Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 20:5 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେହି ବ୍ୟକ୍ତି କି ନିଜେ ମୋତେ କହି ନ ଥିଲା ଯେ, ସେ ମୋହର ଭଗିନୀ? ପୁଣି, ସେହି ସ୍ତ୍ରୀ ନିଜେ କହିଲା କି ସେ ମୋହର ଭ୍ରାତା; ଏଣୁ ମନର ସରଳତା ଓ ହସ୍ତର ନିର୍ଦ୍ଦୋଷତାରେ ମୁଁ ଏହି କାର୍ଯ୍ୟ କରିଅଛି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେହି ବ୍ୟକ୍ତି କି ନିଜେ ମୋତେ କହି ନ ଥିଲା ଯେ, ସେ ମୋହର ଭଗିନୀ? ପୁଣି ସେହି ସ୍ତ୍ରୀ ନିଜେ କହିଲା କି ସେ ମୋହର ଭ୍ରାତା; ଏଣୁ ମନର ସରଳତା ଓ ହସ୍ତର ନିର୍ଦ୍ଦୋଷତାରେ ମୁଁ ଏହି କାର୍ଯ୍ୟ କରିଅଛି।

Gade chapit la Kopi

ଓଡିଆ ବାଇବେଲ

5 ସେହି ବ୍ୟକ୍ତି କି ନିଜେ ମୋତେ କହି ନ ଥିଲା ଯେ, ସେ ମୋହର ଭଗିନୀ ? ପୁଣି, ସେହି ସ୍ତ୍ରୀ ନିଜେ କହିଲା କି ସେ ମୋହର ଭ୍ରାତା; ଏଣୁ ମନର ସରଳତା ଓ ହସ୍ତର ନିର୍ଦ୍ଦୋଷତାରେ ମୁଁ ଏହି କାର୍ଯ୍ୟ କରିଅଛି।”

Gade chapit la Kopi

ପବିତ୍ର ବାଇବଲ

5 ଅବ୍ରହାମ ନିଜେ ମୋତେ କହିଲେ, ‘ଏହି ସ୍ତ୍ରୀ ମୋର ଭଉଣୀ’ ଏବଂ ସେହି ସ୍ତ୍ରୀ ମଧ୍ୟ କହିଲେ, ‘ଅବ୍ରହାମ ମୋର ଭାଇ’, ମୁଁ ନିର୍ଦ୍ଦୋଷ, ମୁଁ ଜାଣି ନ ଥିଲି। ନିର୍ଦ୍ଦୋଷତାରେ ମୁଁ ଏହି କାର୍ଯ୍ୟ କରିଛି।”

Gade chapit la Kopi




ଆଦି ପୁସ୍ତକ 20:5
21 Referans Kwoze  

ସଦାପ୍ରଭୁ ଗୋଷ୍ଠୀୟମାନଙ୍କ ପ୍ରତି ବିଚାର ସାଧନ କରନ୍ତି; ହେ ସଦାପ୍ରଭୋ, ମୋହର ଧର୍ମ ଓ ମୋହର ଆନ୍ତରିକ ସରଳତାନୁସାରେ ମୋହର ବିଚାର କର।


ଆଉ ଆମ୍ଭେ ତୁମ୍ଭକୁ ଯେଉଁ ସମସ୍ତ ଆଜ୍ଞା ଦେଇଅଛୁ, ତଦନୁସାରେ କର୍ମ କରିବା ପାଇଁ ଯଦି ତୁମ୍ଭେ ଆପଣା ପିତା ଦାଉଦ ପରି ଏକାନ୍ତ ଚିତ୍ତରେ ଓ ସରଳ ଭାବରେ ଆମ୍ଭ ସାକ୍ଷାତରେ ଚାଲିବ, ପୁଣି, ଆମ୍ଭ ବିଧି ଓ ଶାସନ ପାଳନ କରିବ;


ଯଦ୍ୟପି ମୁଁ ପୂର୍ବେ ନିନ୍ଦକ, ତାଡ଼ନାକାରୀ ଓ ଅତ୍ୟାଚାରୀ ଥିଲି; କିନ୍ତୁ ମୁଁ ଅବିଶ୍ୱାସ ହେତୁ ଅଜ୍ଞାନ ପଣରେ ତାହା କରିଥିଲି ବୋଲି ଦୟା ପାଇଲି;


ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ପ୍ରତି ଆମ୍ଭେମାନେ କିପରି ପବିତ୍ର, ଧାର୍ମିକ ଓ ଅନିନ୍ଦନୀୟ ବ୍ୟବହାର କରିଥିଲୁ, ସେଥିର ତୁମ୍ଭେମାନେ ସାକ୍ଷୀ, ପୁଣି, ଈଶ୍ବର ମଧ୍ୟ ସାକ୍ଷୀ।


ଜଗତରେ, ବିଶେଷତଃ ତୁମ୍ଭମାନଙ୍କ ପ୍ରତି, ଆମ୍ଭେମାନେ ସାଂସାରିକ ଜ୍ଞାନରେ ଆଚରଣ ନ କରି ବରଂ ଈଶ୍ବରଙ୍କ ଅନୁଗ୍ରହରେ, ତାହାଙ୍କ ପବିତ୍ର ଓ ସରଳ ଭାବାନୁସାରେ ଆଚରଣ କରିଥିଲୁ ବୋଲି ଆମ୍ଭମାନଙ୍କର ବିବେକ ଯେ ସାକ୍ଷ୍ୟ ଦେଉଅଛି, ଏହା ଆମ୍ଭମାନଙ୍କ ଦର୍ପର ବିଷୟ।


ମୋର ପରମେଶ୍ୱର ଆପଣା ଦୂତ ପଠାଇ ସିଂହମାନଙ୍କ ମୁଖ ବନ୍ଦ କରିଅଛନ୍ତି ଓ ସେମାନେ ମୋର କ୍ଷତି କରି ନାହାନ୍ତି; କାରଣ ତାହାଙ୍କ ଛାମୁରେ ମୋର ନିର୍ଦ୍ଦୋଷତା ଦେଖାଗଲା; ପୁଣି, ହେ ମହାରାଜ, ମୁଁ ଆପଣଙ୍କ ସାକ୍ଷାତରେ ହିଁ କୌଣସି କ୍ଷତି କରି ନାହିଁ।


ଯେଉଁ ଧାର୍ମିକ ଲୋକ ଆପଣା ସରଳତାରେ ଆଚରଣ କରେ, ତାହା ଉତ୍ତାରେ ତାହାର ସନ୍ତାନଗଣ ଧନ୍ୟ ହୁଅନ୍ତି।


ସରଳାଚାରୀମାନଙ୍କ ସରଳତା ସେମାନଙ୍କୁ ପଥ ଦେଖାଇବ, ମାତ୍ର ବିଶ୍ୱାସଘାତକମାନଙ୍କ କୁଟିଳାଚରଣ ସେମାନଙ୍କୁ ନାଶ କରିବ।


ତହିଁରେ ସେ ଆପଣା ଅନ୍ତଃକରଣର ସରଳତାନୁସାରେ ସେମାନଙ୍କୁ ପ୍ରତିପାଳନ କଲେ ଓ ଆପଣା ହସ୍ତର ନିପୁଣତାରେ ସେମାନଙ୍କୁ ଚଳାଇଲେ।


ନିଶ୍ଚୟ ମୁଁ ବ୍ୟର୍ଥରେ ଆପଣା ଅନ୍ତଃକରଣ ଶୁଚି କରିଅଛି ଓ ନିର୍ଦ୍ଦୋଷତାରେ ଆପଣା ହସ୍ତ ପ୍ରକ୍ଷାଳନ କରିଅଛି;


ହେ ସଦାପ୍ରଭୋ, ଯେପରି ମୁଁ ଧନ୍ୟବାଦ-ସ୍ୱର ଶୁଣାଇବି ଓ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟାସକଳ ବର୍ଣ୍ଣନା କରିବି,


ସିଦ୍ଧତା ଓ ସରଳତା ମୋତେ ରକ୍ଷା କରୁ, କାରଣ ମୁଁ ତୁମ୍ଭର ଅନୁସରଣ କରେ।


ଯାହାର ହସ୍ତ ଶୁଚି ଓ ଅନ୍ତଃକରଣ ନିର୍ମଳ; ଯାହାର ମନ ଅସାରତା ପ୍ରତି ଉଠି ନାହିଁ, ପୁଣି, ଯେ ଛଳ ଭାବରେ ଶପଥ କରି ନାହିଁ, ସେ।


‘ମୁଁ ଶୁଚି, ଅପରାଧରହିତ; ମୁଁ ନିର୍ଦ୍ଦୋଷ, ମଧ୍ୟ ମୋʼ ଠାରେ ଅଧର୍ମ ନାହିଁ;


ଆହୁରି ହେ ମୋହର ପରମେଶ୍ୱର, ମୁଁ ଜାଣେ ଯେ, ତୁମ୍ଭେ ଅନ୍ତଃକରଣ ପରୀକ୍ଷା କରିଥାଅ ଓ ସରଳତାରେ ତୁମ୍ଭର ସନ୍ତୋଷ ଥାଏ। ମୁଁ ଆପଣା ଅନ୍ତଃକରଣର ସରଳତାରେ ସ୍ୱେଚ୍ଛାପୂର୍ବକ ଏହିସବୁ ପଦାର୍ଥ ଦାନ କରିଅଛି; ଆଉ ଏଠାରେ ଉପସ୍ଥିତ ତୁମ୍ଭ ଲୋକମାନଙ୍କୁ ସ୍ୱେଚ୍ଛାପୂର୍ବକ ତୁମ୍ଭ ଉଦ୍ଦେଶ୍ୟରେ ଦାନ କରିବାର ଦେଖି ମୁଁ ଆନନ୍ଦିତ ହେଲି।


“ହେ ସଦାପ୍ରଭୋ, ମୁଁ ବିନୟ କରୁଅଛି, ମୁଁ କିପରି ସତ୍ୟତାରେ ଓ ସିଦ୍ଧ ଅନ୍ତଃକରଣରେ ତୁମ୍ଭ ସମ୍ମୁଖରେ ଗମନାଗମନ କରିଅଛି ଓ ତୁମ୍ଭ ଦୃଷ୍ଟିରେ ଉତ୍ତମ କର୍ମ କରିଅଛି, ଏହା ଏବେ ସ୍ମରଣ କର।” ଆଉ ହିଜକୀୟ ଅତିଶୟ ରୋଦନ କଲେ।


“ପରମେଶ୍ୱର, ସଦାପ୍ରଭୁ ପରମେଶ୍ୱର, ପରମେଶ୍ୱର, ସଦାପ୍ରଭୁ ପରମେଶ୍ୱର, ସେ ଜାଣନ୍ତି ଓ ଇସ୍ରାଏଲ ମଧ୍ୟ ଜାଣିବ; ଯେବେ ଏହା ବିଦ୍ରୋହ ଭାବରେ, ଅବା ଯେବେ ସଦାପ୍ରଭୁଙ୍କ ନିକଟରେ ସତ୍ୟ-ଲଙ୍ଘନ ଭାବରେ ହୋଇଥାଏ, ତେବେ ତୁମ୍ଭେ ଆଜି ଆମ୍ଭମାନଙ୍କୁ ରକ୍ଷା ନ କର;


ଏହେତୁ ମୁଁ ବିନୟ କରୁଅଛି, ତୁମ୍ଭେ ମୋହର ଭଉଣୀ, ଏହା କହିବ; ତହିଁରେ ତୁମ୍ଭ ସକାଶେ ମୋହର ମଙ୍ଗଳ ହେବ ଓ ତୁମ୍ଭ ସକାଶୁ ମୋʼ ପ୍ରାଣ ରକ୍ଷା ପାଇବ।”


ଯେତେବେଳେ ପରମେଶ୍ୱର ମୋତେ ପୈତୃକ ଗୃହରୁ ଭ୍ରମଣ କରାଇଲେ, ସେତେବେଳେ ମୁଁ ତାହାକୁ କହିଲି, ‘ତୁମ୍ଭେ ମୋʼ ପ୍ରତି ଏହି ଅନୁଗ୍ରହ କରିବ, ଆମ୍ଭେମାନେ ଯେଉଁ ଯେଉଁ ସ୍ଥାନକୁ ଯିବୁ, ସେହି ସେହି ସ୍ଥାନରେ ତୁମ୍ଭେ ମୋତେ ଭାଇ ବୋଲି ପରିଚୟ ଦେବ।’”


ପୁଣି, ସେ ସାରାକୁ କହିଲେ, “ଦେଖ, ଆମ୍ଭେ ତୁମ୍ଭ ଭ୍ରାତାକୁ ସହସ୍ର ଖଣ୍ଡ ରୂପା ଦେଲୁ; ଦେଖ, ତାହା ତୁମ୍ଭ ପ୍ରତି ଘଟିଥିବା ସକଳ ବିଷୟ ନିମନ୍ତେ ସମସ୍ତଙ୍କ ସାକ୍ଷାତରେ ଚକ୍ଷୁର ଆବରଣ ସ୍ୱରୂପ; ଆଉ ସମସ୍ତ ବିଷୟରେ ତୁମ୍ଭ ପ୍ରତି ନ୍ୟାୟବିଚାର କରାଗଲା।”


ଆହା, ଦୁଷ୍ଟମାନଙ୍କର ଦୁଷ୍ଟତାର ଶେଷ ହେଉ, ମାତ୍ର ତୁମ୍ଭେ ଧାର୍ମିକମାନଙ୍କୁ ସଂସ୍ଥାପନ କର; କାରଣ ଧର୍ମମୟ ପରମେଶ୍ୱର ଅନ୍ତଃକରଣ ଓ ମର୍ମର ପରୀକ୍ଷା କରନ୍ତି।


Swiv nou:

Piblisite


Piblisite