Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 23:13 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ପୁଣି, ସେହି ଦେଶୀୟ ଲୋକମାନଙ୍କ କର୍ଣ୍ଣଗୋଚରରେ ଇଫ୍ରୋଣକୁ କହିଲେ, “ଆପଣ ଯଦି ମୋତେ ତାହା ଦେବେ, ତେବେ ନିବେଦନ କରୁଅଛି, ମୋʼ କଥା ଶୁଣନ୍ତୁ; ମୁଁ ସେହି କ୍ଷେତ୍ରର ମୂଲ୍ୟ ଦେଉଅଛି, ଆପଣ ତାହା ଗ୍ରହଣ କରନ୍ତୁ; ତହିଁ ଉତ୍ତାରେ ମୁଁ ସେହି ସ୍ଥାନରେ ମୋର ଭାର୍ଯ୍ୟାର ମୃତ ଦେହକୁ କବର ଦେବି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ପୁଣି ସେହି ଦେଶୀୟ ଲୋକମାନଙ୍କ କର୍ଣ୍ଣଗୋଚରରେ ଇଫ୍ରୋଣକୁ କହିଲେ, ଆପଣ ଯେବେ ମୋତେ ତାହା ଦେବେ, ତେବେ ନିବେଦନ କରୁଅଛି, ମୋʼ କଥା ଶୁଣନ୍ତୁ; ମୁଁ ସେହି କ୍ଷେତ୍ରର ମୂଲ୍ୟ ଦେଉଅଛି, ଆପଣ ତାହା ଗ୍ରହଣ କରନ୍ତୁ; ତହିଁ ଉତ୍ତାରେ ମୁଁ ସେହି ସ୍ଥାନରେ ମୋର ମୃତକୁ କବର ଦେବି।

Gade chapit la Kopi

ଓଡିଆ ବାଇବେଲ

13 ପୁଣି, ସେହି ଦେଶୀୟ ଲୋକମାନଙ୍କ କର୍ଣ୍ଣଗୋଚରରେ ଇଫ୍ରୋଣକୁ କହିଲେ, “ଆପଣ ଯଦି ମୋତେ ତାହା ଦେବେ, ତେବେ ନିବେଦନ କରୁଅଛି, ମୋ’ କଥା ଶୁଣନ୍ତୁ; ମୁଁ ସେହି କ୍ଷେତ୍ରର ମୂଲ୍ୟ ଦେଉଅଛି, ଆପଣ ତାହା ଗ୍ରହଣ କରନ୍ତୁ; ତହିଁ ଉତ୍ତାରେ ମୁଁ ସେହି ସ୍ଥାନରେ ମୋର ଭାର୍ଯ୍ୟାର ମୃତ ଦେହକୁ କବର ଦେବି।”

Gade chapit la Kopi

ପବିତ୍ର ବାଇବଲ

13 ଅବ୍ରହାମ ଇଫ୍ରୋଣକୁ ସମସ୍ତଙ୍କ ଆଗରେ କହିଲେ, “କିନ୍ତୁ ମୁଁ ତୁମ୍ଭକୁ ସେହି ସ୍ଥାନର ସମସ୍ତ ପଇସା ଦେବାକୁ ଗ୍ଭହୁଁଅଛି। ମୋର ଅର୍ଥକୁ ଗ୍ରହଣ କର। ଏବଂ ମୁଁ ମୋର ସ୍ତ୍ରୀର ମୃତ ଦେହକୁ କବର ଦେବି।”

Gade chapit la Kopi




ଆଦି ପୁସ୍ତକ 23:13
10 Referans Kwoze  

ଆଚାର-ବ୍ୟବହାରରେ ଧନଲୋଭ ଶୂନ୍ୟ ହୁଅ, ତୁମ୍ଭମାନଙ୍କର ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ ଥାଅ, କାରଣ ସେ ନିଜେ କହିଅଛନ୍ତି, “ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମ୍ଭକୁ କେବେ ହେଁ ପରିତ୍ୟାଗ କରିବା ନାହିଁ।”


ସୁଯୋଗର ସଦ୍‍ବ୍ୟବହାର କରି ବାହାରର ଲୋକମାନଙ୍କ ନିକଟରେ ବୁଦ୍ଧି ସହ ଆଚରଣ କର।


ପରସ୍ପରକୁ ପ୍ରେମ କରିବା ବିନା ଆଉ କାହିଁରେ କାହାରିଠାରେ ଋଣୀ ହୁଅ ନାହିଁ; କାରଣ ଯେ ପରକୁ ପ୍ରେମ କରେ, ସେ ବ୍ୟବସ୍ଥା ସଫଳ କରିଅଛି।


ଏହି ପ୍ରକାରେ ପରିଶ୍ରମ କରି ଦୁର୍ବଳମାନଙ୍କୁ ସାହାଯ୍ୟ କରିବା, ପୁଣି, “ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅତି ଉତ୍ତମ,” ଏହି ଯେଉଁ କଥା ପ୍ରଭୁ ଯୀଶୁ ସ୍ୱୟଂ କହିଅଛନ୍ତି, ତାହା ସ୍ମରଣ କରିବା ତୁମ୍ଭମାନଙ୍କର ଯେ ଉଚିତ, ଏହି ସମସ୍ତ ବିଷୟରେ ମୁଁ ତୁମ୍ଭମାନଙ୍କୁ ଆଦର୍ଶ ଦେଖାଇଅଛି।


ତହିଁରେ ରାଜା ଅରୌଣାକୁ କହିଲେ, “ନା, ମାତ୍ର ମୁଁ ଅବଶ୍ୟ ମୂଲ୍ୟ ଦେଇ ତୁମ୍ଭଠାରୁ ଏସବୁ କିଣିବି; ଆଉ ମୁଁ ସଦାପ୍ରଭୁ ମୋʼ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବିନାମୂଲ୍ୟର ହୋମବଳି ଉତ୍ସର୍ଗ କରିବି ନାହିଁ।” ତହୁଁ ଦାଉଦ ପଚାଶ ଶେକଲ (ଏକ ଶେକଲ ୧୨ ଗ୍ରାମ୍) ରୂପାରେ ସେହି ଶସ୍ୟମର୍ଦ୍ଦନ ସ୍ଥାନ ଓ ବୃଷସବୁ କିଣିଲେ।


ତହିଁରେ ଅବ୍ରହାମ ସେହି ଦେଶୀୟ ଲୋକମାନଙ୍କ ଅଗ୍ରତେ ପ୍ରଣାମ କଲେ।


ତହିଁରେ ଇଫ୍ରୋଣ ଅବ୍ରହାମଙ୍କୁ ଉତ୍ତର ଦେଇ କହିଲା,


ଏଥିଉତ୍ତାରେ ଶିଖିମର ପିତା ହମୋରର ସନ୍ତାନମାନଙ୍କୁ ଏକ ଶହ କସୀତା ରୌପ୍ୟ ମୁଦ୍ରା ଦେଇ ସେହି ତମ୍ବୁ ସ୍ଥାପନର ଭୂମିଖଣ୍ଡ କିଣିଲା।


Swiv nou:

Piblisite


Piblisite