Biblia Todo Logo
Bib sou entènèt

- Piblisite -




ଯିହିଜିକଲ 19:10 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ତୁମ୍ଭର ରକ୍ତରେ ତୁମ୍ଭର ମାତା ଜଳରାଶି ନିକଟରେ ରୋପିତ ଦ୍ରାକ୍ଷାଲତା ସ୍ୱରୂପ ଥିଲା; ଅନେକ ଜଳ ସକାଶୁ ସେ ଫଳବତୀ ଓ ଶାଖାରେ ପରିପୂର୍ଣ୍ଣ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ତୁମ୍ଭର ରକ୍ତରେ ତୁମ୍ଭର ମାତା ଜଳରାଶି ନିକଟରେ ରୋପିତ ଦ୍ରାକ୍ଷାଲତା ସ୍ଵରୂପ ଥିଲା; ଅନେକ ଜଳ ସକାଶୁ ସେ ଫଳବତୀ ଓ ଶାଖାରେ ପରିପୂର୍ଣ୍ଣ ଥିଲା।

Gade chapit la Kopi

ଓଡିଆ ବାଇବେଲ

10 ତୁମ୍ଭର ରକ୍ତରେ ତୁମ୍ଭର ମାତା ଜଳରାଶି ନିକଟରେ ରୋପିତ ଦ୍ରାକ୍ଷାଲତା ସ୍ୱରୂପ ଥିଲା; ଅନେକ ଜଳ ସକାଶୁ ସେ ଫଳବତୀ ଓ ଶାଖାରେ ପରିପୂର୍ଣ୍ଣ ଥିଲା।

Gade chapit la Kopi

ପବିତ୍ର ବାଇବଲ

10 “‘ତୁମ୍ଭର ମାତା ଜଳରାଶି ନିକଟରେ ରୋପିତ ଦ୍ରାକ୍ଷାଲତା ସ୍ୱରୂପ ଥିଲା। ଅଗାଧ ଜଳ ଯୋଗୁଁ ସେ ଫଳବତୀ ଓ ଶାଖାରେ ପରିପୂର୍ଣ୍ଣ ଥିଲା।

Gade chapit la Kopi




ଯିହିଜିକଲ 19:10
16 Referans Kwoze  

କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଏକ ଉତ୍ତମ ଦେଶକୁ ନେଇ ଯାଉଅଛନ୍ତି; ତାହା ସମସ୍ଥଳୀ ଓ ପର୍ବତରେ ପ୍ରବାହିତ ସ୍ରୋତ ଓ ନିର୍ଝର ଓ ଜଳାଶୟର ଦେଶ;


ଯେହେତୁ ସେମାନଙ୍କର ମାତା ବେଶ୍ୟାବୃତ୍ତି କରିଅଛି; ସେମାନଙ୍କର ଗର୍ଭଧାରିଣୀ ଲଜ୍ଜାକର କର୍ମ କରିଅଛି; କାରଣ ସେ କହିଲା, ‘ମୋର ଯେଉଁ ପ୍ରେମିକଗଣ ମୋତେ ଅନ୍ନ, ଜଳ, ମେଷଲୋମ, ମସିନା ବସ୍ତ୍ର, ତୈଳ ଓ ମୋର ପେୟଦ୍ରବ୍ୟ ମୋତେ ଦିଅନ୍ତି, ମୁଁ ସେମାନଙ୍କର ପଛେ ପଛେ ଯିବି।’


“ତୁମ୍ଭେମାନେ ଆପଣା ମାତା ସହିତ ବାଦାନୁବାଦ କର; କାରଣ ସେ ଆମ୍ଭର ଭାର୍ଯ୍ୟା ନୁହେଁ, କିଅବା ଆମ୍ଭେ ତାହାର ସ୍ୱାମୀ ନୋହୁଁ; ସେ ଆପଣା ଦୃଷ୍ଟିରୁ ଆପଣା ବେଶ୍ୟାଚାର ଓ ଆପଣା ସ୍ତନଦ୍ୱୟର ମଧ୍ୟରୁ ବ୍ୟଭିଚାର ଦୂର କରୁ;


ତୁମ୍ଭର ମାତା କଅଣ ଥିଲା? ସେ ତ ସିଂହୀ; ସେ ସିଂହଗଣ ମଧ୍ୟରେ ଶୟନ କଲା, ଯୁବା ସିଂହଗଣ ମଧ୍ୟରେ ଆପଣା ଛୁଆମାନଙ୍କୁ ପ୍ରତିପାଳନ କଲା।


ତହୁଁ ତାହା ବଢ଼ି ଅଳ୍ପ ଉଚ୍ଚ ଦ୍ରାକ୍ଷାଲତା ପରି ବଢ଼ିଲା, ତହିଁର ଶାଖାସବୁ ତାହାର ସମ୍ମୁଖ ହେଲା ଓ ତହିଁର ମୂଳ ତାହାର ତଳେ ରହିଲା; ଏହି ପ୍ରକାରେ ତାହା ଦ୍ରାକ୍ଷାଲତା ହୋଇ ଶାଖାବିଶିଷ୍ଟ ଓ ପଲ୍ଲବିତ ହେଲା।


ସେହି ଦେଶରେ ତୁମ୍ଭେ ଅଭାବ ବିନା ଆହାର ଭୋଜନ କରିବ, ସେଠାରେ ତୁମ୍ଭର କୌଣସି ବିଷୟର ଅଭାବ ହେବ ନାହିଁ; ସେହି ଦେଶର ପଥର ଲୁହା ଓ ତୁମ୍ଭେ ତହିଁର ପର୍ବତରୁ ପିତ୍ତଳ ଖୋଳି ପାରିବ।


“ମୁଁ ପ୍ରକୃତ ଦ୍ରାକ୍ଷାଲତା, ପୁଣି, ମୋହର ପିତା କୃଷକ।


ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ, ଯେ ସ୍ୱସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃଶ ସେ ହେବ; ପୁଣି, ସେ ଯାହା କରେ, ତାହା ସଫଳ ହେବ।


ତୁମ୍ଭର ଭାର୍ଯ୍ୟା ତୁମ୍ଭ ଗୃହର ଅନ୍ତଃପୁରରେ ଫଳବତୀ ଦ୍ରାକ୍ଷାଲତା ତୁଲ୍ୟ ହେବ; ତୁମ୍ଭର ସନ୍ତାନମାନେ ତୁମ୍ଭ ମେଜର ଚାରିଆଡ଼େ ଜୀତବୃକ୍ଷର ଚାରା ପରି ହେବେ।


ପୁଣି, ଏବେ ସେ ପ୍ରାନ୍ତର ମଧ୍ୟରେ ନିର୍ଜଳ ଓ ଶୁଷ୍କ ଭୂମିରେ ରୋପିତ ହୋଇଅଛି।


Swiv nou:

Piblisite


Piblisite