Biblia Todo Logo
Bib sou entènèt

- Piblisite -




ଯିହିଜିକଲ 26:7 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ଉତ୍ତର ଦିଗରୁ ଅଶ୍ୱ, ରଥ, ଅଶ୍ୱାରୋହୀଗଣ, ସମାଜ ଓ ଅନେକ ଲୋକ ସହିତ ରାଜାଧିରାଜ ବାବିଲର ରାଜା ନବୂଖଦ୍‍ନିତ୍ସରକୁ ସୋର ବିରୁଦ୍ଧରେ ଆଣିବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 କାରଣ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ଉତ୍ତର ଦିଗରୁ ଅଶ୍ଵ, ରଥ, ଅଶ୍ଵାରୋହୀଗଣ ଓ ସମାଜ ଓ ଅନେକ ଲୋକ ସହିତ ରାଜାଧିରାଜ ବାବିଲର ରାଜା ନବୁଖଦ୍ନିତ୍ସରକୁ ସୋର ବିରୁଦ୍ଧରେ ଆଣିବା।

Gade chapit la Kopi

ଓଡିଆ ବାଇବେଲ

7 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ଉତ୍ତର ଦିଗରୁ ଅଶ୍ୱ, ରଥ, ଅଶ୍ୱାରୋହୀଗଣ, ସମାଜ ଓ ଅନେକ ଲୋକ ସହିତ ରାଜାଧିରାଜ ବାବିଲର ରାଜା ନବୂଖଦ୍‍ନିତ୍ସରକୁ ସୋର ବିରୁଦ୍ଧରେ ଆଣିବା।

Gade chapit la Kopi

ପବିତ୍ର ବାଇବଲ

7 ମୋର ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଉତ୍ତର ଦିଗରୁ ନବୂଖ‌ଦ୍‌ନିତ୍ସରଙ୍କୁ ସୋର ବିରୁଦ୍ଧରେ ଆଣିବା। ସେ ରାଜାଧିରାଜ ବାବିଲର ରାଜା ଅଶ୍ୱରଥ, ଅଶ୍ୱାରୋହୀ, ସମାଜ ଓ ବିପୁଳ ସୈନ୍ୟବାହିନୀ ସହ ଆସିବେ।

Gade chapit la Kopi




ଯିହିଜିକଲ 26:7
22 Referans Kwoze  

ହେ ମହାରାଜ, ଆପଣ ରାଜାଧିରାଜ; ସ୍ୱର୍ଗସ୍ଥ ପରମେଶ୍ୱର ଆପଣଙ୍କୁ ରାଜ୍ୟ, ପରାକ୍ରମ, କ୍ଷମତା ଓ ମହିମା ଦେଇଅଛନ୍ତି।


“ରାଜାଧିରାଜ ଅର୍ତ୍ତକ୍ଷସ୍ତ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ବ୍ୟବସ୍ଥାଧ୍ୟାପକ, ସିଦ୍ଧ, ଇତ୍ୟାଦି ଏଜ୍ରା ଯାଜକ ପ୍ରତି,


ପୁଣି, ସେମାନେ ଅସ୍ତ୍ରଶସ୍ତ୍ର, ରଥ, ଶକଟ ଓ ଗୋଷ୍ଠୀଗଣର ସମାଜ ନେଇ ତୁମ୍ଭ ବିରୁଦ୍ଧରେ ଆସିବେ; ସେମାନେ ସାନ ଓ ବଡ଼ ଢାଲ ଓ ଟୋପର ଧରି ତୁମ୍ଭ ବିରୁଦ୍ଧରେ ଚତୁର୍ଦ୍ଦିଗରେ ଆପଣାମାନଙ୍କୁ ସଜାଇବେ; ଆଉ, ଆମ୍ଭେ ସେମାନଙ୍କ ହସ୍ତରେ ବିଚାରର ଭାର ସମର୍ପଣ କରିବା ଓ ସେମାନେ ଆପଣାମାନଙ୍କର ବିଚାରାନୁସାରେ ତୁମ୍ଭର ବିଚାର କରିବେ।


ହଁ, ସେମାନେ ନାନା ଗୋଷ୍ଠୀ ମଧ୍ୟରେ ଲୋକମାନଙ୍କୁ ବେତନ ଦେଲେ ମଧ୍ୟ ଏବେ ଆମ୍ଭେ ସେମାନଙ୍କୁ ସଂଗ୍ରହ କରିବା; ସେମାନେ ଅଧିପତିଗଣଙ୍କ ରାଜାର ଭାର ସକାଶୁ ନ୍ୟୂନ ହେବାକୁ ଲାଗିଲେଣି।


ରାଜା ଦାନିୟେଲଙ୍କୁ ଉତ୍ତର କରି କହିଲା, “ତୁମ୍ଭେ ଏହି ନିଗୂଢ଼ କଥା ପ୍ରକାଶ କରିବାକୁ ସମର୍ଥ ହୋଇଅଛ, ଏଥିପାଇଁ ନିଶ୍ଚୟ ତୁମ୍ଭର ପରମେଶ୍ୱର ଈଶ୍ୱରଗଣର ଈଶ୍ୱର ଓ ରାଜାଗଣର ପ୍ରଭୁ ଓ ନିଗୂଢ଼ ବିଷୟମାନର ପ୍ରକାଶକ ଅଟନ୍ତି।”


ଆଉ, ସେ ତାହାକୁ ପ୍ରୀତିବାକ୍ୟ କହିଲା ଓ ତାହା ସଙ୍ଗେ ବାବିଲରେ ଥିବା ରାଜାମାନଙ୍କର ଆସନଠାରୁ ତାହାର ଆସନ ଉଚ୍ଚରେ ସ୍ଥାପନ କଲା,


ଏଥିପାଇଁ ଦେଖ, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥିତ ସମସ୍ତ ଗୋଷ୍ଠୀଙ୍କୁ, ପୁଣି ଆମ୍ଭର ଦାସ ବାବିଲର ରାଜା ନବୂଖଦ୍‍ନିତ୍ସରକୁ ନେଇ ଏହି ଦେଶ ବିରୁଦ୍ଧରେ ଓ ତନ୍ନିବାସୀମାନଙ୍କ ବିରୁଦ୍ଧରେ ଓ ତହିଁର ଚତୁର୍ଦ୍ଦିଗସ୍ଥ ଏହିସବୁ ଗୋଷ୍ଠୀ ବିରୁଦ୍ଧରେ ଆଣିବା; ଆଉ, ଆମ୍ଭେ ସେମାନଙ୍କୁ ନିଃଶେଷ ରୂପେ ବିନାଶ କରିବା ଓ ସେମାନଙ୍କୁ ବିସ୍ମୟ ଓ ଶୀସ୍‍ ଶବ୍ଦର ବିଷୟ ଓ ଚିରକାଳର ଉତ୍ସନ୍ନ ସ୍ଥାନ କରିବା।


କାରଣ ସେ କହେ, “ଆମ୍ଭର ସେନାପତିଗଣ ସମସ୍ତେ କି ରାଜା ନୁହନ୍ତି?


ଦେଖ, ଆମ୍ଭେ ବିଦେଶୀୟମାନଙ୍କୁ, ଗୋଷ୍ଠୀଗଣ ମଧ୍ୟରେ ଭୟଙ୍କର ଲୋକମାନଙ୍କୁ ତୁମ୍ଭ ବିରୁଦ୍ଧରେ ଆଣିବା; ତହିଁରେ ସେମାନେ ତୁମ୍ଭର ଜ୍ଞାନରୂପ ସୌନ୍ଦର୍ଯ୍ୟର ପ୍ରତିକୂଳରେ ଆପଣା ଆପଣା ଖଡ୍ଗ ନିଷ୍କୋଷ କରିବେ ଓ ତୁମ୍ଭର ଶୋଭା ଭ୍ରଷ୍ଟ କରିବେ।


ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ସୋର, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ ଓ ସମୁଦ୍ର ଯେପରି ତରଙ୍ଗ ଉଠାଏ, ସେହିପରି ଆମ୍ଭେ ତୁମ୍ଭ ବିରୁଦ୍ଧରେ ଅନେକ ଗୋଷ୍ଠୀଙ୍କୁ ଉଠାଇବା।


ସେ ରାଜବଂଶରୁ ଗୋଟିଏ ବୀଜ ନେଇ ତାହା ସଙ୍ଗେ ନିୟମ କଲା, ମଧ୍ୟ ତାହାକୁ ଶପଥାଧୀନ କଲା ଓ ଦେଶର ପରାକ୍ରମୀ ଲୋକମାନଙ୍କୁ ନେଇଗଲା।


ପୁଣି, ସୋରର ସମସ୍ତ ରାଜାଙ୍କୁ ଓ ସୀଦୋନର ସମସ୍ତ ରାଜାଙ୍କୁ ଓ ସମୁଦ୍ରପାରସ୍ଥ ଦ୍ୱୀପର ସମସ୍ତ ରାଜାଙ୍କୁ;


ସେମାନେ ଧନୁ ଓ ବର୍ଚ୍ଛା ଧରନ୍ତି; ସେମାନେ ନିଷ୍ଠୁର ଓ ଦୟାହୀନ; ସେମାନଙ୍କର ରବ ସମୁଦ୍ର ପରି ଗର୍ଜ୍ଜନ କରେ ଓ ସେମାନେ ଅଶ୍ୱାରୋହଣ କରନ୍ତି; ଆଗୋ ସିୟୋନର କନ୍ୟେ, ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେମାନଙ୍କର ପ୍ରତ୍ୟେକେ ଯୋଦ୍ଧା ପରି ସସଜ୍ଜ ହେଉଅଛନ୍ତି।”


ଦେଖ, ସେ ମେଘମାଳା ତୁଲ୍ୟ ଆସୁଅଛି, ତାହାର ରଥସବୁ ଘୂର୍ଣ୍ଣିବାୟୁ ସ୍ୱରୂପ ହେବ; ତାହାର ଅଶ୍ୱଗଣ ଉତ୍କ୍ରୋଶ ପକ୍ଷୀ ଅପେକ୍ଷା ଦ୍ରୁତଗାମୀ। ହାୟ ହାୟ! ଆମ୍ଭେମାନେ ବିନଷ୍ଟ ହେଲୁ।


ସିଂହ ଆପଣା ଗହ୍ୱରରୁ ବାହାରିଅଛି, ନାନା ଦେଶୀୟମାନଙ୍କର ବିନାଶକ ଆସୁଅଛି; ତୁମ୍ଭ ନଗରସମୂହ ଯେପରି ଉଚ୍ଛିନ୍ନ, ନିବାସୀବିହୀନ ହେବ, ଏଥିପାଇଁ ତୁମ୍ଭ ଦେଶକୁ ଉଜାଡ଼ କରିବାକୁ ସେ ବାଟରେ ଅଛି, ସେ ଆପଣା ସ୍ଥାନରୁ ବାହାରିଅଛି।


Swiv nou:

Piblisite


Piblisite