Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 39:11 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଏଥିଉତ୍ତାରେ ଦିନକରେ ଯୋଷେଫ ନିଜ କାର୍ଯ୍ୟ ନିମନ୍ତେ ଗୃହ ଭିତରକୁ ଗଲେ, ପୁଣି, ଗୃହର ଦାସ ମଧ୍ୟରୁ କେହି ସେଠାରେ ନ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଅନନ୍ତର ଦିନକରେ ଯୋଷେଫ ନିଜ କାର୍ଯ୍ୟ ନିମନ୍ତେ ଗୃହ ଭିତରକୁ ଗଲେ, ପୁଣି ଗୃହର ଦାସ ମଧ୍ୟରୁ କେହି ସେଠାରେ ନ ଥିଲା।

Gade chapit la Kopi

ଓଡିଆ ବାଇବେଲ

11 ଏଥିଉତ୍ତାରେ ଦିନକରେ ଯୋଷେଫ ନିଜ କାର୍ଯ୍ୟ ନିମନ୍ତେ ଗୃହ ଭିତରକୁ ଗଲେ, ପୁଣି, ଗୃହର ଦାସ ମଧ୍ୟରୁ କେହି ସେଠାରେ ନ ଥିଲା।

Gade chapit la Kopi

ପବିତ୍ର ବାଇବଲ

11 ଦିନେ ଯୋଷେଫ ଘରକୁ ତାଙ୍କର କିଛି କାର୍ଯ୍ୟ କରିବାକୁ ଗଲେ। ସେହି ସମୟରେ ସେ ଏକା ସେହି ଘରେ ଥିଲେ।

Gade chapit la Kopi




ଆଦି ପୁସ୍ତକ 39:11
8 Referans Kwoze  

କାରଣ ସେମାନେ ଯାହାସବୁ ଗୁପ୍ତରେ କରନ୍ତି, ସେହିସବୁ କଥା କହିବା ସୁଦ୍ଧା ଲଜ୍ଜାଜନକ,


କିନ୍ତୁ ବ୍ୟଭିଚାର, ସମସ୍ତ ପ୍ରକାର ଅଶୁଚିତା କିମ୍ବା ଲୋଭ, ଏହିସବୁ ତୁମ୍ଭମାନଙ୍କ ମଧ୍ୟରେ ସ୍ଥାନ ନ ପାଉ; ତାହା ସାଧୁମାନଙ୍କ ପକ୍ଷରେ ଅନୁଚିତ;


“ପୁଣି, ଆମ୍ଭେ ବିଚାର କରିବା ପାଇଁ ତୁମ୍ଭମାନଙ୍କ ନିକଟକୁ ଆସିବା ଆଉ, ତାନ୍ତ୍ରିକ ଓ ବ୍ୟଭିଚାରୀ ଓ ମିଥ୍ୟା ଶପଥକାରୀମାନଙ୍କ ବିରୁଦ୍ଧରେ ଓ ଯେଉଁମାନେ ବେତନଜୀବୀର ବେତନ ବିଷୟରେ, ବିଧବା ଓ ପିତୃହୀନ ପ୍ରତି ଅତ୍ୟାଚାର କରନ୍ତି, ଆଉ ବିଦେଶୀର ପ୍ରତି ଅନ୍ୟାୟ କରନ୍ତି ଓ ଆମ୍ଭଙ୍କୁ ଭୟ ନ କରନ୍ତି, ସେମାନଙ୍କ ବିରୁଦ୍ଧରେ ଆମ୍ଭେ ଶୀଘ୍ର ସାକ୍ଷୀ ହେବା,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।


ସଦାପ୍ରଭୁ କହନ୍ତି, ଆମ୍ଭେ ଯେଉଁ ସ୍ଥାନରେ ଦେଖି ନ ପାରିବୁ, ଏପରି ଗୁପ୍ତ ସ୍ଥାନରେ କି କେହି ଆପଣାକୁ ଲୁଚାଇ ପାରେ? ସଦାପ୍ରଭୁ କହନ୍ତି, ଆମ୍ଭେ କି ସ୍ୱର୍ଗ ଓ ମର୍ତ୍ତ୍ୟ ବ୍ୟାପି ନ ଥାଉ?


“ଚୌର୍ଯ୍ୟଜଳ ମିଷ୍ଟ ଓ ଗୋପନ ଅନ୍ନ ସୁସ୍ୱାଦୁ।”


ପାରଦାରିକର ଚକ୍ଷୁ ମଧ୍ୟ ସନ୍ଧ୍ୟାକାଳର ଅପେକ୍ଷା କରି କହେ, କେହି ମୋତେ ଦେଖିବ ନାହିଁ ଓ ସେ ଆପଣା ମୁଖ ଅନ୍ୟ ରୂପ କରେ।


ତଥାପି ସେ ସ୍ତ୍ରୀ ଦିନକୁ ଦିନ ଯୋଷେଫଙ୍କୁ ଏପରି କହେ; ମାତ୍ର ଯୋଷେଫ ତାହା ସଙ୍ଗେ ଶୟନ କରିବାକୁ କିମ୍ବା ତାହା ନିକଟରେ ରହିବାକୁ ସମ୍ମତ ହୁଅନ୍ତି ନାହିଁ।


ତେଣୁ ସେ ଯୋଷେଫଙ୍କର ବସ୍ତ୍ର ଧରି “ମୋʼ ସଙ୍ଗେ ଶୟନ କର ବୋଲି ଟଣାଟଣି କଲା;” ମାତ୍ର ଯୋଷେଫ ତାହା ହସ୍ତରେ ଆପଣା ବସ୍ତ୍ର ଛାଡ଼ି ବାହାରକୁ ପଳାଇଗଲେ।


Swiv nou:

Piblisite


Piblisite