Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 28:18 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ଏଥିଉତ୍ତାରେ ଯାକୁବ ପ୍ରଭାତରେ ଉଠି ଯେଉଁ ପ୍ରସ୍ତର ମସ୍ତକ ତଳେ ଦେଇଥିଲା, ତାହା ନେଇ ସ୍ତମ୍ଭ ରୂପେ ସ୍ଥାପନ କରି ତହିଁ ଉପରେ ତୈଳ ଢାଳିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ଅନନ୍ତର ଯାକୁବ ପ୍ରଭାତରେ ଉଠି ଯେଉଁ ପ୍ରସ୍ତର ମସ୍ତକ ତଳେ ଦେଇଥିଲା, ତାହା ନେଇ ସ୍ତମ୍ଭ ରୂପେ ସ୍ଥାପନ କରି ତହିଁ ଉପରେ ତୈଳ ଢାଳିଲା।

Gade chapit la Kopi

ଓଡିଆ ବାଇବେଲ

18 ଏଥିଉତ୍ତାରେ ଯାକୁବ ପ୍ରଭାତରେ ଉଠି ଯେଉଁ ପ୍ରସ୍ତର ମସ୍ତକ ତଳେ ଦେଇଥିଲା, ତାହା ନେଇ ସ୍ତମ୍ଭ ରୂପେ ସ୍ଥାପନ କରି ତହିଁ ଉପରେ ତୈଳ ଢାଳିଲା।

Gade chapit la Kopi

ପବିତ୍ର ବାଇବଲ

18 ଯାକୁବ ପ୍ରତ୍ୟୁଷରୁ ଉଠିଲେ। ଯେଉଁ ପ୍ରସ୍ଥର ମୁଣ୍ଡତଳେ ଦେଇଥିଲେ, ତାହା ନେଇ ସ୍ତମ୍ଭରୂପେ ସ୍ଥାପନ କଲେ। ଏହା ପରେ ସେ ତା’ ଉପରେ ତୈଳ ଢାଳିଲେ।

Gade chapit la Kopi




ଆଦି ପୁସ୍ତକ 28:18
16 Referans Kwoze  

ତହିଁରେ ଯାକୁବ ସେହି କଥୋପକଥନର ସ୍ଥାନରେ ଏକ ସ୍ତମ୍ଭ, ଅର୍ଥାତ୍‍, ପ୍ରସ୍ତର ସ୍ତମ୍ଭ ସ୍ଥାପନ କରି ତହିଁ ଉପରେ ପାନୀୟ ନୈବେଦ୍ୟ ଉତ୍ସର୍ଗ କଲେ ଓ ତୈଳ ଢାଳିଲେ।


ସେତେବେଳେ ଯାକୁବ ଖଣ୍ଡିଏ ପ୍ରସ୍ତର ଘେନି ସ୍ତମ୍ଭ ରୂପେ ସ୍ଥାପନ କଲା।


ଏଥିଉତ୍ତାରେ ଯାକୁବ ସେହି କବର ଉପରେ ଏକ ସ୍ତମ୍ଭ ସ୍ଥାପନ କଲେ; ରାହେଲ-କବରସ୍ଥ ସେହି ସ୍ତମ୍ଭ ଆଜି ପର୍ଯ୍ୟନ୍ତ ଅଛି।


ଯେଉଁଠାରେ ତୁମ୍ଭେ ଗୋଟିଏ ସ୍ତମ୍ଭ ଅଭିଷେକ କରିଅଛ ଓ ଆମ୍ଭ ନିକଟରେ ମାନତ କରିଅଛ, ସେହି ବେଥେଲ୍‍ର ପରମେଶ୍ୱର ଆମ୍ଭେ; ଏବେ ଉଠି ଏହି ଦେଶ ପରିତ୍ୟାଗ କରି ଆପଣା ଜ୍ଞାତିମାନଙ୍କ ଦେଶକୁ ଫେରିଯାଅ!’”


ସେହି ଦିନ ମିସର ଦେଶର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ହେବ ଓ ତହିଁର ସୀମା ନିକଟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ସ୍ତମ୍ଭ ସ୍ଥାପିତ ହେବ।


ତୁମ୍ଭ ହସ୍ତ ଯେକୌଣସି କାର୍ଯ୍ୟ କରିବାକୁ ପାଏ, ତାହା ଆପଣା ଶକ୍ତିରେ କର; କାରଣ ତୁମ୍ଭେ ଯେଉଁ ସ୍ଥାନକୁ ଯାଉଅଛ, ସେହି କବରରେ କୌଣସି କାର୍ଯ୍ୟ, କି କଳ୍ପନା, କି ବିଦ୍ୟା, କି ଜ୍ଞାନ ନାହିଁ।


ତୁମ୍ଭର ଆଜ୍ଞାସବୁ ପାଳିବାକୁ ସତ୍ୱର ହେଲି ଓ ବିଳମ୍ବ କଲି ନାହିଁ।


ଅବଶାଲୋମ ବଞ୍ଚିଥିବା ବେଳେ ରାଜାଙ୍କର ତଳଭୂମିରେ ଏକ ସ୍ତମ୍ଭ ନିର୍ମାଣ କରି ଆପଣା ପାଇଁ ସ୍ଥାପନ କରିଥିଲା; କାରଣ ସେ କହିଥିଲା, “ମୋʼ ନାମ ସ୍ମରଣରେ ରଖିବାକୁ ମୋହର ପୁତ୍ର ନାହିଁ;” ଏହେତୁ ସେ ଆପଣା ନାମାନୁସାରେ ସେହି ସ୍ତମ୍ଭର ନାମ ରଖିଲା; ସେହି ଦିନଠାରୁ ଅାଜି ପର୍ଯ୍ୟନ୍ତ ଅବଶାଲୋମର ସ୍ମରଣାର୍ଥକ ସ୍ତମ୍ଭ ବୋଲି ତହିଁର ନାମ ରହିଅଛି।


ତହିଁରେ ଶାମୁୟେଲ ଖଣ୍ଡେ ପଥର ନେଇ ମିସ୍ପା ଓ ଶେନ ମଧ୍ୟସ୍ଥାନରେ ସ୍ଥାପନ କରି ତହିଁର ନାମ ଏବନ୍‍-ଏଜର (ଉପକାର ସ୍ମରଣାର୍ଥକ ପ୍ରସ୍ତର) ରଖି କହିଲେ, “ଏପର୍ଯ୍ୟନ୍ତ ସଦାପ୍ରଭୁ ଆମ୍ଭମାନଙ୍କର ଉପକାର କରିଅଛନ୍ତି।”


ଏଥିଉତ୍ତାରେ ଯେଉଁ ଦିନ ମୋଶା ଆବାସ ସ୍ଥାପନ ସମାପ୍ତ କରି ତାହା ଅଭିଷେକ ଓ ପବିତ୍ର କଲେ ଓ ତହିଁର ସକଳ ଦ୍ରବ୍ୟ ଓ ବେଦି ଓ ତହିଁର ସକଳ ପାତ୍ର ଅଭିଷେକ କରି ପବିତ୍ର କଲେ;


ତହିଁରେ ଅବ୍ରହାମ ପ୍ରଭାତରେ ଉଠି ଗଧ ସଜାଇ ଦୁଇ ଜଣ ଦାସ ଓ ଆପଣା ପୁତ୍ର ଇସ୍‌ହାକକୁ ସଙ୍ଗରେ ନେଲେ, ଆଉ ହୋମ ନିମନ୍ତେ କାଠ କାଟି ପରମେଶ୍ୱରଙ୍କ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କଲେ।


ପୁଣି, ସୂର୍ଯ୍ୟାସ୍ତ ହେବାରୁ ସେ କୌଣସି ଏକ ସ୍ଥାନରେ ରାତ୍ରି କ୍ଷେପଣ କଲା; ପୁଣି, ସେ ସେହି ସ୍ଥାନର ଖଣ୍ଡିଏ ପ୍ରସ୍ତର ନେଇ ମସ୍ତକ ତଳେ ଦେଇ ନିଦ୍ରା ଯିବା ନିମନ୍ତେ ସେହି ସ୍ଥାନରେ ଶୟନ କଲା।


ଆହୁରି ଯେଉଁ ସ୍ଥାନରେ ନିୟମ-ସିନ୍ଦୁକବାହକ ଯାଜକଗଣର ଚରଣ ସ୍ଥଗିତ ଥିଲା, ଯର୍ଦ୍ଦନର ସେହି ସ୍ଥାନରେ ଯିହୋଶୂୟ ବାରଗୋଟି ପ୍ରସ୍ତର ସ୍ଥାପନ କଲେ; ସେସବୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନରେ ଅଛି।


ଏଥିଉତ୍ତାରେ ଅବ୍ରହାମ ପ୍ରଭାତରେ ଉଠି ରୁଟି ଓ ଜଳପୂର୍ଣ୍ଣ କୁମ୍ପା ଘେନି ହାଗାରର ସ୍କନ୍ଧରେ ଦେଇ ବାଳକଙ୍କୁ ସମର୍ପଣ କରି ତାହାଙ୍କୁ ବିଦାୟ କଲେ; ତହିଁରେ ସେ ପ୍ରସ୍ଥାନ କରି ବେର୍‍ଶେବା ନାମକ ପ୍ରାନ୍ତରରେ ପଥ ହରାଇଲା।


Swiv nou:

Piblisite


Piblisite