Biblia Todo Logo
Bib sou entènèt

- Piblisite -




ଏବ୍ରୀ 12:19 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ତୂରୀଧ୍ୱନୀ ଓ ବାକ୍ୟର ଶବ୍ଦ ନିକଟକୁ ଆସି ନାହଁ, ଶ୍ରୋତାମାନେ ସେହି ଶବ୍ଦ ଶୁଣି ଯେପରି ସେମାନଙ୍କୁ ଆଉ କୌଣସି ବାକ୍ୟ କୁହା ନ ଯାଏ, ଏହା ନିବେଦନ କରିଥିଲେ;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ତୂରୀର ଧ୍ଵନୀ ଓ ବାକ୍ୟର ଶଦ୍ଦ ନିକଟକୁ ଆସି ନାହିଁ; ଶ୍ରୋତାମାନେ ସେହି ଶଦ୍ଦ ଶୁଣି ଯେପରି ସେମାନଙ୍କୁ ଆଉ କୌଣସି ବାକ୍ୟ କୁହା ନ ଯାଏ, ଏହା ନିବେଦନ କରିଥିଲେ;

Gade chapit la Kopi

ଓଡିଆ ବାଇବେଲ

19 ତୂରୀର ଧ୍ୱନୀ ଓ ବାକ୍ୟର ଶବ୍ଦ ନିକଟକୁ ଆସି ନାହଁ, ଶ୍ରୋତାମାନେ ସେହି ଶବ୍ଦ ଶୁଣି ଯେପରି ସେମାନଙ୍କୁ ଆଉ କୌଣସି ବାକ୍ୟ କୁହା ନ ଯାଏ, ଏହା ନିବେଦନ କରିଥିଲେ;

Gade chapit la Kopi

ପବିତ୍ର ବାଇବଲ

19 ସେଠାରେ ତୂରୀର ଧ୍ୱନି, ଏବଂ ଶବ୍ଦ ଉଚ୍ଚାରଣ ଧ୍ୱନି ନାହିଁ। ଯେତେବେଳେ ଲୋକେ ସେ ଧ୍ୱନି ଶୁଣିଲେ, ସେମାନେ ପ୍ରାର୍ଥନା କଲେ ଯେ, ଅନ୍ୟ କୌଣସି ଶବ୍ଦ ଯେପରି ନ ଶୁଣନ୍ତି।

Gade chapit la Kopi




ଏବ୍ରୀ 12:19
13 Referans Kwoze  

କାରଣ ହୋରେବରେ ସମାଜ ଦିନ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ତୁମ୍ଭେ ପ୍ରାର୍ଥନା କରି କହିଥିଲ, “ଆମ୍ଭେ ଯେପରି ନ ମରୁ, ଏଥିପାଇଁ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କ ରବ ପୁନର୍ବାର ନ ଶୁଣୁ, କିଅବା ଏହି ମହା-ଅଗ୍ନି ଆଉ ନ ଦେଖୁ।”


କିନ୍ତୁ ଏକ ମୁହୂର୍ତ୍ତରେ, ଚକ୍ଷୁର ପଲକରେ, ଶେଷ ତୂରୀଧ୍ୱନୀରେ ଆମ୍ଭେମାନେ ସମସ୍ତେ ପରିବର୍ତ୍ତିତ ହେବା; କାରଣ ତୂରୀ ବାଜିବ, ଆଉ ମୃତମାନେ ଅକ୍ଷୟ ହୋଇ ଉତ୍ଥିତ ହେବେ, ପୁଣି, ଆମ୍ଭେମାନେ ପରିବର୍ତ୍ତିତ ହେବା।


ସେତେବେଳେ ସଦାପ୍ରଭୁ ସେହି ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ପ୍ରତି କଥା କହିଲେ, “ତୁମ୍ଭେମାନେ ବାକ୍ୟର ଶବ୍ଦ ଶୁଣିଲ, ମାତ୍ର କୌଣସି ମୂର୍ତ୍ତି ଦେଖିଲ ନାହିଁ, ତୁମ୍ଭେମାନେ କେବଳ ଶବ୍ଦ ଶୁଣିଲ।”


ଆଉ ତୁମ୍ଭେ ଯେପରି ଶୁଣିଅଛ, ସେପରି କି ଅନ୍ୟ କୌଣସି ଦେଶୀୟ ଲୋକେ ପରମେଶ୍ୱରଙ୍କ ରବ ଅଗ୍ନି ମଧ୍ୟରୁ କହିବାର ଶୁଣି ବଞ୍ଚିଅଛନ୍ତି?


ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ ଏହି କଥା କୁହ, ‘ଆମ୍ଭେ ଆକାଶରେ ଥାଇ ତୁମ୍ଭମାନଙ୍କ ସହିତ କଥା କହିଲୁ, ଏହା ତୁମ୍ଭେମାନେ ନିଜେ ଦେଖିଅଛ।


କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ୱର ଓ ଈଶ୍ବରଙ୍କ ତୂରୀବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବେ, ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଥାଇ ମରିଅଛନ୍ତି, ସେମାନେ ପ୍ରଥମରେ ଉଠିବେ;


ତହୁଁ ତୁମ୍ଭେମାନେ ନିକଟବର୍ତ୍ତୀ ହୋଇ ପର୍ବତ ତଳେ ଠିଆ ହେଲ; ସେହି ସମୟରେ ସେହି ପର୍ବତ ଅନ୍ଧକାର, ମେଘ ଓ ଘୋର ଅନ୍ଧାରରେ ବ୍ୟାପ୍ତ ହୋଇ ଗଗନର ମଧ୍ୟ ପର୍ଯ୍ୟନ୍ତ ଅଗ୍ନିରେ ଜ୍ୱଳିଲା।


ଆଉ, ସେ ମହାତୂରୀଧ୍ୱନୀ ସହିତ ଆପଣା ଦୂତମାନଙ୍କୁ ପଠାଇବେ ଏବଂ ସେମାନେ ଆକାଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ।”


ସାବଧାନ, ଯେ ବାକ୍ୟ କହୁଅଛନ୍ତି, ତାହାଙ୍କୁ ଅଗ୍ରାହ୍ୟ କର ନାହିଁ, କାରଣ ଯେଉଁ ମୋଶା ପୃଥିବୀରେ ଆଦେଶ ଦେଲେ, ତାହାଙ୍କୁ ଅଗ୍ରାହ୍ୟ କରିବାରୁ ଇସ୍ରାଏଲର ଲୋକମାନେ ଯଦି ରକ୍ଷା ପାଇଲେ ନାହିଁ, ତେବେ ଯେ ସ୍ୱର୍ଗରୁ ଆଦେଶ ଦେଉଅଛନ୍ତି, ତାହାଙ୍କଠାରୁ ବିମୁଖ ହେଲେ ଆମ୍ଭେମାନେ ମଧ୍ୟ ଯେ ରକ୍ଷା ପାଇବା ନାହିଁ, ଏହା ଯେ ଅଧିକ ସୁନିଶ୍ଚିତ!


Swiv nou:

Piblisite


Piblisite