Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 29:6 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଯାକୁବ ପଚାରିଲା, “ସେ କୁଶଳରେ ଅଛନ୍ତି ତ?” ସେମାନେ କହିଲେ, “କୁଶଳରେ ଅଛି; ଏହି ଦେଖ, ତାହାର କନ୍ୟା ରାହେଲ ମେଷପଲ ଘେନି ଆସୁଅଛି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଯାକୁବ ପଚାରିଲା, ସେ କୁଶଳରେ ଅଛନ୍ତି ତ? ସେମାନେ କହିଲେ, କୁଶଳରେ ଅଛି; ଏହି ଦେଖ, ତାହାର କନ୍ୟା ରାହେଲ ମେଷପଲ ଘେନି ଆସୁଅଛି।

Gade chapit la Kopi

ଓଡିଆ ବାଇବେଲ

6 ଯାକୁବ ପଚାରିଲା, “ସେ କୁଶଳରେ ଅଛନ୍ତି ତ ?” ସେମାନେ କହିଲେ, “କୁଶଳରେ ଅଛି; ଏହି ଦେଖ, ତାହାର କନ୍ୟା ରାହେଲ ମେଷପଲ ଘେନି ଆସୁଅଛି।”

Gade chapit la Kopi

ପବିତ୍ର ବାଇବଲ

6 ଏହା ପରେ ଯାକୁବ ତାଙ୍କୁ ପଗ୍ଭରିଲେ, “ସେ କିପରି ଅଛନ୍ତି?” ସେମାନେ ଉତ୍ତର ଦେଲେ, “ସେ ଭଲ ଅଛନ୍ତି, ତାଙ୍କର ସମସ୍ତ କୁଶଳ। ଦେଖ ତାଙ୍କର କନ୍ୟା ରାହେଲ ତାଙ୍କ ମେଷପଲ ସହିତ ଆସୁଛନ୍ତି।”

Gade chapit la Kopi




ଆଦି ପୁସ୍ତକ 29:6
8 Referans Kwoze  

ଏଥିରେ ଯୋୟାବ ଅମାସାଙ୍କୁ ପଚାରିଲା, “କି ଭାଇ, ସବୁ ମଙ୍ଗଳ ତ?” ତହୁଁ ଯୋୟାବ ଅମାସାଙ୍କୁ ଚୁମ୍ବନ କରିବା ପାଇଁ ଆପଣା ଦକ୍ଷିଣ ହସ୍ତରେ ତାହାର ଦାଢ଼ି ଧରିଲା।


ତହିଁରେ ଦାଉଦ ଦଶ ଜଣ ଯୁବାଙ୍କୁ ପଠାଇଲେ ଓ ଦାଉଦ ସେହି ଯୁବାମାନଙ୍କୁ କହିଲେ, “ତୁମ୍ଭେମାନେ କର୍ମିଲକୁ ଉଠି ନାବଲ କତିକି ଯାଅ ଓ ମୋହର ନାମରେ ତାହାକୁ ନମସ୍କାର ଜଣାଅ।


ପୁଣି, ଦାଉଦ ସାମଗ୍ରୀରକ୍ଷକ ହସ୍ତରେ ଆପଣା ସାମଗ୍ରୀ ରଖି ସୈନ୍ୟଶ୍ରେଣୀ ମଧ୍ୟକୁ ଦୌଡ଼ିଆସି ଆପଣା ଭାଇମାନଙ୍କୁ କୁଶଳବାର୍ତ୍ତା ପଚାରିଲା।


ସେତେବେଳେ ମୋଶା ଆପଣା ଶ୍ୱଶୁର ସହିତ ସାକ୍ଷାତ କରିବାକୁ ବାହାରକୁ ଯାଇ ତାଙ୍କୁ ପ୍ରଣାମ ଓ ଚୁମ୍ବନ କଲେ; ପୁଣି, ପରସ୍ପର ମଙ୍ଗଳ ବାର୍ତ୍ତା ପଚାରିଲା ଉତ୍ତାରେ ସେମାନେ ତମ୍ବୁରେ ପ୍ରବେଶ କଲେ।


ତହୁଁ ଯୋଷେଫ ସେମାନଙ୍କର ମଙ୍ଗଳ ବାର୍ତ୍ତା ପଚାରି କହିଲେ, “ତୁମ୍ଭମାନଙ୍କର ପିତା କି କୁଶଳରେ ଅଛନ୍ତି? ତୁମ୍ଭେମାନେ ଯେଉଁ ବୃଦ୍ଧ ଲୋକଙ୍କର କଥା କହୁଥିଲ, ସେ କି ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି?”


ସେତେବେଳେ ଇସ୍ରାଏଲ ତାହାକୁ କହିଲେ, “ତୁମ୍ଭେ ଯାଇ ତୁମ୍ଭର ଭ୍ରାତୃଗଣ ଓ ପଶୁପଲ ଭଲ ଅଛନ୍ତି କି ନାହିଁ, ତାହା ଦେଖି ମୋʼ ନିକଟକୁ ସମ୍ବାଦ ଆଣ।” ଏହିରୂପେ ସେ ହିବ୍ରୋଣର ତଳ ଭୂମିରୁ ଯୋଷେଫକୁ ପଠାନ୍ତେ, ସେ ଶିଖିମରେ ଉପସ୍ଥିତ ହେଲା।


ସେତେବେଳେ ଯାକୁବ କହିଲା, “ଦେଖ, ଏବେ ବହୁତ ବେଳ ଅଛି; ମେଷପଲ ଏକତ୍ର କରିବାର ସମୟ ହୋଇ ନାହିଁ; ତୁମ୍ଭେମାନେ ମେଷଗଣକୁ ଜଳ ପାନ କରାଇ ପୁନର୍ବାର ଚରାଇବାକୁ ଘେନିଯାଅ।”


ମିଦୀୟନୀୟ ଯାଜକଙ୍କର ସାତୋଟି କନ୍ୟା ଥିଲେ; ସେମାନେ ସେହି ସ୍ଥାନକୁ ଆସି ପିତାଙ୍କ ମେଷପଲକୁ ଜଳ ପାନ କରାଇବା ପାଇଁ ଜଳ କାଢ଼ି କୁଣ୍ଡ ପରିପୂର୍ଣ୍ଣ କଲେ।


Swiv nou:

Piblisite


Piblisite