Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 43:16 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ସେତେବେଳେ ଯୋଷେଫ ସେମାନଙ୍କ ସଙ୍ଗରେ ବିନ୍ୟାମୀନ୍‍କୁ ଦେଖି ଆପଣା ଗୃହାଧ୍ୟକ୍ଷକୁ କହିଲେ, “ଏହି ଲୋକମାନଙ୍କୁ ଆମ୍ଭ ଗୃହକୁ ନେଇଯାଅ ଓ ପଶୁ ମାରି ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କର; ଏମାନେ ମଧ୍ୟାହ୍ନ ସମୟରେ ଆମ୍ଭ ସଙ୍ଗରେ ଭୋଜନ କରିବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ସେତେବେଳେ ଯୋଷେଫ ସେମାନଙ୍କ ସଙ୍ଗରେ ବିନ୍ୟାମିନକୁ ଦେଖି ଆପଣା ଗୃହାଧ୍ୟକ୍ଷକୁ କହିଲେ, ଏହି ଲୋକମାନଙ୍କୁ ଆମ୍ଭ ଗୃହକୁ ନେଇ ଯାଅ ଓ ପଶୁ ମାରି ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କର; ଏମାନେ ମଧ୍ୟାହ୍ନ ସମୟରେ ଆମ୍ଭ ସଙ୍ଗରେ ଭୋଜନ କରିବେ।

Gade chapit la Kopi

ଓଡିଆ ବାଇବେଲ

16 ସେତେବେଳେ ଯୋଷେଫ ସେମାନଙ୍କ ସଙ୍ଗରେ ବିନ୍ୟାମୀନ୍‍କୁ ଦେଖି ଆପଣା ଗୃହାଧ୍ୟକ୍ଷକୁ କହିଲେ, “ଏହି ଲୋକମାନଙ୍କୁ ଆମ୍ଭ ଗୃହକୁ ନେଇ ଯାଅ ଓ ପଶୁ ମାରି ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କର; ଏମାନେ ମଧ୍ୟାହ୍ନ ସମୟରେ ଆମ୍ଭ ସଙ୍ଗରେ ଭୋଜନ କରିବେ।”

Gade chapit la Kopi

ପବିତ୍ର ବାଇବଲ

16 ଯୋଷେଫ ସେମାନଙ୍କ ସହିତ ବିନ୍ୟାମୀନକୁ ଦେଖିଲେ। ଯୋଷେଫ ତାଙ୍କର ଦାସକୁ ନିର୍ଦ୍ଦେଶ ଦେଲେ, “ସେହି ଲୋକମାନଙ୍କୁ ମୋର ଗୃହକୁ ପାଛୋଟି ଆଣ। ଏବଂ ଏକ ପଶୁମାରି ତାହାକୁ ରାନ୍ଧ। ସେହି ଲୋକମାନେ ଆଜି ମୋ’ ସହିତ ମଧ୍ୟାହ୍ନ ଭୋଜନ କରିବେ।”

Gade chapit la Kopi




ଆଦି ପୁସ୍ତକ 43:16
12 Referans Kwoze  

ଏଥିଉତ୍ତାରେ ଯୋଷେଫ ଆପଣା ଗୃହାଧ୍ୟକ୍ଷକୁ ଆଜ୍ଞା ଦେଲେ, “ଏହି ଲୋକମାନଙ୍କ ପଟରେ ଯେତେ ଶସ୍ୟ ଧରଇ, ସେତେ ପରିପୂର୍ଣ୍ଣ କରିଦିଅ, ପୁଣି, ପ୍ରତ୍ୟେକର ଟଙ୍କା ପ୍ରତ୍ୟେକର ପଟ-ମୁଖରେ ରଖ।


ତେଣୁ ସେମାନେ ଯୋଷେଫଙ୍କ ଗୃହାଧ୍ୟକ୍ଷ ନିକଟକୁ ଯାଇ ଗୃହର ପ୍ରବେଶ ସ୍ଥାନରେ ତାହା ସହିତ କଥାବାର୍ତ୍ତା କରି କହିଲେ,


ସେ ଆପଣା ପଶୁସବୁ ବଧ କରିଅଛି; ସେ ଆପଣା ଦ୍ରାକ୍ଷାରସ ମିଶ୍ରିତ କରିଅଛି; ସେ ଆପଣା ମେଜ ମଧ୍ୟ ସଜାଇଅଛି।


ତେବେ ମୁଁ କʼଣ ଆପଣା ରୁଟି ଓ ଆପଣା ଜଳ ଓ ଆପଣା ଲୋମଛେଦକମାନଙ୍କ ନିମନ୍ତେ ହତ ପଶୁମାନଙ୍କ ମାଂସ ନେଇ କେଉଁଆଡ଼ର ଅଜ୍ଞାତ ଲୋକମାନଙ୍କୁ ଦେବି?”


ପୁଣି, ନଗରରୁ ବାହାରି ବହୁତ ଦୂର ନ ଯାଉଣୁ, ଯୋଷେଫ ଆପଣା ଗୃହାଧ୍ୟକ୍ଷକୁ କହିଲେ, “ତୁମ୍ଭେ ଉଠି ସେହି ମନୁଷ୍ୟମାନଙ୍କ ପଛେ ପଛେ ଦୌଡ଼ିଯାଇ ସେମାନଙ୍କ ସଙ୍ଗ ଧରି କୁହ, ‘ତୁମ୍ଭେମାନେ ଉପକାର ବଦଳେ କାହିଁକି ଅପକାର କଲ?


ଏଥିଉତ୍ତାରେ ସେ ସେହି ପର୍ବତରେ ବଳିଦାନ କରି ଆହାର କରିବା ନିମନ୍ତେ ଆପଣା କୁଟୁମ୍ବମାନଙ୍କୁ ଡାକିଲା, ତହିଁରେ ସେମାନେ ଭୋଜନ କରି ପର୍ବତରେ ସାରାରାତ୍ରି ଯାପନ କଲେ।


ସେତେବେଳେ ଇସ୍‌ହାକ ସେମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କରନ୍ତେ, ସେମାନେ ଭୋଜନପାନ କଲେ।


ଆଉ ବାଳକ ବଡ଼ ହୁଅନ୍ତେ, ସେମାନେ ତାକୁ ସ୍ତନପାନ ତ୍ୟାଗ କରାଇଲେ; ପୁଣି, ଯେଉଁ ଦିନ ଇସ୍‌ହାକକୁ ସ୍ତନପାନ ତ୍ୟାଗ କରାଇଲେ, ସେହି ଦିନ ଅବ୍ରହାମ ମହାଭୋଜ ପ୍ରସ୍ତୁତ କଲେ।


ତହିଁରେ ଅବ୍ରାମ ଉତ୍ତର କଲେ, “ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ମୋତେ କʼଣ ଦେବ? ମୁଁ ତ ନିଃସନ୍ତାନ ହୋଇ ପ୍ରସ୍ଥାନ କରୁଅଛି, ପୁଣି, ଦମ୍ମେଶକୀୟ ଇଲୀୟେଜର ମୋʼ ଗୃହର ଧନାଧିକାରୀ ଅଟେ।”


ଏଥିରେ ସେହି ମନୁଷ୍ୟ ଯୋଷେଫଙ୍କର ଆଜ୍ଞାନୁସାରେ କର୍ମ କରି ସେମାନଙ୍କୁ ଯୋଷେଫଙ୍କ ଗୃହକୁ ନେଇଗଲା।


Swiv nou:

Piblisite


Piblisite