Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 29:21 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ଏଥିଉତ୍ତାରେ ଯାକୁବ ଲାବନକୁ କହିଲା, “ମୋହର ନିୟମିତ କାଳ ସମ୍ପୂର୍ଣ୍ଣ ହେଲା, ଏବେ ମୋʼ ଭାର୍ଯ୍ୟା ମୋତେ ଦିଅ, ମୁଁ ତାହାର ସହବାସ କରିବି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ଅନନ୍ତର ଯାକୁବ ଲାବନକୁ କହିଲା, ମୋହର ନିୟମିତ କାଳ ସମ୍ପୂର୍ଣ୍ଣ ହେଲା, ଏବେ ମୋʼ ଭାର୍ଯ୍ୟା ମୋତେ ଦିଅ, ମୁଁ ତାହାର ସହବାସ କରିବି।

Gade chapit la Kopi

ଓଡିଆ ବାଇବେଲ

21 ଏଥିଉତ୍ତାରେ ଯାକୁବ ଲାବନକୁ କହିଲା, “ମୋହର ନିୟମିତ କାଳ ସମ୍ପୂର୍ଣ୍ଣ ହେଲା, ଏବେ ମୋ’ ଭାର୍ଯ୍ୟା ମୋତେ ଦିଅ, ମୁଁ ତାହାର ସହବାସ କରିବି।”

Gade chapit la Kopi

ପବିତ୍ର ବାଇବଲ

21 ସାତ ବର୍ଷ ପରେ ଯାକୁବ ଲାବନକୁ କହିଲେ, “ମୋତେ ରାହେଲକୁ ଦିଅ ମୁଁ ତାଙ୍କୁ ବିବାହ କରିବି। ତୁମ୍ଭ ପାଇଁ ମୋର କାମ କରିବା ସମୟ ସରି ଯାଇଛି।”

Gade chapit la Kopi




ଆଦି ପୁସ୍ତକ 29:21
9 Referans Kwoze  

ମାତ୍ର କିଛି ଦିନ ଉତ୍ତାରେ ଗହମ କଟା ସମୟରେ ଶାମ୍‍ଶୋନ୍‍ ଗୋଟିଏ ଛେଳିଛୁଆ ନେଇ ଆପଣା ଭାର୍ଯ୍ୟାକୁ ଦେଖିବା ପାଇଁ ଗଲା; ଆଉ ସେ କହିଲା, “ମୁଁ ଅନ୍ତଃପୁରରେ ଭାର୍ଯ୍ୟା ନିକଟକୁ ଯିବି।” ମାତ୍ର ତାହାର ପିତା ତାହାକୁ ଭିତରକୁ ଯିବାକୁ ଦେଲା ନାହିଁ।


ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାରେ ହେଲା। ତାହାଙ୍କ ମାତା ମରୀୟମଙ୍କର ଯୋଷେଫଙ୍କ ସହିତ ବିବାହ ନିର୍ବନ୍ଧ ହେଲା ପରେ ସେମାନଙ୍କ ସହବାସ ପୂର୍ବେ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହୋଇଅଛନ୍ତି ବୋଲି ଜଣାପଡ଼ିଲା।


ଏନିମନ୍ତେ ସେ ପଥପାର୍ଶ୍ଵରେ ତାହା ନିକଟକୁ ଯାଇ ପୁତ୍ରବଧୂକୁ ଚିହ୍ନି ନ ପାରି କହିଲା, “ନିବେଦନ କରୁଅଛି, ତୁମ୍ଭ କତିକି ମୋତେ ଯିବାକୁ ଦିଅ।” ତହୁଁ ତାମର କହିଲା, “ତୁମ୍ଭେ ମୋʼ କତିକି ଆସିବା ପାଇଁ କଅଣ ଦେବ?”


ମୁଁ କୋଡ଼ିଏ ବର୍ଷ କାଳ ତୁମ୍ଭ ଘରେ ରହିଲି; ତୁମ୍ଭର ଦୁଇ ଝିଅ ନିମନ୍ତେ ଚଉଦ ବର୍ଷ ଓ ପଶୁମାନଙ୍କ ନିମନ୍ତେ ଛଅ ବର୍ଷ ଦାସ୍ୟକର୍ମ କଲି; ଏଥିମଧ୍ୟରେ ତୁମ୍ଭେ ଦଶ ଥର ମୋହର ବେତନ ପରିବର୍ତ୍ତନ କରିଅଛ।


ଏହିରୂପେ ଯାକୁବ ରାହେଲ ନିମନ୍ତେ ସାତ ବର୍ଷ ଦାସ୍ୟକର୍ମ କଲା; ପୁଣି, ରାହେଲ ପ୍ରତି ତାହାର ଏରୂପ ପ୍ରେମ ଥିଲା, ଯେ ସେହି ସାତ ବର୍ଷ ତାହା ପ୍ରତି କେବଳ ଅଳ୍ପ ଦିନ ପରି ବୋଧ ହେଲା।


ଆଉ ଯାକୁବ ରାହେଲକୁ ପ୍ରେମ କଲା; ଏଥିନିମିତ୍ତ ସେ ଉତ୍ତର କଲା, “ତୁମ୍ଭର କନିଷ୍ଠା କନ୍ୟା ରାହେଲ ନିମନ୍ତେ ମୁଁ ସାତ ବର୍ଷ ତୁମ୍ଭର ଦାସ୍ୟକର୍ମ କରିବି।”


ଏଥିଉତ୍ତାରେ ଆଦମ ଆପଣା ଭାର୍ଯ୍ୟା ହବାଙ୍କର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ କୟିନ (ଅର୍ଥାତ୍‍ ଲାଭ) ନାମକ ଗୋଟିଏ ପୁତ୍ର ପ୍ରସବ କରି କହିଲେ, “ସଦାପ୍ରଭୁଙ୍କ ସାହାଯ୍ୟରେ ମୋହର ଏକ ନର ଲାଭ ହୋଇଅଛି।”


ତହିଁରେ ଲାବନ ସେହି ସ୍ଥାନର ସମସ୍ତ ଲୋକଙ୍କୁ ଏକତ୍ର କରି ଭୋଜ ପ୍ରସ୍ତୁତ କଲା।


କୌଣସି ପୁରୁଷ କୌଣସି ସ୍ତ୍ରୀକୁ ବିବାହ କରି ତାହାର ସହବାସ କଲା ଉତ୍ତାରେ ଯଦି ତାହାକୁ ଘୃଣା କରେ


Swiv nou:

Piblisite


Piblisite