Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 49:25 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ଅର୍ଥାତ୍‍, ପୈତୃକ ପରମେଶ୍ୱର, ଯେ ତୁମ୍ଭର ଉପକାର କରିବେ ଓ ସର୍ବଶକ୍ତିମାନ, ଯେ ଉପରିସ୍ଥ ଆକାଶରୁ ମଙ୍ଗଳ, ଅଧଃସ୍ଥାନରେ ବିସ୍ତୀର୍ଣ୍ଣ ବାରିଧିରୁ ମଙ୍ଗଳ, ସ୍ତନ ଓ ଗର୍ଭରୁ ମଙ୍ଗଳ ଦେଇ ତୁମ୍ଭକୁ ଆଶୀର୍ବାଦ କରିବେ, ତାହାଙ୍କ ଦ୍ୱାରା ତାହାର ହସ୍ତର ବାହୁ ବଳବାନ ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ଅର୍ଥାତ୍, ପୈତୃକ ପରମେଶ୍ଵର, ଯେ ତୁମ୍ଭର ଉପକାର କରିବେ ଓ ସର୍ବଶକ୍ତିମାନ, ଯେ ଉପରିସ୍ଥ ଆକାଶରୁ ମଙ୍ଗଳ, ଅଧଃସ୍ଥାନରେ ବିସ୍ତୀର୍ଣ୍ଣ ବାରିଧିରୁ ମଙ୍ଗଳ, ସ୍ତନ ଓ ଗର୍ଭରୁ ମଙ୍ଗଳ ଦେଇ ତୁମ୍ଭକୁ ଆଶୀର୍ବାଦ କରିବେ,, ତାହାଙ୍କ ଦ୍ଵାରା ତାହାର ହସ୍ତର ବାହୁ ବଳବାନ ହେଲା।

Gade chapit la Kopi

ଓଡିଆ ବାଇବେଲ

25 ଅର୍ଥାତ୍‍, ପୈତୃକ ପରମେଶ୍ୱର, ଯେ ତୁମ୍ଭର ଉପକାର କରିବେ ଓ ସର୍ବଶକ୍ତିମାନ, ଯେ ଉପରିସ୍ଥ ଆକାଶରୁ ମଙ୍ଗଳ, ଅଧଃସ୍ଥାନରେ ବିସ୍ତୀର୍ଣ୍ଣ ବାରିଧିରୁ ମଙ୍ଗଳ, ସ୍ତନ ଓ ଗର୍ଭରୁ ମଙ୍ଗଳ ଦେଇ ତୁମ୍ଭକୁ ଆଶୀର୍ବାଦ କରିବେ, ତାହାଙ୍କ ଦ୍ୱାରା ତାହାର ହସ୍ତର ବାହୁ ବଳବାନ ହେଲା।

Gade chapit la Kopi

ପବିତ୍ର ବାଇବଲ

25 ପୈତୃକ ପରମେଶ୍ୱର, ସାହାଯ୍ୟ କରିବେ ଏବଂ ସର୍ବଶକ୍ତିମାନ ପରମେଶ୍ୱର ସ୍ୱର୍ଗରୁ ତୁମ୍ଭଙ୍କୁ ଆଶୀର୍ବାଦ ଦେବେ। ଆକାଶରୁ, ଗଭୀର ସାଗରରୁ, ଗର୍ଭାଶୟ ସ୍ତନ ବାରିଧିରୁ ମଙ୍ଗଳ ଦେଇ ତୁମ୍ଭକୁ ଆଶୀର୍ବାଦ କରିବେ।

Gade chapit la Kopi




ଆଦି ପୁସ୍ତକ 49:25
22 Referans Kwoze  

ପରମେଶ୍ୱର ତାଙ୍କୁ ଆହୁରି କହିଲେ, “ଆମ୍ଭେ ସର୍ବଶକ୍ତିମାନ ପରମେଶ୍ୱର; ତୁମ୍ଭେ ପ୍ରଜାବନ୍ତ ଓ ବହୁବଂଶ ହୁଅ; ତୁମ୍ଭଠାରୁ ଏକ ଗୋଷ୍ଠୀ, ବରଂ ଗୋଷ୍ଠୀ ସମାଜ ଉତ୍ପନ୍ନ ହେବ, ପୁଣି, ତୁମ୍ଭ କଟିଦେଶରୁ ରାଜାଗଣ ଜାତ ହେବେ।


ଆଉ ଦେଖ, ସଦାପ୍ରଭୁ ତହିଁ ଉପରେ ଠିଆ ହୋଇ କହିଲେ, “ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମର ପରମେଶ୍ୱର ଓ ଇସ୍‌ହାକର ପରମେଶ୍ୱର ଅଟୁ; ତୁମ୍ଭେ ଏହି ଯେଉଁ ଦେଶରେ ଶୟନ କରୁଅଛ, ତାହା ଆମ୍ଭେ ତୁମ୍ଭକୁ ଓ ତୁମ୍ଭ ବଂଶକୁ ଦେବା।


ପୁଣି, ମୋହର ଈଶ୍ବର ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କର ଗୌରବମୟ ଐଶ୍ୱର୍ଯ୍ୟ ଅନୁସାରେ ତୁମ୍ଭମାନଙ୍କର ପ୍ରତ୍ୟେକ ଅଭାବ ପୂରଣ କରିବେ।


ପୁଣି ତୁମ୍ଭେ ଆପଣା ମନେ ମନେ କହିବ, “ଆମ୍ଭର ପରାକ୍ରମ ଓ ବାହୁ ବଳ ଏହିସବୁ ଐଶ୍ୱର୍ଯ୍ୟ ଲାଭ କରିଅଛି।”


କାରଣ ଶାରୀରିକ ବ୍ୟାୟାମ ଅଳ୍ପ ବିଷୟରେ ଲାଭଜନକ, କିନ୍ତୁ ଈଶ୍ବରପରାୟଣତା ଇହକାଳ ଓ ପରକାଳରେ ପ୍ରତିଜ୍ଞାଯୁକ୍ତ ହୋଇ ସମସ୍ତ ବିଷୟରେ ଲାଭଜନକ ଅଟେ।


ପରମେଶ୍ୱରଙ୍କ ଲୋକ ମୋଶା ଆପଣା ମୃତ୍ୟୁୁ ପୁର୍ବରୁ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ଆଶୀର୍ବାଦ କଲେ, ସେହି ଆଶୀର୍ବାଦ ଏହି।


ତହିଁରେ ସେ ଗୃହାଧ୍ୟକ୍ଷ କହିଲା, “ତୁମ୍ଭମାନଙ୍କର ମଙ୍ଗଳ ହେଉ, ଭୟ କର ନାହିଁ; ତୁମ୍ଭମାନଙ୍କ ପରମେଶ୍ୱର ଓ ତୁମ୍ଭମାନଙ୍କ ପୈତୃକ ପରମେଶ୍ୱର ତୁମ୍ଭମାନଙ୍କ ପଟରେ ତୁମ୍ଭମାନଙ୍କୁ ଗୁପ୍ତ ଧନ ଦେଇଅଛନ୍ତି; ତୁମ୍ଭମାନଙ୍କ ଟଙ୍କା ମୋʼ ପାଖରେ ଥିଲା।” ତହୁଁ ସେ ଶିମୀୟୋନକୁ ବାହାର କରି ସେମାନଙ୍କ ନିକଟକୁ ଆଣିଲା।


ପରମେଶ୍ୱର ଆକାଶର କାକରରୁ ଓ ପୃଥିବୀର ଉର୍ବରତାରୁ ଉତ୍ପନ୍ନ (ଫଳ) ଓ ପ୍ରଚୁର ଶସ୍ୟ ଓ ଦ୍ରାକ୍ଷାରସ ତୁମ୍ଭକୁ ଦିଅନ୍ତୁ;


ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି,


ସଦାପ୍ରଭୁ ମଙ୍ଗଳ ପ୍ରଦାନ କରିବେ; ତହିଁରେ ଆମ୍ଭମାନଙ୍କ ଦେଶ ଫଳ ଉତ୍ପନ୍ନ କରିବ।


ଆଉ ଯଦି ମୁଁ କୁଶଳରେ ପିତୃଗୃହକୁ ପୁନର୍ବାର ଆସିବି, ତେବେ ସଦାପ୍ରଭୁ ମୋହର ପରମେଶ୍ୱର ହେବେ,


କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ।


ପୁଣି, ଆସ, ଆମ୍ଭେମାନେ ଉଠି ବେଥେଲ୍‍କୁ ଯାଉ; ଯେଉଁ ପରମେଶ୍ୱର ମୋର ଦୁଃଖର ଦିନରେ ମୋʼ ପ୍ରାର୍ଥନାର ଉତ୍ତର ଦେଲେ, ଓ ମୋର ଗମନର ପଥରେ ମୋର ସହାୟ ହୋଇଥିଲେ, ତାହାଙ୍କ ଉଦ୍ଦେଶ୍ୟରେ ମୁଁ ସେହି ସ୍ଥାନରେ ଗୋଟିଏ ଯଜ୍ଞବେଦି ନିର୍ମାଣ କରିବି।”


କାରଣ ସଦାପ୍ରଭୁ ପରମେଶ୍ୱର ସୂର୍ଯ୍ୟ ଓ ଢାଲ ଅଟନ୍ତି; ସଦାପ୍ରଭୁ ଅନୁଗ୍ରହ ଓ ଗୌରବ ଦେବେ; ସେ ସରଳାଚାରୀମାନଙ୍କଠାରୁ କୌଣସି ମଙ୍ଗଳ ବିଷୟ ଅଟକାଇବେ ନାହିଁ।


ଅବ୍ରାମଙ୍କର ଅନେଶ୍ୱତ ବର୍ଷ ବୟସରେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, “ଆମ୍ଭେ ସର୍ବଶକ୍ତିମାନ ପରମେଶ୍ୱର; ଆମ୍ଭ ଛାମୁରେ ଧର୍ମାଚରଣ କରି ତୁମ୍ଭେ ସିଦ୍ଧ ହୁଅ।


ସର୍ବଶକ୍ତିମାନ ପରମେଶ୍ୱର ଆଶୀର୍ବାଦ କରି ତୁମ୍ଭକୁ ନାନା ଜନସମାଜ କରିବା ପାଇଁ ଫଳବନ୍ତ ଓ ବହୁ ପ୍ରଜାବନ୍ତ କରନ୍ତୁ।


ସେତେବେଳେ ଯାକୁବ କହିଲା, “ହେ ମୋହର ପିତା ଅବ୍ରହାମଙ୍କର ପରମେଶ୍ୱର, ହେ ମୋହର ପିତା ଇସ୍‌ହାକଙ୍କର ପରମେଶ୍ୱର, ହେ ସଦାପ୍ରଭୋ, ତୁମ୍ଭେ ମୋତେ କହିଥିଲ, ‘ତୁମ୍ଭେ ଆପଣା ଦେଶ ଓ ଜ୍ଞାତିମାନଙ୍କ ନିକଟକୁ ଫେରିଯାଅ, ତହିଁରେ ଆମ୍ଭେ ତୁମ୍ଭର ମଙ୍ଗଳ କରିବା।’


ଏଥିଉତ୍ତାରେ ଯାକୁବ ଯୋଷେଫଙ୍କୁ କହିଲେ, “କିଣାନ ଦେଶରେ ଲୂସ୍‍ ନାମକ ସ୍ଥାନରେ ସର୍ବଶକ୍ତିମାନ ପରମେଶ୍ୱର ମୋତେ ଦର୍ଶନ ଦେଇ ଆଶୀର୍ବାଦ କରି ଏହା କହିଥିଲେ,


ପୁଣି, ଅନ୍ୟର ନାମ ଇଲୀୟେଜର, କାରଣ ସେ କହିଥିଲେ, “ମୋʼ ପିତାଙ୍କ ପରମେଶ୍ୱର ମୋହର ଉପକାରୀ ହୋଇ ଫାରୋଙ୍କର ଖଡ୍ଗରୁ ମୋତେ ଉଦ୍ଧାର କଲେ।”


Swiv nou:

Piblisite


Piblisite