Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 32:26 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ଏଥିଉତ୍ତାରେ ସେହି ପୁରୁଷ କହିଲେ, “ଆମ୍ଭକୁ ଛାଡ଼, କାରଣ ପ୍ରଭାତ ହେଲା।” ତହୁଁ ଯାକୁବ କହିଲା, “ତୁମ୍ଭେ ମୋତେ ଆଶୀର୍ବାଦ ନ କଲେ, ମୁଁ ତୁମ୍ଭଙ୍କୁ ଛାଡ଼ିବି ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 ଅନନ୍ତର ସେହି ପୁରୁଷ କହିଲେ, ଆମ୍ଭକୁ ଛାଡ଼, କାରଣ ପ୍ରଭାତ ହେଲା। ତହୁଁ ଯାକୁବ କହିଲା, ତୁମ୍ଭେ ମୋତେ ଆଶୀର୍ବାଦ ନ କଲେ, ମୁଁ ତୁମ୍ଭଙ୍କୁ ଛାଡ଼ିବି ନାହିଁ।

Gade chapit la Kopi

ଓଡିଆ ବାଇବେଲ

26 ଏଥିଉତ୍ତାରେ ସେହି ପୁରୁଷ କହିଲେ, “ଆମ୍ଭକୁ ଛାଡ଼,” କାରଣ ପ୍ରଭାତ ହେଲା। ତହୁଁ ଯାକୁବ କହିଲା, “ତୁମ୍ଭେ ମୋତେ ଆଶୀର୍ବାଦ ନ କଲେ, ମୁଁ ତୁମ୍ଭଙ୍କୁ ଛାଡ଼ିବି ନାହିଁ।”

Gade chapit la Kopi

ପବିତ୍ର ବାଇବଲ

26 ଆଉ ସେହି ଲୋକଟି ଯାକୁବଙ୍କୁ କହିଲେ, “ମୋତେ ଯିବାକୁ ଦିଅ କାରଣ ପ୍ରଭାତ ହୋଇଗଲା।” କିନ୍ତୁ ଯାକୁବ କହିଲେ, “ମୁଁ ତୁମ୍ଭକୁ ଯିବାକୁ ଦେବି ନାହିଁ, ଯେପର୍ଯ୍ୟନ୍ତ ମୋତେ ଆଶୀର୍ବାଦ ନ କରିଛ।”

Gade chapit la Kopi




ଆଦି ପୁସ୍ତକ 32:26
19 Referans Kwoze  

ହଁ, ସେ ଦୂତ ଉପରେ ବଳବାନ ହୋଇ ଜୟ କଲା; ସେ କ୍ରନ୍ଦନ କରି ତାହାଙ୍କ ନିକଟରେ ବିନତି କଲା; ସେ ବେଥେଲ୍‍ରେ ତାହାଙ୍କ ଉଦ୍ଦେଶ୍ୟ ପାଇଲା, ଆଉ ସେଠାରେ ସେ ଆମ୍ଭମାନଙ୍କ ସହିତ କଥା କହିଲେ।


ପରମେଶ୍ୱର ଆମ୍ଭମାନଙ୍କୁ ଦୟା କରନ୍ତୁ ଓ ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଓ ଆମ୍ଭମାନଙ୍କ ପ୍ରତି ଆପଣା ମୁଖ ପ୍ରସନ୍ନ କରନ୍ତୁ। [ସେଲା]


ମାତ୍ର ଏହି ଯାବେଷ୍‍ ଇସ୍ରାଏଲର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି କହିଲା, “ଆହା, ଏହା ଯେପରି ଆମ୍ଭ ଦୁଃଖର କାରଣ ନ ହୁଏ, ଏଥିପାଇଁ ତୁମ୍ଭେ ଆମ୍ଭକୁ ନିତାନ୍ତ ଆଶୀର୍ବାଦ କର, ଆମ୍ଭ ସୀମା ବୃଦ୍ଧି କର, ତୁମ୍ଭ ହସ୍ତ ଆମ୍ଭର ସହାୟ ହେଉ, ପୁଣି, ତୁମ୍ଭେ ଆମ୍ଭକୁ ମନ୍ଦରୁ ରକ୍ଷା କର।” ତହିଁରେ ପରମେଶ୍ୱର ତାହାର ନିବେଦିତ ବିଷୟ ତାହାକୁ ପ୍ରଦାନ କଲେ।


ସେମାନଙ୍କୁ ଛାଡ଼ିବାର ଅଳ୍ପକ୍ଷଣ ଉତ୍ତାରେ ଯାହାଙ୍କୁ ମୋʼ ପ୍ରାଣ ପ୍ରେମ କରେ, ତାଙ୍କୁ ପାଇଲି; ମୁଁ ଆପଣା ମାତୃଗୃହକୁ ଓ ମୋʼ ଗର୍ଭଧାରିଣୀଙ୍କ ଅନ୍ତଃପୁରକୁ ନ ଆଣିବା ପର୍ଯ୍ୟନ୍ତ ତାଙ୍କୁ ଧରି ରଖିଲି, ଆଉ ଯିବାକୁ ଦେଲି ନାହିଁ।


ତଥାପି ଯେ ଆମ୍ଭମାନଙ୍କୁ ପ୍ରେମ କଲେ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଏହି ସମସ୍ତ ବିଷୟରେ ସର୍ବତୋଭାବେ ବିଜୟୀ ଅଟୁ।


ଏଣୁ ତୁମ୍ଭେ ଏବେ ଆମ୍ଭଙ୍କୁ ଛାଡ଼ିଦିଅ, ମୋହର କ୍ରୋଧ ସେମାନଙ୍କ ପ୍ରତିକୂଳରେ ପ୍ରଜ୍ୱଳିତ ହେଉ, ତହିଁରେ ଆମ୍ଭେ ସେମାନଙ୍କୁ ସଂହାର କରିବା; ମାତ୍ର ଆମ୍ଭେ ତୁମ୍ଭକୁ ମହାଗୋଷ୍ଠୀ କରିବା।”


ଈଶ୍ବର ଯିଏ ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ସେ ଆପଣା ପାର୍ଥିବ ଜୀବନରେ ଥିବା ସମୟରେ, ତାହାଙ୍କ ନିକଟରେ ପ୍ରବଳ ଆର୍ତ୍ତନାଦ ଓ ଅଶ୍ରୁ ସହକାରେ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ, ଆଉ ଉତ୍ତର ସ୍ୱରୂପେ ଆଶଙ୍କାରୁ ରକ୍ଷା ପାଇ


ଅତଏବ, ହେ ମୋହର ପ୍ରିୟ ଭାଇମାନେ, ପ୍ରଭୁଙ୍କ ସେବାରେ ତୁମ୍ଭମାନଙ୍କ ପରିଶ୍ରମ ନିଷ୍ଫଳ ନୁହେଁ, ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସୁସ୍ଥିର ଓ ଅଟଳ ରହି ସର୍ବଦା ଅଧିକରୁ ଅଧିକତର ଯତ୍ନବାନ ହୁଅ।


ପୁଣି, ଯେ ତୁମ୍ଭ ନାମରେ ପ୍ରାର୍ଥନା କରେ, ଯେ ତୁମ୍ଭକୁ ଧରିବା ପାଇଁ ଆପଣାକୁ ଉତ୍ତେଜିତ କରେ, ଏପରି କେହି ନାହିଁ; କାରଣ ତୁମ୍ଭେ ଆମ୍ଭମାନଙ୍କଠାରୁ ଆପଣା ମୁଖ ଲୁଚାଇଅଛ ଓ ଆମ୍ଭମାନଙ୍କର ଅପରାଧ ଦ୍ୱାରା ଆମ୍ଭମାନଙ୍କୁ କ୍ଷୟ କରିଅଛ।


ସଦାପ୍ରଭୁ, ଇସ୍ରାଏଲର ଧର୍ମସ୍ୱରୂପ ଓ ତାହାର ନିର୍ମାଣକର୍ତ୍ତା ଏହି କଥା କହନ୍ତି, “ଆଗାମୀ ଘଟଣାର ବିଷୟ ଆମ୍ଭକୁ ପଚାର; ତୁମ୍ଭେମାନେ ଆମ୍ଭ ସନ୍ତାନଗଣର ବିଷୟରେ ଓ ଆମ୍ଭ ହସ୍ତକୃତ କର୍ମ ବିଷୟରେ ଆମ୍ଭକୁ ଆଦେଶ ଦିଅ।


ତୁମ୍ଭ ମସ୍ତକ କର୍ମିଲ ପର୍ବତ ତୁଲ୍ୟ, ପୁଣି ତୁମ୍ଭ ମସ୍ତକର କେଶ ବାଇଗଣିଆ ରଙ୍ଗ ତୁଲ୍ୟ; ତହିଁର ବେଣୀ-ପାଶରେ ରାଜା ବନ୍ଦୀ ରୂପେ ଧୃତ ଅଟନ୍ତି।


ଆମ୍ଭଙ୍କୁ ଛାଡ଼ିଦିଅ, ତହିଁରେ ଆମ୍ଭେ ସେମାନଙ୍କୁ ବିନାଶ କରିବା ଓ ଆକାଶମଣ୍ଡଳ ତଳୁ ସେମାନଙ୍କ ନାମ ଲୋପ କରିବା; ମାତ୍ର ଆମ୍ଭେ ତୁମ୍ଭଠାରୁ ସେମାନଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ଓ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବା।”


ମାତ୍ର ତାହାକୁ ଜୟ କରି ପାରିଲେ ନାହିଁ ଦେଖି ସେ ଯାକୁବର ଊରୁଦେଶର ସନ୍ଧି ସ୍ଥାନରେ ଆଘାତ କଲେ; ତାହାଙ୍କ ସହିତ ଏପ୍ରକାର ମଲ୍ଲଯୁଦ୍ଧ କରିବାରୁ ଯାକୁବର ଊରୁସନ୍ଧି ଖସିଗଲା।


ପୁନର୍ବାର ସେହି ମନୁଷ୍ୟ କହିଲେ, “ତୁମ୍ଭର ନାମ କଅଣ?” ସେ କହିଲା, “ଯାକୁବ।”


Swiv nou:

Piblisite


Piblisite