Biblia Todo Logo
Bib sou entènèt

- Piblisite -




ଯିହିଜିକଲ 24:6 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ସେହି ରକ୍ତପୂର୍ଣ୍ଣା ନଗରୀ, ସେହି ହଣ୍ଡା, ଯହିଁର କଳଙ୍କ ତହିଁ ମଧ୍ୟରେ ଅଛି ଓ ଯହିଁର କଳଙ୍କ ତହିଁ ମଧ୍ୟରୁ ବାହାର ହୋଇ ନାହିଁ, ସେ ସନ୍ତାପର ପାତ୍ର! ତୁମ୍ଭେ ଖଣ୍ଡ ଖଣ୍ଡ କରି ତାହା ବାହାର କର; ତହିଁ ବିଷୟରେ ଗୁଲିବାଣ୍ଟ କରାଯାଇ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଏହେତୁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ସେହି ରକ୍ତପୂର୍ଣ୍ଣା ନଗରୀ, ସେହି ହଣ୍ତା, ଯହିଁର କଳଙ୍କ ତହିଁ ମଧ୍ୟରେ ଅଛି ଓ ଯହିଁର କଳଙ୍କ ତହିଁ ମଧ୍ୟରୁ ବାହାର ହୋଇ ନାହିଁ, ସେ ସନ୍ତାପର ପାତ୍ର ! ତୁମ୍ଭେ ଖଣ୍ତ ଖଣ୍ତ କରି ତାହା ବାହାର କର; ତହିଁ ବିଷୟରେ ଗୁଲିବାଣ୍ଟ କରାଯାଇ ନାହିଁ।

Gade chapit la Kopi

ଓଡିଆ ବାଇବେଲ

6 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ସେହି ରକ୍ତପୂର୍ଣ୍ଣା ନଗରୀ, ସେହି ହଣ୍ଡା, ଯହିଁର କଳଙ୍କ ତହିଁ ମଧ୍ୟରେ ଅଛି ଓ ଯହିଁର କଳଙ୍କ ତହିଁ ମଧ୍ୟରୁ ବାହାର ହୋଇ ନାହିଁ, ସେ ସନ୍ତାପର ପାତ୍ର ! ତୁମ୍ଭେ ଖଣ୍ଡ ଖଣ୍ଡ କରି ତାହା ବାହାର କର; ତହିଁ ବିଷୟରେ ଗୁଲିବାଣ୍ଟ କରାଯାଇ ନାହିଁ।

Gade chapit la Kopi

ପବିତ୍ର ବାଇବଲ

6 “‘ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ଯିରୁଶାଲମ, ଏକ ରକ୍ତାକ୍ତ ନଗରୀ। ସେହି ହଣ୍ଡା, ଯାହା ମଧ୍ୟରେ କଳଙ୍କ ରହିଛି ଓ ଯାହାର କଳଙ୍କ ତା’ ମଧ୍ୟରୁ ଦୂର ହୋଇ ନାହିଁ। ପାତ୍ର ମଧ୍ୟରୁ ପ୍ରତ୍ୟେକ ମାଂସ ଖଣ୍ଡ ବାହାର କର। କ’ଣ ଖାଇବାକୁ ହେବ ଓ କ’ଣ ଖାଇବାକୁ ନ ହେବ ସେଥିପାଇଁ ଗୁଲିବାଣ୍ଟ କର ନାହିଁ, ଏହାକୁ ସମ୍ପୂର୍ଣ୍ଣ ଭାବରେ ଶୂନ୍ୟ କରିଦିଅ।

Gade chapit la Kopi




ଯିହିଜିକଲ 24:6
33 Referans Kwoze  

“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କି ବିଚାର କରିବ? ତୁମ୍ଭେ କି ଏହି ରକ୍ତମୟୀ ନଗରୀର ବିଚାର କରିବ? ତେବେ ତାହାର ଘୃଣାଯୋଗ୍ୟ କ୍ରିୟାସକଳ ତାହାକୁ ଜ୍ଞାତ କରାଅ।


ସେହି ରକ୍ତପାତୀ ନଗର ସନ୍ତାପର ପାତ୍ର! ତାହା ମିଥ୍ୟା ଓ ଦୌରାତ୍ମ୍ୟରେ ପରିପୂର୍ଣ୍ଣ, ସେ ଲୁଣ୍ଠନ କରିବା ଛାଡେ ନାହିଁ।


ତଥାପି ସେ ନିର୍ବାସିତା ହେଲା, ସେ ବନ୍ଦୀତ୍ୱ ସ୍ଥାନକୁ ଗଲା; ତାହାର ଶିଶୁଗଣ ମଧ୍ୟ ସମସ୍ତ ପଥ ମୁଣ୍ଡରେ କଚଡ଼ା ଯାଇ ଖଣ୍ଡ ଖଣ୍ଡ ହେଲେ; ଲୋକମାନେ ତାହାର ମାନ୍ୟ ପୁରୁଷମାନଙ୍କ ନିମନ୍ତେ ଗୁଲିବାଣ୍ଟ କଲେ, ଆଉ ତାହାର ବଡ଼ ଲୋକ ସମସ୍ତେ ଶିକୁଳିରେ ବନ୍ଧା ହେଲେ।


ଧାର୍ମିକ ଲୋକ ପୃଥିବୀରୁ ଉଚ୍ଛିନ୍ନ ହୋଇଅଛି ଓ ମନୁଷ୍ୟମାନଙ୍କ ମଧ୍ୟରେ ସରଳ ଲୋକ କେହି ନାହିଁ; ସେମାନେ ସମସ୍ତେ ରକ୍ତପାତ କରିବାକୁ ଛକି ବସନ୍ତି; ପ୍ରତ୍ୟେକ ଲୋକ ଆପଣା ଆପଣା ଭ୍ରାତାକୁ ଜାଲରେ ଧରିବାକୁ ଚେଷ୍ଟା କରଇ।


ଯେଉଁ ଦିନ ତୁମ୍ଭେ ଅନ୍ୟ ପାଖରେ ଠିଆ ହେଲ, ଯେଉଁ ଦିନ ଅପରିଚିତ ଲୋକମାନେ ତାହାର ସମ୍ପତ୍ତି ବୋହି ନେଇଗଲେ ଓ ବିଦେଶୀୟମାନେ ତାହାର ସକଳ ନଗର-ଦ୍ୱାରରେ ପ୍ରବେଶ କଲେ ଓ ଯିରୂଶାଲମ ଉପରେ ଗୁଲିବାଣ୍ଟ କଲେ, ସେଦିନ ତୁମ୍ଭେ ତ ସେମାନଙ୍କ ମଧ୍ୟରେ ଥିବା ଏକ ଜଣ ପରି ହୋଇଥିଲ।


ତାହାର ଅଧିପତିମାନେ ଅନ୍ୟାୟ ଲାଭର ଚେଷ୍ଟାରେ ରକ୍ତପାତ ଓ ପ୍ରାଣୀମାନଙ୍କୁ ବିନାଶ କରିବା ପାଇଁ ମୃଗୟା ବିଦାରିବାକୁ ଉତ୍ସୁକ, କେନ୍ଦୁଆଗଣ ପରି ତହିଁ ମଧ୍ୟରେ ଅଛନ୍ତି।


ଓ ମଧ୍ୟ ସେ ନିର୍ଦ୍ଦୋଷ ରକ୍ତପାତ କରିବା ସକାଶୁ, ଯିହୁଦାକୁ ଆପଣା ଦୃଷ୍ଟିରୁ ଦୂର କରିବା ଲାଗି ସଦାପ୍ରଭୁଙ୍କ ଆଜ୍ଞାରେ ସେମାନଙ୍କ ପ୍ରତି ଏହା ଘଟିଲା; କାରଣ ମନଃଶି ନିର୍ଦ୍ଦୋଷ ରକ୍ତରେ ଯିରୂଶାଲମକୁ ପରିପୂର୍ଣ୍ଣ କଲା, ପୁଣି ସଦାପ୍ରଭୁ କ୍ଷମା କରିବାକୁ ସମ୍ମତ ହେଲେ ନାହିଁ।


ପୁଣି, ଭାବବାଦୀମାନଙ୍କର, ସାଧୁମାନଙ୍କର ଓ ପୃଥିବୀରେ ହତ ହୋଇଥିବା ସମସ୍ତଙ୍କର ରକ୍ତ ତାହା ମଧ୍ୟରେ ଦେଖାଯାଇଥିଲା।”


ମୁଁ ସେହି ସ୍ତ୍ରୀଲୋକକୁ ସାଧୁମାନଙ୍କ ଓ ଯୀଶୁଙ୍କ ସାକ୍ଷୀମାନଙ୍କ ରକ୍ତପାନରେ ମତ୍ତ ହେବାର ଦେଖିଲି। ତାହାକୁ ଦେଖି ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହେଲି।


ଯେପରି ଧାର୍ମିକ ହେବଲଙ୍କ ରକ୍ତପାତଠାରୁ, ଯେଉଁ ବେରିଖୀୟଙ୍କ ପୁତ୍ର ଜିଖରୀୟଙ୍କୁ ତୁମ୍ଭେମାନେ ମନ୍ଦିରର ପବିତ୍ର ସ୍ଥାନ ଓ ବେଦିର ମଧ୍ୟସ୍ଥଳରେ ବଧ କଲ, ତାହାଙ୍କ ରକ୍ତପାତ ପର୍ଯ୍ୟନ୍ତ ପୃଥିବୀରେ ଯେତେ ଧାର୍ମିକ ଲୋକଙ୍କର ରକ୍ତପାତ ହୋଇଅଛି, ସେହି ସମସ୍ତ ତୁମ୍ଭମାନଙ୍କ ଉପରେ ଘଟିବ।


ପୁଣି, ନାବିକମାନେ ପ୍ରତ୍ୟେକେ ଆପଣା ଆପଣା ସଙ୍ଗୀକୁ କହିଲେ, “କାହା ହେତୁରୁ ଏହି ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟୁଅଛି ଏହା ଜାଣିବା ନିମନ୍ତେ ଆସ, ଆମ୍ଭେମାନେ ଗୁଲିବାଣ୍ଟ କରୁ।” ତହୁଁ ସେମାନେ ଗୁଲିବାଣ୍ଟ କରନ୍ତେ, ଯୂନସଙ୍କ ନାମରେ ଗୁଲି ଉଠିଲା।


ପୁଣି, ସେମାନେ ଆମ୍ଭ ଲୋକମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିଅଛନ୍ତି ଓ ଏକ ବେଶ୍ୟା ପାଇଁ ଏକ ବାଳକ ଦେଇଅଛନ୍ତି ଓ ପାନ କରିବା ନିମନ୍ତେ ଦ୍ରାକ୍ଷାରସ ପାଇଁ ବାଳିକା ବିକ୍ରୟ କରିଅଛନ୍ତି।


ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ସେହି ରକ୍ତପୂର୍ଣ୍ଣା ନଗରୀ ସନ୍ତାପର ପାତ୍ର! ଆମ୍ଭେ ମଧ୍ୟ ରାଶି ବଡ଼ କରିବା।


ତୁମ୍ଭ ମଧ୍ୟରେ ଲୋକମାନେ ରକ୍ତପାତ କରିବା ପାଇଁ ଲାଞ୍ଚ ନେଇଅଛନ୍ତି; ତୁମ୍ଭେ ସୁଧ ଓ ବୃଦ୍ଧି ଗ୍ରହଣ କରିଅଛ, ଆଉ ତୁମ୍ଭେ ଲୋଭରେ ଉପଦ୍ରବ କରି ଆପଣା ପ୍ରତିବାସୀଠାରୁ ଲାଭ ନେଇଅଛ, ପୁଣି, ଆମ୍ଭକୁ ପାସୋରିଅଛ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।


ଏହି ନଗର ତୁମ୍ଭମାନଙ୍କ ପାଇଁ ହଣ୍ଡା ହେବ ନାହିଁ, କିଅବା ତୁମ୍ଭେମାନେ ତହିଁ ମଧ୍ୟରେ ମାଂସ ହେବ ନାହିଁ; ଆମ୍ଭେ ଇସ୍ରାଏଲର ସୀମା ମଧ୍ୟରେ ତୁମ୍ଭମାନଙ୍କର ବିଚାର କରିବା।


ଭାଟି ପ୍ରଚଣ୍ଡ ରୂପେ ତାତୁଛି; ସୀସା ଅଗ୍ନିରେ କ୍ଷୟ ପାଇଅଛି; ସେମାନେ ବୃଥାରେ ଖାଦ ବାହାର କରିବା କାର୍ଯ୍ୟରେ ଲାଗିଅଛନ୍ତି; କାରଣ ଦୁଷ୍ଟମାନେ ଉତ୍ପାଟିତ ହେଉ ନାହାନ୍ତି।


ଆହୁରି ମନଃଶି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କରି ଆପଣାର ସେହି ପାପ ଦ୍ୱାରା ଯିହୁଦାକୁ ପାପ କରାଇବା ଛଡ଼ା ସେ ବହୁତ ନିର୍ଦ୍ଦୋଷ ରକ୍ତପାତ କରି ଯିରୂଶାଲମକୁ ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ରକ୍ତରେ ପରିପୂର୍ଣ୍ଣ କଲେ।


ପୁଣି ସେ ମୋୟାବକୁ ପରାସ୍ତ କରି ସେହି ଲୋକମାନଙ୍କୁ ଭୂମିରେ ଶୟନ କରାଇ ଦଉଡ଼ିରେ ମାପିଲେ ଓ ସେ ବଧ କରିବା ପାଇଁ ଦୁଇ ଦଉଡ଼ି ଓ ଜୀବିତ ରଖିବା ପାଇଁ ସମ୍ପୂର୍ଣ୍ଣ ଏକ ଦଉଡ଼ି ମାପିଲେ। ତହିଁରେ ମୋୟାବୀୟମାନେ ଦାଉଦଙ୍କର ଦାସ ହୋଇ ତାଙ୍କୁ କର ଦେଲେ।


ଏଥିଉତ୍ତାରେ ଯିହୋଶୂୟ କହିଲେ, “ସେହି ଗୁମ୍ଫା ମୁହଁ ମୁକୁଳା କରି ଗୁମ୍ଫାରୁ ସେହି ପାଞ୍ଚ ରାଜାଙ୍କୁ ବାହାର କରି ମୋହର ନିକଟକୁ ଆଣ।”


ପ୍ରକୃତରେ ମନଃଶିର ପାପ ସକାଶୁ, ତାହାର ସମସ୍ତ କୃତକର୍ମାନୁସାରେ,


ସେମାନେ କହନ୍ତି, ‘ଗୃହ ନିର୍ମାଣ କରିବାର ସମୟ ସନ୍ନିକଟ ହୋଇ ନାହିଁ; ଏହି ନଗର ହଣ୍ଡା ଓ ଆମ୍ଭେମାନେ ମାଂସ।’


ପୁଣି, ତୁମ୍ଭେ ତାହାକୁ କହିବ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ହେ ନଗରୀ! ତୁମ୍ଭେ ଆପଣାର କାଳ ଉପସ୍ଥିତ କରାଇବା ନିମନ୍ତେ ଆପଣା ମଧ୍ୟରେ ରକ୍ତପାତ କରୁଅଛ ଓ ଆପଣାକୁ ଅଶୁଚି କରିବା ନିମନ୍ତେ ଆପଣା ପାଇଁ ପ୍ରତିମାଗଣ ନିର୍ମାଣ କରୁଅଛ।


ଏଣୁ ତୁମ୍ଭେ ଏହି ବିଦ୍ରୋହୀ ବଂଶର ଉଦ୍ଦେଶ୍ୟରେ ଗୋଟିଏ ଦୃଷ୍ଟାନ୍ତ କଥା କହି ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ହଣ୍ଡା ଚଢ଼ାଅ, ତାହା ଚଢ଼ାଅ ଓ ମଧ୍ୟ ତହିଁ ଭିତରେ ଜଳ ଢାଳିଦିଅ;


ତୁମ୍ଭେ ଆପଣା ସାମଗ୍ରୀ ସଙ୍ଗେ ଗୋଟିଏ ଖଣତି ରଖିବ; ପୁଣି ତୁମ୍ଭେ ବାହାରକୁ ବସିବା ସମୟରେ ତଦ୍ଦ୍ୱାରା ଖୋଳିବ ଓ ନିର୍ଗତ ମଳକୁ ପୋତି ପକାଇବ।


ପ୍ରଭୁ, ସଦାପ୍ରଭୁ କହନ୍ତି, ଯଦ୍ୟପି ତୁମ୍ଭେ ଆପଣାକୁ ସୋଡ଼ାରେ ଧୌତ କର ଓ ବହୁତ ସାବୁନ ଲଗାଅ, ତଥାପି ଆମ୍ଭ ଦୃଷ୍ଟିରେ ତୁମ୍ଭ ଅଧର୍ମ ଚିହ୍ନିତ ହୋଇ ରହିଅଛି।


Swiv nou:

Piblisite


Piblisite