Biblia Todo Logo
Bib sou entènèt

- Piblisite -




ଏଜ୍ରା 8:17 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଏଥିଉତ୍ତାରେ ମୁଁ ସେମାନଙ୍କୁ କାସିଫିଆ ନାମକ ସ୍ଥାନର ପ୍ରଧାନ ଲୋକ ଇଦ୍ଦୋ ନିକଟକୁ ପଠାଇଲି; ପୁଣି, ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ନିମନ୍ତେ ଆମ୍ଭମାନଙ୍କ ନିକଟକୁ ପରିଚାରକମାନଙ୍କୁ ଆଣ ବୋଲି କାସିଫିଆ ସ୍ଥାନସ୍ଥ ଇଦ୍ଦୋକୁ ଓ ତାହାର ଭ୍ରାତୃଗଣ ନଥୀନୀୟମାନଙ୍କୁ କହିବା ପାଇଁ ମୁଁ ସେମାନଙ୍କୁ ଆଦେଶ କଲି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ଏଉତ୍ତାରେ ମୁଁ ସେମାନଙ୍କୁ କାସିଫିଆ ନାମକ ସ୍ଥାନର ପ୍ରଧାନ ଲୋକ ଇଦ୍ଦୋ ନିକଟକୁ ପଠାଇଲି; ପୁଣି, ଆମ୍ଭମାନଙ୍କ ପରମେଶ୍ଵରଙ୍କ ଗୃହ ନିମନ୍ତେ ଆମ୍ଭମାନଙ୍କ ନିକଟକୁ ପରିଚାରକମାନଙ୍କୁ ଆଣ ବୋଲି କାସିଫିଆ ସ୍ଥାନସ୍ଥ ଇଦ୍ଦୋକୁ ଓ ତାହାର ଭ୍ରାତୃଗଣ ନଥୀନୀୟମାନଙ୍କୁ କହିବା ପାଇଁ ମୁଁ ସେମାନଙ୍କୁ ଆଦେଶ କଲି।

Gade chapit la Kopi

ଓଡିଆ ବାଇବେଲ

17 ଏଥିଉତ୍ତାରେ ମୁଁ ସେମାନଙ୍କୁ କାସିଫିଆ ନାମକ ସ୍ଥାନର ପ୍ରଧାନ ଲୋକ ଇଦ୍ଦୋ ନିକଟକୁ ପଠାଇଲି; ପୁଣି, ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ନିମନ୍ତେ ଆମ୍ଭମାନଙ୍କ ନିକଟକୁ ପରିଚାରକମାନଙ୍କୁ ଆଣ ବୋଲି କାସିଫିଆ ସ୍ଥାନସ୍ଥ ଇଦ୍ଦୋକୁ ଓ ତାହାର ଭ୍ରାତୃଗଣ ନଥୀନୀୟମାନଙ୍କୁ କହିବା ପାଇଁ ମୁଁ ସେମାନଙ୍କୁ ଆଦେଶ କଲି।

Gade chapit la Kopi

ପବିତ୍ର ବାଇବଲ

17 ଏହା ପରେ ମୁଁ ସେମାନଙ୍କୁ କାସିଫିଆ ନାମକ ଏକ ସ୍ଥାନର ପ୍ରଧାନଲୋକ ଇଦ୍ଦୋ ନିକଟକୁ ପଠାଇଲି। ଏବଂ ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ଆମ୍ଭମାନଙ୍କ ନିକଟକୁ ପରିଗ୍ଭରକମାନଙ୍କୁ ଆଣିବା ପାଇଁ କାସିଫିଆ ସ୍ଥାନସ୍ଥ ଇଦ୍ଦୋକୁ ଓ ତା'ର ଭାତୃଗଣ ନଥୀନୀୟମାନଙ୍କୁ କହିବାକୁ ସେମାନଙ୍କୁ ଆଦେଶ ଦେଲି।

Gade chapit la Kopi




ଏଜ୍ରା 8:17
16 Referans Kwoze  

ନଥୀନୀୟ ଲୋକମାନେ; ସୀହର ସନ୍ତାନଗଣ, ହସୂଫାର ସନ୍ତାନଗଣ, ଟବ୍ବାୟୋତର ସନ୍ତାନଗଣ;


ମୋହର ଆଦେଶାନୁସାରେ ଅସମ୍ପୂର୍ଣ୍ଣ କାର୍ଯ୍ୟସବୁ ସମ୍ପୂର୍ଣ୍ଣ କରିବାକୁ ପୁଣି, ପ୍ରତ୍ୟେକ ନଗରରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବାକୁ ମୁଁ କ୍ରୀତୀରେ ତୁମ୍ଭକୁ ଛାଡ଼ି ଆସିଲି;


ଏନିମନ୍ତେ ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେ ଯଦି ଫେରିବ, ତେବେ ଆମ୍ଭ ସମ୍ମୁଖରେ ଠିଆ ହେବା ନିମନ୍ତେ ଆମ୍ଭେ ତୁମ୍ଭକୁ ପୁନର୍ବାର ଆଣିବା; ପୁଣି, ତୁମ୍ଭେ ଯଦି ନିକୃଷ୍ଟ ବସ୍ତୁରୁ ବହୁମୂଲ୍ୟ ବସ୍ତୁ ବାହାର କରି ନେବ, ତେବେ ତୁମ୍ଭେ ଆମ୍ଭର ମୁଖ ସ୍ୱରୂପ ହେବ; ସେମାନେ ତୁମ୍ଭ ନିକଟକୁ ଫେରି ଆସିବେ, ମାତ୍ର ତୁମ୍ଭେ ସେମାନଙ୍କ ନିକଟକୁ ଫେରିଯିବ ନାହିଁ।


ସେତେବେଳେ ସଦାପ୍ରଭୁ ଆପଣା ହସ୍ତ ବଢ଼ାଇ ମୋର ମୁଖ ସ୍ପର୍ଶ କଲେ; ଆଉ, ସଦାପ୍ରଭୁ ମୋତେ କହିଲେ, “ଦେଖ, ଆମ୍ଭେ ଆପଣା ବାକ୍ୟ ତୁମ୍ଭ ମୁଖରେ ଦେଲୁ;


ଆଉ, ଅର୍ତ୍ତକ୍ଷସ୍ତ ରାଜାର ସପ୍ତମ ବର୍ଷରେ ଇସ୍ରାଏଲ ସନ୍ତାନମାନଙ୍କର ଓ ଯାଜକମାନଙ୍କର ଓ ଲେବୀୟମାନଙ୍କର କେତେକ ଲୋକ, ପୁଣି ଗାୟକମାନେ ଓ ଦ୍ୱାରପାଳମାନେ ଓ ନଥୀନୀୟମାନେ ଯିରୂଶାଲମକୁ ଗଲେ।


ନଥୀନୀୟ ଲୋକମାନେ ଓ ଶଲୋମନର ଦାସମାନଙ୍କ ସନ୍ତାନଗଣ ସର୍ବସୁଦ୍ଧା ତିନି ଶହ ବୟାନବେ ଜଣ।


ଏଥିରେ ରାଜା କହିଲେ, “ଏସମସ୍ତ କଥାରେ କି ତୁମ୍ଭ ସଙ୍ଗେ ଯୋୟାବର ହାତ ନାହିଁ?” ସେହି ସ୍ତ୍ରୀ ଉତ୍ତର ଦେଇ କହିଲା, “ହେ ମୋର ପ୍ରଭୋ, ମହାରାଜ, ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ କହୁଛି, ମୋʼ ପ୍ରଭୁ ମହାରାଜ ଯାହା କହିଅଛନ୍ତି, ତହିଁର ଡାହାଣକୁ କି ବାମକୁ ଫେରିବାକୁ କାହାରି ଆୟତ୍ତ ନାହିଁ; କାରଣ ଆପଣଙ୍କ ଦାସ ଯୋୟାବ ମୋତେ ଆଦେଶ କରି ଆପଣଙ୍କ ଦାସୀଙ୍କୁ ଏହି ସମସ୍ତ କଥା ଶିଖାଇଅଛନ୍ତି।


ପୁଣି ରାଜାଙ୍କ ନିକଟକୁ ଯାଇ ଏହି ପ୍ରକାରେ ତାଙ୍କୁ କୁହ।” ଆଉ ଯୋୟାବ ତାହାକୁ ବକ୍ତବ୍ୟ କଥା ଶିଖାଇଲା।


ଆମ୍ଭେ ସେମାନଙ୍କ ନିମନ୍ତେ ସେମାନଙ୍କ ଭ୍ରାତୃଗଣ ମଧ୍ୟରୁ ତୁମ୍ଭ ସଦୃଶ ଜଣେ ଭବିଷ୍ୟଦ୍‍ବକ୍ତା ଉତ୍ପନ୍ନ କରିବା ଓ ଆମ୍ଭେ ତାହାଙ୍କ ମୁଖରେ ଆପଣା ବାକ୍ୟ ଦେବା ଓ ଆମ୍ଭେ ତାହାଙ୍କୁ ଯେଉଁ ଯେଉଁ ଆଜ୍ଞା ଦେବା, ତାହା ସେ ସେମାନଙ୍କୁ କହିବେ।


ଆଉ ଆମ୍ଭେ, ଦେଖ, ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ତୁମ୍ଭମାନଙ୍କର ଭ୍ରାତୃଗଣ ଲେବୀୟମାନଙ୍କୁ ଗ୍ରହଣ କରିଅଛୁ, ସେମାନେ ସମାଗମ-ତମ୍ବୁର ସେବାକର୍ମ ନିମନ୍ତେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦତ୍ତ ଦାନ ଅଟନ୍ତି।


ତୁମ୍ଭେ ତାହାକୁ କହିବ ଓ ତାହାର ମୁଖରେ ବାକ୍ୟ ଦେବ; ପୁଣି, ଆମ୍ଭେ ତୁମ୍ଭ ମୁଖର ଓ ତାହା ମୁଖର ସହବର୍ତ୍ତୀ ହୋଇ ତୁମ୍ଭମାନଙ୍କୁ କର୍ତ୍ତବ୍ୟ କର୍ମର ଶିକ୍ଷା ଦେବା।


ପୁଣି, ଇସ୍ରାଏଲ, ଯାଜକଗଣ, ଲେବୀୟମାନେ ଓ ନଥୀନୀୟମାନେ ସେମାନଙ୍କ ଅଧିକାରସ୍ଥ ନଗରସମୂହରେ ପ୍ରଥମେ ବସତି କଲେ।


ତେବେ ମୁଁ ଇଲୀୟେଜର, ଅରୀୟେଲ, ଶମୟୀୟ, ଇଲ୍‍ନାଥନ୍‍, ଯାରିବ, ଇଲ୍‍ନାଥନ୍‍, ନାଥନ, ଜିଖରୀୟ ଓ ମଶୁଲ୍ଲମ୍‍, ଏହି ପ୍ରଧାନ ଲୋକମାନଙ୍କୁ; ମଧ୍ୟ ଯୋୟାରୀବ୍‍ ଓ ଇଲ୍‍ନାଥନ୍‍ ଶିକ୍ଷକମାନଙ୍କୁ ଡାକିବାକୁ ଲୋକ ପଠାଇଲି।


Swiv nou:

Piblisite


Piblisite