Biblia Todo Logo
Bib sou entènèt

- Piblisite -




ଗାଲାତୀୟ 1:14 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଆଉ, ମୋହର ପିତୃ-ପୁରୁଷଙ୍କ ପରମ୍ପରାଗତ ରୀତିନୀତି ନିମନ୍ତେ ଅତ୍ୟନ୍ତ ଉଦ୍‌ଯୋଗୀ ହୋଇ ମୋହର ସମବୟସ୍କ ସ୍ୱଜାତି ଲୋକମାନଙ୍କ ମଧ୍ୟରେ ଅନେକଙ୍କଠାରୁ ବଳି ଯିହୁଦୀ ଧର୍ମରେ ଅଗ୍ରସର ହେଉଥିଲି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଆଉ, ମୋହର ପିତୃପୁରୁଷଙ୍କ ପରମ୍ପରାଗତ ରୀତିନୀତି ନିମନ୍ତେ ଅତ୍ୟ; ଉଦ୍ଯୋଗୀ ହୋଇ ମୋହର ସମବୟସ୍କ ସ୍ଵଜାତି ଲୋକମାନଙ୍କ ମଧ୍ୟରେ ଅନେକଙ୍କଠାରୁ ବଳି ଯିହୁଦୀ ଧର୍ମରେ ଅଗ୍ରସର ହେଉଥିଲି।

Gade chapit la Kopi

ଓଡିଆ ବାଇବେଲ

14 ଆଉ, ମୋହର ପିତୃପୁରୁଷଙ୍କ ପରମ୍ପରାଗତ ରୀତିନୀତି ନିମନ୍ତେ ଅତ୍ୟନ୍ତ ଉଦ୍‍ଯୋଗୀ ହୋଇ ମୋହର ସମବୟସ୍କ ସ୍ୱଜାତି ଲୋକମାନଙ୍କ ମଧ୍ୟରେ ଅନେକଙ୍କଠାରୁ ବଳି ଯିହୂଦୀ ଧର୍ମରେ ଅଗ୍ରସର ହେଉଥିଲି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

14 ଇହୁଦୀ ଧର୍ମ ପାଳନରେ ସମସାମୟିକ ଇହୁଦୀମାନଙ୍କ ମଧ୍ୟରେ ମୁଁ ଅଗ୍ରଣୀ ଥିଲି ଏବଂ ଆମ ପୂର୍ବପୁରୁଷମାନଙ୍କ ପରମ୍ପରା ପ୍ରତି ଅଧିକ ଅନୁରକ୍ତ ଥିଲି।

Gade chapit la Kopi

ପବିତ୍ର ବାଇବଲ

14 ମୁଁ ଯିହୂଦୀ ଧର୍ମର ଜଣେ ନେତା ହୋଇ ଉଠୁଥିଲି। ମୁଁ ମୋ’ ବୟସର ତୁଳନାରେ ଅନ୍ୟ ଯିହୂଦୀମାନଙ୍କଠାରୁ ଆଗୁଆଥିଲି। ପୁରାତନ ନିୟମଗୁଡ଼ିକ ପାଳନ କରିବା ପାଇଁ ମୁଁ କଠିନ ପରିଶ୍ରମ କରୁଥିଲି। ଏହି ନିୟମ ଗୁଡ଼ିକ ପରମ୍ପରାଭାବେ ଆମ୍ଭେ ଆମ୍ଭର ପୂର୍ବପୁରୁଷମାନଙ୍କଠାରୁ ପାଇଥିଲୁ।

Gade chapit la Kopi




ଗାଲାତୀୟ 1:14
15 Referans Kwoze  

ସାବଧାନ, କାଳେ କେହି ଖ୍ରୀଷ୍ଟଙ୍କ ଶିକ୍ଷାର ଅସଙ୍ଗତ ମନୁଷ୍ୟର ପରମ୍ପରାଗତ ଓ ଜଗତର ମୌଳିକ ଶିକ୍ଷାନୁଯାୟୀ ଦର୍ଶନବିଦ୍ୟା ଓ ନିରର୍ଥକ ପ୍ରତାରଣା ଦ୍ୱାରା ତୁମ୍ଭମାନଙ୍କୁ ବନ୍ଦୀ କରିନିଏ;


ସେମାନେ ମୋତେ ପ୍ରଥମରୁ ଜାଣିଥିବାରୁ ଯଦି ଇଚ୍ଛା କରନ୍ତି, ତେବେ ସାକ୍ଷ୍ୟ ଦେଇ ପାରନ୍ତି ଯେ, ମୁଁ ଆମ୍ଭମାନଙ୍କ ଧର୍ମର ସର୍ବାପେକ୍ଷା କଠୋର ମତ ଅନୁସାରେ ଫାରୂଶୀ ହୋଇ ଜୀବନଯାପନ କଲି।


ତୁମ୍ଭେମାନେ ତାହାଙ୍କୁ ନ ଦେଖି ପ୍ରେମ କରୁଅଛ, ପୁଣି, ଏବେ ସୁଦ୍ଧା ନ ଦେଖିଲେ ହେଁ ତାହାଙ୍କଠାରେ ବିଶ୍ୱାସ କରି ଅକଥନୀୟ ଓ ଗୌରବଯୁକ୍ତ ଆନନ୍ଦରେ


ସେଥିରେ ସେ କହିଲେ, ମୁଁ ଜଣେ ଯିହୁଦୀ, କିଲିକିୟାର ତାର୍ଷରେ ମୋହର ଜନ୍ମ, କିନ୍ତୁ ଏହି ନଗରରେ ମୁଁ ଲାଳିତ ପାଳିତ ହୋଇଅଛି, ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ବ୍ୟବସ୍ଥାର ସୂକ୍ଷ୍ମ ନିୟମ ଅନୁସାରେ ଗମଲୀୟେଲଙ୍କ ଚରଣ ତଳେ ବସି ଶିକ୍ଷା ପାଇଅଛି; ସମସ୍ତେ ଆଜି ଆପଣମାନେ ଯେପରି ଉଦ୍‌ଯୋଗୀ ଅଟନ୍ତି, ଈଶ୍ବରଙ୍କ ପକ୍ଷରେ ମୁଁ ମଧ୍ୟ ସେହିପରି ଉଦ୍‍ଯୋଗୀ ଥିଲି;


‘ସେ ଆପଣା ପିତାମାତାକୁ ନିଶ୍ଚୟ ସମାଦର କରିବ ନାହିଁ।’ ଏହି ଭଳି ତୁମ୍ଭେମାନେ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ବରଙ୍କ ବାକ୍ୟ ବ୍ୟର୍ଥ କରିଅଛ।


ନାଜରିତୀୟ ଯୀଶୁଙ୍କ ନାମ ବିରୁଦ୍ଧରେ ମୋହର ଅନେକ କାର୍ଯ୍ୟ କରିବା ଯେ କର୍ତ୍ତବ୍ୟ ଏହା ମୁଁ ନିଜେ ମନେ କରିଥିଲି।


ମାତ୍ର ଆପଣା ଆପଣା ଅନ୍ତଃକରଣର ଅବାଧ୍ୟତାନୁସାରେ ଓ ସେମାନଙ୍କ ପୂର୍ବପୁରୁଷମାନଙ୍କ ଶିକ୍ଷାମତେ ବାଲ୍‍ ନାମକ ଦେବଗଣର ଅନୁଗାମୀ ହୋଇ ଆଚରଣ କରିଅଛନ୍ତି।


ଆମ୍ଭେ ତୁମ୍ଭର ଧାର୍ମିକତା ପ୍ରକାଶ କରିବା; ପୁଣି, ତୁମ୍ଭର କର୍ମସକଳ ତୁମ୍ଭର ଉପକାରୀ ହେବ ନାହିଁ।


ଆହୁରି, ପ୍ରଭୁ କହିଲେ, “ଏହି ଲୋକମାନେ ଆମ୍ଭର ନିକଟବର୍ତ୍ତୀ ହୁଅନ୍ତି ଓ ସେମାନେ ଆପଣା ଆପଣା ମୁଖରେ ଓ ଓଷ୍ଠାଧରରେ ଆମ୍ଭର ସମ୍ମାନ କରନ୍ତି, ମାତ୍ର ସେମାନେ ଆପଣା ଆପଣା ଅନ୍ତଃକରଣ ଆମ୍ଭଠାରୁ ଦୂରରେ ରଖିଅଛନ୍ତି ଓ ଆମ୍ଭ ବିଷୟକ ସେମାନଙ୍କର ଯେଉଁ ଭୟ, ତାହା ମନୁଷ୍ୟଠାରୁ ଶିକ୍ଷିତ ଆଜ୍ଞା ଅଟେ।


ପୁଣି, ଯଦି ସେମାନେ ତୁମ୍ଭକୁ କହନ୍ତି, ‘ଆମ୍ଭେମାନେ କେଉଁଠାକୁ ବାହାରି ଯିବା?’ ତେବେ ତୁମ୍ଭେ ସେମାନଙ୍କୁ ଏହା କହିବ, ‘ସଦାପ୍ରଭୁ ଏହି କଥା କହନ୍ତି, ହତଯୋଗ୍ୟ ଲୋକମାନେ ହତ ସ୍ଥାନକୁ, ଖଡ୍ଗଯୋଗ୍ୟ ଲୋକମାନେ ଖଡ୍ଗ ନିକଟକୁ, ଦୁର୍ଭିକ୍ଷଯୋଗ୍ୟ ଲୋକମାନେ ଦୁର୍ଭିକ୍ଷ ସ୍ଥାନକୁ ଓ ବନ୍ଦୀତ୍ୱର ଯୋଗ୍ୟ ଲୋକମାନେ ବନ୍ଦୀସ୍ଥାନକୁ ଯାଉନ୍ତୁ।’


ସେମାନେ ତାହା ଶୁଣି ଈଶ୍ବରଙ୍କ ମହିମା ଗୁଣାନୁବାଦ କରିବାକୁ ଲାଗିଲେ, ପୁଣି, ତାହାଙ୍କୁ କହିଲେ, ହେ ଭାଇ, ଯିହୁଦୀମାନଙ୍କ ମଧ୍ୟରେ ଯେ କେତେ ସହସ୍ର ବିଶ୍ୱାସ କରିଅଛନ୍ତି, ଏହା ତୁମ୍ଭେ ଦେଖୁଅଛ, ସେ ସମସ୍ତେ ମୋଶାଙ୍କ ବ୍ୟବସ୍ଥା ପକ୍ଷରେ ଉଦ୍‌ଯୋଗୀ।


ଅଥବା ଯଦି ସେହି କଞ୍ଚା ମାଂସ ପୁନର୍ବାର ପାଲଟି ଶ୍ଵେତବର୍ଣ୍ଣ ହୋଇଯାଏ, ତେବେ ସେ ଯାଜକ ନିକଟକୁ ଯିବ,


Swiv nou:

Piblisite


Piblisite