Biblia Todo Logo
Bib sou entènèt

- Piblisite -




ଯିହିଜିକଲ 24:11 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତହିଁରେ ହଣ୍ଡା ତପ୍ତ ହେବା ପାଇଁ, ତହିଁର ପିତଳ ଦଗ୍ଧ ହେବା ପାଇଁ ଓ ତହିଁର ମଇଳା ତହିଁ ମଧ୍ୟରେ ତରଳି ଯିବା ପାଇଁ ଓ କଳଙ୍କ କ୍ଷୟ ପାଇବା ପାଇଁ ତାହା ଖାଲି କର, ତାହା ଜ୍ୱଳନ୍ତା ଅଙ୍ଗାର ଉପରେ ରଖ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ତହିଁରେ ହଣ୍ତା ତପ୍ତ ହେବା ପାଇଁ, ତହିଁର ପତଳ ଦଗ୍ଧ ହେବା ପାଇଁ ଓ ତହିଁର ଅଶୌଚ ତହିଁ ମଧ୍ୟରେ ତରଳି ଯିବା ପାଇଁ ଓ କଳଙ୍କ କ୍ଷୟ ପାଇବା ପାଇଁ ତାହା ଖାଲି କର, ତାହା ଜ୍ଵଳନ୍ତା ଅଙ୍ଗାର ଉପରେ ରଖ।

Gade chapit la Kopi

ଓଡିଆ ବାଇବେଲ

11 ତହିଁରେ ହଣ୍ଡା ତପ୍ତ ହେବା ପାଇଁ, ତହିଁର ପିତଳ ଦଗ୍ଧ ହେବା ପାଇଁ ଓ ତହିଁର ମଇଳା ତହିଁ ମଧ୍ୟରେ ତରଳି ଯିବା ପାଇଁ ଓ କଳଙ୍କ କ୍ଷୟ ପାଇବା ପାଇଁ ତାହା ଖାଲି କର, ତାହା ଜ୍ୱଳନ୍ତା ଅଙ୍ଗାର ଉପରେ ରଖ।

Gade chapit la Kopi

ପବିତ୍ର ବାଇବଲ

11 ଖାଲି ହଣ୍ଡାକୁ ଜ୍ୱଳନ୍ତ ଅଙ୍କାର ଉପରେ ରଖ। ତହିଁରେ ହଣ୍ଡା ଉତ୍ତପ୍ତ ହେବ ଓ ପିତ୍ତଳ ଉତ୍ତପ୍ତ ଦ‌ଗ୍‌ଧ ହେବ। ତେଣୁ ଅଶୌଚ ତରଳି ଯିବ ଓ କଳଙ୍କ ଉଭେଇଯିବ।

Gade chapit la Kopi




ଯିହିଜିକଲ 24:11
21 Referans Kwoze  

କାରଣ ସଦାପ୍ରଭୁ କହନ୍ତି, ମଙ୍ଗଳର ନିମନ୍ତେ ନୁହେଁ, ପୁଣି ଅମଙ୍ଗଳର ନିମନ୍ତେ ଏହି ନଗର ପ୍ରତି ଆମ୍ଭେ ଆପଣା ମୁଖ ରଖିଅଛୁ; ତାହା ବାବିଲ ରାଜାର ହସ୍ତଗତ କରାଯିବ ଓ ସେ ଅଗ୍ନିରେ ତାହା ଦଗ୍ଧ କରିବ।


କାରଣ ଦେଖ, ସେହି ଦିନ ଆସୁଅଛି, ତାହା ଅଗ୍ନିକୁଣ୍ଡ ପରି ଜଳୁଅଛି; ପୁଣି, ଅହଙ୍କାରୀ ଓ ଦୁଷ୍ଟାଚାରୀ ସମସ୍ତେ ନଡ଼ା ପରି ହେବେ; ଆଉ, ସେମାନଙ୍କର ମୂଳ କି ଡାଳ ଯେପରି ଅବଶିଷ୍ଟ ନ ରହିବ, ଏଥିପାଇଁ ଯେଉଁ ଦିନ ଆସୁଅଛି, ତାହା ସେମାନଙ୍କୁ ଦଗ୍ଧ କରିବ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।


ପୁଣି, ଆମ୍ଭେ ତୁମ୍ଭଆଡ଼େ ଆପଣା ହସ୍ତ ଫେରାଇ ତୁମ୍ଭର ଖାଦ ସମ୍ପୂର୍ଣ୍ଣ ରୂପେ ପରିଷ୍କାର କରିବା ଓ ତୁମ୍ଭର ସୀସାସବୁ କାଢ଼ି ନେବା;


ତାହାଙ୍କ ହାତରେ କୁଲା ଅଛି, ଆଉ ସେ ନିଜ ଖଳା ଉତ୍ତମଭାବେ ପରିଷ୍କାର କରି ଆପଣା ଗହମ ଅମାରରେ ଏକାଠି କରି ରଖିବେ, କିନ୍ତୁ ଅଗାଡ଼ିଯାକ ଲିଭୁ ନ ଥିବା ଅଗ୍ନିରେ ପୋଡ଼ି ପକାଇବେ।”


ପୁଣି, ଆମ୍ଭେ ତୁମ୍ଭମାନଙ୍କ ଉପରେ ଶୁଚି ଜଳ ଝିଞ୍ଚିବା, ତହିଁରେ ତୁମ୍ଭେମାନେ ଶୁଚି ହେବ; ତୁମ୍ଭମାନଙ୍କର ସବୁ ଅଶୌଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ଆମ୍ଭେ ତୁମ୍ଭମାନଙ୍କୁ ଶୁଚି କରିବା।


ପୁଣି, ଆମ୍ଭେ ବିଦ୍ରୋହୀମାନଙ୍କୁ ଓ ଆମ୍ଭ ବିରୁଦ୍ଧରେ ଅପରାଧକାରୀମାନଙ୍କୁ ତୁମ୍ଭମାନଙ୍କ ମଧ୍ୟରୁ ଝାଡ଼ି ଦୂର କରିଦେବା; ସେମାନେ ଯେଉଁ ଦେଶରେ ପ୍ରବାସ କରୁଅଛନ୍ତି, ସେ ଦେଶରୁ ଆମ୍ଭେ ସେମାନଙ୍କୁ ବାହାର କରି ଆଣିବା, ମାତ୍ର ସେମାନେ ଇସ୍ରାଏଲ ଦେଶରେ ପ୍ରବେଶ କରିବେ ନାହିଁ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।


ପୁଣି, ସେ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ଦଗ୍ଧ କଲା; ପୁଣି, ସେ ଯିରୂଶାଲମସ୍ଥ ସକଳ ଗୃହ, ଅର୍ଥାତ୍‍, ପ୍ରତ୍ୟେକ ବୃହତ ଗୃହ ଅଗ୍ନିରେ ଦଗ୍ଧ କଲା।


ପୁଣି, କଲ୍‍ଦୀୟମାନେ ରାଜାର ଗୃହ ଓ ଲୋକମାନଙ୍କର ଗୃହସବୁ ଅଗ୍ନିରେ ଦଗ୍ଧ କଲେ, ଆଉ ଯିରୂଶାଲମର ପ୍ରାଚୀରସବୁ ଭାଙ୍ଗି ପକାଇଲେ।


ମାତ୍ର ଯଦି ତୁମ୍ଭେ ବାହାର ହୋଇ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଯିବ ନାହିଁ, ତେବେ ଏହି ନଗର କଲ୍‍ଦୀୟମାନଙ୍କ ହସ୍ତରେ ସମର୍ପିତ ହେବ ଓ ସେମାନେ ଅଗ୍ନିରେ ତାହା ଦଗ୍ଧ କରିବେ, ଆଉ ତୁମ୍ଭେ ସେମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ।”


ତୁମ୍ଭମାନଙ୍କ ସହିତ ଯୁଦ୍ଧକାରୀ କଲ୍‍ଦୀୟମାନଙ୍କର ସମୁଦାୟ ସୈନ୍ୟକୁ ତୁମ୍ଭେମାନେ ହତାହତ କଲେ ମଧ୍ୟ ଯଦ୍ୟପି ସେମାନଙ୍କ ମଧ୍ୟରୁ କେବଳ ଆହତ ଲୋକ ଅବଶିଷ୍ଟ ରହନ୍ତି, ତଥାପି ସେମାନଙ୍କର ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁରୁ ଉଠିବେ ଓ ଏହି ନଗରକୁ ଅଗ୍ନିରେ ଦଗ୍ଧ କରିବେ।”


ଆଉ, ଯେଉଁ କଲ୍‍ଦୀୟମାନେ ଏହି ନଗର ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି, ସେମାନେ ପ୍ରବେଶ କରି ଏହି ନଗରରେ ଅଗ୍ନି ଲଗାଇବେ, ପୁଣି ଆମ୍ଭକୁ ବିରକ୍ତ କରିବା ପାଇଁ ଯେଉଁ ସକଳ ଗୃହର ଛାତ ଉପରେ ଲୋକମାନେ ବାଲ୍‍ଦେବ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲେ ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ଢାଳିଲେ, ସେହି ସବୁ ଗୃହ ସହିତ ଏହି ନଗର ଅଗ୍ନିରେ ଦଗ୍ଧ କରିବେ।


ଏହେତୁ ଏହା ଦ୍ୱାରା ଯାକୁବର ଅପରାଧ ମାର୍ଜିତ ହେବ ଓ ତାହାର ପାପ ଦୂରୀକୃତ ହେବାର ସମସ୍ତ ଫଳ ଏହି; ସେ ଯଜ୍ଞବେଦିର ପ୍ରସ୍ତର ସବୁକୁ ଚୂନର ଭଗ୍ନ ପ୍ରସ୍ତର ତୁଲ୍ୟ କଲେ, ଆଶେରା ମୂର୍ତ୍ତି ଓ ସୂର୍ଯ୍ୟ-ପ୍ରତିମାସବୁ ଆଉ ଉଠିବେ ନାହିଁ।


ସେତେବେଳେ ସିୟୋନରେ ଯେକେହି ଅବଶିଷ୍ଟ ଥାଏ ଓ ଯିରୂଶାଲମରେ ରହେ, ଅର୍ଥାତ୍‍, ଯିରୂଶାଲମସ୍ଥ ଜୀବିତ ଲୋକମାନଙ୍କ ମଧ୍ୟରେ ଯେ ପ୍ରତ୍ୟେକର ନାମ ଲିଖିତ ହୁଏ, ସେ ପବିତ୍ର ବୋଲି ବିଖ୍ୟାତ ହେବ।


କାଠ ଗଦା କର, ଅଗ୍ନି ଜ୍ୱଳାଅ, ମାଂସ ଉତ୍ତମ ରୂପେ ସିଦ୍ଧ କର, ଝୋଳ ବହଳ କର ଓ ଅସ୍ଥିସବୁ ଦଗ୍ଧ ହେଉ।


Swiv nou:

Piblisite


Piblisite