Biblia Todo Logo
Bib sou entènèt

- Piblisite -




ଯିହିଜିକଲ 6:9 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ପୁଣି, ତୁମ୍ଭମାନଙ୍କର ସେହି ରକ୍ଷାପ୍ରାପ୍ତ ଲୋକମାନେ ଯେଉଁ ଯେଉଁ ଗୋଷ୍ଠୀୟମାନଙ୍କ ମଧ୍ୟକୁ ବନ୍ଦୀ ଅବସ୍ଥାରେ ନୀତ ହେବେ, ସେମାନଙ୍କ ମଧ୍ୟରେ ଥାଇ ଆମ୍ଭକୁ ସ୍ମରଣ କରିବେ, ଅର୍ଥାତ୍‍, ସେମାନଙ୍କର ଯେଉଁ ବ୍ୟଭିଚାରୀ ହୃଦୟ ଆମ୍ଭକୁ ତ୍ୟାଗ କରି ଯାଇଅଛି ଓ ସେମାନଙ୍କର ଯେଉଁ ଚକ୍ଷୁ ବ୍ୟଭିଚାରୀ ହୋଇ ଦେବତାଗଣର ପଶ୍ଚାତ ଗମନ କରେ, ତହିଁ ସକାଶୁ ଆମ୍ଭେ କିପରି ବିଦୀର୍ଣ୍ଣ ହୋଇଅଛୁ, ଏହା ସେମାନେ ସ୍ମରଣ କରିବେ; ଆଉ, ସେମାନେ ଆପଣା ଆପଣାର ସକଳ ଘୃଣାଯୋଗ୍ୟ ଆଚାର ବ୍ୟବହାର ଦ୍ୱାରା ଯେଉଁ ଦୁଷ୍କ୍ରିୟା କରିଅଛନ୍ତି, ତହିଁ ନିମନ୍ତେ ସେମାନେ ଆପଣାମାନଙ୍କ ଦୃଷ୍ଟିରେ ଆପଣାମାନଙ୍କୁ ଘୃଣା କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ପୁଣି, ତୁମ୍ଭମାନଙ୍କର ସେହି ରକ୍ଷାପ୍ରାପ୍ତ ଲୋକମାନେ ଯେଉଁ ଯେଉଁ ଗୋଷ୍ଠୀୟମାନଙ୍କ ମଧ୍ୟକୁ ବନ୍ଦୀ ଅବସ୍ଥାରେ ନୀତ ହେବେ, ସେମାନଙ୍କ ମଧ୍ୟରେ ଥାଇ ଆମ୍ଭକୁ ସ୍ମରଣ କରିବେ, ଅର୍ଥାତ୍, ସେମାନଙ୍କର ଯେଉଁ ବ୍ୟଭିଚାରୀ ହୃଦୟ ଆମ୍ଭକୁ ତ୍ୟାଗ କରି ଯାଇଅଛି ଓ ସେମାନଙ୍କର ଯେଉଁ ଚକ୍ଷୁ ବ୍ୟଭିଚାରୀ ହୋଇ ଦେବତାଗଣର ପଶ୍ଚାତ୍ ଗମନ କରେ, ତହିଁ ସକାଶୁ ଆମ୍ଭେ କିପରି ବିଦୀର୍ଣ୍ଣ ହୋଇଅଛୁ, ଏହା ସେମାନେ ସ୍ମରଣ କରିବେ; ଆଉ, ସେମାନେ ଆପଣା ଆପଣାର ସକଳ ଘୃଣାଯୋଗ୍ୟ ଆଚାର ବ୍ୟବହାର ଦ୍ଵାରା ଯେଉଁ ଦୁଷ୍କ୍ରିୟା କରିଅଛନ୍ତି, ତହିଁ ନିମନ୍ତେ ସେମାନେ ଆପଣାମାନଙ୍କ ଦୃଷ୍ଟିରେ ଆପଣାମାନଙ୍କୁ ଘୃଣା କରିବେ।

Gade chapit la Kopi

ଓଡିଆ ବାଇବେଲ

9 ପୁଣି, ତୁମ୍ଭମାନଙ୍କର ସେହି ରକ୍ଷାପ୍ରାପ୍ତ ଲୋକମାନେ ଯେଉଁ ଯେଉଁ ଗୋଷ୍ଠୀୟମାନଙ୍କ ମଧ୍ୟକୁ ବନ୍ଦୀ ଅବସ୍ଥାରେ ନୀତ ହେବେ, ସେମାନଙ୍କ ମଧ୍ୟରେ ଥାଇ ଆମ୍ଭକୁ ସ୍ମରଣ କରିବେ, ଅର୍ଥାତ୍‍, ସେମାନଙ୍କର ଯେଉଁ ବ୍ୟଭିଚାରୀ ହୃଦୟ ଆମ୍ଭକୁ ତ୍ୟାଗ କରି ଯାଇଅଛି ଓ ସେମାନଙ୍କର ଯେଉଁ ଚକ୍ଷୁ ବ୍ୟଭିଚାରୀ ହୋଇ ଦେବତାଗଣର ପଶ୍ଚାତ ଗମନ କରେ, ତହିଁ ସକାଶୁ ଆମ୍ଭେ କିପରି ବିଦୀର୍ଣ୍ଣ ହୋଇଅଛୁ, ଏହା ସେମାନେ ସ୍ମରଣ କରିବେ; ଆଉ, ସେମାନେ ଆପଣା ଆପଣାର ସକଳ ଘୃଣାଯୋଗ୍ୟ ଆଚାର ବ୍ୟବହାର ଦ୍ୱାରା ଯେଉଁ ଦୁଷ୍କ୍ରିୟା କରିଅଛନ୍ତି, ତହିଁ ନିମନ୍ତେ ସେମାନେ ଆପଣାମାନଙ୍କ ଦୃଷ୍ଟିରେ ଆପଣାମାନଙ୍କୁ ଘୃଣା କରିବେ।

Gade chapit la Kopi

ପବିତ୍ର ବାଇବଲ

9 ଏବଂ ବଞ୍ଚି ରହିଥିବା ଲୋକମାନଙ୍କୁ ଯେଉଁମାନଙ୍କୁ ଗୋଷ୍ଠୀୟମାନଙ୍କୁ ବନ୍ଦୀରୂପେ ନିଆଯିବ, ସେମାନେ ମୋତେ ମନେ ରଖିବେ ଏବଂ ଆମ୍ଭେ ସେମାନଙ୍କର ବ୍ୟଭିଗ୍ଭରୀ ହୃଦୟକୁ କିପରି ଦୁଃଖରେ ପୂର୍ଣ୍ଣ କଲୁ, ଯାହା ଆମ୍ଭଠାରୁ ଦୂରେଇ ଗଲା ଏବଂ ସେମାନଙ୍କର ବ୍ୟଭିଗ୍ଭରୀ ଆଖି ଯାହା ସେମାନଙ୍କର ମୂର୍ତ୍ତିସବୁକୁ ଅନୁସରଣ କଲା। ସେମାନେ ନିଜେ କରିଥିବା କୁକର୍ମ ପାଇଁ ଓ ସେମାନଙ୍କର ଘୃଣ୍ୟ ବ୍ୟବହାର ପାଇଁ ନିଜକୁ ଘୃଣା କରିବେ।

Gade chapit la Kopi




ଯିହିଜିକଲ 6:9
37 Referans Kwoze  

ଆଉ, ଯହିଁରେ ତୁମ୍ଭେମାନେ ଆପଣାମାନଙ୍କୁ ଅଶୁଚି କରିଅଛ, ଆପଣାମାନଙ୍କର ସେହି ଆଚାର ବ୍ୟବହାର ଓ କ୍ରିୟାସକଳ ତୁମ୍ଭେମାନେ ସେଠାରେ ସ୍ମରଣ କରିବ ଓ ଆପଣାମାନଙ୍କର କୃତ ସମସ୍ତ କୁକ୍ରିୟା ସକାଶୁ ଆପଣାମାନଙ୍କୁ ଘୃଣା କରିବ।


ଏଥିରେ ସେ କହିଲେ, “ହେ ଦାଉଦର ବଂଶ, ତୁମ୍ଭେମାନେ ଏବେ ଶୁଣ; ମନୁଷ୍ୟର ଧୈର୍ଯ୍ୟକୁ ପରୀକ୍ଷା କରିବାର ତୁମ୍ଭମାନଙ୍କ ପ୍ରତି କ୍ଷୁଦ୍ର ବିଷୟ ବୋଲି କି ତୁମ୍ଭେମାନେ ମୋʼ ପରମେଶ୍ୱରଙ୍କ ଧୈର୍ଯ୍ୟ ମଧ୍ୟ ପରୀକ୍ଷା କରିବ?


ସେମାନେ ପ୍ରାନ୍ତର ମଧ୍ୟରେ କେତେ ଥର ତାହାଙ୍କର ବିଦ୍ରୋହୀ ହେଲେ ଓ ମରୁଭୂମିରେ ତାହାଙ୍କୁ ଅସନ୍ତୁଷ୍ଟ କଲେ।


ଏହେତୁ ମୁଁ ଆପଣାକୁ ଘୃଣା କରୁଅଛି, ପୁଣି ଧୂଳି ଓ ଭସ୍ମରେ ବସି ଅନୁତାପ କରୁଅଛି।”


ପୁଣି, ଆମ୍ଭେ ଯେବେ ଗୋଷ୍ଠୀଗଣ ମଧ୍ୟରେ ସେମାନଙ୍କୁ ବିଚ୍ଛିନ୍ନ କରିବା ତେବେ ସେମାନେ ନାନା ଦୂର ଦେଶରେ ଆମ୍ଭକୁ ସ୍ମରଣ କରିବେ; ଆଉ, ସେମାନେ ଆପଣା ଆପଣା ସନ୍ତାନଗଣର ସହିତ ଜୀବିତ ହୋଇ ରହିବେ ଓ ଫେରି ଆସିବେ।


ଆଉ, ଆମ୍ଭେ ସେମାନଙ୍କୁ କହିଲୁ, ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଦୃଷ୍ଟିର ସମ୍ମୁଖରୁ ଘୃଣାଯୋଗ୍ୟ ବସ୍ତୁସକଳ ଦୂର କର ଓ ମିସରୀୟ ପ୍ରତିମାଗଣ ଦ୍ୱାରା ଆପଣାମାନଙ୍କୁ ଅଶୁଚି କର ନାହିଁ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।


ତୁମ୍ଭେ ରୌପ୍ୟ ମୁଦ୍ରା ଦେଇ ଆମ୍ଭ ପାଇଁ ସୁଗନ୍ଧି ବଚ କ୍ରୟ କରି ନାହଁ, କିଅବା ତୁମ୍ଭ ବଳିର ମେଦରେ ଆମ୍ଭକୁ ତୃପ୍ତ କରି ନାହଁ; ମାତ୍ର ତୁମ୍ଭେ ଆପଣା ପାପ ଦ୍ୱାରା ଆମ୍ଭକୁ ଦାସ୍ୟକର୍ମ କରାଇଅଛ, ତୁମ୍ଭେ ଆପଣା ନାନା ଅଧର୍ମରେ ଆମ୍ଭକୁ କ୍ଳାନ୍ତ କରିଅଛ।


କାରଣ ସେମାନେ ଆମ୍ଭର ଶାସନସକଳ ପାଳନ କଲେ ନାହିଁ, ମାତ୍ର ଆମ୍ଭର ବିଧିସକଳ ଅଗ୍ରାହ୍ୟ କଲେ ଓ ଆମ୍ଭର ବିଶ୍ରାମ ଦିନସକଳ ଅପବିତ୍ର କଲେ, ପୁଣି, ସେମାନଙ୍କ ପିତୃବର୍ଗର ପ୍ରତିମାଗଣ ପ୍ରତି ସେମାନଙ୍କର ଦୃଷ୍ଟି ରହିଲା।


ହେ ଖଡ୍ଗରୁ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭେମାନେ ଚାଲିଯାଅ, ସ୍ଥିର ହୋଇ ଠିଆ ହୁଅ ନାହିଁ! ଦୂର ଦେଶରୁ ସଦାପ୍ରଭୁଙ୍କୁ ସ୍ମରଣ କର ଓ ଯିରୂଶାଲମ ତୁମ୍ଭମାନଙ୍କ ମନରେ ପଡ଼ୁ।


ସେମାନଙ୍କର ଚକ୍ଷୁ ବ୍ୟଭିଚାରିଣୀ ସ୍ତ୍ରୀରେ ପରିପୂର୍ଣ୍ଣ ହୋଇ ପାପରୁ କ୍ଷାନ୍ତ ହୁଏ ନାହିଁ, ସେମାନେ ଚଞ୍ଚଳମତି ଲୋକମାନଙ୍କୁ ପ୍ରଲୋଭିତ କରନ୍ତି, ସେମାନଙ୍କର ହୃଦୟ ଧନଲୋଭରେ ଅଭ୍ୟସ୍ତ, ସେମାନେ ଅଭିଶାପର ସନ୍ତାନ,


କାରଣ ଆମ୍ଭେ ସେମାନଙ୍କୁ ଯେଉଁ ଦେଶ ଦେବା ପାଇଁ ଆପଣା ହସ୍ତ ଉଠାଇଥିଲୁ, ସେହି ଦେଶକୁ ଯେତେବେଳେ ସେମାନଙ୍କୁ ଆଣିଲୁ, ସେତେବେଳେ ସେମାନେ ପ୍ରତ୍ୟେକ ଉଚ୍ଚ ପର୍ବତ ଓ ପ୍ରତ୍ୟେକ ଗହଳିଆ ବୃକ୍ଷ ଦେଖି ସେହି ସ୍ଥାନରେ ବଳିଦାନ କଲେ ଓ ସେହି ସ୍ଥାନରେ ସେମାନେ (ଆମ୍ଭର) ବିରକ୍ତିଜନକ ନୈବେଦ୍ୟ ଉତ୍ସର୍ଗ କଲେ, ସେହି ସ୍ଥାନରେ ମଧ୍ୟ ଆପଣାମାନଙ୍କର ସୁଗନ୍ଧିଯୁକ୍ତ ଦ୍ରବ୍ୟ ରଖିଲେ ଓ ସେହି ସ୍ଥାନରେ ଆପଣାମାନଙ୍କର ପେୟ-ନୈବେଦ୍ୟ ଢାଳିଲେ।


ତୁମ୍ଭେ ଯାହା ଯାହା କରିଅଛ, ତୁମ୍ଭର ସେହି ସବୁ ଯେତେବେଳେ ଆମ୍ଭେ କ୍ଷମା କରିବା, ସେତେବେଳେ ତୁମ୍ଭେ ସ୍ମରଣ କରି ଲଜ୍ଜିତ ହେବ ଓ ନିଜ ଅପମାନ ହେତୁ ଆଉ କେବେ ଆପଣା ମୁଖ ଫିଟାଇବ ନାହିଁ।” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।


ତୁମ୍ଭେ ଆପଣା ଯୌବନାବସ୍ଥା ସ୍ମରଣ କରି ନାହଁ, ମାତ୍ର ଏହିସବୁ ବିଷୟରେ ଆମ୍ଭକୁ ବିରକ୍ତ କରିଅଛ, ଏହେତୁ ଦେଖ, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ହିଁ ତୁମ୍ଭ କାର୍ଯ୍ୟର ଫଳ ତୁମ୍ଭ ମସ୍ତକରେ ବର୍ତ୍ତାଇବା, ତହିଁରେ ତୁମ୍ଭେ ଆପଣାର ସକଳ ଘୃଣାଯୋଗ୍ୟ କ୍ରିୟା ଉପରେ ଏପ୍ରକାର ଭ୍ରଷ୍ଟାଚରଣ କରିବ ନାହିଁ।


“ଦେଖ, ହଳାରେ ପୂର୍ଣ୍ଣ ଶଗଡ଼ ଯେପରି ଚାପେ, ସେପରି ଆମ୍ଭେ ତୁମ୍ଭମାନଙ୍କ ନିଜ ସ୍ଥାନରେ ତୁମ୍ଭମାନଙ୍କୁ ଚାପିବା।


ତୁମ୍ଭେମାନେ ଯେପରି ସେହି ଝାଲର ଦେଖି ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ସ୍ମରଣ କରି ପାଳନ କରିବ ଓ ତୁମ୍ଭେମାନେ ଆପଣା ଆପଣାର ଯେଉଁ ମନ ଓ ଚକ୍ଷୁ ଅନୁସାରେ ବ୍ୟଭିଚାର କରିଥାଅ, ତଦନୁସାରେ ଯେପରି ଭ୍ରମଣ ନ କରିବ,


ମାତ୍ର ଆମ୍ଭେ ସେମାନଙ୍କ ମଧ୍ୟରୁ କେତେକ ଲୋକଙ୍କୁ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରୁ ରକ୍ଷା କରିବା, ତହିଁରେ ସେମାନେ ଯେଉଁ ଗୋଷ୍ଠୀମାନଙ୍କ ମଧ୍ୟକୁ ଯିବେ, ସେମାନଙ୍କ ନିକଟରେ ଆପଣାମାନଙ୍କର ଘୃଣାଯୋଗ୍ୟ କ୍ରିୟାସକଳ ପ୍ରକାଶ କରିବେ; ଆଉ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”


ମାତ୍ର ସେମାନଙ୍କ ମଧ୍ୟରୁ ଯେଉଁମାନେ ପଳାନ୍ତି, ସେମାନେ ରକ୍ଷା ପାଇବେ ଓ ଉପତ୍ୟକାର ଘୁଘୁ ପରି ପର୍ବତରେ ସମସ୍ତେ ବିଳାପ କରିବେ, ପ୍ରତ୍ୟେକେ ଆପଣା ଆପଣା ଅଧର୍ମ ହେତୁ ବିଳାପ କରିବେ।


ଏହି ପ୍ରକାରେ ଆମ୍ଭର କ୍ରୋଧ ସଫଳ ହେବ ଓ ଆମ୍ଭେ ସେମାନଙ୍କ ଉପରେ ଆପଣା କୋପ ସାଧି ଶାନ୍ତ ହେବା; ତହିଁରେ ଆମ୍ଭେ ସେମାନଙ୍କ ଉପରେ ଆପଣା କୋପ ସଫଳ କଲା ଉତ୍ତାରେ ଆମ୍ଭେ ସଦାପ୍ରଭୁ, ଆପଣା ଅନ୍ତର୍ଜ୍ୱାଳାରେ ଯେ ଏ କଥା କହିଅଛୁ, ଏହା ସେମାନେ ଜାଣିବେ।


ସଦାପ୍ରଭୁ କହନ୍ତି, ତୁମ୍ଭେ ଯେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ଅପରାଧ କରିଅଛ ଓ ପ୍ରତ୍ୟେକ ହରିଦ୍‍ବର୍ଣ୍ଣ ବୃକ୍ଷ ତଳେ ବିଦେଶୀୟମାନଙ୍କ ନିକଟକୁ ଯାଇ ଭ୍ରମଣ କରିଅଛ ଓ ଆମ୍ଭ ରବରେ ମନୋଯୋଗ କରି ନାହଁ, ଆପଣାର ଏହି ଅଧର୍ମାଚରଣ କେବଳ ସ୍ୱୀକାର କର।


ଆହୁରି, ଯୋଶୀୟ ରାଜାର ସମୟରେ ସଦାପ୍ରଭୁ ମୋତେ କହିଲେ, “ବିପଥଗାମୀନୀ ଇସ୍ରାଏଲ ଯାହା କରିଅଛି, ତାହା କି ତୁମ୍ଭେ ଦେଖିଅଛ? ସେ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ ଓ ପ୍ରତ୍ୟେକ ହରିଦ୍‍ବର୍ଣ୍ଣ ବୃକ୍ଷ ତଳେ ଯାଇ ସେଠାରେ ବ୍ୟଭିଚାର କରିଅଛି।


କାରଣ ଆମ୍ଭେ ସମସ୍ତେ ଅଶୁଚି ଲୋକ ତୁଲ୍ୟ ହୋଇଅଛୁ ଓ ଆମ୍ଭମାନଙ୍କର ଧର୍ମକର୍ମସବୁ ଅଶୁଚି ବସ୍ତ୍ର ତୁଲ୍ୟ ଅଟେ ଓ ଆମ୍ଭେ ସମସ୍ତେ ପତ୍ର ତୁଲ୍ୟ ଜୀର୍ଣ୍ଣ ହେଉଅଛୁ; ଆଉ, ଆମ୍ଭମାନଙ୍କର ଅପରାଧସବୁ ବାୟୁ ପରି ଆମ୍ଭମାନଙ୍କୁ ଉଡ଼ାଇ ନିଏ।


ମାତ୍ର ସେମାନେ ବିଦ୍ରୋହୀ ହେଲେ ଓ ତାହାଙ୍କର ପବିତ୍ର ଆତ୍ମାଙ୍କୁ ଶୋକାକୁଳ କଲେ; ଏନିମନ୍ତେ ସେ ଫେରି ସେମାନଙ୍କର ଶତ୍ରୁ ହେଲେ ଓ ଆପେ ସେମାନଙ୍କର ବିପକ୍ଷରେ ଯୁଦ୍ଧ କଲେ।


ଆମ୍ଭେମାନେ ବାବିଲୀୟ ନଦୀମାନର ନିକଟରେ ସିୟୋନକୁ ସ୍ମରଣ କଲା ବେଳେ ସେଠାରେ ବସିଲୁ ଓ ରୋଦନ କଲୁ।


ଏଥିଉତ୍ତାରେ ଆହସ୍‌ ରାଜା ଅଶୂରର ରାଜା ତିଗ୍ଲାତ୍‍-ପିଲେସର୍‌କୁ ସାକ୍ଷାତ କରିବା ପାଇଁ ଦମ୍ମେଶକକୁ ଗଲେ ଓ ଦମ୍ମେଶକରେ ଥିବା ଯଜ୍ଞବେଦି ଦେଖିଲେ; ତହିଁରେ ଆହସ୍‌ ରାଜା ସେହି ଯଜ୍ଞବେଦିର ସକଳ ଶିଳ୍ପକର୍ମାନୁସାରେ ତହିଁର ଆକୃତି ଓ ନମୁନା ଊରୀୟ ଯାଜକ ନିକଟକୁ ପଠାଇଲେ।


ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ଏହା ସେମାନେ ଜାଣିବେ; ଆମ୍ଭେ ସେମାନଙ୍କ ପ୍ରତି ଏହି ଅମଙ୍ଗଳ ଘଟାଇବାର କଥା ବୃଥା କହି ନାହୁଁ।”


ସେହି ସମୟରେ ଯେତେବେଳେ ତୁମ୍ଭେ ଆପଣା ଭଗିନୀଗଣକୁ, ତୁମ୍ଭର ବଡ଼ ଓ ସାନ ଭଗିନୀଗଣକୁ ଗ୍ରହଣ କରିବ, ସେତେବେଳେ ତୁମ୍ଭେ ଆପଣା ଆଚାର ବ୍ୟବହାର ସ୍ମରଣ କରି ଲଜ୍ଜିତ ହେବ; ଆଉ, ଆମ୍ଭେ ସେମାନଙ୍କୁ କନ୍ୟା ରୂପେ ତୁମ୍ଭକୁ ଦେବା, ମାତ୍ର ତୁମ୍ଭର ନିୟମାନୁକ୍ରମେ ନୁହେଁ।


ତୁମ୍ଭେ ବେଶ୍ୟାର ନ୍ୟାୟ ଅନ୍ୟଦେଶୀୟମାନଙ୍କର ଅନୁଗାମିନୀ ହୋଇଅଛ ଓ ସେମାନଙ୍କର ପ୍ରତିମାଗଣ ଦ୍ୱାରା ଅଶୁଚୀକୃତ ହୋଇଅଛ, ଏଥିପାଇଁ ତୁମ୍ଭ ପ୍ରତି ଏହିସବୁ କରାଯିବ।


ହେ ଇଫ୍ରୟିମ, ଆମ୍ଭେ କିପରି ତୁମ୍ଭକୁ ତ୍ୟାଗ କରିବା? ହେ ଇସ୍ରାଏଲ, ଆମ୍ଭେ କିପରି ତୁମ୍ଭକୁ ସମର୍ପି ଦେବା? ଆମ୍ଭେ କିପରି ତୁମ୍ଭକୁ ଅଦ୍ମାର ନଗରୀ ତୁଲ୍ୟ କରିବା? ଆମ୍ଭେ କିପରି ତୁମ୍ଭକୁ ସବୋୟୀମର ନଗରୀ ତୁଲ୍ୟ ରଖିବା? ଆମ୍ଭ ହୃଦୟ ଆମ୍ଭ ଅନ୍ତରରେ ବ୍ୟାକୁଳ ହେଉଅଛି, ଆମ୍ଭର ବିବିଧ ସ୍ନେହ ଏକତ୍ର ପ୍ରଜ୍ୱଳିତ ହେଉଅଛି।


ଆଉ, ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭର ଖୋଦିତ ପ୍ରତିମା ଓ ତୁମ୍ଭର ସ୍ତମ୍ଭସକଳ ଉଚ୍ଛିନ୍ନ କରିବା; ତହିଁରେ ତୁମ୍ଭେ ଆପଣା ହସ୍ତକୃତ ବସ୍ତୁକୁ ଆଉ ପ୍ରଣାମ କରିବ ନାହିଁ।


Swiv nou:

Piblisite


Piblisite