Biblia Todo Logo
Bib sou entènèt

- Piblisite -




ଯିହିଜିକଲ 22:11 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ପୁଣି, କେହି କେହି ଆପଣା ପ୍ରତିବାସୀର ଭାର୍ଯ୍ୟା ସଙ୍ଗେ ଘୃଣାଯୋଗ୍ୟ କର୍ମ କରିଅଛନ୍ତି, ପୁଣି, ଅନ୍ୟ କେହି କେହି ଲମ୍ପଟତାପୂର୍ବକ ଆପଣା ପୁତ୍ରବଧୂକୁ ଅଶୁଚି କରିଅଛନ୍ତି; ଆଉ, ତୁମ୍ଭ ମଧ୍ୟରେ ଅନ୍ୟ କେହି କେହି ଆପଣା ଆପଣା ଭଗିନୀକୁ, ଆପଣା ପିତାର କନ୍ୟାକୁ ବଳାତ୍କାର କରିଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ପୁଣି, କେହି କେହି ଆପଣା ପ୍ରତିବାସୀର ଭାର୍ଯ୍ୟା ସଙ୍ଗେ ଘୃଣାଯୋଗ୍ୟ କର୍ମ କରିଅଛନ୍ତି, ପୁଣି ଅନ୍ୟ କେହି କେହି ଲମ୍ପଟତାପୂର୍ବକ ଆପଣା ପୁତ୍ରବଧୂକୁ ଅଶୁଚି କରିଅଛନ୍ତି; ଆଉ, ତୁମ୍ଭ ମଧ୍ୟରେ ଅନ୍ୟ କେହି କେହି ଆପଣା ଆପଣା ଭଗିନୀକି, ଆପଣା ପିତାର କନ୍ୟାକୁ ବଳାତ୍କାର କରିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

11 ପୁଣି, କେହି କେହି ଆପଣା ପ୍ରତିବାସୀର ଭାର୍ଯ୍ୟା ସଙ୍ଗେ ଘୃଣାଯୋଗ୍ୟ କର୍ମ କରିଅଛନ୍ତି, ପୁଣି, ଅନ୍ୟ କେହି କେହି ଲମ୍ପଟତାପୂର୍ବକ ଆପଣା ପୁତ୍ରବଧୂକୁ ଅଶୁଚି କରିଅଛନ୍ତି; ଆଉ, ତୁମ୍ଭ ମଧ୍ୟରେ ଅନ୍ୟ କେହି କେହି ଆପଣା ଆପଣା ଭଗିନୀକୁ, ଆପଣା ପିତାର କନ୍ୟାକୁ ବଳାତ୍କାର କରିଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

11 ପୁଣି କେହି କେହି ନିଜ ପ୍ରତିବାସୀର ସ୍ତ୍ରୀ ସହ ପାପକର୍ମ କରିଅଛନ୍ତି, ଆଉ କେହି ଲମ୍ଫଟାଚରଣ କରି ନିଜର ପୁତ୍ରବଧୂକୁ ଅଶୁଚି କରିଅଛନ୍ତି, ପୁଣି କେହି ନିଜର ପିତୃକନ୍ୟା ଭଗିନୀକୁ ବଳାତ୍କାର କରିଛନ୍ତି।

Gade chapit la Kopi




ଯିହିଜିକଲ 22:11
25 Referans Kwoze  

ତଥାପି ଅମ୍ନୋନ ତାହାର ରବ ଶୁଣିଲା ନାହିଁ; ମାତ୍ର ଆପେ ତାହା ଅପେକ୍ଷା ବଳବାନ ହେବାରୁ ତାହାକୁ ବଳାତ୍କାର କରି ତାହା ସଙ୍ଗେ ଶୟନ କଲା।


ଆଉ, ଯଦି କେହି ଆପଣା ଭଗିନୀକୁ, ଅର୍ଥାତ୍‍, ଆପଣା ପିତୃକନ୍ୟା କି ମାତୃକନ୍ୟାକୁ ଗ୍ରହଣ କରେ ଓ ଦୁହେଁ ପରସ୍ପରର ଉଲଙ୍ଗତା ଦେଖନ୍ତି, ତେବେ ତାହା ଲଜ୍ଜାର ବିଷୟ; ସେମାନେ ଆପଣା ଲୋକମାନଙ୍କ ସନ୍ତାନଗଣର ସାକ୍ଷାତରେ ଉଚ୍ଛିନ୍ନ ହେବେ; ସେ ଆପଣା ଭଗିନୀର ଆବରଣୀୟ ଅନାବୃତ କରିଅଛି; ସେ ଆପଣା ଅପରାଧ ବୋହିବ।


ତୁମ୍ଭେ ଆପଣା ପୁତ୍ରବଧୂର ଆବରଣୀୟ ଅନାବୃତ କରିବ ନାହିଁ; ସେ ତୁମ୍ଭର ପୁତ୍ରବଧୂ; ତୁମ୍ଭେ ତାହାର ଆବରଣୀୟ ଅନାବୃତ କରିବ ନାହିଁ।


ତୁମ୍ଭେ ଆପଣା ଭଗିନୀ, ଅର୍ଥାତ୍‍, ତୁମ୍ଭ ପିତୃକନ୍ୟା କି ମାତୃକନ୍ୟା, ସେ ଗୃହରେ ଜନ୍ମ ହେଉ କି ଅନ୍ୟତ୍ର ଜନ୍ମ ହେଉ, ତାହାର ଆବରଣୀୟ ଅନାବୃତ କରିବ ନାହିଁ।


ଓ ସେହି ସବୁ କର୍ତ୍ତବ୍ୟ କର୍ମ ମଧ୍ୟରୁ କୌଣସି କର୍ତ୍ତବ୍ୟ କର୍ମ ନ କରେ, ମାତ୍ର ଯେ ପର୍ବତଗଣର ଉପରେ ଭୋଜନ କରିଅଛି ଓ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଭ୍ରଷ୍ଟ କରିଅଛି,


ପୁଣି, ଯଦି କେହି ଆପଣା ପୁତ୍ରବଧୂ ସହିତ ଶୟନ କରେ, ତେବେ ସେ ଦୁହେଁ ନିତାନ୍ତ ହତ ହେବେ; ସେମାନେ ପାଷାଣ୍ଡ କର୍ମ କରିଅଛନ୍ତି; ସେମାନଙ୍କର ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ।


ଆଉ, ଯେକେହି ପରର ଭାର୍ଯ୍ୟା ସହିତ ବ୍ୟଭିଚାର କରେ, ଯେ ଆପଣା ପ୍ରତିବାସୀର ଭାର୍ଯ୍ୟା ସହିତ ବ୍ୟଭିଚାର କରେ, ସେହି ବ୍ୟଭିଚାରୀ ଓ ବ୍ୟଭିଚାରିଣୀ ଦୁହେଁ ନିତାନ୍ତ ହତ ହେବେ।


ଆଉ, ତୁମ୍ଭେ ଆପଣାକୁ ଅଶୁଚି କରିବା ନିମନ୍ତେ ପ୍ରତିବାସୀର ଭାର୍ଯ୍ୟା ନିକଟକୁ ଗମନ କରିବ ନାହିଁ।


ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ ଓ ତାହାର ଶଯ୍ୟା ଶୁଚି ଥାଉ, କାରଣ ଈଶ୍ବର ପାରଦାରିକ ଓ ବ୍ୟଭିଚାରୀମାନଙ୍କ ବିଚାର କରିବେ।


ଶରୀରର କାର୍ଯ୍ୟଗୁଡ଼ାକ ତ ସ୍ପଷ୍ଟ ରୂପେ ଜଣା, ବ୍ୟଭିଚାର, ଅଶୁଚିତା


ଅବା, ଅଧାର୍ମିକମାନେ ଯେ ଈଶ୍ବରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ, ଏହା କି ତୁମ୍ଭେମାନେ ଜାଣ ନାହିଁ? ଭ୍ରାନ୍ତ ହୁଅ ନାହିଁ, ବ୍ୟଭିଚାରୀ କି ପ୍ରତିମାପୂଜକ କି ପାରଦାରିକ କି ସ୍ତ୍ରୀବତ୍‍ ଆଚାରୀ


“ପୁଣି, ଆମ୍ଭେ ବିଚାର କରିବା ପାଇଁ ତୁମ୍ଭମାନଙ୍କ ନିକଟକୁ ଆସିବା ଆଉ, ତାନ୍ତ୍ରିକ ଓ ବ୍ୟଭିଚାରୀ ଓ ମିଥ୍ୟା ଶପଥକାରୀମାନଙ୍କ ବିରୁଦ୍ଧରେ ଓ ଯେଉଁମାନେ ବେତନଜୀବୀର ବେତନ ବିଷୟରେ, ବିଧବା ଓ ପିତୃହୀନ ପ୍ରତି ଅତ୍ୟାଚାର କରନ୍ତି, ଆଉ ବିଦେଶୀର ପ୍ରତି ଅନ୍ୟାୟ କରନ୍ତି ଓ ଆମ୍ଭଙ୍କୁ ଭୟ ନ କରନ୍ତି, ସେମାନଙ୍କ ବିରୁଦ୍ଧରେ ଆମ୍ଭେ ଶୀଘ୍ର ସାକ୍ଷୀ ହେବା,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।


କାରଣ ସେମାନେ ଇସ୍ରାଏଲ ମଧ୍ୟରେ ମୂଢ଼ତାର କାର୍ଯ୍ୟ କରିଅଛନ୍ତି, ସେମାନେ ଆପଣା ଆପଣା ପ୍ରତିବାସୀର ଭାର୍ଯ୍ୟା ସଙ୍ଗେ ବ୍ୟଭିଚାର କରିଅଛନ୍ତି, ପୁଣି, ଆମ୍ଭେ ଯାହା ଆଜ୍ଞା କରି ନାହୁଁ, ଏପରି ମିଥ୍ୟା କଥା ଆମ୍ଭ ନାମରେ କହିଅଛନ୍ତି, ସଦାପ୍ରଭୁ କହନ୍ତି, ଆମ୍ଭେ ଜାଣୁ ଓ ଆମ୍ଭେ ସାକ୍ଷୀ ଅଛୁ।’”


ଆଃ, ପଥିକମାନଙ୍କର ବସା ପରି ଯଦି ପ୍ରାନ୍ତରରେ ମୋର ଗୋଟିଏ ବସା ଥାʼନ୍ତା, ତେବେ ମୁଁ ନିଜ ଲୋକମାନଙ୍କୁ ତ୍ୟାଗ କରି ସେମାନଙ୍କଠାରୁ ସ୍ଥାନାନ୍ତରକୁ ଯାଇ ପାରନ୍ତି! କାରଣ ସେମାନେ ସମସ୍ତେ ବ୍ୟଭିଚାରୀ, ବିଶ୍ୱାସଘାତକ ଲୋକଙ୍କର ସମାଜ।


ଏଥିଉତ୍ତାରେ ଏହି ଘଟଣା ହେଲା; ଦାଉଦଙ୍କର ପୁତ୍ର ଅବଶାଲୋମର ତାମର ନାମରେ ଏକ ସୁନ୍ଦରୀ ଭଉଣୀ ଥିଲା; ନିଜର ସାବତ ଭଉଣୀ ପ୍ରତି ଦାଉଦଙ୍କର ପୁତ୍ର ଅମ୍ନୋନ କାମାସକ୍ତ ହେଲା।


“ଯେକେହି ଆପଣା ଭଗିନୀ, ଅର୍ଥାତ୍‍, ଆପଣା ପିତୃଙ୍କ କନ୍ୟା କି ଆପଣା ମାତୃଙ୍କ କନ୍ୟା ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍‍।


ଯଦି କୌଣସି ପୁରୁଷ ବିବାହିତା ସ୍ତ୍ରୀ ସହିତ ଶୟନ ସମୟରେ ଧରା ପଡ଼େ, ତେବେ ସେହି ସ୍ତ୍ରୀ ସହିତ ଶୟନକାରୀ ପୁରୁଷ ଓ ସେହି ସ୍ତ୍ରୀ, ଦୁହେଁ ହତ ହେବେ। ଏହିରୂପେ ତୁମ୍ଭେ ଇସ୍ରାଏଲ ମଧ୍ୟରୁ ଦୁଷ୍ଟତା ଦୂର କରିବ।


ପୁଣି ତାହାକୁ ଖୁଆଇବା ପାଇଁ ତାହା ନିକଟକୁ ନିଅନ୍ତେ, ସେ ତାମରକୁ ଧରି କହିଲା, “ଆସ, ମୋʼ ଭଉଣୀ, ମୋʼ ସଙ୍ଗରେ ଶୁଅ।”


ପୁଣି, ଯେ ପର୍ବତଗଣର ଉପରେ ଭୋଜନ କିଅବା ଇସ୍ରାଏଲ ବଂଶର ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରି ନାହିଁ, ଅଥବା ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଭ୍ରଷ୍ଟ କରି ନାହିଁ, କିଅବା ଋତୁମତୀ ସ୍ତ୍ରୀର ନିକଟକୁ ଆସି ନାହିଁ;


ତୁମ୍ଭେମାନେ ଆପଣା ଆପଣା ଖଡ୍ଗରେ ନିର୍ଭର କରୁଅଛ ଓ ଘୃଣାଯୋଗ୍ୟ କର୍ମ କରୁଅଛ ଓ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଅଶୁଚି କରୁଅଛ, ଆଉ ତୁମ୍ଭେମାନେ କି ଦେଶ ଅଧିକାର କରିବ?


ତୁମ୍ଭମାନଙ୍କର କେହି ଆପଣା ନିକଟ-କୁଟୁମ୍ବ ମଧ୍ୟରୁ କାହାରି ଆବରଣୀୟ ଅନାବୃତ କରିବାକୁ ଯିବ ନାହିଁ, ଆମ୍ଭେ ସଦାପ୍ରଭୁ ଅଟୁ।


Swiv nou:

Piblisite


Piblisite