Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 48:7 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ପଦ୍ଦନ୍‍ ଅରାମଠାରୁ କିଣାନ ଦେଶକୁ ମୋହର ଆଗମନ କାଳରେ ଇଫ୍ରାଥାରେ ପହଞ୍ଚିବା ନିମିତ୍ତ କିଛି ଦୂର ଥାଉ ଥାଉ ରାହେଲ ପଥ ମଧ୍ୟରେ ମୋʼ ନିକଟରେ ମଲା; ତହିଁରେ ମୁଁ ସେଠାରେ ଇଫ୍ରାଥାରେ, ଅର୍ଥାତ୍‍, ବେଥଲିହିମର ପଥ ପାର୍ଶ୍ୱରେ ତାକୁ କବର ଦେଲି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ପଦ୍ଦନ ଅରାମଠାରୁ କିଣାନ ଦେଶକୁ ମୋହର ଆଗମନ କାଳରେ ଇଫ୍ରାଥାରେ ପହଞ୍ଚିବା ନିମିତ୍ତ କିଛି ଦୂର ଥାଉ ଥାଉ ରାହେଲ ପଥ ମଧ୍ୟରେ ମୋʼ ନିକଟରେ ମଲା; ତହିଁରେ ମୁଁ ସେଠାରେ ଇଫ୍ରାଥାରେ, ଅର୍ଥାତ୍, ବେଥ୍ଲିହିମ୍ର ପଥପାର୍ଶ୍ଵରେ ତାକୁ କବର ଦେଲି।

Gade chapit la Kopi

ଓଡିଆ ବାଇବେଲ

7 ପଦ୍ଦନ୍ ଅରାମଠାରୁ କିଣାନ ଦେଶକୁ ମୋହର ଆଗମନ କାଳରେ ଇଫ୍ରାଥାରେ ପହଞ୍ଚିବା ନିମିତ୍ତ କିଛି ଦୂର ଥାଉ ଥାଉ ରାହେଲ ପଥ ମଧ୍ୟରେ ମୋ’ ନିକଟରେ ମଲା; ତହିଁରେ ମୁଁ ସେଠାରେ ଇଫ୍ରାଥାରେ, ଅର୍ଥାତ୍‍, ବେଥଲିହିମର ପଥପାର୍ଶ୍ୱରେ ତାକୁ କବର ଦେଲି।

Gade chapit la Kopi

ପବିତ୍ର ବାଇବଲ

7 ପଦ୍ଦନ୍ ଅରାମଠାରୁ କିଣାନ ଦେଶକୁ ମୋର ଆଗମନ କାଳରେ ରାହେଲ, ଇଫ୍ରାଥାର ରାସ୍ତାରେ ମରିଗଲା। ସେଥି ନିମନ୍ତେ ମୁଁ ତାକୁ ଇଫ୍ରାଥାରେ (ବୈ‌ଥ୍‌ଲେହମରେ) କବର ଦେଲି।”

Gade chapit la Kopi




ଆଦି ପୁସ୍ତକ 48:7
13 Referans Kwoze  

“ରାମାରେ ସ୍ୱର ଶୁଣାଗଲା, ରୋଦନ ଓ ଅତିଶୟ ବିଳାପ, ରାହେଲ ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରୁଥିଲେ; ଆଉ ସେମାନେ ନାହାନ୍ତି ବୋଲି ସେ ସାନ୍ତ୍ୱନାର କଥା ମାନିବାକୁ ଇଚ୍ଛା କରୁ ନ ଥିଲେ।”


ଏଥିଉତ୍ତାରେ ଯାକୁବ ପଦ୍ଦନ୍‍ ଅରାମଠାରୁ ବାହୁଡ଼ି ଆସନ୍ତେ, ପରମେଶ୍ୱର ପୁନର୍ବାର ଦର୍ଶନ ଦେଇ ତାଙ୍କୁ ଆଶୀର୍ବାଦ କଲେ।


ମାତ୍ର ହେ ବେଥଲିହିମ-ଇଫ୍ରାଥା, ଯିହୁଦାର ସହସ୍ରଗଣର ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭେ, ତୁମ୍ଭ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ; ପୁରାତନ କାଳରୁ, ଅନାଦିକାଳରୁ ତାହାଙ୍କର ଉତ୍ପତ୍ତି ହୋଇଅଛି।


ଦାଉଦ ବେଥଲିହିମ ଯିହୁଦା ନିବାସୀ ଏକ ଇଫ୍ରାଥୀୟ ପୁରୁଷର ପୁତ୍ର ଥିଲେ, ତାହାର ନାମ ଯିଶୀ; ତାହାର ଆଠ ପୁତ୍ର ଥିଲେ; ପୁଣି, ଶାଉଲଙ୍କ ସମୟରେ ସେ ପୁରୁଷ ବୃଦ୍ଧ ଓ ଲୋକମାନଙ୍କ ମଧ୍ୟରେ ଗତବୟସ୍କ ବୋଲି ଗଣିତ ଥିଲା।


ଆଜି ତୁମ୍ଭେ ଯେତେବେଳେ ମୋହର ନିକଟରୁ ପ୍ରସ୍ଥାନ କରିବ, ସେତେବେଳେ ବିନ୍ୟାମୀନ୍‍ର ସୀମାସ୍ଥିତ ସେଲ୍‍ସହରେ ରାହେଲ-କବର ନିକଟରେ ଦୁଇ ପୁରୁଷଙ୍କର ସାକ୍ଷାତ ପାଇବ; ପୁଣି, ସେମାନେ ତୁମ୍ଭକୁ କହିବେ, ‘ତୁମ୍ଭେ ଯେଉଁ ଗଧମାନଙ୍କୁ ଖୋଜିବାକୁ ଯାଇଥିଲ, ସେମାନେ ମିଳିଲେ; ଆଉ ଦେଖ, ତୁମ୍ଭ ପିତା ଗଧମାନଙ୍କ ଚିନ୍ତା ଛାଡ଼ି ତୁମ୍ଭମାନଙ୍କ ବିଷୟରେ ଚିନ୍ତା କରି କହୁଛନ୍ତି, ମୁଁ ଆପଣା ପୁତ୍ର ପାଇଁ କଅଣ କରିବି?’


ଇଫ୍ରୟିମ-ପର୍ବତମୟ ଦେଶସ୍ଥ ରାମାଥୟିମ୍‍ସୂଫୀମର ଏକ ଇଫ୍ରୟିମୀୟ ଲୋକ ଥିଲା, ତାହାର ନାମ ଇଲ୍‍କାନା, ସେ ସୂଫର ବୃଦ୍ଧ ପ୍ରପୌତ୍ର, ତୋହର ପ୍ରପୌତ୍ର, ଇଲୀହୂର ପୁତ୍ର, ଯିରୋହମର ପୁତ୍ର;


ସେ ଲୋକର ନାମ ଏଲିମେଲକ ଓ ତାହାର ସ୍ତ୍ରୀଙ୍କ ନାମ ନୟମୀ, ପୁଣି ତାହାର ଦୁଇ ପୁତ୍ରଙ୍କ ନାମ ମହଲୋନ ଓ କିଲୀୟୋନ; ଏମାନେ ବେଥଲିହିମ-ଯିହୁଦାର ଇଫ୍ରାଥୀୟ ଲୋକ; ପୁଣି ଏମାନେ ମୋୟାବ ଦେଶକୁ ଆସି ସେଠାରେ ରହିଲେ।


ସେହି ଇସ୍‌ହାକ ଚାଳିଶ ବର୍ଷ ବୟସରେ ପଦ୍ଦନ୍‍ ଅରାମୀୟ ବଥୂୟେଲର କନ୍ୟା, ଅର୍ଥାତ୍‍, ଅରାମୀୟ ଲାବନର ଭଗିନୀ ରିବିକାକୁ ବିବାହ କଲେ।


ଏହି ପ୍ରକାରେ ଯାକୁବ ପଦ୍ଦନ୍‍ ଅରାମଠାରୁ ବାହାରି କୁଶଳରେ କିଣାନ ଦେଶସ୍ଥ ଶିଖିମର ଏକ ନଗରରେ ଉପସ୍ଥିତ ହୋଇ ନଗରର ବାହାରେ ତମ୍ବୁ ସ୍ଥାପନ କଲା।


ଏଥିଉତ୍ତାରେ ଯାକୁବ ସେହି କବର ଉପରେ ଏକ ସ୍ତମ୍ଭ ସ୍ଥାପନ କଲେ; ରାହେଲ-କବରସ୍ଥ ସେହି ସ୍ତମ୍ଭ ଆଜି ପର୍ଯ୍ୟନ୍ତ ଅଛି।


ପୁଣି, ଏମାନଙ୍କ ଉତ୍ତାରେ ତୁମ୍ଭର ଯେଉଁ ସନ୍ତାନ ଜାତ ହେବେ, ସେମାନେ ତୁମ୍ଭର ହେବେ ଓ ଜ୍ୟେଷ୍ଠ ଭାଇମାନଙ୍କ ନାମରେ ଆପଣା ଆପଣା ଅଧିକାରରେ ବିଖ୍ୟାତ ହେବେ।


ଏଥିରେ ଶାମୁୟେଲ ସଦାପ୍ରଭୁଙ୍କ ବାକ୍ୟାନୁସାରେ କାର୍ଯ୍ୟ କରି ବେଥଲିହିମରେ ଉପସ୍ଥିତ ହେଲେ। ତହିଁରେ ନଗରର ପ୍ରାଚୀନମାନେ କମ୍ପମାନ ହୋଇ ତାଙ୍କୁ ଭେଟିବାକୁ ଆସି ପଚାରିଲେ, “ଆପଣଙ୍କ ଆଗମନ କୁଶଳ?”


Swiv nou:

Piblisite


Piblisite