Biblia Todo Logo
Bib sou entènèt

- Piblisite -




ଯିହିଜିକଲ 5:16 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଆମ୍ଭେ ସେଠାସ୍ଥିତ ଲୋକମାନଙ୍କ ପ୍ରତି ବିନାଶାର୍ଥକ ଦୁର୍ଭିକ୍ଷରୂପ କ୍ରୂର ତୀରଗୁଡ଼ିକ ପଠାଇବା, ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତାହା ପଠାଇବା ଓ ଆମ୍ଭେ ତୁମ୍ଭମାନଙ୍କ ଉପରେ ଦୁର୍ଭିକ୍ଷ ବୃଦ୍ଧି କରିବା ଓ ତୁମ୍ଭମାନଙ୍କର ଅନ୍ନରୂପ ଯଷ୍ଟି ଭାଙ୍ଗି ପକାଇବା;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଆମ୍ଭେ ସେଠାସ୍ଥିତ ଲୋକମାନଙ୍କ ପ୍ରତି ବିନାଶାର୍ଥକ ଦୁର୍ଭିକ୍ଷରୂପ କ୍ରୂର ତୀର ପଠାଇବା, ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତାହା ପଠାଇବା ଓ ଆମ୍ଭେ ତୁମ୍ଭମାନଙ୍କ ଉପରେ ଦୁର୍ଭିକ୍ଷ ବୃଦ୍ଧି କରିବା ଓ ତୁମ୍ଭମାନଙ୍କର ଅନ୍ନରୂପ ଯଷ୍ଟି ଭାଙ୍ଗି ପକାଇବା;

Gade chapit la Kopi

ଓଡିଆ ବାଇବେଲ

16 “ଆମ୍ଭେ ସେଠାସ୍ଥିତ ଲୋକମାନଙ୍କ ପ୍ରତି ବିନାଶାର୍ଥକ ଦୁର୍ଭିକ୍ଷରୂପ କ୍ରୂର ତୀରଗୁଡିକ ପଠାଇବା, ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତାହା ପଠାଇବା ଓ ଆମ୍ଭେ ତୁମ୍ଭମାନଙ୍କ ଉପରେ ଦୁର୍ଭିକ୍ଷ ବୃଦ୍ଧି କରିବା ଓ ତୁମ୍ଭମାନଙ୍କର ଅନ୍ନରୂପ ଯଷ୍ଟି ଭାଙ୍ଗି ପକାଇବା;

Gade chapit la Kopi

ପବିତ୍ର ବାଇବଲ

16 ଆମ୍ଭେ ଆମ୍ଭର ବିନାଶକାରୀ ଦୁର୍ଭିକ୍ଷର ତୀରଗୁଡ଼ିକ ତୁମ୍ଭମାନଙ୍କ ଉପରକୁ ନିକ୍ଷେପ କରିବା। ଆମ୍ଭେ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ସେଗୁଡ଼ିକୁ ପଠାଇବା, ମୁଁ ତୁମ୍ଭମାନଙ୍କ ପାଖକୁ ଅଧିକରୁ ଅଧିକ ଦୁର୍ଭିକ୍ଷ ପଠାଇବି ଏବଂ ଆମ୍ଭେ ତୁମ୍ଭମାନଙ୍କର ଖାଦ୍ୟ ଯୋଗାଣ ବନ୍ଦ କରିବା।

Gade chapit la Kopi




ଯିହିଜିକଲ 5:16
12 Referans Kwoze  

ଆହୁରି, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଦେଖ, ଆମ୍ଭେ ଯିରୂଶାଲମରେ ଅନ୍ନରୂପ ଯଷ୍ଟି ଭାଙ୍ଗିବା, ତହିଁରେ ଲୋକମାନେ ସୀମିତ ପରିମାଣ ଅନ୍ନ ଯତ୍ନ ସହ ଭୋଜନ କରିବେ ଓ ସୀମିତ ପରିମାଣ ଜଳ ଭୟରେ ପାନ କରିବେ;


“ହେ ମନୁଷ୍ୟ-ସନ୍ତାନ, କୌଣସି ଦେଶ ସତ୍ୟ-ଲଙ୍ଘନ ଦ୍ୱାରା ଆମ୍ଭ ବିରୁଦ୍ଧରେ ପାପ କଲେ, ଯେତେବେଳେ ଆମ୍ଭେ ତାହା ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରୁ, ତାହାର ଅନ୍ନରୂପ ଯଷ୍ଟି ଭାଙ୍ଗୁ ଓ ତହିଁ ମଧ୍ୟକୁ ଦୁର୍ଭିକ୍ଷ ପଠାଉ, ପୁଣି ତହିଁ ମଧ୍ୟରୁ ମନୁଷ୍ୟ ଓ ପଶୁକୁ ଉଚ୍ଛିନ୍ନ କରୁ;


ସେ ଆପଣା ଧନୁରେ ଗୁଣ ଦେଇଅଛନ୍ତି ଓ ମୋତେ ତୀର ଲକ୍ଷ୍ୟ କରି ରଖିଅଛନ୍ତି।


ଦେଖ, ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ଯିରୂଶାଲମ ଓ ଯିହୁଦାଠାରୁ ଯଷ୍ଟି ଓ ଯଷ୍ଟିକା, ଅର୍ଥାତ୍‍, ଅନ୍ନ ସ୍ୱରୂପ ସମସ୍ତ ଯଷ୍ଟି ଓ ଜଳ ସ୍ୱରୂପ ସମସ୍ତ ଯଷ୍ଟିକା ଦୂର କରୁଅଛନ୍ତି;


ସେ ମଧ୍ୟ ତାହା ପାଇଁ ମୃତ୍ୟୁର ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିଅଛନ୍ତି; ସେ ଆପଣା ତୀରସବୁ ଅଗ୍ନିର ତୀର କରିଅଛନ୍ତି।


ତହିଁରେ ଶମରୀୟାରେ ମହାଦୁର୍ଭିକ୍ଷ ହେଲା; ଆଉ ଦେଖ, ଏକ ଗର୍ଦ୍ଦଭର ମୁଣ୍ଡ ଅଶୀ ରୌପ୍ୟ ମୁଦ୍ରାରେ ଓ କପୋତ ମଳର ଏକ କାବ୍‍ର ଚତୁର୍ଥାଂଶ ପାଞ୍ଚ ରୌପ୍ୟ ମୁଦ୍ରାରେ ବିକ୍ରୟ ହେବା ପର୍ଯ୍ୟନ୍ତ ସେମାନେ ତାହା ଅବରୋଧ କଲେ।


ଆମ୍ଭେ ତୁମ୍ଭମାନଙ୍କର ଅନ୍ନରୂପ ଯଷ୍ଟି ଭାଙ୍ଗିଲେ ଦଶ ଜଣ ସ୍ତ୍ରୀ ଗୋଟିଏ ଚୁଲ୍ଲୀରେ ତୁମ୍ଭମାନଙ୍କର ରୁଟି ରନ୍ଧନ କରିବେ ଓ ପୁନର୍ବାର ତୌଲି ତୁମ୍ଭମାନଙ୍କୁ ରୁଟି ଦେବେ, ଆଉ ତୁମ୍ଭେମାନେ ତାହା ଭୋଜନ କରିବ, ମାତ୍ର ତୃପ୍ତ ହେବ ନାହିଁ।


ଚତୁର୍ଥ ମାସରେ, ସେହି ମାସର ନବମ ଦିନରେ ନଗରରେ ମହାଦୁର୍ଭିକ୍ଷ ହେଲା, ତହିଁରେ ଦେଶୀୟ ଲୋକମାନଙ୍କ ନିମନ୍ତେ କିଛି ଖାଦ୍ୟ ମିଳିଲା ନାହିଁ।


ଏହିରୂପେ ଯେତେବେଳେ ଆମ୍ଭେ କ୍ରୋଧରେ, କୋପରେ ଓ କୋପଯୁକ୍ତ ଭର୍ତ୍ସନାରେ ତୁମ୍ଭ ମଧ୍ୟରେ ବିଚାର ସାଧନ କରିବା, ସେତେବେଳେ ତୁମ୍ଭ ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣ ନିକଟରେ ତାହା ନିନ୍ଦାର, ଉପହାସର, ଶିକ୍ଷାର ଓ ଆଶ୍ଚର୍ଯ୍ୟର ବିଷୟ ହେବ; ଆମ୍ଭେ ସଦାପ୍ରଭୁ ଏହା କହିଅଛୁ;


ଆଉ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଦୁର୍ଭିକ୍ଷ ଓ ହିଂସ୍ରକ ଜନ୍ତୁମାନଙ୍କୁ ପଠାଇବା, ସେମାନେ ତୁମ୍ଭମାନଙ୍କୁ ନିଃସନ୍ତାନ କରିବେ; ମହାମାରୀ ଓ ରକ୍ତ ତୁମ୍ଭମାନଙ୍କର ମଧ୍ୟଦେଇ ଯିବ; ପୁଣି, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଖଡ୍ଗ ଆଣିବା; ଆମ୍ଭେ ସଦାପ୍ରଭୁ ଏହି କଥା କହିଅଛୁ।”


Swiv nou:

Piblisite


Piblisite