Biblia Todo Logo
Bib sou entènèt

- Piblisite -




ଯିହିଜିକଲ 6:4 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ପୁଣି, ତୁମ୍ଭମାନଙ୍କର ଯଜ୍ଞବେଦିମାନ ଧ୍ୱଂସ ଓ ତୁମ୍ଭମାନଙ୍କ ସୂର୍ଯ୍ୟପ୍ରତିମାଗଣ ଭଗ୍ନ ହେବେ ଓ ଆମ୍ଭେ ତୁମ୍ଭମାନଙ୍କର ହତ ଲୋକମାନଙ୍କୁ ତୁମ୍ଭମାନଙ୍କ ଦେବତାଗଣର ସମ୍ମୁଖରେ ପକାଇଦେବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ପୁଣି, ତୁମ୍ଭମାନଙ୍କର ଯଜ୍ଞବେଦିମାନ ଧ୍ଵଂସ ଓ ତୁମ୍ଭମାନଙ୍କ ସୂର୍ଯ୍ୟ-ପ୍ରତିମାଗଣ ଭଗ୍ନ ହେବେ ଓ ଆମ୍ଭେ ତୁମ୍ଭମାନଙ୍କର ହତ ଲୋକମାନଙ୍କୁ ତୁମ୍ଭମାନଙ୍କ ଦେବତାଗଣର ସମ୍ମୁଖରେ ପକାଇ ଦେବା।

Gade chapit la Kopi

ଓଡିଆ ବାଇବେଲ

4 ପୁଣି, ତୁମ୍ଭମାନଙ୍କର ଯଜ୍ଞବେଦିମାନ ଧ୍ୱଂସ ଓ ତୁମ୍ଭମାନଙ୍କ ସୂର୍ଯ୍ୟପ୍ରତିମାଗଣ ଭଗ୍ନ ହେବେ ଓ ଆମ୍ଭେ ତୁମ୍ଭମାନଙ୍କର ହତ ଲୋକମାନଙ୍କୁ ତୁମ୍ଭମାନଙ୍କ ଦେବତାଗଣର ସମ୍ମୁଖରେ ପକାଇ ଦେବା।

Gade chapit la Kopi

ପବିତ୍ର ବାଇବଲ

4 ଆମ୍ଭେ ତୁମ୍ଭମାନଙ୍କର ହୋମବଳି ନିମନ୍ତେ ଥିବା ଯଜ୍ଞବେଦିଗୁଡ଼ିକୁ ନଷ୍ଟ କରିବା ଏବଂ ତୁମ୍ଭମାନଙ୍କର ସୁଗନ୍ଧ ବେଦିକୁ ମଧ୍ୟ ନଷ୍ଟ କରିବା। ପୁଣି ତୁମ୍ଭମାନଙ୍କର ନିହତ ଲୋକମାନଙ୍କର ମୃତ ଶରୀରକୁ ତୁମ୍ଭମାନଙ୍କ ଦେବତାଗଣର ସମ୍ମୁଖରେ ଫୋପାଡ଼ି ଦେବା।

Gade chapit la Kopi




ଯିହିଜିକଲ 6:4
13 Referans Kwoze  

ଆହୁରି, ସେ ଯିହୁଦାର ସମସ୍ତ ନଗରରୁ ଉଚ୍ଚସ୍ଥଳୀ ଓ ସୂର୍ଯ୍ୟ-ପ୍ରତିମାସବୁ ଦୂର କଲେ ଓ ତାଙ୍କ ସମ୍ମୁଖରେ ରାଜ୍ୟ ସୁସ୍ଥିର ହେଲା।


ପୁଣି ଆମ୍ଭେ ତୁମ୍ଭମାନଙ୍କର ଉଚ୍ଚ ସ୍ଥଳସକଳ ଭାଙ୍ଗିବା ଓ ତୁମ୍ଭମାନଙ୍କ ସୂର୍ଯ୍ୟ ପ୍ରତିମାସକଳ କାଟି ପକାଇବା ଓ ତୁମ୍ଭମାନଙ୍କ ପ୍ରତିମାଗଣର ଦେହ ଉପରେ ତୁମ୍ଭମାନଙ୍କ ମୃତ ଦେହ ପକାଇବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ।


ପୁଣି, ଯେତେବେଳେ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ, ସକଳ ପର୍ବତ ଶୃଙ୍ଗରେ, ପ୍ରତ୍ୟେକ ହରିତ୍‍ବର୍ଣ୍ଣ ବୃକ୍ଷ ତଳେ ଓ ପ୍ରତ୍ୟେକ ନିବିଡ଼ ଅଲୋନ ବୃକ୍ଷ ତଳେ, ଯେଉଁ ଯେଉଁ ସ୍ଥାନରେ ସେମାନେ ଆପଣା ଆପଣାର ସକଳ ଦେବତା ଉଦ୍ଦେଶ୍ୟରେ ସୌରଭାର୍ଥକ ନୈବେଦ୍ୟ ଉତ୍ସର୍ଗ କଲେ, ସେହି ସକଳ ସ୍ଥାନରେ ସେମାନଙ୍କ ଯଜ୍ଞବେଦିର ଚତୁର୍ଦ୍ଦିଗରେ ଦେବତାଗଣର ମଧ୍ୟରେ ସେମାନଙ୍କ ହତ ଲୋକମାନେ ରହିବେ, ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।


ଆହୁରି, ସେ ମିସର ଦେଶସ୍ଥ ବେଥ୍-ଶେମଶର ସ୍ତମ୍ଭସକଳ ଭାଙ୍ଗି ପକାଇବ ଓ ମିସର ଦେଶସ୍ଥ ଦେବାଳୟସବୁ ସେ ଅଗ୍ନିରେ ଦଗ୍ଧ କରିବ।’”


ଆଉ ସେ ସ୍ତମ୍ଭସକଳ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତିମାନ ଛେଦନ କରି ମନୁଷ୍ୟର ଅସ୍ଥିରେ ସେମାନଙ୍କ ସ୍ଥାନ ପୂର୍ଣ୍ଣ କଲେ।


ପୁଣି, ସେ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଯଜ୍ଞବେଦି ବିରୁଦ୍ଧରେ ଉଚ୍ଚସ୍ୱର କରି କହିଲା, “ହେ ଯଜ୍ଞବେଦି, ଯଜ୍ଞବେଦି, ସଦାପ୍ରଭୁ ଏହିପରି କହନ୍ତି; ଦେଖ, ଦାଉଦ-ବଂଶରେ ଯୋଶୀୟ ନାମରେ ଏକ ସନ୍ତାନ ଜନ୍ମିବ; ପୁଣି, ଉଚ୍ଚସ୍ଥଳୀର ଯେଉଁ ଯାଜକମାନେ ତୁମ୍ଭ ଉପରେ ଧୂପ ଜ୍ୱଳାଉ ଅଛନ୍ତି, ସେମାନଙ୍କୁ ତୁମ୍ଭ ଉପରେ ସେ ବଳିଦାନ କରିବ ଓ ଲୋକମାନେ ମନୁଷ୍ୟର ଅସ୍ଥି ତୁମ୍ଭ ଉପରେ ଦଗ୍ଧ କରିବେ।”


ପୁଣି, ସେମାନେ ତହିଁ ଆରଦିନ ପ୍ରଭାତରେ ଶୀଘ୍ର ଉଠନ୍ତେ, ଦେଖ, ଦାଗୋନ୍‍ ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ମୁହଁ ମାଡ଼ି ଭୂମିରେ ପଡ଼ିଅଛି; ପୁଣି, ଦାଗୋନ୍‍ର ମୁଣ୍ଡ ଓ ହାତର ଦୁଇ ପାପୁଲି କଟା ହୋଇ ଦ୍ୱାରବନ୍ଧ ଉପରେ ପଡ଼ିଅଛି; କେବଳ ତାହାର ମତ୍ସ୍ୟାକାର ବାକି ରହିଅଛି।


ଏହେତୁ ଏହା ଦ୍ୱାରା ଯାକୁବର ଅପରାଧ ମାର୍ଜିତ ହେବ ଓ ତାହାର ପାପ ଦୂରୀକୃତ ହେବାର ସମସ୍ତ ଫଳ ଏହି; ସେ ଯଜ୍ଞବେଦିର ପ୍ରସ୍ତର ସବୁକୁ ଚୂନର ଭଗ୍ନ ପ୍ରସ୍ତର ତୁଲ୍ୟ କଲେ, ଆଶେରା ମୂର୍ତ୍ତି ଓ ସୂର୍ଯ୍ୟ-ପ୍ରତିମାସବୁ ଆଉ ଉଠିବେ ନାହିଁ।


ଏନିମନ୍ତେ ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ତାହା ତୋଫତ୍‍ କିଅବା ହିନ୍ନୋମ ପୁତ୍ରର ଉପତ୍ୟକା ନାମରେ ଆଉ ଖ୍ୟାତ ନ ହୋଇ ହତ୍ୟା ଉପତ୍ୟକା ବୋଲି ଖ୍ୟାତ ହେବ, ଏପରି ସମୟ ଆସୁଅଛି; କାରଣ ଆଉ ସ୍ଥାନ ନ ଥିବାଯାଏ ଲୋକମାନେ ତୋଫତ୍‍ରେ କବର ଦେବେ।


Swiv nou:

Piblisite


Piblisite