Biblia Todo Logo
Bib sou entènèt

- Piblisite -




ଯିହିଜିକଲ 20:7 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଆଉ, ଆମ୍ଭେ ସେମାନଙ୍କୁ କହିଲୁ, ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଦୃଷ୍ଟିର ସମ୍ମୁଖରୁ ଘୃଣାଯୋଗ୍ୟ ବସ୍ତୁସକଳ ଦୂର କର ଓ ମିସରୀୟ ପ୍ରତିମାଗଣ ଦ୍ୱାରା ଆପଣାମାନଙ୍କୁ ଅଶୁଚି କର ନାହିଁ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଆଉ, ଆମ୍ଭେ ସେମାନଙ୍କୁ କହିଲୁ, ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଦୃଷ୍ଟିର ସମ୍ମୁଖରୁ ଘୃଣାଯୋଗ୍ୟ ବସ୍ତୁସକଳ ଦୂର କର ଓ ମିସ୍ରୀୟ ପ୍ରତିମାଗଣ ଦ୍ଵାରା ଆପଣାମାନଙ୍କୁ ଅଶୁଚି କର ନାହିଁ , ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ଵର ଅଟୁ।

Gade chapit la Kopi

ଓଡିଆ ବାଇବେଲ

7 ଆଉ, ଆମ୍ଭେ ସେମାନଙ୍କୁ କହିଲୁ, ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଦୃଷ୍ଟିର ସମ୍ମୁଖରୁ ଘୃଣାଯୋଗ୍ୟ ବସ୍ତୁସକଳ ଦୂର କର ଓ ମିସ୍ରୀୟ ପ୍ରତିମାଗଣ ଦ୍ୱାରା ଆପଣାମାନଙ୍କୁ ଅଶୁଚି କର ନାହିଁ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”

Gade chapit la Kopi

ପବିତ୍ର ବାଇବଲ

7 “‘ଏବଂ ମୁଁ ସେମାନଙ୍କୁ କହିଲି, ତୁମ୍ଭେମାନେ ଦେଖୁଥିବା ଘୃଣ୍ୟ ଛବିଗୁଡ଼ିକରୁ ମୁକ୍ତି ପାଅ ଏବଂ ମିଶରୀୟମାନଙ୍କ ମୂର୍ତ୍ତି ଦ୍ୱାରା ତୁମ୍ଭେମାନେ ନିଜକୁ ଅପବିତ୍ର କର ନାହିଁ। ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଅଟେ।”

Gade chapit la Kopi




ଯିହିଜିକଲ 20:7
26 Referans Kwoze  

ତୁମ୍ଭେମାନେ ଯେଉଁ ମିସର ଦେଶରେ ବାସ କଲ, ସେହି ଦେଶର ଆଚରଣ ଅନୁସାରେ ଆଚରଣ କରିବ ନାହିଁ; ପୁଣି, ଯେଉଁ କିଣାନ ଦେଶକୁ ଆମ୍ଭେ ତୁମ୍ଭମାନଙ୍କୁ ନେଇ ଯାଉଅଛୁ, ସେହି ଦେଶର ଆଚରଣ ଅନୁସାରେ ଆଚରଣ କରିବ ନାହିଁ ଓ ସେମାନଙ୍କ ବିଧି ଅନୁସାରେ ଚ଼ାଲିବ ନାହିଁ।


ମାତ୍ର ସେମାନେ ଆମ୍ଭର ବିଦ୍ରୋହାଚାରୀ ହେଲେ ଓ ଆମ୍ଭର କଥା ଶୁଣିବାକୁ ଅସମ୍ମତ ହେଲେ; ସେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଦୃଷ୍ଟିର ସମ୍ମୁଖରୁ ଘୃଣାଯୋଗ୍ୟ ବସ୍ତୁସକଳ ଦୂର କଲେ ନାହିଁ, କିଅବା ମିସରୀୟ ପ୍ରତିମାଗଣକୁ ଛାଡ଼ିଲେ ନାହିଁ; ତହିଁରେ ଆମ୍ଭେ ମିସର ଦେଶ ମଧ୍ୟରେ ସେମାନଙ୍କ ପ୍ରତିକୂଳରେ ଆପଣା କ୍ରୋଧ ସାଧିବା ପାଇଁ ସେମାନଙ୍କ ଉପରେ ଆପଣା କୋପ ଢାଳିବା ବୋଲି କହିଲୁ।


ତୁମ୍ଭେମାନେ ଆପଣାମାନଙ୍କର କୃତ ସମସ୍ତ ଅପରାଧ ଆପଣାମାନଙ୍କଠାରୁ ଦୂର କରିଦିଅ ଓ ଆପଣାମାନଙ୍କ ପାଇଁ ନୂତନ ଅନ୍ତଃକରଣ ଓ ନୂତନ ଆତ୍ମା ପ୍ରସ୍ତୁତ କର; କାରଣ ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ କାହିଁକି ମରିବ?


କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ; ଏହେତୁ ତୁମ୍ଭେମାନେ ଆପଣାମାନଙ୍କୁ ପବିତ୍ର କର ଓ ତୁମ୍ଭେମାନେ ପବିତ୍ର ହୁଅ; ଯେହେତୁ ମୁଁ ପବିତ୍ର; ତୁମ୍ଭେମାନେ ଭୂମିରେ ଗମନକାରୀ କୌଣସି ଉରୋଗାମୀ ଜୀବ ଦ୍ୱାରା ଆପଣାମାନଙ୍କୁ ଅଶୁଚି କରିବ ନାହିଁ।


ଆଉ, ସେ ମିସର ଦେଶର ସମୟଠାରୁ ଆପଣା ବ୍ୟଭିଚାର ବୃତ୍ତି ତ୍ୟାଗ କରି ନାହିଁ; କାରଣ ତାହାର ଯୌବନାବସ୍ଥାରେ ସେମାନେ ତାହା ସଙ୍ଗେ ଶୟନ କଲେ ଓ ତାହାର କୌମାର୍ଯ୍ୟକାଳୀନ କୁଚାଗ୍ର ଟିପିଲେ; ଆଉ, ତାହା ସହିତ ଅତିଶୟ ବ୍ୟଭିଚାର କଲେ।


ପୁଣି, ସେମାନେ ମିସରରେ ବ୍ୟଭିଚାର କଲେ; ସେମାନେ ଯୌବନ କାଳରେ ବ୍ୟଭିଚାର କଲେ; ସେହି ସ୍ଥାନରେ ସେମାନଙ୍କର ସ୍ତନ ମର୍ଦ୍ଦିତ ହେଲା, ଆଉ ସେହି ସ୍ଥାନରେ ଲୋକମାନେ ସେମାନଙ୍କର କୌମାର୍ଯ୍ୟକାଳୀନ କୁଚାଗ୍ର ଟିପିଲେ।


ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ; ଆମ୍ଭର ବିଧିରୂପ ପଥରେ ଚାଲ ଓ ଆମ୍ଭର ଶାସନସକଳ ରକ୍ଷା କରି ପାଳନ କର;


ଯେ ପର୍ବତଗଣ ଉପରେ ଭୋଜନ କରି ନାହିଁ କିଅବା ଇସ୍ରାଏଲ ବଂଶର ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରି ନାହିଁ, ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଭ୍ରଷ୍ଟ କରି ନାହିଁ,


ପୁଣି, ଯେ ପର୍ବତଗଣର ଉପରେ ଭୋଜନ କିଅବା ଇସ୍ରାଏଲ ବଂଶର ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରି ନାହିଁ, ଅଥବା ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଭ୍ରଷ୍ଟ କରି ନାହିଁ, କିଅବା ଋତୁମତୀ ସ୍ତ୍ରୀର ନିକଟକୁ ଆସି ନାହିଁ;


ଏହେତୁ ଇସ୍ରାଏଲ ବଂଶକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ଫେର, ଆପଣା ଆପଣା ଦେବଗଣଠାରୁ ବିମୁଖ ହୁଅ, ତୁମ୍ଭମାନଙ୍କର ସମସ୍ତ ଘୃଣାଯୋଗ୍ୟ କ୍ରିୟାରୁ ଆପଣା ଆପଣା ମୁଖ ଫେରାଅ।


ପୁଣି, ତୁମ୍ଭମାନଙ୍କର ସେହି ରକ୍ଷାପ୍ରାପ୍ତ ଲୋକମାନେ ଯେଉଁ ଯେଉଁ ଗୋଷ୍ଠୀୟମାନଙ୍କ ମଧ୍ୟକୁ ବନ୍ଦୀ ଅବସ୍ଥାରେ ନୀତ ହେବେ, ସେମାନଙ୍କ ମଧ୍ୟରେ ଥାଇ ଆମ୍ଭକୁ ସ୍ମରଣ କରିବେ, ଅର୍ଥାତ୍‍, ସେମାନଙ୍କର ଯେଉଁ ବ୍ୟଭିଚାରୀ ହୃଦୟ ଆମ୍ଭକୁ ତ୍ୟାଗ କରି ଯାଇଅଛି ଓ ସେମାନଙ୍କର ଯେଉଁ ଚକ୍ଷୁ ବ୍ୟଭିଚାରୀ ହୋଇ ଦେବତାଗଣର ପଶ୍ଚାତ ଗମନ କରେ, ତହିଁ ସକାଶୁ ଆମ୍ଭେ କିପରି ବିଦୀର୍ଣ୍ଣ ହୋଇଅଛୁ, ଏହା ସେମାନେ ସ୍ମରଣ କରିବେ; ଆଉ, ସେମାନେ ଆପଣା ଆପଣାର ସକଳ ଘୃଣାଯୋଗ୍ୟ ଆଚାର ବ୍ୟବହାର ଦ୍ୱାରା ଯେଉଁ ଦୁଷ୍କ୍ରିୟା କରିଅଛନ୍ତି, ତହିଁ ନିମନ୍ତେ ସେମାନେ ଆପଣାମାନଙ୍କ ଦୃଷ୍ଟିରେ ଆପଣାମାନଙ୍କୁ ଘୃଣା କରିବେ।


କାରଣ ସେହି ଦିନରେ ତୁମ୍ଭମାନଙ୍କର ପ୍ରତ୍ୟେକ ଜଣ ଆପଣା ଆପଣା ହସ୍ତନିର୍ମିତ ରୌପ୍ୟପ୍ରତିମା ଓ ସ୍ୱର୍ଣ୍ଣ-ପ୍ରତିମାରୂପ ପାପବସ୍ତୁ ପକାଇ ଦେବ।


ଏଥିରେ ଆସା ଏହିସବୁ କଥା ଓ ଓଦେଦ୍‍ ଭବିଷ୍ୟଦ୍‍ବକ୍ତାର ଭବିଷ୍ୟତ ବାକ୍ୟ ଶୁଣନ୍ତେ, ସାହସ ପାଇଲେ, ପୁଣି ଯିହୁଦା ଓ ବିନ୍ୟାମୀନ୍‍ର ସମୁଦାୟ ଦେଶରୁ ଓ ଇଫ୍ରୟିମର ପର୍ବତମୟ ଦେଶରେ ହସ୍ତଗତ କରିଥିବା ନଗରସବୁରୁ ଘୃଣାଯୋଗ୍ୟ ବସ୍ତୁସବୁ ଦୂର କଲେ; ଆଉ ସଦାପ୍ରଭୁଙ୍କ ବାରଣ୍ଡା ସମ୍ମୁଖସ୍ଥ ସଦାପ୍ରଭୁଙ୍କ ଯଜ୍ଞବେଦି ପୁନର୍ବାର ସଜାଡ଼ିଲେ।


ଏହେତୁ ଏବେ ସଦାପ୍ରଭୁଙ୍କୁ ଭୟ କର, ପୁଣି ସମ୍ପୂର୍ଣ୍ଣ ରୂପେ ଓ ସତ୍ୟତାରେ ତାହାଙ୍କର ସେବା କର; ଆଉ ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ନଦୀ ସେପାରିରେ ଓ ମିସରରେ ଯେଉଁ ଦେବତାମାନଙ୍କର ସେବା କଲେ, ସେମାନଙ୍କୁ ଦୂର କର; ତୁମ୍ଭେମାନେ ସଦାପ୍ରଭୁଙ୍କର ସେବା କର।


ତହିଁରେ ସେମାନେ ଯେଉଁ ଛାଗ ଦେବତାମାନଙ୍କ ସହିତ ବ୍ୟଭିଚାର କରୁଅଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ଆଉ ବଳିଦାନ କରିବେ ନାହିଁ। ଏହା ସେମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ।


ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ; କି ଉପରିସ୍ଥ ସ୍ୱର୍ଗରେ, କି ନୀଚସ୍ଥ ପୃଥିବୀରେ, କି ପୃଥିବୀର ନୀଚସ୍ଥ ଜଳରେ ଥିବା କୌଣସି ବସ୍ତୁର ପ୍ରତିମୂର୍ତ୍ତି ନିର୍ମାଣ କରିବ ନାହିଁ।


“ଯେ ତୁମ୍ଭକୁ ଦାସଗୃହ ସ୍ୱରୂପ ମିସର ଦେଶରୁ ବାହାର କରି ଆଣିଅଛନ୍ତି, ତୁମ୍ଭର ସେହି ସଦାପ୍ରଭୁ ପରମେଶ୍ୱର ଆମ୍ଭେ ଅଟୁ।”


“ଆମ୍ଭେ ଇସ୍ରାଏଲ-ସନ୍ତାନଗଣର ବଚସା ଶୁଣିଅଛୁ; ତୁମ୍ଭେ ସେମାନଙ୍କୁ କୁହ, ‘ତୁମ୍ଭେମାନେ ସନ୍ଧ୍ୟା ସମୟରେ ମାଂସ ଭୋଜନ କରିବ ଓ ପ୍ରଭାତରେ ଅନ୍ନରେ ପରିତୃପ୍ତ ହେବ; ତହିଁରେ ଆମ୍ଭେ ଯେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଅଟୁ, ତାହା ତୁମ୍ଭେମାନେ ଜାଣିବ।’”


ଏହେତୁ ତୁମ୍ଭେମାନେ ଆପଣାମାନଙ୍କୁ ପବିତ୍ର କର ଓ ପବିତ୍ର ହୁଅ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।


ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ, କି ସେମାନଙ୍କର ସେବା କରିବ ନାହିଁ; ଯେହେତୁ ଆମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉଦ୍‍ଯୋଗୀ ପରମେଶ୍ୱର ଅଟୁ, ପୁଣି, ଯେଉଁମାନେ ଆମ୍ଭଙ୍କୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କ ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳଦାତା;


ଯେଉଁ ଲୋକ କେବଳ ସଦାପ୍ରଭୁଙ୍କ ବିନା କୌଣସି ଦେବତା ନିକଟରେ ବଳିଦାନ କରେ, ସେ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ ହେବ।


ପୁଣି, ସେ ସେମାନଙ୍କର, ଅର୍ଥାତ୍‍, ଅଶୂରର ମନୋନୀତ ସକଳ ଲୋକଙ୍କ ସଙ୍ଗରେ ବ୍ୟଭିଚାର କଲା ଓ ସେ ଯେକୌଣସି ଲୋକ ପ୍ରତି ପ୍ରେମରେ ଆସକ୍ତ ଥିଲା, ତାହାର ପ୍ରତିମାଗଣ ଦ୍ୱାରା ଆପଣାକୁ ଭ୍ରଷ୍ଟା କଲା।


“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।


ପୁଣି, ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ହେବା ଓ ଆମ୍ଭର ଦାସ ଦାଉଦ ସେମାନଙ୍କ ମଧ୍ୟରେ ଅଧିପତି ହେବ; ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।


Swiv nou:

Piblisite


Piblisite