Biblia Todo Logo
Bib sou entènèt

- Piblisite -




ଏଜ୍ରା 4:13 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ମହାରାଜଙ୍କ ନିକଟରେ ଜଣାଣ ଏହି ଯେ, ଯେବେ ଏହି ନଗର ନିର୍ମିତ ଓ ପ୍ରାଚୀର କାର୍ଯ୍ୟ ସମାପ୍ତ ହେବ, ତେବେ ସେହି ଲୋକମାନେ କର, ରାଜସ୍ୱ ବା ଶୁଳ୍କ ଦେବେ ନାହିଁ, ପୁଣି ଶେଷରେ ତାହା ରାଜାଗଣର କ୍ଷତିକର ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ମହାରାଜଙ୍କ ନିକଟରେ ଜଣାଣ ଏହି ଯେ, ଯେବେ ଏହି ନଗର ନିର୍ମିତ ଓ ପ୍ରାଚୀର-କାର୍ଯ୍ୟ ସମାପ୍ତ ହେବ, ତେବେ ସେହି ଲୋକମାନେ କର, ରାଜସ୍ଵ ବା ମାଶୁଲ ଦେବେ ନାହିଁ, ପୁଣି ଶେଷରେ ତାହା ରାଜଗଣର କ୍ଷତିକର ହେବ।

Gade chapit la Kopi

ଓଡିଆ ବାଇବେଲ

13 ମହାରାଜଙ୍କ ନିକଟରେ ଜଣାଣ ଏହି ଯେ, ‘ଯେବେ ଏହି ନଗର ନିର୍ମିତ ଓ ପ୍ରାଚୀର କାର୍ଯ୍ୟ ସମାପ୍ତ ହେବ, ତେବେ ସେହି ଲୋକମାନେ କର, ରାଜସ୍ୱ ବା ଶୁଳ୍କ ଦେବେ ନାହିଁ, ପୁଣି ଶେଷରେ ତାହା ରାଜାଗଣର କ୍ଷତିକର ହେବ।

Gade chapit la Kopi

ପବିତ୍ର ବାଇବଲ

13 ଆମ୍ଭେମାନେ ରାଜାଙ୍କୁ କହିବା ପାଇଁ ଗ୍ଭହୁଁ ଯେ, ଯେତେବେଳେ ଏହି ନଗର ନିର୍ମିତ ଓ ପ୍ରାଚୀର କାର୍ଯ୍ୟ ସମାପ୍ତ ହେବ, ସେତେବେଳେ ସେହି ଲୋକମାନେ କର, ରାଜସ୍ୱ ବା ମାଶୁଲ ଦେବେ ନାହିଁ। ପୁଣି ଶେଷରେ ତାହା ରାଜାଙ୍କ ପାଇଁ କ୍ଷତିକାରକ ହେବ।

Gade chapit la Kopi




ଏଜ୍ରା 4:13
9 Referans Kwoze  

ଆହୁରି, ଯାଜକମାନଙ୍କର ଓ ଲେବୀୟମାନଙ୍କର, ଗାୟକମାନଙ୍କର, ଦ୍ୱାରପାଳମାନଙ୍କର, ନଥୀନୀୟମାନଙ୍କର ଓ ପରମେଶ୍ୱରଙ୍କ ଏହି ଗୃହର ସେବକମାନଙ୍କର କାହାରି ଉପରେ କର, ରାଜସ୍ୱ ବା ମାଶୁଲ ବସାଇବା ବ୍ୟବସ୍ଥା ବିରୁଦ୍ଧ ହେବ ବୋଲି ଆମ୍ଭେମାନେ ତୁମ୍ଭମାନଙ୍କୁ ଜଣାଉଅଛୁ।


ଆହୁରି, କେତେକ କହିଲେ, “ଆମ୍ଭେମାନେ ରାଜ-କର ପୈଠ କରିବା ନିମନ୍ତେ ଆପଣା ଆପଣା ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ବନ୍ଧକ ରଖି ମୁଦ୍ରା ଋଣ କରିଅଛୁ।


ସେ କହିଲେ, ହଁ, ଦିଅନ୍ତି। ଆଉ ସେ ଘରକୁ ଆସିଲା ପରେ ଯୀଶୁ ଆଗେ ତାହାକୁ କହିଲେ, “ଶିମୋନ, ତୁମ୍ଭର ମତ କଅଣ? ପୃଥିବୀର ରାଜାମାନେ କାହା ପାଖରୁ କର ବା ରାଜସ୍ୱ ନିଅନ୍ତି? ସେମାନଙ୍କ ସନ୍ତାନଗଣଙ୍କଠାରୁ କିମ୍ବା ବିଦେଶୀମାନଙ୍କଠାରୁ?”


ଯୀଶୁ ସେଠାରୁ ଯାଉ ଯାଉ ମାଥିଉ ନାମକ ଜଣେ ବ୍ୟକ୍ତିଙ୍କୁ କର ଆଦାୟ ସ୍ଥାନରେ ବସିଥିବା ଦେଖି ତାହାଙ୍କୁ କହିଲେ, “ମୋହର ଅନୁଗମନ କର।” ସେଥିରେ ସେ ଉଠି ତାହାଙ୍କର ଅନୁଗମନ କଲେ।


ଅହଙ୍କାରୀମାନେ ମୋʼ ବିରୁଦ୍ଧରେ ମିଥ୍ୟା କଥା କଳ୍ପନା କରିଅଛନ୍ତି; ମୁଁ ସର୍ବାନ୍ତଃକରଣରେ ତୁମ୍ଭର ବିଧାନସବୁ ପାଳନ କରିବି।


ପରମେଶ୍ୱରଙ୍କ ଦୟା ନିତ୍ୟସ୍ଥାୟୀ। ତୁମ୍ଭର ଜିହ୍ୱା ନିତାନ୍ତ ଦୁଷ୍ଟତା କଳ୍ପନା କରି ତୀକ୍ଷ୍ଣ କ୍ଷୁର ତୁଲ୍ୟ ପ୍ରବଞ୍ଚନାପୂର୍ବକ କାର୍ଯ୍ୟ କରୁଅଛି।


ମଧ୍ୟ ଯିରୂଶାଲମରେ ପରାକ୍ରାନ୍ତ ରାଜାଗଣ ଥିଲେ, ସେମାନେ ନଦୀ ସେପାରିସ୍ଥ ସମସ୍ତ ଦେଶରେ ରାଜତ୍ୱ କଲେ; ଆଉ, ସେମାନଙ୍କୁ କର, ରାଜସ୍ୱ ଓ ମାଶୁଲ ଦିଆଗଲା।


ଆମ୍ଭେମାନେ ରାଜଗୃହର ଲବଣ ଖାଉ ଓ ମହାରାଜଙ୍କର ଅପମାନ ଦେଖିବା ଆମ୍ଭମାନଙ୍କର ଉଚିତ ନୁହେଁ, ଏହେତୁ ଲୋକ ପଠାଇ ମହାରାଜଙ୍କୁ ଏହା ଜଣାଇଲୁ।


Swiv nou:

Piblisite


Piblisite