Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 32:7 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ତହିଁରେ ଯାକୁବ ଅତିଶୟ ଭୀତ ଓ ଉଦ୍‍ବିଗ୍ନ ହେଲା, ପୁଣି, ସଙ୍ଗୀ ଲୋକମାନଙ୍କୁ ଓ ଗୋମେଷାଦି ସମସ୍ତ ପଲ ଓ ଓଟମାନଙ୍କୁ ଭିନ୍ନ ଭିନ୍ନ ଦୁଇ ଦଳ କରି କହିଲା,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ତହିଁରେ ଯାକୁବ ଅତିଶୟ ଭୀତ ଓ ଉଦ୍ବିଗ୍ନ ହେଲା, ପୁଣି ସଙ୍ଗୀ ଲୋକମାନଙ୍କୁ ଓ ଗୋମେଷାଦି ସମସ୍ତ ପଲ ଓ ଓଟମାନଙ୍କୁ ଭିନ୍ନ ଭିନ୍ନ ଦୁଇ ଦଳ କରି କହିଲା,

Gade chapit la Kopi

ଓଡିଆ ବାଇବେଲ

7 ତହିଁରେ ଯାକୁବ ଅତିଶୟ ଭୀତ ଓ ଉଦ୍‍ବିଗ୍ନ ହେଲା, ପୁଣି, ସଙ୍ଗୀ ଲୋକମାନଙ୍କୁ ଓ ଗୋମେଷାଦି ସମସ୍ତ ପଲ ଓ ଓଟମାନଙ୍କୁ ଭିନ୍ନ ଭିନ୍ନ ଦୁଇ ଦଳ କରି କହିଲା,

Gade chapit la Kopi

ପବିତ୍ର ବାଇବଲ

7 ସେହି ବାର୍ତ୍ତା ଯାକୁବଙ୍କୁ ଭୟଭୀତ କଲା। ସେ ତାଙ୍କ ସହିତ ଥିବା ଲୋକମାନଙ୍କୁ ଦୁଇ ଦଳରେ ବିଭକ୍ତ କଲେ। ଗୋମେଷାଦି ଆଦି ସମସ୍ତ ପଲ ଓ ଓଟମାନଙ୍କୁ ଭିନ୍ନ ଭିନ୍ନ ଦୁଇ ଦଳ କଲେ।

Gade chapit la Kopi




ଆଦି ପୁସ୍ତକ 32:7
22 Referans Kwoze  

ପୁଣି, ଆସ, ଆମ୍ଭେମାନେ ଉଠି ବେଥେଲ୍‍କୁ ଯାଉ; ଯେଉଁ ପରମେଶ୍ୱର ମୋର ଦୁଃଖର ଦିନରେ ମୋʼ ପ୍ରାର୍ଥନାର ଉତ୍ତର ଦେଲେ, ଓ ମୋର ଗମନର ପଥରେ ମୋର ସହାୟ ହୋଇଥିଲେ, ତାହାଙ୍କ ଉଦ୍ଦେଶ୍ୟରେ ମୁଁ ସେହି ସ୍ଥାନରେ ଗୋଟିଏ ଯଜ୍ଞବେଦି ନିର୍ମାଣ କରିବି।”


ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧାର୍ମିକ ଜୀବନଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଡ଼ନା ଭୋଗ କରିବେ।


ଈଶ୍ବରଙ୍କ ଦ୍ୱାରା ଯେଉଁ ସାନ୍ତ୍ୱନାରେ ଆମ୍ଭେମାନେ ସାନ୍ତ୍ୱନାପ୍ରାପ୍ତ ହେଉଅଛୁ, ସେହି ସାନ୍ତ୍ୱନା ଦ୍ୱାରା ଯେପରି ସମସ୍ତ ପ୍ରକାର କ୍ଳେଶ ଭୋଗୁଥିବା ଲୋକମାନଙ୍କୁ ସାନ୍ତ୍ୱନା ଦେଇପାରୁ, ଏଥିପାଇଁ ସେ ଆମ୍ଭମାନଙ୍କ ସମସ୍ତ କ୍ଳେଶରେ ଆମ୍ଭମାନଙ୍କୁ ସାନ୍ତ୍ୱନା ପ୍ରଦାନ କରନ୍ତି।


ପୁଣି, ସେ ସ୍ଥାନମାନଙ୍କରେ ଶିଷ୍ୟମାନଙ୍କ ମନକୁ ସୁସ୍ଥିର କଲେ ଓ ବିଶ୍ୱାସରେ ଅଟଳ ରହିବା ପାଇଁ ସେମାନଙ୍କୁ ଉତ୍ସାହ ପ୍ରଦାନ କରି କହିଲେ, ଅନେକ କ୍ଲେଶ ମଧ୍ୟ ଦେଇ ଆମ୍ଭମାନଙ୍କୁ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ।


ତୁମ୍ଭେମାନେ ଯେପରି ମୋʼ ଠାରେ ଶାନ୍ତି ପ୍ରାପ୍ତ ହୁଅ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହିସବୁ ବିଷୟ କହିଅଛି। ଜଗତରେ ତୁମ୍ଭମାନଙ୍କ ନିମନ୍ତେ କ୍ଳେଶ ଅଛି, କିନ୍ତୁ ସାହସ ଧର; ମୁଁ ଜଗତକୁ ଜୟ କରିଅଛି।”


“ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି, ଅତଏବ ସର୍ପ ପରି ବୁଦ୍ଧିମାନ ଓ କପୋତ ପରି ଅହିଂସକ ହୁଅ।


ସେ ସେମାନଙ୍କୁ କହିଲେ, “ହେ ଅଳ୍ପ ବିଶ୍ୱାସୀମାନେ, ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ?” ସେତେବେଳେ ସେ ଉଠି ପବନ ଓ ସମୁଦ୍ରକୁ ଧମକ ଦେଲେ, ଆଉ ସବୁ ଧିରସ୍ଥିର ହେଲା।


କାରଣ, ତାହାର ପରମେଶ୍ୱର ତାହାକୁ ଯଥାର୍ଥ ଉପଦେଶ ଦିଅନ୍ତି ଓ ସେ ତାହାକୁ ଶିଖାନ୍ତି।


ପରିଣାମଦର୍ଶିତା ତୁମ୍ଭ ଉପରେ ପ୍ରହରୀ ହେବ, ବୁଦ୍ଧି ତୁମ୍ଭକୁ ରକ୍ଷା କରିବ।


ମୋʼ ଦକ୍ଷିଣ ପାର୍ଶ୍ୱ ନିରୀକ୍ଷଣ କରି ଦେଖ; ମୋତେ ଜାଣିବା ଲୋକ କେହି ନାହିଁ; ମୋହର ଆଶ୍ରୟ ବିନଷ୍ଟ ହୋଇଅଛି; ମୋʼ ପ୍ରାଣ ପାଇଁ କେହି ଚିନ୍ତା କରେ ନାହିଁ।


ତେବେ ସେମାନେ ଆପଣାମାନଙ୍କ ସଙ୍କଟ ସମୟରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କଲେ, ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ଉଦ୍ଧାର କଲେ।


ମୋʼ ମନ ଉଦ୍‍ବିଗ୍ନ ହେବା ବେଳେ ମୁଁ ପୃଥିବୀର ପ୍ରାନ୍ତରୁ ତୁମ୍ଭକୁ ଡାକିବି; ମୋʼ ଠାରୁ ଉଚ୍ଚତର ଶୈଳକୁ ମୋତେ ନେଇଯାଅ।


କାରଣ ମୁଁ ଅନେକଙ୍କଠାରୁ ନିନ୍ଦାବାଦ ଶୁଣିଅଛି, ଚତୁର୍ଦ୍ଦିଗରେ ଆଶଙ୍କା; ସେମାନେ ମୋʼ ବିରୁଦ୍ଧରେ ଏକତ୍ର ମନ୍ତ୍ରଣା କଲା ବେଳେ ମୋʼ ପ୍ରାଣ ନେବା ପାଇଁ ସଂକଳ୍ପ କଲେ।


ଆଉ ଫାରୋ ନିକଟବର୍ତ୍ତୀ ହୁଅନ୍ତେ, ଇସ୍ରାଏଲ-ସନ୍ତାନଗଣ ଅନାଇ ଆପଣାମାନଙ୍କ ପଶ୍ଚାତ୍‍ ପଶ୍ଚାତ୍‍ ଆଗମନକାରୀ ମିସରୀୟମାନଙ୍କୁ ଦେଖି ଅତିଶୟ ଭୀତ ହେଲେ, ପୁଣି, ଇସ୍ରାଏଲ ସନ୍ତାନମାନେ ସଦାପ୍ରଭୁଙ୍କୁ ଡାକ ପକାଇଲେ।


ବିନୟ କରୁଅଛି, ମୋʼ ଭ୍ରାତାର ହସ୍ତରୁ, ଏଷୌର ହସ୍ତରୁ ମୋତେ ରକ୍ଷା କର; କାରଣ ମୁଁ ତାହାକୁ ଭୟ କରୁଅଛି, କେଜାଣି ସେ ଆସି ମୋତେ ଓ ମାତା ଓ ବାଳକମାନଙ୍କୁ ବଧ କରିବ।


ଯେଉଁ ଜନ କୃପା କରେ ଓ ଋଣ ଦିଏ, ତାହାର ମଙ୍ଗଳ ହୁଏ; ସେ ସୁବିଚାରରେ ଆପଣା କଥା ନିଷ୍ପନ୍ନ କରିବ।


ତହିଁ ଉତ୍ତାରେ ଯାକୁବ ଆପଣା ଆଗେ ସେୟୀର ଦେଶସ୍ଥ ଇଦୋମ ଅଞ୍ଚଳରେ ଭ୍ରାତା ଏଷୌ ନିକଟକୁ ଦୂତମାନଙ୍କୁ ପ୍ରେରଣ କଲା।


“ଏଷୌ ଆସି ଯଦି ଏକ ଦଳକୁ ପ୍ରହାର କରିବ, ତଥାପି ଅନ୍ୟ ଦଳ ବଞ୍ଚି ପଳାଇଯିବେ,”


ଏଥିଉତ୍ତାରେ ଯାକୁବ ଅନାଇ ଦେଖିଲା, ଆଉ ଦେଖ, ଏଷୌ ଉପସ୍ଥିତ, ପୁଣି, ତାହା ସଙ୍ଗେ ଚାରି ଶହ ପୁରୁଷ। ତହିଁରେ ସେ ଆପଣା ସନ୍ତାନମାନଙ୍କୁ ବିଭାଗ କରି ଲେୟା ଓ ରାହେଲ ଓ ଦୁଇ ଦାସୀଙ୍କ ନିକଟରେ ସମର୍ପଣ କଲା,


Swiv nou:

Piblisite


Piblisite