Biblia Todo Logo
Bib sou entènèt

- Piblisite -




ଯିହିଜିକଲ 6:5 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଆଉ, ଆମ୍ଭେ ଇସ୍ରାଏଲ-ସନ୍ତାନଗଣର ଶବ ସେମାନଙ୍କ ପ୍ରତିମାଗଣର ସମ୍ମୁଖରେ ରଖିବା ଓ ତୁମ୍ଭମାନଙ୍କର ଅସ୍ଥିସବୁ ଆମ୍ଭେ ତୁମ୍ଭମାନଙ୍କ ଯଜ୍ଞବେଦିମାନର ଚାରିଆଡ଼େ ବିଞ୍ଚି ଦେବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଆଉ, ଆମ୍ଭେ ଇସ୍ରାଏଲ ସନ୍ତାନଗଣର ଶବ ସେମାନଙ୍କ ପ୍ରତିମାଗଣର ସମ୍ମୁଖରେ ରଖିବା ଓ ତୁମ୍ଭମାନଙ୍କର ଅସ୍ଥି ସବୁ ଆମ୍ଭେ ତୁମ୍ଭମାନଙ୍କ ଯଜ୍ଞବେଦିମାନର ଚାରିଆଡ଼େ ବିଞ୍ଚି ଦେବା।

Gade chapit la Kopi

ଓଡିଆ ବାଇବେଲ

5 ଆଉ, ଆମ୍ଭେ ଇସ୍ରାଏଲ ସନ୍ତାନଗଣର ଶବ ସେମାନଙ୍କ ପ୍ରତିମାଗଣର ସମ୍ମୁଖରେ ରଖିବା ଓ ତୁମ୍ଭମାନଙ୍କର ଅସ୍ଥି ସବୁ ଆମ୍ଭେ ତୁମ୍ଭମାନଙ୍କ ଯଜ୍ଞବେଦିମାନର ଚାରିଆଡ଼େ ବିଞ୍ଚି ଦେବା।

Gade chapit la Kopi

ପବିତ୍ର ବାଇବଲ

5 ଆଉ ଆମ୍ଭେ ଇସ୍ରାଏଲ ସନ୍ତାନଗଣର ଶବ ସେମାନଙ୍କ ପ୍ରତିମାଗଣର ସମ୍ମୁଖରେ ରଖିବା ଓ ତୁମ୍ଭମାନଙ୍କର ଅସ୍ଥିସବୁ ଯଜ୍ଞବେଦିଗୁଡ଼ିକର ଗ୍ଭରିଆଡ଼େ ବିଞ୍ଚିଦେବା।

Gade chapit la Kopi




ଯିହିଜିକଲ 6:5
6 Referans Kwoze  

ଏଥିଉତ୍ତାରେ ଯୋଶୀୟ ମୁଖ ଫେରାଇବା ବେଳେ ସେଠାର ପର୍ବତସ୍ଥିତ କବରମାନ ଦେଖିଲେ। ତହୁଁ ସେ ଲୋକ ପଠାଇ ସେହି କବରରୁ ଅସ୍ଥି ଅଣାଇଲେ, ଆଉ ପରମେଶ୍ୱରଙ୍କର ଯେଉଁ ଲୋକ ପୂର୍ବେ ଏହିସବୁ ବିଷୟ ପ୍ରଚାର କରିଥିଲେ, ତାଙ୍କ ପ୍ରଚାରିତ ସଦାପ୍ରଭୁଙ୍କ ସେହି ବାକ୍ୟାନୁସାରେ ସେହି ଯଜ୍ଞବେଦି ଉପରେ ସେହି ଅସ୍ଥିସବୁ ଦଗ୍ଧ କରି ତାହା ଅଶୁଚି କଲେ।


ଆଉ ସେ ସ୍ତମ୍ଭସକଳ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତିମାନ ଛେଦନ କରି ମନୁଷ୍ୟର ଅସ୍ଥିରେ ସେମାନଙ୍କ ସ୍ଥାନ ପୂର୍ଣ୍ଣ କଲେ।


ଭୟ ନ ଥିବା ସ୍ଥାନରେ ସେମାନେ ବଡ଼ ଭୟ ପାଇଥିଲେ; କାରଣ ପରମେଶ୍ୱର ତୁମ୍ଭ ବିରୁଦ୍ଧରେ ଅଧର୍ମାଚାରୀର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇଅଛନ୍ତି; ପରମେଶ୍ୱର ସେମାନଙ୍କୁ ଅଗ୍ରାହ୍ୟ କରିବାରୁ ତୁମ୍ଭେ ସେମାନଙ୍କୁ ଲଜ୍ଜା ଦେଇଅଛ।


ଆଉ, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଏହା ଆମ୍ଭ ସିଂହାସନର ସ୍ଥାନ ଓ ଆମ୍ଭ ପାଦପୀଠର ସ୍ଥାନ, ଏହି ସ୍ଥାନରେ ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସଦାକାଳ ବାସ କରିବା; ଆଉ, ଇସ୍ରାଏଲ ବଂଶ, ଅର୍ଥାତ୍‍, ସେମାନେ ଓ ସେମାନଙ୍କ ରାଜାଗଣ ଆପଣାମାନଙ୍କର ବ୍ୟଭିଚାର ଓ ଉଚ୍ଚସ୍ଥଳୀରେ ଆପଣାମାନଙ୍କ ରାଜାଗଣର ଶବ ଦ୍ୱାରା ଆମ୍ଭର ପବିତ୍ର ନାମ ଆଉ ଅଶୁଚି କରିବେ ନାହିଁ।


ଏନିମନ୍ତେ ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ତାହା ତୋଫତ୍‍ କିଅବା ହିନ୍ନୋମ ପୁତ୍ରର ଉପତ୍ୟକା ନାମରେ ଆଉ ଖ୍ୟାତ ନ ହୋଇ ହତ୍ୟା ଉପତ୍ୟକା ବୋଲି ଖ୍ୟାତ ହେବ, ଏପରି ସମୟ ଆସୁଅଛି; କାରଣ ଆଉ ସ୍ଥାନ ନ ଥିବାଯାଏ ଲୋକମାନେ ତୋଫତ୍‍ରେ କବର ଦେବେ।


Swiv nou:

Piblisite


Piblisite