ମା ଫେରିଯିବ।


ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି।


ଆମ୍ଭେ ମଧ୍ୟ ତାହାକୁ ଆମ୍ଭର ପ୍ରଥମଜାତ, ପୃଥିବୀସ୍ଥ ରାଜାଗଣ ମଧ୍ୟରେ ସର୍ବୋଚ୍ଚ କରିବା।


ଓ ଆପଣା ଚତୁର୍ଦ୍ଦିଗସ୍ଥ ସମସ୍ତଙ୍କ ଉପରେ ଭୟଯୋଗ୍ୟ, ସେହି ସଦାପ୍ରଭୁଙ୍କ ତୁଲ୍ୟ ବିକ୍ରମୀ-ସନ୍ତାନଗଣ ମଧ୍ୟରେ କିଏ ଅଛି?


ଜୀବନ-ପୁସ୍ତକରୁ ସେମାନଙ୍କ ନାମ ଲୁପ୍ତ ହେଉ ଓ ଧାର୍ମିକମାନଙ୍କ ସହିତ ଲେଖା ନ ଯାଉ।


ମାତ୍ର ସେ ଅପ୍ରିୟା ପୁତ୍ରକୁ ଜ୍ୟେଷ୍ଠ ବୋଲି ସ୍ୱୀକାର କରି ଆପଣା ସର୍ବସ୍ୱରୁ ଦୁଇଗୁଣ ଅଂଶ ତାହାକୁ ଦେବ; କାରଣ ସେ ତାହାର ଶକ୍ତିର ପ୍ରଥମ ଫଳ ଜ୍ୟେଷ୍ଠାଧିକାର ତାହାରି ଅଟେ।


“ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ମନୁଷ୍ୟ ହେଉ କି ପଶୁ ହେଉ, ଯେକେହି ପ୍ରଥମେ ଜାତ ହୁଏ, ସେହି ପ୍ରଥମଜାତ ସମସ୍ତଙ୍କୁ ଆମ୍ଭ ଉଦ୍ଦେଶ୍ୟରେ ପ୍ରତିଷ୍ଠା କର; ତାହା ଆମ୍ଭର ଅଟେ।”


ତଥାପି ଏବେ, ତୁମ୍ଭେ ଯଦି ସେମାନଙ୍କର ପାପ କ୍ଷମା କରିବ; କିନ୍ତୁ ଯଦି ନ କରିବ, ତେବେ ମୁଁ ବିନୟ କରୁଅଛି, ତୁମ୍ଭର ଲିଖିତ ପୁସ୍ତକରୁ ମୋହର ନାମ କାଟି ପକାଅ।”


ଆଉ, ଆମ୍ଭେମାନେ ଯେପରି ମୃତ୍ତିକାରେ ନିର୍ମିତ ସେହି ମନୁଷ୍ୟର ପ୍ରତିମୂର୍ତ୍ତି ଧାରଣ କରିଅଛୁ, ସେପରି ସେହି ସ୍ୱର୍ଗୀୟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ମଧ୍ୟ ଧାରଣ କରିବା।


ଯେପରି ସେ ଈଶ୍ବରଙ୍କୁ କହନ୍ତି, “ମୁଁ ଆପଣା ଭ୍ରାତୃଗଣଙ୍କ ନିକଟରେ ତୁମ୍ଭ ନାମ ଘୋଷଣା କରିବି, ସଭା ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି,”


ମେଷଶାବକ ଯେତେବେଳେ ପଞ୍ଚମ ମୁଦ୍ରା ଭାଙ୍ଗିଲେ, ସେତେବେଳେ ଯେଉଁମାନେ ଈଶ୍ବରଙ୍କ ବାକ୍ୟ ସକାଶେ ଓ ସେମାନଙ୍କ ଦିଆଯାଇଥିବା ସାକ୍ଷ୍ୟ ସକାଶେ ହତ ହୋଇଥିଲେ, ସେମାନଙ୍କ ଆତ୍ମାମାନଙ୍କୁ ମୁଁ ବେଦି ତଳେ ଦେଖିଲି।


ସେଥିରେ ସେମାନଙ୍କର ପ୍ରତ୍ୟେକ ଜଣକୁ ଧଳା ବସ୍ତ୍ର ଦିଆଗଲା, ପୁଣି, ସେମାନଙ୍କର ଯେଉଁ ସହଦାସ ଓ ଭ୍ରାତୃଗଣ ସେମାନଙ୍କ ପରି ମଧ୍ୟ ବଧ କରାଯିବେ, ସେମାନଙ୍କ ସଂଖ୍ୟା ପୂର୍ଣ୍ଣ ନ ହେବା ଯାଏ ଆଉ କିଛି କାଳ ବିଶ୍ରାମ କରିବାକୁ ସେମାନଙ୍କୁ କୁହାଗଲା।


Swiv nou:

Piblisite


Piblisite