Biblia Todo Logo
Bib sou entènèt

- Piblisite -




ଗାଲାତୀୟ 3:3 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତୁମ୍ଭେମାନେ କଅଣ ଏପରି ନିର୍ବୋଧ? ପବିତ୍ର ଆତ୍ମାରେ ଆରମ୍ଭ କରି ତୁମ୍ଭେମାନେ କି ଏବେ ଶରୀରରେ ସିଦ୍ଧ ହେବାକୁ ଯାଉଅଛ?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ତୁମ୍ଭେମାନେ କଅଣ ଏପରି ନିର୍ବୋଧ? ଆତ୍ମାରେ ଆରମ୍ଭ କରି ତୁମ୍ଭେମାନେ କି ଏବେ ଶରୀରରେ ସିଦ୍ଧ ହେବାକୁ ଯାଉଅଛ?

Gade chapit la Kopi

ଓଡିଆ ବାଇବେଲ

3 ତୁମ୍ଭେମାନେ କ'ଣ ଏପରି ନିର୍ବୋଧ ? ଆତ୍ମାରେ ଆରମ୍ଭ କରି ତୁମ୍ଭେମାନେ କି ଏବେ ଶରୀରରେ ସିଦ୍ଧ ହେବାକୁ ଯାଉଅଛ ?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

3 ତୁମ୍ଭେମାନେ ଏଡ଼େ ବିଚାରହୀନ ହୋଇ ପାରୁଛ କିପରି? ପରମାତ୍ମାଙ୍କ ଶକ୍ତିରେ ତୁମେ ଯେଉଁ ଜୀବନ ଆରମ୍ଭ କରିଛ, ନିଜ ଶକ୍ତିରେ କ’ଣ ତାହାକୁ ସମ୍ପୂର୍ଣ୍ଣ କରିବାକୁ ଚାହୁଁଛ?

Gade chapit la Kopi

ପବିତ୍ର ବାଇବଲ

3 ତୁମ୍ଭେମାନେ ଆତ୍ମାଙ୍କ ସହିତ “ତୁମ୍ଭମାନଙ୍କର ନୂଆ ଜୀବନ ଆରମ୍ଭ କଲ।” ଏବେ କ’ଣ ତୁମ୍ଭେମାନେ ଭାବୁଛ ଯେ ତୁମ୍ଭେମାନେ ନିଜର ଶକ୍ତି ବଳରେ ଶେଷ ପର୍ଯ୍ୟନ୍ତ ଚଳି ପାରିବ? ତୁମ୍ଭେମାନେ କ’ଣ ଏତେ ବୋକା?

Gade chapit la Kopi




ଗାଲାତୀୟ 3:3
9 Referans Kwoze  

କାରଣ ଗୋଟିଏ ତମ୍ବୁ ନିର୍ମିତ ହୋଇଥିଲା, ସେଥିର ପ୍ରଥମ ଭାଗରେ ଦୀପବୃକ୍ଷ, ମେଜ ଓ ଉତ୍ସର୍ଗୀକୃତ ରୁଟି ଥିଲା ତାହାକୁ ପବିତ୍ର ସ୍ଥାନ ବୋଲି କହନ୍ତି।


ମାତ୍ର ଧାର୍ମିକ ଲୋକ ଯଦି ଆପଣା ଧାର୍ମିକତାରୁ ଫେରି ଅଧର୍ମ କରେ ଓ ଦୁଷ୍ଟ ଲୋକର କୃତ ସକଳ ଘୃଣାଯୋଗ୍ୟ କ୍ରିୟାନୁଯାୟୀ ଆଚରଣ କରେ, ତେବେ ସେ କି ବଞ୍ଚିବ? ତାହାର କୃତ କୌଣସି ଧର୍ମକର୍ମ ସ୍ମରଣ କରାଯିବ ନାହିଁ; ସେ ଯେଉଁ ସତ୍ୟ-ଲଙ୍ଘନ କରିଅଛି, ସେହି ସତ୍ୟ-ଲଙ୍ଘନରେ ଓ ସେ ଯେଉଁ ପାପ କରିଅଛି, ତାହାର ସେହି ପାପରେ ସେ ମରିବ।


ମୁଁ ତୁମ୍ଭମାନଙ୍କଠାରୁ କେବଳ ଏହା ଜାଣିବାକୁ ଇଚ୍ଛା କରେ, ତୁମ୍ଭେମାନେ କଅଣ ମୋଶାଙ୍କ ବ୍ୟବସ୍ଥାର କର୍ମ ହେତୁ ନା ବିଶ୍ୱାସରେ ସୁସମାଚାର ଶୁଣିବା ହେତୁ ପବିତ୍ର ଆତ୍ମା ପାଇଥିଲ?


ତୁମ୍ଭେମାନେ କି ବ୍ୟର୍ଥରେ ଏତେ କ୍ଳେଶଭୋଗ କରିଅଛ? ତାହା କଅଣ ପ୍ରକୃତରେ ବୃଥା?


Swiv nou:

Piblisite


Piblisite