Biblia Todo Logo
Bib sou entènèt

- Piblisite -




ଯିହିଜିକଲ 4:6 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ପୁନର୍ବାର ତୁମ୍ଭେ ସେହି ସକଳ ଦିନ ସମାପ୍ତ କଲା ଉତ୍ତାରେ ଆପଣା ଡାହାଣ ପାର୍ଶ୍ୱରେ ଶୟନ କରି ଯିହୁଦା ବଂଶର ଅଧର୍ମ ବୋହିବ; ଚାଳିଶ ବର୍ଷର ଏକ ଏକ ବର୍ଷକୁ ଆମ୍ଭେ ତୁମ୍ଭ ପାଇଁ ଏକ ଏକ ଦିନ କରି ନିରୂପଣ କରିଅଛୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ପୁନର୍ବାର ତୁମ୍ଭେ ସେହି ସକଳ ଦିନ ସମାପ୍ତ କଲା ଉତ୍ତାରେ ଆପଣା ଦକ୍ଷିଣ ପାର୍ଶ୍ଵରେ ଶୟନ କରି ଯିହୁଦା-ବଂଶର ଅଧର୍ମ ବହିବ; ଚାଳିଶ ବର୍ଷର ଏକ ଏକ ବର୍ଷକୁ ଆମ୍ଭେ ତୁମ୍ଭ ପାଇଁ ଏକ ଏକ ଦିନ କରି ନିରୂପଣ କରିଅଛୁ।

Gade chapit la Kopi

ଓଡିଆ ବାଇବେଲ

6 ପୁନର୍ବାର ତୁମ୍ଭେ ସେହି ସକଳ ଦିନ ସମାପ୍ତ କଲା ଉତ୍ତାରେ ଆପଣା ଡାହାଣ ପାର୍ଶ୍ୱରେ ଶୟନ କରି ଯିହୁଦା ବଂଶର ଅଧର୍ମ ବୋହିବ; ଚାଳିଶ ବର୍ଷର ଏକ ଏକ ବର୍ଷକୁ ଆମ୍ଭେ ତୁମ୍ଭ ପାଇଁ ଏକ ଏକ ଦିନ କରି ନିରୂପଣ କରିଅଛୁ।

Gade chapit la Kopi

ପବିତ୍ର ବାଇବଲ

6 “ଏହି ସମସ୍ତ ଦିନ ସମାପ୍ତି ପରେ ତୁମ୍ଭେ କଡ଼ ଲେଉଟାଇବ ଏବଂ ଆପଣା ଦକ୍ଷିଣ ପାର୍ଶ୍ୱରେ ଶୟନ କରିବ। ଏହି ପ୍ରକାରେ ଯିହୁଦାର ପାପ ପାଇଁ ଦଣ୍ଡ ତୁମ୍ଭେ ସେମାନଙ୍କୁ ଦେଖାଇବ। ଆମ୍ଭେ ନିରୂପିତ କରିଛୁ ଯେ, ତୁମ୍ଭେମାନେ ଏହା ଗ୍ଭଳିଶ୍ ଦିନ ପାଇଁ କରିବା ଉଚିତ୍। ଗୋଟିଏ ଦିନ ଗୋଟିଏ ବର୍ଷ ସହିତ ସମାନ ଅଟେ।”

Gade chapit la Kopi




ଯିହିଜିକଲ 4:6
7 Referans Kwoze  

ତୁମ୍ଭେମାନେ ଯେଉଁ ଚାଳିଶ ଦିନ ଦେଶ ଅନୁସନ୍ଧାନ କରିଅଛ, ସେହି ଦିନର ସଂଖ୍ୟାନୁସାରେ ଏକ ଏକ ଦିନ ପାଇଁ ଏକ ଏକ ବର୍ଷ, ଏରୂପେ ଚାଳିଶ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ ଆପଣା ଆପଣା ଅପରାଧର ଦଣ୍ଡ ଭୋଗିବ ଓ ଆମ୍ଭର ବିପକ୍ଷତା କିପରି, ତାହା ଜ୍ଞାତ ହେବ।


ସେହି ପଶୁକୁ ଅହଙ୍କାର ଓ ଈଶ୍ବରନିନ୍ଦାର କଥା କହିବାକୁ ମୁଖ ଦିଆଗଲା, ଆଉ ବୟାଳିଶ ମାସ ପର୍ଯ୍ୟନ୍ତ କାର୍ଯ୍ୟ ସାଧନ କରିବାକୁ କ୍ଷମତା ଦିଆଗଲା।


ସେଥିରେ ସେହି ସ୍ତ୍ରୀଲୋକ ଯେପରି ସର୍ପର ମୁଖରୁ ରକ୍ଷା ପାଇ ସାଢ଼େ ତିନି ବର୍ଷ ପର୍ଯ୍ୟନ୍ତ ପ୍ରତିପାଳିତ ହୁଅନ୍ତି, ଏଥିନିମନ୍ତେ ପ୍ରାନ୍ତରସ୍ଥ ଆପଣା ସ୍ଥାନକୁ ଉଡ଼ିଯିବା ପାଇଁ ତାହାଙ୍କୁ ବୃହତ୍ ଉତ୍କ୍ରୋଷପକ୍ଷୀର ଦୁଇଟି ଡେଣା ଦିଆ ହେଲା।


ସେଥିରେ ମନୁଷ୍ୟମାନଙ୍କର ଏକ ତୃତୀୟାଂଶକୁ ବଧ କରିବା ନିମନ୍ତେ ଏହି ଯେଉଁ ଚାରି ଦୂତ ସେହି ଦଣ୍ଡ, ଦିନ, ମାସ ଓ ବର୍ଷ ପାଇଁ ପ୍ରସ୍ତୁତ କରା ହୋଇଥିଲେ, ସେମାନେ ମୁକ୍ତ କରାଗଲେ।


Swiv nou:

Piblisite


Piblisite