Biblia Todo Logo
Bib sou entènèt

- Piblisite -




ଯିହିଜିକଲ 11:23 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ଏଉତ୍ତାରେ ସଦାପ୍ରଭୁଙ୍କର ପ୍ରତାପ ନଗର ମଧ୍ୟରୁ ଊର୍ଦ୍ଧ୍ୱଗମନ କରି ନଗରର ପୂର୍ବଦିଗସ୍ଥିତ ପର୍ବତ ଉପରେ ସ୍ଥଗିତ ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ଏଉତ୍ତାରେ ସଦାପ୍ରଭୁଙ୍କର ପ୍ରତାପ ନଗର ମଧ୍ୟରୁ ଊର୍ଦ୍ଧ୍ଵଗମନ କରି ନଗରର ପୂର୍ବଦିଗସ୍ଥିତ ପର୍ବତ ଉପରେ ସ୍ଥଗିତ ହେଲା।

Gade chapit la Kopi

ଓଡିଆ ବାଇବେଲ

23 ଏଉତ୍ତାରେ ସଦାପ୍ରଭୁଙ୍କର ପ୍ରତାପ ନଗର ମଧ୍ୟରୁ ଉର୍ଦ୍ଧ୍ୱଗମନ କରି ନଗରର ପୂର୍ବଦିଗସ୍ଥିତ ପର୍ବତ ଉପରେ ସ୍ଥଗିତ ହେଲା।

Gade chapit la Kopi

ପବିତ୍ର ବାଇବଲ

23 ଏହା ପରେ ସଦାପ୍ରଭୁଙ୍କର ମହିମା ନଗର ମଧ୍ୟରୁ ଊର୍ଦ୍ଧ୍ୱଗମନ କରି ନଗରର ପୂର୍ବଦିଗସ୍ଥିତ ପର୍ବତ ଉପରେ ସ୍ଥଗିତ ହେଲା।

Gade chapit la Kopi




ଯିହିଜିକଲ 11:23
11 Referans Kwoze  

ପୁଣି, ସେହି ଦିନ ପୂର୍ବ ଦିଗରେ ଯିରୂଶାଲମର ସମ୍ମୁଖସ୍ଥ ଜୈତୁନ ପର୍ବତରେ ତାହାଙ୍କର ଚରଣ ଥୁଆ ହେବ ଓ ଜୈତୁନ ପର୍ବତର ମଧ୍ୟଦେଶ ପୂର୍ବ ଓ ପଶ୍ଚିମ ଦିଗରେ ବିଦୀର୍ଣ୍ଣ ହୋଇ ଅତି ବୃହତ ଏକ ଉପତ୍ୟକା ହେବ; ଆଉ, ପର୍ବତର ଅର୍ଦ୍ଧେକ ଉତ୍ତର ଦିଗ ଆଡ଼େ ଓ ଅର୍ଦ୍ଧେକ ଦକ୍ଷିଣ ଦିଗ ଆଡ଼େ ଘୁଞ୍ଚିଯିବ।


ଆଉ ଦେଖ, ପଦାଭୂମିରେ ମୁଁ ଦେଖିଥିବା ଦୃଶ୍ୟ ପ୍ରମାଣେ ସେହି ସ୍ଥାନରେ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରତାପ ବିଦ୍ୟମାନ ଥିଲା।


ଆଉ ଦେଖ, ପୂର୍ବଦିଗସ୍ଥ ପଥରୁ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରତାପ ଆସୁଅଛି; ତାହାଙ୍କର ଶବ୍ଦ ଜଳରାଶିର ଶବ୍ଦ ତୁଲ୍ୟ ଓ ତାହାଙ୍କର ପ୍ରତାପରେ ଭୂମି ଦୀପ୍ତିମୟ ହେଲା।


ପୁଣି, ସଦାପ୍ରଭୁଙ୍କର ପ୍ରତାପ କିରୂବର ଉପରରୁ ଉଠି ଗୃହର ଏରୁଣ୍ଡିର ଉପରେ ଠିଆ ହେଲା; ତହିଁରେ ଗୃହ ମେଘରେ ପରିପୂର୍ଣ୍ଣ ହେଲା ଓ ପ୍ରାଙ୍ଗଣ ସଦାପ୍ରଭୁଙ୍କ ପ୍ରତାପର ତେଜରେ ପରିପୂର୍ଣ୍ଣ ହେଲା।


“ଗୋ ଯିରୂଶାଲମ, ଗୋ ଯିରୂଶାଲମ, ଭାବବାଦୀମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତମାନଙ୍କ ପ୍ରସ୍ତରାଘାତକାରିଣୀ, କୁକ୍କୁଟୀ ଯେପରି ପକ୍ଷ ତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଚ୍ଛୁକ ହେଲ ନାହିଁ।


ପୁଣି, ପୂର୍ବାଭିମୁଖ ଦ୍ୱାରର ପଥ ଦେଇ ସଦାପ୍ରଭୁଙ୍କର ପ୍ରତାପ ଗୃହ ମଧ୍ୟରେ ପ୍ରବେଶ କଲା।


ଏଥିଉତ୍ତାରେ ସଦାପ୍ରଭୁଙ୍କ ପ୍ରତାପ ଗୃହର ଏରୁଣ୍ଡିର ଊର୍ଦ୍ଧ୍ୱରୁ ପ୍ରସ୍ଥାନ କରି କିରୂବମାନଙ୍କ ଉପରେ ଅଧିଷ୍ଠାନ କଲା।


ପୁଣି, ଇସ୍ରାଏଲର ପରମେଶ୍ୱରଙ୍କର ପ୍ରତାପ ଯେଉଁ କିରୂବର ଉପରେ ଥିଲା, ତାହା ତାହାଠାରୁ ଉଠି ଗୃହର ଏରୁଣ୍ଡି ନିକଟକୁ ଯାଇଥିଲା; ଆଉ, ସେ ସେହି ଶୁକ୍ଳବସ୍ତ୍ର ପରିହିତ ଓ ପାର୍ଶ୍ୱରେ ଲେଖକର କାଳୀଘଡ଼ିଧାରୀ ପୁରୁଷକୁ ଡାକିଲେ।


ବୃଷ୍ଟି ଦିନରେ ମେଘରେ ଧନୁର ଯେପରି ଆଭା, ସେହିପରି ସେହି ଚତୁର୍ଦ୍ଦିଗସ୍ଥ ତେଜ ଥିଲା। ଏହା ସଦାପ୍ରଭୁଙ୍କ ପ୍ରତାପର ମୂର୍ତ୍ତିର ଆଭା। ପୁଣି, ମୁଁ ତାହା ଦେଖି ମୁହଁ ମାଡ଼ି ପଡ଼ିଲି, ତହିଁରେ ମୁଁ ବାକ୍ୟବାଦୀ ଏକ ବ୍ୟକ୍ତିଙ୍କର ରବ ଶୁଣିଲି।


ଆଉ, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ସେମାନେ ଯାହା କରୁଅଛନ୍ତି, ତାହା କି ତୁମ୍ଭେ ଦେଖୁଅଛ, ଆମ୍ଭେ ଯେପରି ଆପଣା ଧର୍ମଧାମରୁ ଦୂରକୁ ଯିବା, ଏଥିପାଇଁ ଇସ୍ରାଏଲ ବଂଶ ଏଠାରେ ମହା ମହା ଘୃଣାଯୋଗ୍ୟ କର୍ମ କରୁଅଛନ୍ତି। ମାତ୍ର ଏଥିଉତ୍ତାରେ ତୁମ୍ଭେ ପୁନର୍ବାର ଅନ୍ୟ ମହା ଘୃଣାଯୋଗ୍ୟ କର୍ମମାନ ଦେଖିବ।”


Swiv nou:

Piblisite


Piblisite