Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 41:51 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

51 ତହିଁରେ ଯୋଷେଫ ଜ୍ୟେଷ୍ଠର ନାମ ମନଃଶି ରଖିଲେ, କାରଣ ସେ କହିଲେ, “ପରମେଶ୍ୱର ମୋହର ସମସ୍ତ କ୍ଳେଶର ଓ ନିଜ ପିତୃଗୃହର ବିସ୍ମୃତି ଜନ୍ମାଇ ଅଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

51 ତହିଁରେ ଯୋଷେଫ ଜ୍ୟେଷ୍ଠର ନାମ ମନଃଶି (ବିସ୍ମୃତି) ରଖିଲେ, କାରଣ ସେ କହିଲେ, ପରମେଶ୍ଵର ମୋହର ସମସ୍ତ କ୍ଳେଶର ଓ ନିଜ ପିତୃଗୃହର ବିସ୍ମୃତି ଜନ୍ମାଇ ଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

51 ତହିଁରେ ଯୋଷେଫ ଜ୍ୟେଷ୍ଠର ନାମ ମନଃଶି ରଖିଲେ, କାରଣ ସେ କହିଲେ, “ପରମେଶ୍ୱର ମୋହର ସମସ୍ତ କ୍ଳେଶର ଓ ନିଜ ପିତୃଗୃହର ବିସ୍ମୃତି ଜନ୍ମାଇ ଅଛନ୍ତି।”

Gade chapit la Kopi

ପବିତ୍ର ବାଇବଲ

51 ପ୍ରଥମ ପୁତ୍ରର ନାମ ଦେଲେ ମନଃଶି। ଯୋଷେଫ ତାଙ୍କର ନାମ ଏହିପରି ଦେଲେ କାରଣ ଯୋଷେଫ କହିଲେ, “ପରମେଶ୍ୱର ମୋହର ସମସ୍ତ କ୍ଳେଶର ଓ ନିଜ ପିତୃଗୃହର ବିସ୍ମୃତି ଜନ୍ମାଇଛନ୍ତି।”

Gade chapit la Kopi




ଆଦି ପୁସ୍ତକ 41:51
19 Referans Kwoze  

କାରଣ ତାହାଙ୍କ କ୍ରୋଧ କ୍ଷଣମାତ୍ର ସ୍ଥାୟୀ; ତାହାଙ୍କ ଅନୁଗ୍ରହରେ ଜୀବନ ଥାଏ; ରୋଦନ ଏକ ରାତ୍ରି ପାଇଁ ଆସିପାରେ, ମାତ୍ର ପ୍ରାତଃକାଳରେ ଆନନ୍ଦ ଆସେ।


ସେ ଲୋକ ପାନ କରି ଆପଣା ଦରିଦ୍ରତା ପାସୋରୁ ଓ ଆପଣା କ୍ଳେଶ ଆଉ ମନରେ ନ କରୁ।


ତୁମ୍ଭେ ମୋହର ବିଳାପକୁ ନୃତ୍ୟରେ ପରିଣତ କରିଅଛ; ତୁମ୍ଭେ ମୋହର ଚଟବସ୍ତ୍ର ଫିଟାଇ ଆନନ୍ଦରୂପ ପଟୁକାରେ ମୋହର କଟି ବାନ୍ଧିଅଛ;


ତାହାର ବୃଷଭର ପ୍ରଥମଜାତ ତାହାର ମହିମା ସ୍ୱରୂପ, ପୁଣି ତାହାର ଶୃଙ୍ଗ ଅରଣା ଷଣ୍ଢର ଶୃଙ୍ଗ ତୁଲ୍ୟ ତଦ୍ଦ୍ୱାରା ସେ ସବୁ ଗୋଷ୍ଠୀକୁ, ପୃଥିବୀର ସୀମାସ୍ଥିତ ସମସ୍ତଙ୍କୁ ଭୁସି ପକାଇବ। ସେ ଶୃଙ୍ଗ ଇଫ୍ରୟିମର ଅୟୁତ ଲୋକ ଓ ସେ ଶୃଙ୍ଗ ମନଃଶିର ସହସ୍ର ସହସ୍ର ଲୋକ।”


ତହିଁ ପଛେ ସାତ ବର୍ଷ ଦୁର୍ଭିକ୍ଷ ପଡ଼ିବ; ସମସ୍ତ ସୁଭିକ୍ଷ ମିସର ଦେଶରୁ ବିସ୍ମୃତ ହେବ; ଦୁର୍ଭିକ୍ଷ ଦେଶକୁ ଧ୍ୱଂସ କରିବ।


ତହିଁରେ ଯେଉଁ ଲୋକ ପୃଥିବୀରେ ଆପଣାକୁ ଆଶୀର୍ବାଦ କରେ, ସେ ସତ୍ୟ ପରମେଶ୍ୱରଙ୍କଠାରୁ ଆପଣାକୁ ଆଶୀର୍ବାଦ କରିବ ଓ ଯେଉଁ ଲୋକ ପୃଥିବୀରେ ଶପଥ କରେ, ସେ ସତ୍ୟ ପରମେଶ୍ୱରଙ୍କ ଦ୍ୱାରା ଶପଥ କରିବ; ଯେହେତୁ ପୂର୍ବକାଳର ସଙ୍କଟସବୁ ବିସ୍ମୃତ ହୋଇଅଛି ଓ ତାହାସବୁ ଆମ୍ଭ ଦୃଷ୍ଟିରୁ ଗୁପ୍ତ ହୋଇଅଛି।


କାରଣ ଆମ୍ଭେ ସର୍ବଦା ବିରୋଧ କରିବା ନାହିଁ, ଅଥବା ନିରନ୍ତର କ୍ରୋଧ କରିବା ନାହିଁ; କଲେ, ଆତ୍ମା ଓ ଆମ୍ଭ ନିର୍ମିତ ପ୍ରାଣୀସକଳ ଆମ୍ଭ ସମ୍ମୁଖରେ କ୍ଷୀଣ ହେବେ।


ଆଗୋ କନ୍ୟେ, ଶୁଣ, ବିବେଚନା କର ଓ ଆପଣା କର୍ଣ୍ଣ ଡେର; ତୁମ୍ଭ ନିଜ ଲୋକଙ୍କୁ ଓ ପିତୃଗୃହକୁ ପାସୋର;


ଏହେତୁ ମିସର ଦେଶରେ ତୁମ୍ଭ ନିକଟକୁ ମୋହର ଆସିବା ପୂର୍ବେ ତୁମ୍ଭର ଯେଉଁ ଦୁଇ ପୁତ୍ର ମିସର ଦେଶରେ ଜନ୍ମିଥିଲେ, ସେମାନେ ମୋହର ହେବେ; ରୁବେନ୍‍ ଓ ଶିମୀୟୋନ ତୁଲ୍ୟ ଇଫ୍ରୟିମ ଓ ମନଃଶି ମୋହର ହେବେ।


ଆଉ ଦୁର୍ଭିକ୍ଷ ବର୍ଷ ପୂର୍ବରେ ଯୋଷେଫଙ୍କର ଦୁଇ ପୁତ୍ର ଜାତ ହୋଇଥିଲେ, ଓନ୍‍ ନଗର ନିବାସୀ ପୋଟୀଫେର ଯାଜକର ଆସନତ୍‍ ନାମ୍ନୀ କନ୍ୟା ସେମାନଙ୍କୁ ଜନ୍ମ କରିଥିଲା।


ପୁଣି, ଦ୍ୱିତୀୟ ପୁତ୍ରର ନାମ ଇଫ୍ରୟିମ ରଖିଲେ, କାରଣ ସେ କହିଲେ, “ମୋହର ଦୁଃଖଭୋଗର ଦେଶରେ ପରମେଶ୍ୱର ମୋତେ ଫଳବାନ କରିଅଛନ୍ତି।”


ସେହି ସବୁ ଘଟଣା ଉତ୍ତାରେ କେହି ଯୋଷେଫଙ୍କୁ ସମ୍ବାଦ ଦେଇ କହିଲା; “ଦେଖ, ତୁମ୍ଭ ପିତା ପୀଡ଼ିତ ଅଛନ୍ତି,” ତହିଁରେ ସେ ଆପଣାର ଦୁଇ ପୁତ୍ର ମନଃଶି ଓ ଇଫ୍ରୟିମଙ୍କୁ ସଙ୍ଗରେ ନେଇଗଲେ।


ଯୋଷେଫର ସନ୍ତାନଗଣ ମନଃଶି ଓ ଇଫ୍ରୟିମ ଦୁଇ ବଂଶ ଥିଲେ। ପୁଣି ସେମାନେ ଲେବୀୟମାନଙ୍କୁ କେତେକ ବସତି-ନଗର ଓ ପଶୁ ଓ ସମ୍ପତ୍ତି ନିମନ୍ତେ ତଳିଭୂମି ଛଡ଼ା ଦେଶ ମଧ୍ୟରେ ଆଉ କୌଣସି ଅଂଶ ଦେଲେ ନାହିଁ।


ମନଃଶି ବଂଶର ଏହି ବାଣ୍ଟ; ଯେହେତୁ ସେ ଯୋଷେଫର ଜ୍ୟେଷ୍ଠ ପୁତ୍ର ଥିଲା। ଗିଲୀୟଦର ପିତା, ମନଃଶିର ଜ୍ୟେଷ୍ଠ ପୁତ୍ର ମାଖୀର, ଯୋଦ୍ଧା ହେବା ହେତୁରୁ ଗିଲୀୟଦ ଓ ବାଶନ ପାଇଥିଲା।


ପୁଣି, ସମୟ ଉପସ୍ଥିତ ହୁଅନ୍ତେ, ହାନ୍ନା ଗର୍ଭଧାରଣ କରି ପୁତ୍ର ପ୍ରସବ କଲା; “ଆଉ ମୁଁ ସଦାପ୍ରଭୁଙ୍କୁ ମାଗିଥିଲି, ଏହା କହି ତାହାର ନାମ ଶାମୁୟେଲ (ପରମେଶ୍ୱର ଦତ୍ତ) ରଖିଲା।”


ଆପଣା ଆପଣା ବଂଶାନୁସାରେ ଯୋଷେଫଙ୍କ ପୁତ୍ର ମନଃଶି ଓ ଇଫ୍ରୟିମ।


ତୁମ୍ଭେ ଆପଣା ଦୁଃଖ ପାସୋରି ପକାଇବ; ବହିଗଲା ଜଳ ତୁଲ୍ୟ ତାହା ସ୍ମରଣ କରିବ;


Swiv nou:

Piblisite


Piblisite