Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 44:13 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ସେତେବେଳେ ସେମାନେ ଆପଣା ଆପଣା ବସ୍ତ୍ର ଚିରିଲେ, ଆଉ ପ୍ରତ୍ୟେକେ ଗଧ ବୋଝାଇ କରି ନଗରକୁ ଫେରିଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ସେତେବେଳେ ସେମାନେ ଆପଣା ଆପଣା ବସ୍ତ୍ର ଚିରିଲେ, ଆଉ ପ୍ରତ୍ୟେକେ ଗଧ ବୋଝାଇ କରି ନଗରକୁ ଫେରି ଗଲେ।

Gade chapit la Kopi

ଓଡିଆ ବାଇବେଲ

13 ସେତେବେଳେ ସେମାନେ ଆପଣା ଆପଣା ବସ୍ତ୍ର ଚିରିଲେ, ଆଉ ପ୍ରତ୍ୟେକେ ଗଧ ବୋଝାଇ କରି ନଗରକୁ ଫେରି ଗଲେ।

Gade chapit la Kopi

ପବିତ୍ର ବାଇବଲ

13 ଭାଇମାନେ ଭାରି ଦୁଃଖ ପ୍ରକାଶ କଲେ। ସେମାନେ ଦୁଃଖରେ ସେମାନଙ୍କର ପୋଷାକ ଚିରି ପକାଇଲେ। ସେମାନେ ସେମାନଙ୍କର ପଟଗୁଡ଼ିକ ଗଧ ପିଠିରେ ପକାଇ ନଗରକୁ ଫେରିଲେ।

Gade chapit la Kopi




ଆଦି ପୁସ୍ତକ 44:13
7 Referans Kwoze  

ଏଥିରେ ଦାଉଦ ଦୁଖଃ ସକାଶୁ ଆପଣା ବସ୍ତ୍ର ଧରି ଚିରିଲେ ଓ ତାଙ୍କ ସଙ୍ଗୀ ଲୋକମାନେ ମଧ୍ୟ ସେହିପରି କଲେ;


ତହୁଁ ତାମର ଆପଣା ମସ୍ତକରେ ଭସ୍ମ ଦେଇ ତାହା ଦେହର ଲମ୍ବା ଅଙ୍ଗରଖା ଚିରିଲା, ପୁଣି ସେ ଆପଣା ମସ୍ତକରେ ହସ୍ତ ଦେଇ କ୍ରନ୍ଦନ କରୁ କରୁ ଚାଲିଗଲା।


ତୃତୀୟ ଦିନରେ ଶାଉଲଙ୍କ ଛାଉଣି ଭିତରୁ ଜଣେ ଲୋକ ଆପଣା ବସ୍ତ୍ର ଚିରି ଓ ମସ୍ତକରେ ମାଟି ଦେଇ ଆସିଲା; ପୁଣି ସେ ଦାଉଦଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ଭୂମିରେ ପଡ଼ି ପ୍ରଣାମ କଲା।


ତହୁଁ ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ୟରୁ ନୂନର ପୁତ୍ର ଯିହୋଶୂୟ ଓ ଯିଫୁନ୍ନିର ପୁତ୍ର କାଲେବ ଆପଣା ଆପଣା ବସ୍ତ୍ର ଚିରିଲେ;


ପୁଣି, ନଗରରୁ ବାହାରି ବହୁତ ଦୂର ନ ଯାଉଣୁ, ଯୋଷେଫ ଆପଣା ଗୃହାଧ୍ୟକ୍ଷକୁ କହିଲେ, “ତୁମ୍ଭେ ଉଠି ସେହି ମନୁଷ୍ୟମାନଙ୍କ ପଛେ ପଛେ ଦୌଡ଼ିଯାଇ ସେମାନଙ୍କ ସଙ୍ଗ ଧରି କୁହ, ‘ତୁମ୍ଭେମାନେ ଉପକାର ବଦଳେ କାହିଁକି ଅପକାର କଲ?


ପୁଣି ସେ ଦୃଷ୍ଟିପାତ କରନ୍ତେ, ଦେଖ, ରାଜା ବିଧି ଅନୁସାରେ ସ୍ତମ୍ଭ ନିକଟରେ ଠିଆ ହୋଇଅଛନ୍ତି ଓ ରାଜାଙ୍କ ନିକଟରେ ସେନାପତିମାନେ ଓ ତୂରୀବାଦକମାନେ ଅଛନ୍ତି; ପୁଣି ଦେଶର ସମଗ୍ର ଲୋକ ଆନନ୍ଦ କରୁଅଛନ୍ତି ଓ ତୂରୀ ବଜାଉଅଛନ୍ତି। ଏଥିରେ ଅଥଲୀୟା ଆପଣା ବସ୍ତ୍ର ଚିରି “ରାଜଦ୍ରୋହ ରାଜଦ୍ରୋହ!” ବୋଲି ଡାକ ପକାଇଲା।


Swiv nou:

Piblisite


Piblisite