Biblia Todo Logo
Bib sou entènèt

- Piblisite -




ଯିହିଜିକଲ 32:4 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ପୁଣି, ଆମ୍ଭେ ତୁମ୍ଭକୁ ସ୍ଥଳରେ ଛାଡ଼ିଦେବା, ଆମ୍ଭେ ତୁମ୍ଭକୁ ପଦାରେ ପକାଇଦେବା ଓ ଆକାଶର ପକ୍ଷସକଳକୁ ତୁମ୍ଭ ଉପରେ ବସାଇବା ଓ ସମୁଦାୟ ପୃଥିବୀର ପଶୁଗଣକୁ ତୁମ୍ଭ ଦ୍ୱାରା ତୃପ୍ତ କରାଇବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ପୁଣି, ଆମ୍ଭେ ତୁମ୍ଭକୁ ସ୍ଥଳରେ ଛାଡ଼ି ଦେବା, ଆମ୍ଭେ ତୁମ୍ଭକୁ ପଦାରେ ପକାଇ ଦେବା ଓ ଆକାଶର ପକ୍ଷୀସକଳକୁ ତୁମ୍ଭ ଉପରେ ବସାଇବା ଓ ସମୁଦାୟ ପୃଥିବୀର ପଶୁଗଣକୁ ତୁମ୍ଭ ଦ୍ଵାରା ତୃପ୍ତ କରାଇବା।

Gade chapit la Kopi

ଓଡିଆ ବାଇବେଲ

4 ପୁଣି, ଆମ୍ଭେ ତୁମ୍ଭକୁ ସ୍ଥଳରେ ଛାଡ଼ି ଦେବା, ଆମ୍ଭେ ତୁମ୍ଭକୁ ପଦାରେ ପକାଇ ଦେବା ଓ ଆକାଶର ପକ୍ଷସକଳକୁ ତୁମ୍ଭ ଉପରେ ବସାଇବା ଓ ସମୁଦାୟ ପୃଥିବୀର ପଶୁଗଣକୁ ତୁମ୍ଭ ଦ୍ୱାରା ତୃପ୍ତ କରାଇବା।

Gade chapit la Kopi

ପବିତ୍ର ବାଇବଲ

4 ମୁଁ ତୁମ୍ଭକୁ ସ୍ଥଳରେ ଛାଡ଼ି ଦେବି ଓ ତୁମ୍ଭେ ପଦାରେ ପଡ଼ି ରହିବ। ମୁଁ ଆକାଶର ପକ୍ଷୀସବୁକୁ ଆଣିବି ଓ ସେମାନେ ତୁମ୍ଭକୁ ଭକ୍ଷ୍ୟଣ କରିବେ। ପୁଣି ପୃଥିବୀର ସମୁଦାୟ ପଶୁଗଣଙ୍କୁ ଆଣିବି ଓ ସେମାନେ ତୃପ୍ତ ହେବା ପର୍ଯ୍ୟନ୍ତ ତୁମ୍ଭକୁ ଭକ୍ଷ୍ୟଣ କରିବେ।

Gade chapit la Kopi




ଯିହିଜିକଲ 32:4
19 Referans Kwoze  

ପର୍ବତସ୍ଥ ଦୁରନ୍ତ ପକ୍ଷୀଗଣ ଓ ପୃଥିବୀର ପଶୁଗଣ ନିମନ୍ତେ ସେହି ସବୁ ପରିତ୍ୟକ୍ତ ହେବ; ଦୁରନ୍ତ ପକ୍ଷୀଗଣ ତହିଁ ଉପରେ ଗ୍ରୀଷ୍ମକାଳ କ୍ଷେପଣ କରିବେ ଓ ପୃଥିବୀର ପଶୁସବୁ ତହିଁ ଉପରେ ଶୀତକାଳ କ୍ଷେପଣ କରିବେ।


ପୁଣି, ଆମ୍ଭେ ତୁମ୍ଭକୁ, ହଁ, ତୁମ୍ଭକୁ ତୁମ୍ଭ ସ୍ରୋତସମୂହର ମତ୍ସ୍ୟସକଳକୁ ପ୍ରାନ୍ତରରେ ପକାଇ ଛାଡ଼ିଦେବା; ତୁମ୍ଭେ ପଦାରେ ପଡ଼ି ରହିବ; ତୁମ୍ଭେ ଆଉ ସଂଗୃହୀତ କିମ୍ବା ସଞ୍ଚିତ ହେବ ନାହିଁ; ଆମ୍ଭେ ତୁମ୍ଭକୁ ଭୂଚର ପଶୁଗଣର ଓ ଖେଚର ପକ୍ଷୀଗଣର ଖାଦ୍ୟ ହେବା ନିମନ୍ତେ ସମର୍ପି ଦେଇଅଛୁ।


ଯିହୁଦାର ସନ୍ତାନଗଣ ପ୍ରତି କୃତ ଉପଦ୍ରବ ସକାଶୁ ମିସର ଧ୍ୱଂସସ୍ଥାନ ହେବ ଓ ଇଦୋମ ଧ୍ୱଂସିତ ପ୍ରାନ୍ତର ହେବ, କାରଣ ସେମାନେ ଆପଣାମାନଙ୍କ ଦେଶରେ ନିର୍ଦ୍ଦୋଷର ରକ୍ତପାତ କରିଅଛନ୍ତି।


ପୁଣି, ସେସମୟରେ ସଦାପ୍ରଭୁଙ୍କର ହତ ଲୋକମାନେ, ପୃଥିବୀର ଆଦ୍ୟ ସୀମା ପର୍ଯ୍ୟନ୍ତ ଦେଖାଯିବେ; ସେମାନଙ୍କ ନିମନ୍ତେ ବିଳାପ କରାଯିବ ନାହିଁ, ସେମାନେ ସଂଗୃହୀତ କିଅବା କବରପ୍ରାପ୍ତ ହେବେ ନାହିଁ; ସେମାନେ ଭୂମି ଉପରେ ଖତ ପରି ପଡ଼ି ରହିବେ।


ଆଉ, ସେମାନେ ସୂର୍ଯ୍ୟ, ଚନ୍ଦ୍ର ଓ ଆକାଶମଣ୍ଡଳସ୍ଥ ସୈନ୍ୟଗଣକୁ ଭଲ ପାଇଅଛନ୍ତି ଓ ଯେଉଁମାନଙ୍କର ସେବା କରିଅଛନ୍ତି ଓ ଯେଉଁମାନଙ୍କର ପଶ୍ଚାଦ୍‍ଗାମୀ ହୋଇଅଛନ୍ତି ଓ ଯେଉଁମାନଙ୍କର ଅନ୍ୱେଷଣ କରିଅଛନ୍ତି ଓ ଯେଉଁମାନଙ୍କୁ ପ୍ରଣାମ କରିଅଛନ୍ତି, ସେମାନଙ୍କ ଆଗରେ ତାହାସବୁ ଛିନ୍ନଭିନ୍ନ କରି ପକାଇବେ; ସେହି ଅସ୍ଥିସବୁ ଏକତ୍ରୀକୃତ କିଅବା କବରରେ ପୋତା ହେବ ନାହିଁ; ସେସବୁ ଭୂମିରେ ଖତ ତୁଲ୍ୟ ହେବ।


ପୁଣି, ସେମାନେ ବାହାରେ ଯାଇ, ଯେଉଁମାନେ ଆମ୍ଭ ବିରୁଦ୍ଧରେ ଅଧର୍ମ କରିଅଛନ୍ତି, ସେହି ଲୋକମାନଙ୍କର ଶବ ଦେଖିବେ; କାରଣ ସେମାନଙ୍କର କୀଟ ମରିବ ନାହିଁ, କିଅବା ସେମାନଙ୍କର ଅଗ୍ନି ନିର୍ବାଣ ହେବ ନାହିଁ; ପୁଣି, ସେମାନେ ସମସ୍ତ ମର୍ତ୍ତ୍ୟର ଘୃଣାସ୍ପଦ ହେବେ।”


ମାତ୍ର ତୁମ୍ଭେ ଘୃଣିତ ଶାଖା ତୁଲ୍ୟ, ଖଡ୍ଗବିଦ୍ଧ ଓ ଗର୍ତ୍ତର ପ୍ରସ୍ତର ମଧ୍ୟରେ ନିକ୍ଷିପ୍ତ ହତ ଲୋକ ଦ୍ୱାରା ଆଚ୍ଛାଦିତ ହୋଇ, ଆପଣା କବରଠାରୁ ଦୂରରେ ନିକ୍ଷିପ୍ତ ହୋଇଅଛ; ତୁମ୍ଭେ ପଦଦଳିତ ଶବ ତୁଲ୍ୟ ହୋଇଅଛ।


ତୁମ୍ଭେ ଲିବିୟାଥନର ମସ୍ତକ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଲ, ତୁମ୍ଭେ ମରୁଭୂମିର ପଶୁମାନଙ୍କ ଖାଦ୍ୟ ନିମନ୍ତେ ତାହାକୁ ଦେଲ।


ସେମାନେ ଖଡ୍ଗର ପରାକ୍ରମରେ ସମର୍ପିତ ହେବେ; ସେମାନେ ଶୃଗାଳର ଖାଦ୍ୟ ହେବେ।


ପୁଣି, ଆମ୍ଭେ ତାହାର ହତ ଲୋକରେ ତାହାର ପର୍ବତଗଣକୁ ପୂର୍ଣ୍ଣ କରିବା; ତୁମ୍ଭର ଉପପର୍ବତରେ ଓ ଉପତ୍ୟକାରେ ଓ ଜଳପ୍ରବାହ ସ୍ଥାନରେ ଖଡ୍ଗ ଦ୍ୱାରା ହତ ଲୋକମାନେ ପତିତ ହେବେ।


Swiv nou:

Piblisite


Piblisite